ମହିଳାଙ୍କ ଭିତରେ ଏହି ୪ ଗୁଣ ଥିଲେ ଭାଗ୍ୟବାନ ହୁଅନ୍ତି ସ୍ବାମୀ, ଜାଣନ୍ତୁ କ’ଣ କହିଛନ୍ତି ଚାଣକ୍ୟ

ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତି ମାଧ୍ୟମରେ ଚନ୍ଦ୍ରଗୁପ୍ତଙ୍କୁ ଅଖଣ୍ଡ ଭାରତର ସମ୍ରାଟ କରିଥିଲେ। ଯଦି ଜଣେ ବ୍ୟକ୍ତି ତାଙ୍କର ନୀତିକୁ ଅନୁସରଣ କରନ୍ତି ତେବେ ସେ ସୁଖରେ ଜୀବନ ଅତିବାହିତ କରିପାରିବେ। ସେଭଳି ଏକ ନୀତିରେ ଚାଣକ୍ୟ ମହିଳାମାନଙ୍କର ଗୁଣ ବିଷୟରେ ବର୍ଣ୍ଣନା କରିଛନ୍ତି। ସ୍ତ୍ରୀଙ୍କ ନିକଟରେ ଏହି ୪ ଗୁଣ ରହିଥିଲେ ପୁରୁଷମାନେ ଭାଗ୍ୟବାନ ହୁଅନ୍ତି ବୋଲି ସେ କହିଛନ୍ତି । ଆସନ୍ତୁ ଜାଣିବା:

ଧୌର୍ଯ୍ୟ ଥିବା ମହିଳା:
ଚାଣକ୍ୟ କୁହନ୍ତି ଯେଉଁ ମହିଳାମାନଙ୍କର ଧୌର୍ଯ୍ୟର ଗୁଣ ଥାଏ, ସେମାନେ ନିଜ ପରିବାର ଏବଂ ସ୍ବାମୀଙ୍କୁ ମଝି ରାସ୍ତାରେ ଛାଡନ୍ତି ନାହିଁ। ଏପରି ମହିଳାମାନେ ପ୍ରତ୍ୟେକ ପରିସ୍ଥିତିରେ ନିଜ ସ୍ବାମୀଙ୍କ ସହିତ କାନ୍ଧରେ କାନ୍ଧ ମିଶାଇ ଠିଆ ହୁଅନ୍ତି। ଏହି ମହିଳାମାନେ ସ୍ବାମୀଙ୍କୁ ସେମାନଙ୍କର ମନୋବଳ ବଢ଼ାଇ ଆଗକୁ ବଢ଼ିବାରେ ସାହାଯ୍ୟ କରନ୍ତି।

ଧାର୍ମିକ ଏବଂ ସଂସ୍କାରୀ:
ଚାଣକ୍ୟ କୁହନ୍ତି ଶିକ୍ଷିତ ଏବଂ ସଂସ୍କାରୀ ମହିଳାମାନଙ୍କ ମଧ୍ୟରେ ଭୁଲଠିକ୍‌ ବୁଝିବାର କ୍ଷମତା ଥାଏ। ଏଭଳି ମହିଳା ନିଜ ପିଲାମାନଙ୍କୁ ମଧ୍ୟ ସଂସ୍କାରୀ କରିଥାନ୍ତି। ଏଣୁ ଏଭଳି ମହିଳା ଯେଉଁ ଘରେ ରୁହନ୍ତି ସେହି ଘରେ ଖୁସିର ବାତାବରଣ ଥାଏ। ଏପରିକି ପରିବାରର ଉନ୍ନତି ହୋଇଥାଏ।

ସଞ୍ଚୟ କରିବା:
ଆଚାର୍ଯ୍ୟ ଚାଣକ୍ୟ କୁହନ୍ତି ସେହି ବ୍ୟକ୍ତି ବହୁତ ଭାଗ୍ୟବାନ, ଯାହାର ପତ୍ନୀ କଷ୍ଟଦାୟକ ସମୟ ପାଇଁ ଟଙ୍କା ସଞ୍ଚୟ କରନ୍ତି। ଏହିପରି ମହିଳା ନିଜ ପରିବାରକୁ କଷ୍ଟକର ପରିସ୍ଥିତିରୁ ବାହାର କରିପାରନ୍ତି।

ଶାନ୍ତ ସ୍ବଭାବର:
ଚାଣକ୍ୟ କହିଛନ୍ତି ଶାନ୍ତ ସ୍ବଭାବର ସ୍ତ୍ରୀ ପାଇଥିବା ବ୍ୟକ୍ତି ସବୁଠାରୁ ଭାଗ୍ୟବାନ। ଏହିପରି ଲୋକଙ୍କ ପରିବାରରେ କୌଣସି ଅସୁବିଧା ହୁଏ ନାହିଁ। ଏପରି ମହିଳାମାନେ ଘରେ ସୁଖ ଏବଂ ଶାନ୍ତିର ପରିବେଶ ବଜାୟ ରହିଥାଏ। ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ସେ ନିଜ ବୁଦ୍ଧି ସହିତ କାମ କରନ୍ତି ଏବଂ ପରିବାରକୁ ଭାଙ୍ଗିବାରୁ ରକ୍ଷା କରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏସବୁ ରୋଗ ଦୂର କରେ ଜହ୍ନି

ଆଜିକାଲି ଖାଦ୍ୟପେୟରେ ଅନିୟମିତତା ଯୋଗୁ ନାନା ରୋଗ ଗ୍ରାସ କରୁଛି। ଅଧିକାଂଶ ଲୋକଙ୍କଠାରେ ଗ୍ୟାସ୍‌ଟ୍ରିକ୍‌, ହୃଦଜନିତ ରୋଗ, ଉଚ୍ଚ ରକ୍ତଚାପ, ମେଦବହୁଳତା ପରି ସମସ୍ୟା ଦେଖାଦେଉଛି।...

ସ୍ମରଣ ଶକ୍ତି ବୃଦ୍ଧି ପାଇଁ କମଳା ଜୁସ୍‌

ବୟସ ବଢ଼ିବା ସହ ସ୍ମରଣଶକ୍ତି ଦୁର୍ବଳ ହେବା ସାଧାରଣ କଥା। ଏ ସମୟରେ ଛୋଟ ଛୋଟ କଥା ଭୁଲିବା ସମସ୍ୟା ଦେଖାଦେଇଥାଏ, ଯାହା ଅତ୍ୟନ୍ତ ବିପଜ୍ଜନକ...

ଜନଜାତି ସାମଗ୍ରୀର ନୂଆ ଠିକଣା ‘ଆଦିଶା’

ମାଣ୍ଡିଆ ଚୂନାରୁ ଆରମ୍ଭ କରି ଶାଳଫୁଲ ଚାଉଳ ପର୍ଯ୍ୟନ୍ତ କଳା ତୁଳସୀ ପାଉଡରରୁ ପାଳୁଅ ଚୂନା ପର୍ଯ୍ୟନ୍ତ ଓଡ଼ିଶାର ଆଦିମ ଜନଜାତିଙ୍କ ଦ୍ୱାରା ପ୍ରସ୍ତୁତ ସମସ୍ତ...

ସ୍ମରଣ ଶକ୍ତି ବୃଦ୍ଧି ପାଇଁ ଆପଣାନ୍ତୁ ଏହି ସହଜ ଉପାୟ…

ମୌନ ବା କଥା ନ କହିି ନୀରବ ରହିବା ଦ୍ୱାରା  ଅନେକ ଉପକାର ମିଳିଥାଏ। ସପ୍ତାହରେ ୨ ଘଣ୍ଟା ଏପରି କଲେ ସ୍ମରଣ ଶକ୍ତି ବୃଦ୍ଧି...

ଏମିତି କିଣନ୍ତୁ ଛତା…

ବର୍ଷାଦିନେ ପାଣିରୁ ସୁରକ୍ଷା ପାଇବା ଲାଗି ଛତା ସଭିଙ୍କୁ ଲୋଡ଼ା। ତେବେ ଅନେକେ ଛତା କିଣିବା ବେଳେ ଏହାର କଲର ଏବଂ ଆକର୍ଷଣୀୟ ଡିଜାଇନ୍‌କୁ ଅଧିକ...

ଘରେ ଭଗବାନଙ୍କ ପୂଜାସ୍ଥାନ କିପରି ହେବା ଉଚିତ୍‌ ଜାଣନ୍ତୁ

ବାସ୍ତୁବିତ୍‌ଙ୍କ ଅନୁଯାୟୀ, ଘରେ ଭଗବାନ୍‌ଙ୍କୁ ପୂଜା ସମୟରେ ବିଶେଷ ଦିଗ ପ୍ରତି ଧ୍ୟାନ ଦେବା ଉଚିତ । କାରଣ ଏହି ସମୟରେ ହେଉଥିବା ଭୂଲ ପାଇଁ...

ଏସବୁ କଥା ମାନି ଚଳିଳେ ସ୍ତ୍ରୀ-ସ୍ବାମୀଙ୍କ ମଧ୍ୟରେ ହେବନି ଝଗଡ଼ା, ବଢ଼ିବ ଧନ

କୁହାଯାଏ, ସ୍ତ୍ରୀ-ସ୍ବାମୀ ଗୋଟିଏ ଗାଡିର ଦୁଇଟି ଚକ। ଯଦି ଗୋଟିଏ ଚକ ନ ରୁହେ, ତେବେ ଗାଡି ଚାଲିବା କଷ୍ଟକର ହୋଇପଡେ। ଠିକ୍‌ ସେହିପରି ସ୍ତ୍ରୀ-ସ୍ବାମୀଙ୍କ...

ନୋବେଲ ପୁରସ୍କାର ରସାୟନ ବିଜ୍ଞାନ -୨୦୧୯ : ସମାଜକୁ ଜୀବାଶ୍ମ ଇନ୍ଧନ ମୁକ୍ତ କରିବା ବ୍ୟାଟେରି

”ଏବେ ଆମେ ବ୍ୟବହାର କରୁଥିବା ଅସଂଖ୍ୟ ସ୍ମାର୍ଟଫୋନ୍‌, ଲ୍ୟାପ୍‌ଟପ୍‌ ତଥା ଅନ୍ୟାନ୍ୟ ବହନୀୟ ଇଲେକ୍‌ଟ୍ରୋନିକ୍‌ ଯନ୍ତ୍ରପାତି ଏବଂ ରାଜମାର୍ଗରେ ଗଡ଼ିବାକୁ ଆରମ୍ଭ କରିଥିବା ନୂତନ ପିଢ଼ିର...

Advertisement
Archives

Model This Week