ଚାଣକ୍ୟ କୁହନ୍ତି ଏସବୁ ଖାଦ୍ୟ ଖାଇଲେ ମିଳିବ ୧୦ଗୁଣା ଅଧିକ ଶକ୍ତି, ବୃଦ୍ଧାବସ୍ଥାରେ ରୋଗ ପାଖ ମାଡ଼ିବନି…

ହିନ୍ଦୁ ଧର୍ମରେ ଅନେକ ଜିନିଷ ଅଛି ଯାହାକୁ ଖାଇବା ସମ୍ପୂର୍ଣ୍ଣ ନିଷେଧ ଏବଂ କିଛି ଜିନିଷ ଅଛି ଯାହାକୁ ଖାଇଲେ ୧୦ ଗୁଣ ଅଧିକ ଶକ୍ତି ମିଳିଥାଏ। ଶକ୍ତି ପାଇଁ ଅନେକ ପ୍ରକାରର ଶସ୍ୟ, କ୍ଷୀର, ପନିପରିବା, ଘିଅ ଇତ୍ୟାଦି ସହଜରେ ଉପଲବ୍ଧ। ଆଚାର୍ଯ୍ୟ ଚାଣକ୍ୟ ନିଜର ଏକ ନୀତିରେ କେଉଁ ଖାଦ୍ୟ ଖାଇଲେ କେତେ ଶକ୍ତି ମିଳିଥାଏ ଏବଂ କାହାକୁ ଖାଇଲେ ଶରୀରରେ କି କି ଲାଭ ହୋଇଥାଏ ସେନେଇ କହିଛନ୍ତି।
ଅନ୍ନାଦାଶଗୁଣମ ପିଶ୍ଟମ ପିଶ୍ଟାଦଶଗୁଣମ ପୟଃ
ପାୟୋଶଥାଶାଗୁଣମ ମାଂସମ୍‌ ମାଂସଦଶାଗୁଣମ୍‌ ଘୃତମ
ଏହି ଶ୍ଳୋକରେ ଚାଣକ୍ୟ କହିଛନ୍ତି, ଆମ ଶରୀର ପାଇଁ ଗହମଠାରୁ ଦଶ ଗୁଣ ଅଧିକ ଶକ୍ତି ଏହାର ଅଟାରେ ଅଛି। ଅଟାରୁ ତିଆରି ରୁଟିକୁ ଶରୀର ସହଜରେ ହଜମ କରିପାରେ। ଏଣୁ ଅଧିକ ଶକ୍ତି ମିଳିଥାଏ। ଏହା ଜଣେ ବ୍ୟକ୍ତିଙ୍କୁ ଦିନସାରା କାମ କରିବାକୁ ସକ୍ଷମ ରଖେ।
ନୀତି ଅନୁଯାୟୀ, ଅଟା ଅପେକ୍ଷା ଅଧିକ ଶକ୍ତି କ୍ଷୀରରୁ ମିଳିଥାଏ। ମଇଁଷି କ୍ଷୀର ଅପେକ୍ଷା ଗାଈ କ୍ଷୀର ଅଧିକ ପୁଷ୍ଟିକର ଏବଂ ଶକ୍ତି ପ୍ରଦାନକାରୀ ହୋଇଥାଏ। ଯଦି କେହି ନିୟମିତ ଭାବେ କ୍ଷୀର ପିଇଥାଏ ତେବେ ଅନେକ ପ୍ରକାରର ରୋଗରୁ ରକ୍ଷା ପାଇଥାଏ। ଦୁଗ୍ଧ ଉଭୟ ପୁରୁଷ ଏବଂ ମହିଳାଙ୍କୁ ସମାନ ଭାବରେ ଲାଭ ଦିଏ। ଗାଈ କ୍ଷୀରରେ ଅନେକ ଉପାଦାନ ଥାଏ ଯାହା ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ।
ଚାଣକ୍ୟ କହିଛନ୍ତି, ନିଶ୍ଚିତ ଭାବେ କ୍ଷୀର ଶକ୍ତି ଦେଇଥାଏ, କିନ୍ତୁ ମାଂସହାରରେ କ୍ଷୀର ଅପେକ୍ଷା ଆଠ ଗୁଣ ଅଧିକ ଶକ୍ତି ଥାଏ। ଅଣ ଶାକାହାରୀ ଖାଦ୍ୟ ପ୍ରକୃତି ବିରୁଦ୍ଧରେ ବିବେଚନା କରାଯାଏ। ଶାସ୍ତ୍ର ଅନୁଯାୟୀ, କୌଣସି ଜୀବକୁ ହତ୍ୟା କରିବା ପାପ ଅଟେ। ଏହି କାରଣରୁ ଜଣେ ମାଂସହାର ଖାଦ୍ୟରୁ ଦୂରେଇ ରହିବା ଉଚିତ। ଚାଣକ୍ୟ ଅନ୍ୟ ଏକ ଶାକାହାରୀ ଜିନିଷ ବିଷୟରେ କହିଛନ୍ତି ଯାହା ମାଂସାହାରୀ ଖାଦ୍ୟ ଅପେକ୍ଷା ଅଧିକ ଶକ୍ତି ପ୍ରଦାନ କରେ।
ମାଂସାହାରୀ ଖାଦ୍ୟ ଅପେକ୍ଷା ଦଶ ଗୁଣ ଅଧିକ ଶକ୍ତ ଗାଈ କ୍ଷୀରରୁ ପ୍ରସ୍ତୁତ ଘିଅରେ ରହିଛgି।  ଘିଅ ଅତ୍ୟନ୍ତ ପୁଷ୍ଟିକର ଏବଂ ଶରୀରକୁ ଶକ୍ତି ଯୋଗାଇଥାଏ। ଯଦି ଶୁଦ୍ଧ ଘି ନିୟମିତ ଖିଆଯାଏ, ଜଣେ ବ୍ୟକ୍ତି ଦୀର୍ଘ ସମୟ ପର୍ଯ୍ୟନ୍ତ ବୃଦ୍ଧାବସ୍ଥା ରୋଗରୁ ସୁରକ୍ଷିତ ରହିପାରିବ। ତଥାପି, ଏହାକୁ ନିର୍ଦ୍ଧିଷ୍ଟ ପରିସ୍ଥିତିରେ ଖାଇବା ଉଚିତ ନୁହେଁ।

Enter your email to get our daily news in your inbox.

All Right Reserved By Dharitri.Com

ବ୍ରହ୍ମପୁରରେ ଚାଞ୍ଚଲ୍ୟ, ରେଳଧାରଣରୁ ମିଳିଲା ୨ ମୃତଦେହ

ବ୍ରହ୍ମପୁର,୨୧।୮( ସୁବାସ ଚନ୍ଦ୍ର ପାଢ଼ୀ ): ଜିଆର୍‌ପି ପୋଲିସ ଗୋଶାଣିନୂଆଗାଁ ବ୍ରିଜ ତଳ ଦେଇ ଯାଇଥିବା ରେଳଧାରଣ ନିକଟରୁ ଶନିବାର ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରିଛି।…

ଲଭ୍‌-ସେକ୍ସ-ଧୋକା ଅଭିଯୋଗ; ବାରିପଦା ଟାଉନ୍‌ ଥାନାର SI ଅଟକ

ବାରିପଦା,୨୨।୮: ବାରିପଦା ଟାଉନ୍‌ ଥାନାର ଜଣେ ସବ୍‌-ଇନ୍ସପେକ୍ଟରଙ୍କ ବିରୋଧରେ ଜଣେ ମହିଳା ଲଭ୍‌-ସେକ୍ସ-ଧୋକା ଅଭିଯୋଗ ଆଣିଛନ୍ତି। ଅଭିଯୋଗ ପରେ ଟାଉନ୍‌ ଥାନାର SI ପ୍ରଭାତ ନାୟକଙ୍କୁ ପୋଲିସ…

କରିସ୍ମାଙ୍କୁ ପୂଜା କରନ୍ତି କଙ୍ଗନା, ତାଙ୍କ ଫ୍ୟାଶନ ସେନ୍ସକୁ ପ୍ରଶଂସା କରିବା ସହ ଏମିତି କହି…

ମୁମ୍ବାଇ: ଭାଜପା ନେତ୍ରୀ ତଥା ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରାଣାଓ୍ବତ କୌଣସି ନା କୌଣସି କାରଣକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ସେ ସୋସିଆଲ ମିଡିଆରେ ସବୁବେଳେ…

ଗରିମା ଦିବସ: ସଫେଇ କର୍ମୀ ପ୍ରତାପ ଦଳେଇଙ୍କ ପତ୍ନୀଙ୍କୁ ୧୦ ଲକ୍ଷ ଟଙ୍କାର ବୀମା ରାଶି

ଭୁବନେଶ୍ୱର, ୨୨।୮: ସଫେଇ କର୍ମୀଙ୍କ ସୁରକ୍ଷା, ସାମାଜିକ ସୁରକ୍ଷା ଓ ମର୍ଯ୍ୟାଦା ବୃଦ୍ଧି ଲକ୍ଷ୍ୟରେ ଆଜି ଗରିମା ଦିବସ ୨୦୨୬ ପାଳିତ ହୋଇଛି। ଏହି ଅବସରରେ ଲୋକସେବା…

କାମ କରୁଥିବାବେଳେ ଶ୍ରମିକଙ୍କୁ ଶୁଭିଲା ସାପର ଗର୍ଜନ, ପାଖକୁ ଯାଇ ଦେଖିବା ପରେ…

ଦିଗପହଣ୍ଡି,୨୨ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ଉପକଣ୍ଠ ୧ ନଂ ଓ୍ବାର୍ଡ ଘୋଡ଼ାହାଡ଼ ଡ଼୍ୟାମ ରାସ୍ତାକଡ଼ରେ ନିର୍ମାଣାଧୀନ ମେଡିକାଲ କୋଠା ପରିସରରୁ ପ୍ରାୟ ୭…

ଗଞ୍ଜାମରେ ୯୦ ଦିନ ପାଇଁ ଧାରା ୩୦ ଲାଗୁ, ଜାଣନ୍ତୁ ଏହା କ’ଣ, କାହିଁକି ହୁଏ…

ଗଞ୍ଜାମ,୨୨ା୮(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାରେ ପୋଲିସ ଆଇନ ୧୯୬୧ର ଧାରା-୩୦ ଲାଗୁ କରାଯାଇଛି। ୯୦ ଦିନ ପାଇଁ କଟକଣା ଲଗାଇଛି ଗଞ୍ଜାମ ପୋଲିସ। ସଭା, ସମିତି ଓ…

ପୁଣି ଏକ ମାଈ ହାତୀର ମୃତଦେହ ଠାବ: ବଚ୍ଛେଦ ରିପୋର୍ଟ ଆସିବା ପରେ ହିଁ….

ରିଆମାଳ, ୨୨/୮ (ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲା ରିଆମାଳ ବନାଞ୍ଚଳ କୁଣ୍ଢେଇଗୋଳା ସେକ୍ସନ ଅନ୍ତର୍ଗତ ଚେଢ଼ଇମରା ଗ୍ରାମ ପଞ୍ଚାୟତର ଝରାବେରେଣୀ ଗ୍ରାମ ନିକଟସ୍ଥ ସଂରକ୍ଷିତ ଜଙ୍ଗଲରୁ ବନ…

ଜୁଆ ଆଡ୍ଡାରେ ଚଢାଉ: ପୋଲିସ କର୍ମଚାରୀଙ୍କୁ ହତ୍ୟା ଉଦ୍ୟମ କରି ଗଲେ ଜେଲ୍

ଦିଗପହଣ୍ଡି,୨୨|୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା କେ.ନୂଆଗାଁ ଥାନା ଡ଼ଭାର ଗ୍ରାମ ମା ‘ କାଳୀ ମନ୍ଦିର ନିକଟ ଆମ୍ବ ତୋଟାରେ ଚାଲିଥିବା ଜୁଆଆଡ୍ଡାରେ ପୋଲିସ ଟିମ୍…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri