ପାଖରେ ରହୁନାହିଁ କି ଟଙ୍କା? ଜାଣନ୍ତୁ ଚଞ୍ଚଳା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବାକୁ ନେଇ କ’ଣ କୁହନ୍ତି ଚାଣକ୍ୟ

ଜଣେ ଶ୍ରେଷ୍ଠ ବିଦ୍ୱାନ ହେବା ସହ ଦକ୍ଷ ଅର୍ଥନୀତିଜ୍ଞ ଥିଲେ ଆଚାର୍ଯ୍ୟ ଚାଣକ୍ୟ। ଜଣେ ବ୍ୟକ୍ତି ଜୀବନରେ ଅର୍ଥର ମହତ୍ୱକୁ ସେ ବୁଝିଥିଲେ। ସେ କୁହନ୍ତି, ଧନର ଦେବୀ ଲକ୍ଷ୍ମୀ। ସେ ସ୍ବଭାବରେ ଚଞ୍ଚଳ। ଏଣୁ ଧନର ସଞ୍ଚୟ କରାଯିବା ଉଚିତ। କାରଣ ବିପଦ ସମୟରେ ଧନ ହିଁ ପ୍ରକୃତ ବନ୍ଧୁର ଭୂମିକା ନିର୍ବାହ କରିଥାଏ। ଏହା ଏକ ସାଧନ। ଏଣୁ ସଞ୍ଚୟ ସମୟରେ ଗମ୍ଭୀର ରହିବା ଆବଶ୍ୟକ।

ଚାଣକ୍ୟଙ୍କ ମତରେ ଲକ୍ଷ୍ମୀ ସମସ୍ତଙ୍କ ଉପରେ କୃପା କରନ୍ତି ନାହିଁ। ଯଦି ଜଣେ ନିଜ ଜୀବନରେ ଲକ୍ଷ୍ମୀଙ୍କ ଆଶୀର୍ବାଦ ଚାହାନ୍ତି, ତେବେ ସେ କିଛି କଥା ମନେ ରଖିବା ଉଚିତ।

ଆୟ ଅପେକ୍ଷା ବ୍ୟୟ ଅଧିକ କରନ୍ତୁ ନାହିଁ
ଯିଏ ନିଜ ଆୟଠାରୁ ଅଧିକ ଖର୍ଚ୍ଚ କରେ ସେ ସର୍ବାଦା ଚିନ୍ତାଗ୍ରସ୍ତ ଥାଏ। ସେ ସର୍ବାଦା କରଜରେ ବୁଡ଼ି ରୁହନ୍ତି। ତେଣୁ ବ୍ୟକ୍ତିଙ୍କୁ ଭାବିଚିନ୍ତି ଖର୍ଚ୍ଚ କରିବା ଉଚିତ। ବିନା ବିଚାରରେ ଟଙ୍କା ଖର୍ଚ୍ଚ କଲେ ବିପଦ ସମୟରେ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିପାରେ। ଯିଏ ଧନର ମହତ୍ୱ ବୁଝେ, ତା ଉପରେ ଲକ୍ଷ୍ମୀ ପ୍ରସନ୍ନ ହୁଅନ୍ତି ବୋଲି ଚାଣକ୍ୟ କହିଛନ୍ତି।

ଅନ୍ୟର କ୍ଷତି ପାଇଁ ଚଙ୍କା ବ୍ୟବହାର କରନ୍ତୁ ନାହିଁ:
ଯଦି କେହି ଅନ୍ୟକୁ କ୍ଷତି ପହଞ୍ଚାଇବା ପାଇଁ ଟଙ୍କା ବ୍ୟବହାର କରେ ତେବେ ତାକୁ ଗୁରୁତର ପରିଣାମର ସାମ୍ନା କରିବାକୁ ପଡିପାରେ। କାରଣ ସେମାନଙ୍କ ଉପରେ ଲକ୍ଷ୍ମୀ କ୍ରୋଧିତ ହୋଇଥାନ୍ତି। ତେଣୁ ଉଚିତ କାର୍ଯ୍ୟ ପାଇଁ ଧନର ବ୍ୟବହାର କରିବା ଉଚିତ।

ସେବା/ମାନବକଲ୍ୟାଣ ପାଇଁ ପ୍ରସ୍ତୁତ ରହିବା ଉଚିତ:
ଚାଣକ୍ୟଙ୍କ ମତରେ ଜଣେ ଧନୀ ବ୍ୟକ୍ତି ସର୍ବଦା ମାନବକଲ୍ୟାଣ ପାଇଁ ପ୍ରସ୍ତୁତ ରହିବା ଉଚିତ। ମନୁଷ୍ୟଙ୍କୁ ସାହାଯ୍ୟ କରିବା ପାଇଁ ଯେଉଁମାନେ ଟଙ୍କା ଖର୍ଚ୍ଚ କରିଥାନ୍ତି, ଲକ୍ଷ୍ମୀ ସେଭଳି ଲୋକମାନଙ୍କୁ ଆଶୀର୍ବାଦ କରନ୍ତି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଂଶୁଘାତ ସମୟରେ କେମିତି ନେବେ ପ୍ରାଣୀଙ୍କ ଯତ୍ନ

ଅଂଶୁଘାତ ପାଇଁ  ସତର୍କ ଓ ସାବଧାନ ରୁହନ୍ତୁ । ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ। ଗୁହାଳକୁ ଥଣ୍ଡା ରଖିବା ସହ ସଙ୍କର ଜାତୀୟ ଗାଈ...

ଖରାଦିନେ ଗର୍ଭବତୀ ମହିଳା ଏମିତି ନିଅନ୍ତୁ ଯତ୍ନ

ଖରାଦିନେ ଗର୍ଭବତୀ ମହିଳାଙ୍କୁ ଅଧିକ ସତର୍କ ରହିବାକୁ ହେବ। ଏହି ଦିନେ ଗ୍ରୀଷ୍ମତାପରୁ ରକ୍ଷାପାଇବା ପାଇଁ ଜାଣିରଖନ୍ତୁ କିଛି ଉପାୟ। ଖରାଦିନେ ପ୍ରଚୁର ପାଣି ତ...

ସିଙ୍ଗଲ୍‌ ଚାଇଲ୍ଡ ଥିଲେ.. ଏମିତି ନିଅନ୍ତୁ ଯତ୍ନ

ଆଜିକାଲି ଅନେକଙ୍କର ପସନ୍ଦ ସିଙ୍ଗଲ ଚାଇଲ୍ଡ। କ୍ୟାରିୟର ପାଇଁ ହେଉ ବା ଆର୍ଥିକ ଚାପ ଅବା ଲାଳନପାଳନର ଅସୁବିଧା ଯୋଗୁ ସେମାନେ ଏମିତି ପସନ୍ଦ ବାଛି...

ଅବସାଦ ଦୂର ପାଇଁ ଆପଣାନ୍ତୁ ଏହି ଟିପ୍ସ

ଶରୀରକୁ ସୁସ୍ଥ ଓ ମଜଭୁତ ରଖିବାରେ ଉତ୍ତମ ଖାଦ୍ୟର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଆମେ କେତେ ରୋଗମୁକ୍ତ ଓ ସୁସ୍ଥ ଜୀବନ ବିତାଉଛେ, ତାହା ଅନେକାଂଶରେ ନିର୍ଭର...

ପାଣି ପିଅନ୍ତୁ କି ନ ପିଅନ୍ତୁ ଘରେ ରଖନ୍ତୁ ସୁରେଇ, ଆଣିବ ସୌଭାଗ୍ୟ…

ଖରାଦିନେ ମାଠିଆ ହେଉ ଅଥବା ସୁରେଇର ପାଣି ପିଇବାକୁ ଯେମିତି ଥଣ୍ଡା ଲାଗେ ସେମିତି ସ୍ବାସ୍ଥ୍ୟପ୍ରଦ ବି ହୋଇଥାଏ। ସେଥିପାଇଁ ପୂର୍ବେ ଘରେ ଘରେ ମାଠିଆ,...

ବାସ୍ତୁ ଅନୁଯାୟୀ ଘରର ମୁଖ୍ୟ ପ୍ରବେଶ ଦ୍ୱାର କିପରି ହେବା ଦରକାର…ଜାଣନ୍ତୁ

ଘରର ଭିତର ପାର୍ଶ୍ୱ କେତେ ସୁନ୍ଦର ଓ ସୁବ୍ୟବସ୍ଥିତ; ତାହାର ଅନୁମାନ ଘରର ମୁଖ୍ୟ ପ୍ରବେଶ ଦ୍ୱାରକୁ ଦେଖିଲେ ହିଁ ଜଣାପଡିଯାଏ। ତେଣୁ ଘରର ମୁଖ୍ୟ...

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା...

କେମିତି ହେବେ ଆଦର୍ଶ ଅଭିଭାବକ: ଜାଣନ୍ତୁ ଟିପ୍ସ

ପିଲାଙ୍କ ପ୍ରଥମ ଗୁରୁ ହେଉଛନ୍ତି ଅଭିଭାବକ। ସେମାନଙ୍କ ଉତ୍ତମ ଭବିଷ୍ୟତ ଗଢ଼ିବାରେ ଅଭିଭାବକଙ୍କର ହିଁ ଥାଏ ଗୁରୁତ୍ୱପୂର୍ଣ୍ଣ ଭୂମିକା। କାରଣ ପିଲାମାନେ ସର୍ବଦା ଅନୁକରଣ ପ୍ରିୟ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri