Posted inଖେଳ

Champions Trophy: ଚାମ୍ପିଅନ୍ସ ଟ୍ରଫିରେ ସୁରକ୍ଷା ଦେବାକୁ ସଫା ସଫା ମନା କରିଦେଲେ ପାକିସ୍ତାନର ପୋଲିସ କର୍ମଚାରୀ, ୧୦୦ରୁ ଅଧିକ Suspend

ନୂଆଦିଲ୍ଲୀ,୨୬।୨: ଏଥର ପଡ଼ୋଶୀ ଦେଶ ପାକିସ୍ତାନ ଚାମ୍ପିଅନ୍ସ ଟ୍ରଫିର ଆୟୋଜକ ସାଜିଛି। ପ୍ରାୟ ୨୯ ବର୍ଷ ପରେ କୌଣସି ଟୁର୍ନାମେଣ୍ଟର ଆୟୋଜକ ଦାୟିତ୍ୱ ପାକିସ୍ତାନକୁ ମିଳିଛି, ହେଲେ ଏହାର ଟିମ୍‌ ଟୁର୍ନାମେଣ୍ଟରୁ ବାଦ୍‌ ପଡ଼ିଛି। ଏସବୁ ମଧ୍ୟରେ ଚାମ୍ପିଅନ୍ସ ଟ୍ରଫିକୁ ନେଇ ନୂଆ ବିବାଦ ସାମ୍ନାକୁ ଆସିଛି। ଏଠାରେ ୧୦୦ରୁ ଅଧିକ ପୋଲିସ କର୍ମଚାରୀ ଟୁର୍ନାମେଣ୍ଟରେ ଡ୍ୟୁଟି କରିବାକୁ ମନା କରିଦେଇଛନ୍ତି।

ଜାତୀୟ ଗଣମାଧ୍ୟମ ରିପୋର୍ଟ ମୁତାବକ, ପାକିସ୍ତାର ପଞ୍ଜାବ ଅଞ୍ଚଳର ୧୦୦ରୁ ଅଧିକ ପୋଲିସ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି। କାରଣ ସେମାନେ ଚାମ୍ପିଅନ୍ସ ଟ୍ରଫି ସମୟରେ ଡ୍ୟୁଟି କରିବାକୁ ମନା କରିଦେଇଥିଲେ। ଏହି ପୋଲିସ କର୍ମଚାରୀମାନେ ଲାହୋରର ଗଦ୍ଦାଫି ଷ୍ଟାଡିୟମରୁ ହୋଟେଲ୍‌ ଯାଏ ଦଳର ସୁରକ୍ଷା ଲାଗି ନିୟୋଜିତ ହୋଇଥିଲେ। ତେବେ ସେ ଅଧିକ ସମୟ ଡ୍ୟୁଟି କରିବା ଯୋଗୁ ଅତ୍ୟଧିକ ବୋଝ ଅନୁଭବ କରୁଥିଲେ।

ପଞ୍ଜାବ ପୋଲିସର ଜଣେ ଅଧିକାରୀ କହିଛନ୍ତି, ପୋଲିସ କର୍ମଚାରୀମାନେ ଷ୍ଟାଡିୟମରୁ ହୋଟେଲ୍‌ଗୁଡ଼ିକ ମଧ୍ୟରେ ଖେଳାଳିମାନେ ଯାତ୍ରା କରିବା ସମୟରେ ସୁରକ୍ଷା ପ୍ରଦାନ କରିବାକୁ ନିୟୋଜିତ ହୋଇଥିଲେ। ହେଲେ ସେ ଅନୁପସ୍ଥିତ ରହିବା ସହ ନିଜ ଦାୟିତ୍ୱ ସମ୍ପାଦନ କରିବାକୁ ମନା କରିଥିଲେ। ଏନେଇ ଆଇଜିପି ପଞ୍ଜାବ ଉସମାନ ଅନଓ୍ବର ଙ୍କ ନିକଟରେ ଅଭିଯୋଗ ପହଞ୍ଚିବା ପରେ ସେ ପୋଲିସ କର୍ମଚାରୀଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନର ଆଦେଶ ଦେଇଛନ୍ତି। ଯେତେବେଳେ ଅନ୍ତର୍ଜାତୀୟ ଟୁର୍ନାମେଣ୍ଟରେ ସୁରକ୍ଷା ପ୍ରସଙ୍ଗ ଉଠେ, ସେତେବେଳେ ଅବହେଳାର ପ୍ରଶ୍ନ ନ ଥାଏ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବୈଶିଙ୍ଗାରେ ଲଜ୍ଜା: ଶିଶୁ କନ୍ୟାକୁ ଜଙ୍ଗଲକୁ ନେଇ ଯୌନ ନିର୍ଯାତନା

ବୈଶିଙ୍ଗା,୨୧।୯(ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅଞ୍ଚଳରେ ଜଣେ ୬ ବର୍ଷୀୟା ଶିଶୁ କନ୍ୟାଙ୍କୁ ୧୩ ବର୍ଷିୟ ସମ୍ପର୍କୀୟ ନାବାଳକ ଭାଇ ଯୌନ ନିର୍ଯାତନା ଦେଇଥିବା…

IPL 2027 ପୂର୍ବରୁ CSKର ବଡ଼ ଘୋଷଣା: ନୂଆ ହେଡ କୋଚ ହେଲେ…

ଚେନ୍ନାଇ,୨୧।୯: ଇଣ୍ଡିଆନ ପ୍ରିମିୟର ଲିଗ (IPL) 2027 ପୂର୍ବରୁ ଚେନ୍ନାଇ ସୁପର କିଙ୍ଗ୍ସ (CSK) ଏକ ବଡ଼ ଘୋଷଣା କରିଛି। ଭାରତର ପୂର୍ବତନ ତାରକା ଦ୍ରୁତ ବୋଲର୍‌…

ଅଧୁରା ରହିଗଲା ବୈଭବଙ୍କ ବଡ଼ ଇଚ୍ଛା, ଏବେ ଶ୍ରେୟସଙ୍କ ନିଷ୍ପତ୍ତି ଉପରେ ନଜର

ନୂଆଦିଲ୍ଲୀ: ଏସିଆନ ଗେମ୍ସ ପୂର୍ବରୁ ଜାପାନ ବିପକ୍ଷରେ ଭାରତୀୟ କ୍ରିକେଟ ଦଳ ଏକ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ ଖେଳିବ। ଏହି ମ୍ୟାଚ ପାଇଁ ଶ୍ରେୟସ ଆୟରଙ୍କ ନେତୃତ୍ୱରେ…

ମଙ୍ଗଳଙ୍କ ନକ୍ଷତ୍ର ପରିବର୍ତ୍ତନରେ ୪ ରାଶିଙ୍କୁ ଫାଇଦା ହିଁ ଫାଇଦା, ୨୪ ତାରିଖରୁ ବର୍ଷିିବ ଧନ, ଚାକିରିରେ ବଡ଼ ପଦୋନ୍ନତି!

ଭୁବନେଶ୍ୱର: ଜ୍ୟୋତିଷୀୟ ଗଣନା ଅନୁଯାୟୀ, ମଙ୍ଗଳ ଦେବ ବର୍ତ୍ତମାନ ପୁନର୍ବସୁ ନକ୍ଷତ୍ରରେ ଅବସ୍ଥାନ କରୁଛନ୍ତି। ଆସନ୍ତା ୨୪ ସେପ୍ଟେମ୍ବର ୨୦୨୬ରେ ମଙ୍ଗଳ ପୁଷ୍ୟ ନକ୍ଷତ୍ରରେ ପ୍ରବେଶ କରିବେ।…

ବାତ୍ୟା ଆସିଲେ ଭୂସ୍ଖଳନ ଭୟ: ୨ ଦିନ ବନ୍ଦ ରହିବ କଳିଙ୍ଗା ଘାଟି

ଜି.ଉଦୟଗିରି,୨୧।୯(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): କନ୍ଧମାଳ ଓ ଗଞ୍ଜାମ ସୀମାନ୍ତବର୍ତ୍ତୀ କଳିଙ୍ଗା ଘାଟି ଦେଇ ବିଜୟୱାଡ଼ା ରାଞ୍ଚିକୁ ସଂଯୋଗ କରୁଥିବା ୧୫୭ ନମ୍ବର ଜାତୀୟ ରାଜପଥ ଏବେ…

ଭଞ୍ଜନଗରରେ ଅଧିକ ବର୍ଷା ଆଶଙ୍କା: ତଳିଆ ଅଞ୍ଚଳବାସୀଙ୍କ ପାଇଁ ସତର୍କ ସୂଚନା ଜାରି

ଭଞ୍ଜନଗର,୨୧।୯(ବାବୁଲା ପ୍ରଧାନ): ଭଞ୍ଜନଗର ଜଳଭଣ୍ଡାରରେ ବର୍ତ୍ତମାନ ପ୍ରାୟ ୮୬ ପ୍ରତିଶତ ଜଳ ସଞ୍ଚିତ ଥିବାବେଳେ ଆଗାମୀ ଦିନରେ ଅଧିକ ବର୍ଷାର ସମ୍ଭାବନା ଅଛି । ତେଣୁ ଭଞ୍ଜନଗର…

ସେପ୍ଟେମ୍ବର ୨୩ରେ ଘଟିବ ବିରଳ ଘଟଣା; ଦିନ-ରାତି ୧୨-୧୨ ଘଣ୍ଟା….

ନୂଆଦିଲ୍ଲୀ,୨୧।୯: ଆସନ୍ତା ୨୩ ସେପ୍ଟେମ୍ବରରେ ଆକାଶରେ ଦେଖିବାକୁ ମିଳିବ ଏକ ବିଶେଷ ଭୌଗଳିକ ଘଟଣା । ଏହି ତାରିଖରେ ଦିନ ଓ ରାତିର ସମୟ ପ୍ରାୟ ସମାନ…

ଅମିତ ଶାହାଙ୍କୁ ଭେଟିଲେ ଗୌତମ ଗମ୍ଭୀର: ଦେଲେ ଏହି ବିଶେଷ ଉପହାର, ଚାରିଆଡେ ଚର୍ଚ୍ଚା

ନୂଆଦିଲ୍ଲୀ,୨୧।୯: ଭାରତୀୟ କ୍ରିକେଟ ଦଳର ମୁଖ୍ୟ କୋଚ ଗୌତମ ଗମ୍ଭୀର ସୋମବାର କେନ୍ଦ୍ରୀୟ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କୁ ସାକ୍ଷାତ କରିଛନ୍ତି। ଏହି ସାକ୍ଷାତକାରର ଫଟୋ ଗମ୍ଭୀର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?