Posted inଖେଳ

ଚାମ୍ପିୟନ୍ସ ଲିଗ୍‌: ୩୪ ବର୍ଷୀୟ ଗିରୋଡ୍‌ ଦେଲେ ୪ ଗୋଲ୍‌

ସେଭିଲି (ସ୍ପେନ୍‌), ୪ା୧୨ (ଏପି)-ଚାମ୍ପିୟନ୍ସ ଲିଗ୍‌ ଫୁଟ୍‌ବଲ ଟୁର୍ନାମେଣ୍ଟରେ ସବୁଠାରୁ ବୟସ୍କ ଖେଳାଳି ଭାବେ ହ୍ୟାଟ୍ରିକ ଅର୍ଜନ କରିଛନ୍ତି ଚେଲ୍‌ସି ଷ୍ଟ୍ରାଇକର ଅଲିଭର ଗିରୋଡ୍‌। ସେଭିଲା ବିପକ୍ଷରେ ମ୍ୟାଚରେ ୪ ଗୋଲ ସ୍କୋର କରି ତାଙ୍କ ଦଳକୁ ୪-୦ ଗୋଲରେ ବିଜୟୀ କରାଇଛନ୍ତି। ଏହାଦ୍ୱାରା ଚେଲ୍‌ସି ଗ୍ରୁପ୍‌-ଇ’ରେ ପ୍ରଥମ ସ୍ଥାନ ଅଧିକାର କରିଛି। ୧୯୬୫ରେ ୟୁରୋପିଆନ୍‌ କପ୍‌ର ଏକ ମ୍ୟାଚରେ ଫେରେଙ୍କ୍‌ ପୁକାସ ୩ ଗୋଲ ସ୍କୋର କରିବାପରଠାରୁ ୩୪ ବର୍ଷ ବୟସରେ ଏକ ପ୍ରତିଯୋଗିତାରେ ହ୍ୟାଟ୍ରିକ୍‌ ଅର୍ଜନ କରିବାରେ ଗିରୋଡ୍‌ ସବୁଠାରୁ ବୟସ୍କ ଖେଳାଳି ହେବାର ଗୌରବ ଅର୍ଜନ କରିଛନ୍ତି। ଫ୍ରାନ୍ସର ଏହି ଅନ୍ତର୍ଜାତୀୟ ଷ୍ଟ୍ରାଇକର ୮ମ ଓ ୫୪ତମ ମିନିଟ୍‌ରେ ନିଖୁଣ ଶଟ୍‌ ମାରି ଗୋଲ ସ୍କୋର କରିଥିଲେ। ପରେ ୭୪ତମ ମିନିଟ୍‌ରେ ଏକ ହେଡର ଏବଂ ୮୩ ତମ ମିନିଟ୍‌ରେ ଏକ ପେନାଲ୍ଟି କିକ୍‌କୁ ସେ ଗୋଲରେ ରୂପାନ୍ତରିତ କରିଥିଲେ। ଚାମ୍ପିୟନ୍ସ ଲିଗ୍‌ର ଗୋଟିଏ ମ୍ୟାଚରେ ଜଣେ ବ୍ୟକ୍ତିଗତ ୪ଟି ଗୋଲ ସ୍କୋର କରିବା ଏକ ବଡ଼ ସଫଳତା। ଏଥିରେ ସେ ଖୁବ୍‌ ଆନନ୍ଦିିତ ବୋଲି କହିଛନ୍ତି ଚେଲ୍‌ସି କୋଚ୍‌ ଫ୍ରାଙ୍କ୍‌ ଲାମ୍ପାର୍ଡ। ଗିରୋଡ୍‌ ଏହା ପୂର୍ବରୁ ଆଉ ଥରେ ୪ଗୋଲ ସ୍କୋର କରିଥିଲେ। ଫ୍ରାନ୍ସରେ ଲିଗ୍‌-୨ରେ ଟୁର୍ସ ଦଳ ତରଫରୁ ଖେଳୁଥିବାବେଳେ ଗୋଟିଏ ମ୍ୟାଚରେ ସେ ୪ଟି ଗୋଲ ଦେଇଥିଲେ। ଚାମ୍ପିୟନ୍ସ ଲିଗ୍‌ରେ ଚେଲ୍‌ସି ତରଫରୁ ହ୍ୟାଟ୍ରିକ ଅର୍ଜନ କରିବାରେ ଗିରୋଡ୍‌ ଦ୍ୱିତୀୟ ଖେଳାଳି। ତାଙ୍କ ପୂର୍ବରୁ ୨୦୦୬ରେ ଡିଡିଏ ଡ୍ରୋଗ୍‌ବା ଏହି ସଫଳତା ହାସଲ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ମେକ୍ସିକୋରେ ପହଞ୍ଚିଲେ ଇରାନ ଖେଳାଳି

ତିଜୁଆନା, ୮ା୬- ଆସନ୍ତା ୧୧ ତାରିଖରୁ ଆରମ୍ଭ ହେବାକୁ ଥିବା ଫିଫା ବିଶ୍ୱକପ୍‌ ଲାଗି ଇରାନ ଦଳର ଖେଳାଳିମାନେ ସୋମବାର ମେକ୍ସିକୋରେ ପହଞ୍ଚିଛନ୍ତି। ଘାତକ ମିସାଇଲ ଆକ୍ରମଣରେ…

‘ଅଧିକ ଆଶା ରଖିବା ଭୁଲ’, ବୈଭବଙ୍କୁ ନେଇ କପିଲ ଦେବଙ୍କ ବଡ଼ ବୟାନ:, କ୍ରିକେଟ ଜଗତରେ ଚହଳ

ନୂଆଦିଲ୍ଲୀ, ୮।୬: ଆଇପିଏଲ ୨୦୨୬ରେ ପ୍ରଭାବଶାଳୀ ପ୍ରଦର୍ଶନ ପାଇଁ ବୈଭବ ସୂର୍ଯ୍ୟବଂଶୀ ଭାରତୀୟ ଟି୨୦ ଦଳରେ ସ୍ଥାନ ପାଇଛନ୍ତି। ଏହି ୧୫ ବର୍ଷୀୟ ବ୍ୟାଟସମ୍ୟାନଙ୍କୁ ଆୟର୍ଲାଣ୍ଡ-ଇଂଲଣ୍ଡ ଏବଂ…

ଭାରତ ପାଇଁ ଖେଳିବା ପୂର୍ବରୁ ବୈଭବ ସୂର୍ଯ୍ୟବଂଶୀଙ୍କୁ ମିଳିଲା ଚେତାବନୀ: ଆଗକୁ…

ନୂଆଦିଲ୍ଲୀ,୮।୬: ମାତ୍ର ୧୫ ବର୍ଷ ବୟସରେ ବିଶ୍ୱର ସବୁଠାରୁ ଚର୍ଚ୍ଚିତ କ୍ରିକେଟର ପାଲଟିଛନ୍ତି ବୈଭବ ସୂର୍ଯ୍ୟବଂଶୀ। IPLରେ ଚହଳ ସୃଷ୍ଟି କରିବା ଠାରୁ ଆରମ୍ଭ କରି ଟିମ…

ଇତିହାସ ରଚିଲା ଟିମ୍‌ ଇଣ୍ଡିଆ: ଟେଷ୍ଟ କ୍ରିକେଟ ଇତିହାସରେ…

ଚଣ୍ଡିଗଡ଼,୮।୬: ଏକମାତ୍ର ଟେଷ୍ଟରେ ଟିମ ଇଣ୍ଡିଆ ଆଫଗାନିସ୍ତାନକୁ ଏକ ଇନିଂସ ଏବଂ ୩୦୦ ରନରେ ପରାସ୍ତ କରିଛି। ଏହା ଟେଷ୍ଟ କ୍ରିକେଟ ଇତିହାସରେ ଟିମ ଇଣ୍ଡିଆର ସବୁଠାରୁ…

ପରମ୍ପରା କାହିଁକି ଭାଙ୍ଗିଲେ ଜୟ ଶାହା? ସେ ଜଣେ ପାକିସ୍ତାନୀ ଖେଳାଳିଙ୍କ ସହ ସର୍ବସାଧାରଣରେ ହାତ ମିଳାଇଲେ

ନୂଆଦିଲ୍ଲୀ,୮।୬: ଭାରତ ଏବଂ ପାକିସ୍ତାନ ମଧ୍ୟରେ ସମ୍ପର୍କ ଏତେ ଖରାପ ହୋଇଯାଇଛି ଯେ ଉଭୟ ଦେଶର ଖେଳାଳିମାନେ କ୍ରିକେଟ ପଡ଼ିଆରେ ହାତ ମିଳାନ୍ତି ନାହିଁ। ପାକିସ୍ତାନ ଲଗାତାର…

ଖାଲି କ୍ରିକେଟ ଖେଳିବାକୁ ଆସିନି, ୧୦-୨୦ ବର୍ଷ ଯାଏ ଡୋମିନେଟ୍‌ କରିବାକୁ ଚାହୁଁଛି: ବୈଭବଙ୍କ…

ନୂଆଦିଲ୍ଲୀ,୭।୬: ଆଇପିଏଲ୍‌ ୨୦୨୬ରେ ନିଜର ବିସ୍ଫୋରକ ବ୍ୟାଟିଂ ଦ୍ୱାରା ସାରା ବିଶ୍ୱକୁ ଚକିତ କରିଥିବା ୧୫ ବର୍ଷର ଯୁବ କ୍ରିକେଟରବୈଭବ ସୂର୍ଯ୍ୟବଂଶୀଙ୍କୁ ଶନିବାର ଦିନ ଏକ ବଡ଼…

ଟିମ ଇଣ୍ଡିଆରେ ଏଣ୍ଟ୍ରି ପରେ ବିଜ୍ଞାପନ ବଜାରରେ ଛାଇଗଲେ ସୂର୍ଯ୍ୟବଂଶୀ; କିନ୍ତୁ ବିରାଟ-ରୋହିତଙ୍କ ଭଳି କରିପାରିବେନି ସବୁ ବ୍ରାଣ୍ଡର ପ୍ରଚାର, ଜାଣନ୍ତୁ କାହିଁକ?

ନୂଆଦିଲ୍ଲୀ,୭।୬: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ଆୟରଲ୍ୟାଣ୍ଡ ଏବଂ ଇଂଲଣ୍ଡ ଗସ୍ତ ସହିତ ଏସିଆନ ଗେମ୍ସ ପାଇଁ ମଧ୍ୟ ନିଜର ଟି-୨୦ ଦଳ ଘୋଷଣା କରିସାରିଛି।…

‘ସ୍ବପ୍ନ ପୂରଣ ହେଲା..’, ବିରାଟ କୋହଲିଙ୍କୁ ନେଇ ଏମିତି କଥା କହିଲେ ବୈଭବ ସୂର୍ଯ୍ୟବଂଶୀ, ଏବେ ହେଉଛି ଖୁବ ଚର୍ଚ୍ଚା

ନୂଆଦିଲ୍ଲୀ,୭।୬: ଯଦିଓ RCB GTକୁ ପରାସ୍ତ କରି IPL 2026 ଟାଇଟଲ ଜିତିଥିଲା, କିନ୍ତୁ 19ତମ ସିଜିନ ବୈଭବ ସୂର୍ଯ୍ୟବଂଶୀଙ୍କ ପ୍ରଦର୍ଶନ ପାଇଁ ମନେ ରହିବ। ବୈଭବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri