Posted inଜାତୀୟ

ଏନ୍‌ଇପିକୁ ଚ୍ୟାଲେଞ୍ଜ, ହିନ୍ଦୀକୁ ବିରୋଧ: ତାମିଲନାଡୁ ଆଣିଲା ନିଜସ୍ବ ଶିକ୍ଷାନୀତି

ଚେନ୍ନାଇ,୯ା୮(ପି.ଟି.):କେନ୍ଦ୍ରର ଏନ୍‌ଇପି ବିରୋଧରେ ତାମିଲାନାଡ଼ୁ ମୁଖ୍ୟମନ୍ତ୍ରୀ ଏମ୍‌.କେ. ଷ୍ଟାଲିନ୍‌ ଶୁକ୍ରବାର ରାଜ୍ୟର ନୂଆ ଶିକ୍ଷାନୀତି ଉନ୍ମୋଚନ କରିଛନ୍ତି। ଏନ୍‌ଇପି ସାମାଜିକ ନ୍ୟାୟ ବିରୋଧୀ ଥିଲା ଏବଂ ରାଜ୍ୟରେ ହିନ୍ଦୀ ଭାଷାକୁ ଲଦିଦେବା ଲକ୍ଷ୍ୟ ରହିଥିଲା ବୋଲି ଷ୍ଟାଲିନ୍‌ ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି, ମାତୃଭାଷା ତାମିଲ ଆମ ପରିଚୟ ଓ ଗର୍ବ। ରାଜ୍ୟରେ କେବଳ ତାମିଲ ଏବଂ ଇଂଲିଶ ଦ୍ୱିଭାଷୀ ନୀତି କାର୍ଯ୍ୟକାରୀ ହେବ। ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ପାଇଁ ନୂଆ ରାଜ୍ୟ ଶିକ୍ଷାନୀତି (ଏସ୍‌ଇପି) ଅଣାଯାଇଛି। ଏଥିରେ ବିଜ୍ଞାନ, କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ଏବଂ ଇଂଲିଶକୁ ପ୍ରାଧାନ୍ୟ ଦିଆଯାଇଛି।
ନୂଆ ଚିଠା ଶିକ୍ଷାନୀତି ପ୍ରସ୍ତୁତି ଲାଗି ୨୦୨୨ରେ ତାମିଲନାଡୁ ସରକାର ଅବସରପ୍ରାପ୍ତ ବିଚାରପତି ମୁରୁଗେସନଙ୍କ ଅଧ୍ୟକ୍ଷତାରେ ୧୪ ଜଣିଆ କମିଟି ଗଠନ କରିଥିଲେ। କମିଟି ଗତମାସରେ ମୁଖ୍ୟମନ୍ତ୍ରୀଙ୍କୁ ଏନେଇ ସୁପାରିସ୍‌ କରିଥିଲାବେଳେ ଶୁକ୍ରବାର କୋଟ୍ଟୁରପୁରମ୍‌ସ୍ଥିତ ଆନ୍ନା ସେଣ୍ଟେନାରି ଲାଇବ୍ରେରି ଅଡିଟୋରିୟମ୍‌ରେ ଉକ୍ତ ଶିକ୍ଷାନୀତିକୁ ଆନୁଷ୍ଠାନିକ ଭାବେ ଉନ୍ମୋଚନ କରାଯାଇଛି। କେନ୍ଦ୍ର ସରକାରଙ୍କ ଜାତୀୟ ଶିକ୍ଷାନୀତିରେ ଥିବା ତ୍ରିଭାଷୀ ସୂତ୍ରକୁ ରାଜ୍ୟ ଶିକ୍ଷାନୀତିରେ ପ୍ରତ୍ୟାଖ୍ୟାନ କରାଯାଇଛି। ସାଧାରଣ ପ୍ରବେଶିକା ପରୀକ୍ଷା ପରିବର୍ତ୍ତେ ଏକାଦଶ ଏବଂ ଦ୍ୱାଦଶ ଶ୍ରେଣୀର ମିଳିତ ନମ୍ବର ଆଧାରରେ କଳା ଓ ବିଜ୍ଞାନ ଅଣ୍ଡରଗ୍ରାଜୁଏଟ୍‌ ପାଠ୍ୟକ୍ରମରେ ନାମଲେଖା ପାଇଁ ଏଥିରେ ସୁପାରିସ କରାଯାଇଛି। ସେହିପରି ତୃତୀୟ, ପଞ୍ଚମ ଏବଂ ଅଷ୍ଟମ ଶ୍ରେଣୀରେ ସାଧାରଣ ପରୀକ୍ଷା ପାଇଁ ଏନ୍‌ଇପିରେ ଥିବା ପ୍ରସ୍ତାବକୁ ରାଜ୍ୟ ଶିକ୍ଷାନୀତିରେ ବିରୋଧ କରାଯାଇଛି। ଏଭଳି ପରୀକ୍ଷା ସାମାଜିକ ନ୍ୟାୟ ବିରୋଧୀ ଏବଂ ଅଧିକ ସଂଖ୍ୟାରେ ପିଲାମାନେ ପାଠପଢ଼ା ଛାଡ଼ିବାର ସମ୍ଭାବ୍ୟ କାରଣ ତଥା ଶିକ୍ଷାର ବ୍ୟବସାୟୀକରଣ ବୋଲି ଏନ୍‌ଇପିରେ ଉଲ୍ଲେଖ ରହିଛି। କମିଟି ବିଜ୍ଞାନ, ଏଆଇ ଏବଂ ଇଂଲିଶକୁ ସର୍ବାଧିକ ପ୍ରାଧାନ୍ୟ ଦେବା ସହ ରାଜ୍ୟ ଶିକ୍ଷାନୁଷ୍ଠାନଗୁଡ଼ିକରେ ପର୍ଯ୍ୟାପ୍ତ ପୁଞ୍ଜିନିବେଶ ଲାଗି ପ୍ରସ୍ତାବ ଦେଇଛି। ଶିକ୍ଷାକୁ ଯୁଗ୍ମ ତାଲିକାରୁ ରାଜ୍ୟ ତାଲିକାକୁ ଫେରାଇ ଆଣିବାକୁ କମିଟି ସୁପାରିସ କରିଛି।
ସିବିଏସ୍‌ଇ, ଆଇସିଏସ୍‌ଇ, ରାଜ୍ୟ ବୋର୍ଡ ସମେତ ସମସ୍ତ ବୋର୍ଡରେ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପିଲାମାନେ ତାମିଲ ଭାଷା ପଢ଼ିବେ ବୋଲି ତାମିଲନାଡୁ ଶିକ୍ଷାମନ୍ତ୍ରୀ ଅନବିଲ୍‌ ମହେଶ କହିଛନ୍ତି। ଏହି ଶିକ୍ଷାନୀତି ପ୍ରସ୍ତୁତ ପାଇଁ କମିଟିକୁ ଗୋଟିଏ ବର୍ଷ କଠିନ ପରିଶ୍ରମ କରିବାକୁ ପଡ଼ିଥିଲା।
ଏହା ଅନ୍ୟ କୌଣସି ରାଜ୍ୟରୁ ଉଧାର ଅଣାଯାଇ ନ ଥିବା ସେ କହିଛନ୍ତି। ପୂର୍ବତନ ରାଜ୍ୟପାଳ ତଥା ବରିଷ୍ଠ ଭାଜପା ନେତ୍ରୀ ତାମିଲିସାଇ ସୌନ୍ଦରରାଜନ ତାମିଲନାଡୁ ଶିକ୍ଷାନୀତିକୁ ‘ରାଜ୍ୟ ଅହଂକାରୀ ନୀତି’ କହି ନିନ୍ଦା କରିଛନ୍ତି। ପାଣ୍ଠି ମଞ୍ଜୁରୀକୁ ନେଇ କେନ୍ଦ୍ର-ରାଜ୍ୟ ଉତ୍ତେଜନା ଲାଗିରହିଥିବାବେଳେ ଷ୍ଟାଲିନ୍‌ ସରକାର ନୂଆ ଶିକ୍ଷାନୀତି ଆଣିଛନ୍ତି। ଡିଏମ୍‌କେ ସରକାର ଏନ୍‌ଇପି ଲାଗୁ କରିବାକୁ ମନା କରିବାରୁ ସମଗ୍ର ଶିକ୍ଷା ଯୋଜନାରୁ କେନ୍ଦ୍ର ୨,୧୫୨ କୋଟି ଟଙ୍କା ପ୍ରତ୍ୟାହାର କରିନେଇଥିବା ତାମିଲନାଡୁ ଅଭିଯୋଗ କରିଥିଲା। ରାଜ୍ୟ ସରକାର ଏନ୍‌ଇଇଟିକୁ ଗ୍ରହଣ କଲେ ପାଣ୍ଠି ମଞ୍ଜୁର କରାଯିବ ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିତ୍ଲେ। ତେବେ ସେମାନେ ଯଦି ୧,୦୦୦ କୋଟି ଦିଅନ୍ତି, ତଥାପି ଆମେ ଏନ୍‌ଇପି ଲାଗୁ କରିବୁ ନାହୁଁ ବୋଲି ଉଦୟନିଧି ଷ୍ଟାଲିନ୍‌ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବୁଧ-ଗୁରୁଙ୍କ ଯୁତିରେ ୪ ରାଶିଙ୍କ ଫିଟିବ ଭାଗ୍ୟ, ଟଙ୍କାରେ ଭରିଯିବ ସିନ୍ଦୁକ, ଚାକିରିରେ ବଡ଼ ପଦବୀ…

ବୈଦିକ ଜ୍ୟୋତିଷରେ ବୁଧ ଏବଂ ବୃହସ୍ପତି (ଗୁରୁ) ଉଭୟ ଅତ୍ୟନ୍ତ ଶୁଭ ଗ୍ରହ, କାରଣ ଶୁକ୍ରଙ୍କ ତୁଳନାରେ ଏମାନଙ୍କ ମଧ୍ୟରେ ଦେବତ୍ୱ ରହିଛି। ଯେତେବେଳେ ବୁଧ-ଗୁରୁଙ୍କ ଯୁତି,…

ବିଫଳତାର ସ୍ମାରକୀ

ଚଳିତ ମାସରୁ ୱାଶିଂଟନ ଡିସିରେ ଡୋନାଲ୍ଡ ଟ୍ରମ୍ପ୍‌ ଏକ ତୋରଣାକୃତି ବିଜୟ ସ୍ମାରକୀ କାମ ଆରମ୍ଭ କରିବାକୁ ଯାଉଛନ୍ତି। ପ୍ୟାରିସ୍‌ର ‘ଆର୍କ ଡି ଟ୍ରାୟୋମ୍ଫ’ ଢାଞ୍ଚାରେ ଏହାକୁ…

ସକାଳୁ ସକାଳୁ ବର୍ଷାକୁ ନେଇ ବଡ଼ ଅପଡେଟ୍‌: ଜାରି ହେଲା ଆଲର୍ଟ, ଓଡ଼ିଶାର ଏହି ଜିଲାରେ…

ଭୁବନେଶ୍ୱର,୨୦ା୯(ସୌମ୍ୟରଞ୍ଜନ ରାଉତ): ଉତ୍ତର ଆଣ୍ଡାମାନ ସାଗର ଓ ତା’ର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସୃଷ୍ଟ ଘୂର୍ଣ୍ଣିବଳୟ ଶନିବାର ସାରେ ଲଘୁଚାପର ରୂପ ନେଇଛି। ପଶ୍ଚିମ ଓ ଉତ୍ତର ପଶ୍ଚିମ…

ଚାଲାଣ ବେଳେ ଧରାପଡ଼ିଲା ୧୧୪୦ କେଜି ଗଞ୍ଜେଇ

ତୁମୁଡିବନ୍ଧ,୧୯ା୯(ଦୀପକ କୁମାର ପରାସେଠ): ଏକ ବଡ଼ ଧରଣର ଗଞ୍ଜେଇ ଚୋରା ଚାଲାଣକୁ ପଣ୍ଡ କରିଛି କନ୍ଧମାଳ ଜିଲା ତୁମୁଡିବନ୍ଧ ପୋଲିସ। ଚୋରା ଚାଲାଣ ହେବାକୁ ଥିବା ଗଞ୍ଜେଇ…

ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ ପ୍ରଶ୍ନପତ୍ର ଲିକ୍‌: ସାଇବର ଥାନାରେ ମାମଲା, ତଦନ୍ତ ପାଇଁ ଗଠନ ହେଲା କମିଟି

କୋରାପୁଟ,୧୯(ଅମିତାଭ ବେହେରା): ବିକ୍ରମ ଦେବ ବିଶ୍ୱବିଦ୍ୟାଳୟର ଇଂଲିଶ ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌ ହୋଇଥିବା ଅଭିଯୋଗକୁ ନେଇ ଚର୍ଚ୍ଚା ଏବେ ଜୋର ଧରିଛି। ଘଟଣାର ଗମ୍ଭିରତା ଦୃଷ୍ଟିରୁ ବିଶ୍ୱବିଦ୍ୟାଳୟ…

ଧରାପଡ଼ିଲେ ନକଲି ଏମ୍‌ଭିଆଇ

ଫୁଲବାଣୀ,୧୯ା୯(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ସାରଙ୍ଗଡ ଥାନା ପୋଲିସ ଜଣେ ନକଲି ମୋଟର ଯାନ ନିରୀକ୍ଷକ(ଏମ୍‌ଭିଆଇ)ଙ୍କୁ ଗିରଫ କରିଛି। ସେ ହେଲେ ଚକାପାଦ ଥାନା ଅନ୍ତର୍ଗତ…

ମଧ୍ୟପ୍ରଦେଶ ଟ୍ରାଜେଡ଼ି: ୫ ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୯।୯: ମଧ୍ୟପ୍ରଦେଶକୁ ବୁଲିବାକୁ ତଥା ଦେବଦର୍ଶନ ପାଇଁ ଯାଇଥିବା ଓଡ଼ିଶାର ଗୋଟିଏ ପରିବାରର ୭ ଜଣ ସଦସ୍ୟଙ୍କର ଏକ ମର୍ମନ୍ତୁଦ ଦୁର୍ଘଟଣାରେ ଅକାଳ ମୃତ୍ୟୁ ଘଟଣାରେ…

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ: ୨୨ ସେପ୍ଟେମ୍ବର ସୁଦ୍ଧା ଗଭୀର ଅବପାତ ରୂପ ନେବା ଆଶଙ୍କା

ଭୁବନେଶ୍ୱର, ୧୯।୯: ଉତ୍ତର ଆଣ୍ଡାମାନ ସାଗର ଏବଂ ତାହାର ସଂଲଗ୍ନ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଶନିବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?