Posted inଜାତୀୟ

ରାଜ୍ୟ ସଭାରେ ଗୁରୁଦକ୍ଷିଣା ମାଗିଲେ ଅଧ୍ୟକ୍ଷ ଜଗଦୀପ ଧନଖର

ନୂଆଦିଲ୍ଲୀ,୪।୮: ଏଥର ସଂସଦର ମୌସୁମୀ ଅଧିବେଶନରେ ମଣିପୁର ହିଂସା, ଦିଲ୍ଲୀ ନିୟମ ଏବଂ ନହୁ ହିଂସା ସମେତ ଦଳ ଓ ବିରୋଧୀ ଦଳ ମଧ୍ୟରେ ରାଜନୈତିକ ତିକ୍ତତା ଲାଗି ରହିଛି, କିନ୍ତୁ ଶୁକ୍ରବାର ରାଜ୍ୟ ସଭାରେ ହସ-ଖୁସିର ମାହୋଲ ଥିଲା। ରାଜ୍ୟ ସଭା ଅଧ୍ୟକ୍ଷ ଜଗଦୀପ ଧନଖର ଗୃହର କିଛି ସଦସ୍ୟଙ୍କୁ ଜନ୍ମଦିନରେ ଅଭିନନ୍ଦନ ଜଣାଇଥିଲେ। ସେ ଏମ୍‌ପି ମୋପି ଦେବୀ, ମନୋଜ ଝା ଏବଂ ଇମ୍ରାନ ପ୍ରତାପଗଢି ଏବଂ ଅନ୍ୟ ସଦସ୍ୟମାନଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି।
ଏହି ସମୟରେ ଧନଖର ତାଙ୍କ ଜୁନିଅର ସହକର୍ମୀ ତଥା ଏମ୍‌ପି ଦିପେନ୍ଦ୍ର ସିଂ ହୁଡାଙ୍କ ନାମ ନେଇ ତାଙ୍କୁ ଗୁରୁଦକ୍ଷିଣା ମାଗିଥିଲେ। ସେ କହିଥିଲେ, ଦିପ୍ରେନ୍ଦ୍ର ୩ ଥର ଲୋକ ସଭା ଏମ୍‌ପି ହୋଇଛନ୍ତି। ବର୍ତ୍ତମାନ ସେ ଜଣେ ଗୃହର ସଦସ୍ୟ। ଏହି ପରିପ୍ରେକ୍ଷୀରେ ତାଙ୍କର ଅଭିଜ୍ଞତା ବହୁତ ଲମ୍ବା, କିନ୍ତୁ ସେ ମାୟୋ କଲେଜରେ ମୋ ଜୁନିଅର ଥିଲେ। ଏହି ଅର୍ଥରେ ମୁଁ ତାଙ୍କର ପରାମର୍ଶଦାତା ହୋଇସାରିଛି। ଏଭଳି ପରିସ୍ଥିତିରେ ଆଜି ମୁଁ ଗୁରୁଦକ୍ଷିଣା ତାଙ୍କଠାରୁ ନେଇଯିବି। ଅଧ୍ୟକ୍ଷଙ୍କଠାରୁ ଏପରି କଥା ଶୁଣି ସମସ୍ତେ ହସିଥିଲେ।
ସୂଚନାଯୋଗ୍ୟ, ଦେଶର ଉପରାଷ୍ଟ୍ରପତି ତଥା ରାଜ୍ୟ ସଭା ଅଧ୍ୟକ୍ଷ ଜଗଦୀପ ଧନଖର ଗୃହର ସଦସ୍ୟମାନଙ୍କୁ ଜନ୍ମଦିନରେ ଅଭିନନ୍ଦନ ଜଣାଇବାର ଏକ ନୂତନ ପରମ୍ପରା ଆରମ୍ଭ କରିଛନ୍ତି। ଯେତେବେଳେ ଗୃହ ଅଧିବେଶନରେ ଅଛି, ପ୍ରକ୍ରିୟା ଆରମ୍ଭ ପୂର୍ବରୁ ଏବଂ ଛୁଟିଦିନରେ ସେ ବ୍ୟକ୍ତିଗତ ଭାବେ ଫୋନରେ ସଦସ୍ୟମାନଙ୍କୁ ଅଭିନନ୍ଦନ ଜଣାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶୋଇଥିଲେ ୭ ବର୍ଷର ଶିଶୁ, କାମୁଡ଼ିଲା ସାପ: ଆଉ ତା’ପରେ…

ନର୍ଲା,୧୭।୮(ସନ୍ତୋଷ ପାତ୍ର)-କଳାହାଣ୍ଡି ଜିଲା ନର୍ଲା ଥାନା ଅନ୍ତର୍ଗତ କମର୍ଦ୍ଧା ପଞ୍ଚାୟତ ଉଲିଗୁଞ୍ଜେର ଗାଁରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଏଠାରେ ସାପ କାମୁଡାରେ ଜଣେ ୭…

JSSC CGL ପରୀକ୍ଷା ବାତିଲ: ଶେଷରେ ଛାତ୍ରଙ୍କ ଆଗରେ ନଇଁଲେ ମୁଖ୍ୟମନ୍ତ୍ରୀ

ରାଞ୍ଚି,୧୭।୮: ରାଞ୍ଚିରେ ଛାତ୍ର ବିରୋଧ ମଧ୍ୟରେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଏକ ବଡ଼ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, କ୍ୟାବିନେଟ JSSC-CGL ପରୀକ୍ଷା ବାତିଲ କରିବାକୁ…

ଘାଟିରେ ଡାଳିମ୍ବ ବୋଝେଇ ମିନିଟ୍ରକ ଦୁର୍ଘଟଣାଗ୍ରସ୍ତ: ବୁଲାଣିରେ ଘଟିଲା…

ଦାରିଙ୍ଗବାଡି, ୧୭।୮(ଅରୁଣ ସାହୁ): କନ୍ଧମାଳ-ଗଞ୍ଜାମ ଜିଲା ସିମା ଗାଜଲବାଡି ଘାଟିରେ ଏକ ଡାଳିମ୍ବ ବୋଝେଇ ମିନିଟ୍ରକ ଦୁର୍ଘଟଣାଗ୍ରସ୍ତ ହୋଇଛି। ତେବେ ଏହି ଦୁର୍ଘଟଣାରେ କାହାର କିଛି କ୍ଷତି…

କେନାଲ ପାର ହୋଇ ମୃତଦେହ ଦାହ ପ୍ରସଙ୍ଗ, ଗାଁରେ ପହଞ୍ଚିଲା କଂଗ୍ରେସ ଟିମ୍‌

ଗଞ୍ଜାମ,୧୭ା୮(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ଛତ୍ରପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ହୁମା ପଞ୍ଚାୟତ ବାଉଁଶିଆପଡା ଗ୍ରାମ ଶ୍ମଶାନକୁ ରାସ୍ତା ନ ଥିବାରୁ ଲୋକେ ମୃତଦେହ ଦାହ ପାଇଁ…

ଭାରତ-ଆମେରିକା ମଧ୍ୟରେ ବଡ଼ ଡିଲ୍‌: ଟେନ୍‌ସନ୍‌ରେ ଚାଇନା

ନୂଆଦିଲ୍ଲୀ,୧୭।୮:ଇରାନ ସହିତ ସଂଘର୍ଷ ମଧ୍ୟରେ ଭାରତ ପୁଣି ଥରେ ଦୁଇଟି MQ-9 ସି ଗାର୍ଡିଆନ ଡ୍ରୋନ ଲିଜ କରିବା ପାଇଁ ଆମେରିକା ସହିତ ଏକ ଚୁକ୍ତି ସ୍ବାକ୍ଷର…

ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ, କ୍ଷତିପୂରଣ ଦାବିରେ ତେଜିଲା ଆନ୍ଦୋଳନ

ପୁରୁଷୋତ୍ତମପୁର,୧୭ା୮(ସବିତା ମିଶ୍ର): ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବ୍ରହ୍ମପୁର-ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବାଇଧର ମନ୍ଦିର ନିକଟରେ ସୋମବାର ସନ୍ଧ୍ୟାରେ ଏକ ଡାଲାଗାଡି ଧକ୍କାରେ ଯୁବକଙ୍କ ମୃତ୍ୟୁ ଘଟିଛି। ସେ…

ଇତିହାସ ରଚିଲେ ରବୀନ୍ଦ୍ର ଜାଡେଜା, ଏପରି କରିବାରେ ହେଲେ ଦ୍ୱିତୀୟ ଭାରତୀୟ

ନୂଆଦିଲ୍ଲୀ, ୧୭।୮: ଶ୍ରୀଲଙ୍କା ବିପକ୍ଷରେ ଗଲ୍‌ରେ ଖେଳାଯାଉଥିବା ପ୍ରଥମ ଟେଷ୍ଟ ମ୍ୟାଚରେ ଭାରତୀୟ ସ୍ପିନ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜ ନାମରେ ଏକ ବଡ଼ ରେକର୍ଡ କରିଛନ୍ତି।…

ଭାରତୀୟ ମଜଦୁର ସଂଘର ଦେଶ ବ୍ୟାପୀ ପ୍ରତିବାଦ

ଛତ୍ରପୁର,୧୭।୮(ଦିଲ୍ଲୀପ ସାମଲ/ଦ୍ୱାରକା ପଟ୍ଟନାୟକ): ରାଞ୍ଚିଠାରେ ହୋଇଥିବା ୧୬୧ତମ କେନ୍ଦ୍ରୀୟ କାର୍ଯ୍ୟ ସମିତିର ନିଷ୍ପତ୍ତି କ୍ରମେ ଭାରତୀୟ ମଜଦୁର ସଂଘ(ବିଏମ୍‌ଏସ) ପକ୍ଷରୁ ସୋମବାର ସ୍ଥାନୀୟ ଜିଲାପାଳ କାର୍ଯ୍ୟାଳୟ ସମ୍ମୁଖରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri