Posted inଖେଳ

ଚେନ୍ନାଇକୁ ବ୍ୟାକଫୁଟରେ ପକାଇଲା ଚହଲଙ୍କ ହ୍ୟାଟ୍ରିକ୍, ଗୋଟିଏ ଓଭରରେ ନେଲେ ୪ ୱିକେଟ୍

ଚେନ୍ନାଇ, ୩୦।୪: ଆଇପିଏଲ୍ ୨୦୨୫ରେ ପଞ୍ଜାବ କିଙ୍ଗ୍ସର ସ୍ପିନ୍ ମାଷ୍ଟର ଯୁଜବେନ୍ଦ୍ର ଚହଲ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସକେ) ବିପକ୍ଷରେ ଭୟଙ୍କର ପ୍ରଦର୍ଶନ କରି ମ୍ୟାଚକୁ ଓଲଟପାଲଟ କରିଦେଇଛନ୍ତି। ଏମ୍. ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଚହଲ ଗୋଟିଏ ଓଭରରେ ହ୍ୟାଟ୍ରିକ୍ ସହିତ ମୋଟ ୪ଟି ୱିକେଟ୍ ଝଡ଼ାଇ ଚେନ୍ନାଇର ବ୍ୟାଟିଂ ମେରୁଦଣ୍ଡକୁ ଭାଙ୍ଗି ପକାଇଛନ୍ତି।

ଚେନ୍ନାଇର ଏମ୍.ଏ. ଚିଦାମ୍ବରମ ଷ୍ଟାଡିୟମରେ ଖେଳ ଯାଇଥିବା ଏହି ମ୍ୟାଚରେ ସାମ କରନଙ୍କ ୪୭ ବଲରେ ୮୮ ରନ୍‌ର ଚମତ୍କାର ଇନିଂସ ସତ୍ତ୍ୱେ, ଚହଲଙ୍କ ଗୋଟିଏ ଓଭରରେ ୪ ୱିକେଟ୍ ନେବା ଚେନ୍ନାଇକୁ ୧୯.୨ ଓଭରରେ ୧୯୦ ରନ୍‌ରେ ଅଲଆଉଟ୍ କରିଦେଇଛି।
କରନଙ୍କ ଇନିଂସରେ ୯ଟି ଚୌକା ଓ ୪ଟି ଛକା ସାମିଲ ଥିଲା। ଏକ ପର୍ଯ୍ୟାୟରେ ଚେନ୍ନାଇ ୨୦୦ ରନ୍‌ ପାର କରିବା ନିଶ୍ଚିତ ମନେ ହେଉଥିଲା। କିନ୍ତୁ, ଚହଲଙ୍କ ୧୯ତମ ଓଭର ମ୍ୟାଚର ଚିତ୍ର ବଦଳାଇ ଦେଲା। ଏହି ଓଭରରେ ସେ ସମସ୍ତ ୱିକେଟ୍ ନେଇଥିଲେ। ଲେଗ୍-ସ୍ପିନର ଚହଲ ନିଜର ୪ ଓଭରରେ ୩୨ ରନ୍‌ ଦେଇ ୪ଟି ୱିକେଟ୍ ହାସଲ କରିଥିଲେ।
ଏହା ପୂର୍ବରୁ ସାମ କରନ ଓ ଡେୱାଲ୍ଡ ବ୍ରେଭିସ ଚତୁର୍ଥ ୱିକେଟ୍ ପାଇଁ ୭୮ ରନ୍‌ର ଦୃଢ଼ ଭାଗୀଦାରୀ କରି ଚେନ୍ନାଇକୁ ୫.୫ ଓଭରରେ ୪୮/୩ରୁ ପୁନରୁଦ୍ଧାର କରାଇଥିଲେ। ଦଳ ୧୯ତମ ଓଭର ପର୍ଯ୍ୟନ୍ତ ମଜଭୂତ ଗତିରେ ଆଗେଇ ଚାଲିଥିଲା, କିନ୍ତୁ ଚହଲଙ୍କ ଏହି ଓଭର ସିଏସକେକୁ ସମ୍ପୂର୍ଣ୍ଣ ଧରାଶାୟୀ କରିଦେଇଥିଲା।

Enter your email to get our daily news in your inbox.

All Right Reserved By Dharitri.Com

IPLକୁ ଅଲବିଦା କହିଲେ ମାହି, ଛାଡ଼ିଗଲେ ୭ଟି ବଡ଼ ରେକର୍ଡ; ଜାଣନ୍ତୁ ୭ ନମ୍ବର ଜର୍ସିି ପଛର ରହସ୍ୟ

ନୂଆଦିଲ୍ଲୀ,୧୭।୧୧: ଏମଏସ ଧୋନୀ IPLକୁ ଅଲବିଦା କହିଛନ୍ତି। ଆଗାମୀ ସିଜିନ (IPL ୨୦୨୭)ରେ ମାହି ଚେନ୍ନାଇ ସୁପର କିଙ୍ଗ୍ସ ପାଇଁ ମେଣ୍ଟର ଭୂମିକା ତୁଲାଇବେ। ମଙ୍ଗଳବାର (ନଭେମ୍ବର…

IPLର ପ୍ରଥମ ସିଜିନରେ କେତେ ଥିଲା ଧୋନୀଙ୍କ ଦରମା? ୧୯ ବର୍ଷରେ CSKରୁ କମାଇଛନ୍ତି ଏତେ କୋଟି, ଜାଣିଲେ ହେବେ ତାଜୁବ

ନୂଆଦିଲ୍ଲୀ,୧୭।୧୧: IPL ୨୦୨୭ର ରିଟେନ୍ସନ ତାଲିକା ପ୍ରକାଶ ପାଇବା ପୂର୍ବରୁ ଚେନ୍ନାଇ ସୁପର କିଙ୍ଗ୍ସ (CSK) ଏକ ବଡ଼ ଘୋଷଣା କରିଛି। ମହେନ୍ଦ୍ର ସିଂହ ଧୋନୀ IPLରୁ…

ପ୍ରଶଂସକଙ୍କୁ ବଡ଼ ଝଟ୍‌କା: IPLରୁ ଅବସର ଘୋଷଣା କଲେ ଧୋନୀ, ମିଳିଲା ନୂଆ ଦାୟିତ୍ୱ

ନୂଆଦିଲ୍ଲୀ,୧୭।୧୧: ଏମଏସ ଧୋନୀ IPLରୁ ଅବସର ଘୋଷଣା କରିଛନ୍ତି। ସେ ଏବେ ଚେନ୍ନାଇ ସୁପର କିଙ୍ଗ୍ସ (CSK)ର ମେଣ୍ଟର ହୋଇଛନ୍ତି। ଧୋନୀ IPLରୁ ଅବସର ନେବା ସହ…

IPL ୨୦୨୭ ପୂର୍ବରୁ ଆଉ ଏକ ବଡ଼ ଟ୍ରେଡ୍‌! SRH ଛାଡ଼ିଲେ ୨ ଥରର ପର୍ପଲ କ୍ୟାପ ବିଜେତା

ନୂଆଦିଲ୍ଲୀ,୧୭।୧୧: IPL ୨୦୨୭ର ରିଟେନ୍ସନ ତାଲିକା ପ୍ରକାଶ ପାଇବାର ଠିକ ପୂର୍ବରୁ ହର୍ଷଲ ପଟେଲ ଗୁଜରାଟ ଟାଇଟନ୍ସ ଦଳକୁ ଚାଲିଯାଇଛନ୍ତି। ଦୁଇ ଥର ପର୍ପଲ କ୍ୟାପ ବିଜେତା…

ସରକାରୀ କର୍ମଚାରୀଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ବଢିଲା ମହଙ୍ଗା ଭତ୍ତା, ଜାଣନ୍ତୁ କେତେ…

ଭୁବନେଶ୍ୱର, ୧୭।୧୧: ରାଜ୍ୟ ସରକାର ନେଲେ ବଡ଼ ନିଷ୍ପତ୍ତି । ରାଜ୍ୟ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତାରେ ୩ ପ୍ରତିଶତ ବୃଦ୍ଧି ହୋଇଛି। ସମୁଦାୟ ମହଙ୍ଗା ଭତ୍ତା…

ଦେଶ ପାଇଁ ୧୪ କୋଟି ଟଙ୍କା ତ୍ୟାଗ କରିଦେଲେ ଟ୍ରାଭିସ ହେଡ୍‌! IPL ୨୦୨୭ରୁ ଓହରିଯାଇ ସମସ୍ତଙ୍କୁ କଲେ ଚକିତ

ନୂଆଦିଲ୍ଲୀ,୧୭।୧୧: IPL ୨୦୨୭ ପାଇଁ ରିଟେନ ଓ ରିଲିଜ ହୋଇଥିବା ଖେଳାଳିଙ୍କ ତାଲିକା ସାମ୍ନାକୁ ଆସିବା ପୂର୍ବରୁ ଟ୍ରାଭିସ ହେଡ୍‌କୁ ନେଇ ଏକ ବଡ଼ ଖବର ଆସିଛି।…

ରିଟେନ୍ସନ ପୂର୍ବରୁ SRH ଫ୍ୟାନ୍‌ଙ୍କୁ ବଡ଼ ଝଟକା! IPL ୨୦୨୭ରୁ ବାଦ୍‌ ପଡ଼ିଲେ ଷ୍ଟାର୍‌ ଓପନର୍‌, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୧୭।୧୧: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟର୍‌ ଟ୍ରାଭିସ ହେଡ୍‌ IPL ୨୦୨୭ରେ ଖେଳିବେ ନାହିଁ। ଏହାର ଅର୍ଥ ଆଗାମୀ ସିଜିନରେ ସନରାଇଜର୍ସ ହାଇଦ୍ରାବାଦ (SRH) ପକ୍ଷରୁ ଅଭିଷେକ ଶର୍ମା…

୫୮ ବର୍ଷ, ୨୫ ଟେଷ୍ଟ, ମାତ୍ର ୫ଟି ବିଜୟ, ନ୍ୟୁଜିଲ୍ୟାଣ୍ଡରେ ଭାରତୀୟ ଦଳର ରେକର୍ଡ ଅତ୍ୟନ୍ତ ନୈରାଶ୍ୟଜନକ

ନୂଆଦିଲ୍ଲୀ,୧୭।୧୧: T20 ସିରିଜରେ ଚମତ୍କାର ପ୍ରଦର୍ଶନ ପରେ, ଭାରତୀୟ ଦଳ ODI ସିରିଜରେ ମଧ୍ୟ ନିଜର ଦମଦାର ଫର୍ମ ବଜାୟ ରଖି ୩-୧ରେ ସିରିଜ ଜିତିନେଇଛି। ତେବେ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?