Posted inଜାତୀୟ

‘ନ୍ୟାୟପାଳିକାରେ କେନ୍ଦ୍ରର ହସ୍ତକ୍ଷେପ ବିପଜ୍ଜନକ’

ମହୀଶୂର,୨୫ା୧(ଆଇଏଏନ୍‌ଏସ୍‌): ବିଚାରପତି ନିଯୁକ୍ତି ଏବଂ ନ୍ୟାୟିକ ବ୍ୟବସ୍ଥାରେ କେନ୍ଦ୍ର ସରକାରଙ୍କ ହସ୍ତକ୍ଷେପ ଠିକ୍‌ ନୁହେଁ। ଏହା ବିପଜ୍ଜନକ ବୋଲି କର୍ନାଟକର ପୂର୍ବତନ ଲୋକାୟୁକ୍ତ ତଥା ସୁପ୍ରିମକୋର୍ଟର ଅବସରପ୍ରାପ୍ତ ବିଚାରପତି ଏନ୍‌. ସନ୍ତୋଷ ହେଗଡେ ମଙ୍ଗଳବାର କହିଛନ୍ତି। ଗଣମାଧ୍ୟମ ସହ ଏକ ଆଲୋଚନା କାର୍ଯ୍ୟକ୍ରମରେ ଜଷ୍ଟିସ୍‌ ହେଗ୍‌ଡ଼େ କହିଥିଲେ, ନ୍ୟାୟପାଳିକାରେ କାର୍ଯ୍ୟପାଳିକା ହସ୍ତକ୍ଷେପ କରିବା ଉଚିତ ନୁହେଁ। ଏଭଳି ହସ୍ତକ୍ଷେପ ବିପଜ୍ଜନକ ହେବ ବୋଲି ସେ ସତର୍କ କରାଇ ଦେଇଛନ୍ତି। ହେଗଡେ କହିଛନ୍ତି, ଲୋକାୟୁକ୍ତ ହେବା ପୂର୍ବରୁ ସମାଜ ସମ୍ପର୍କରେ ସେ ବିଶେଷ କିଛି ଜାଣି ନ ଥିଲେ। ଯେଉଁମାନେ ଧନୀ ସେମାନେ ସବୁ ସମ୍ମାନ ପାଆନ୍ତି। ଏପରିକି ଜେଲ୍‌ରୁ ବାହାରିଲେ ସେମାନଙ୍କୁ ଭବ୍ୟ ସ୍ବାଗତ କରାଯାଏ। ଧର୍ମ ଏବଂ ଭାଷାକୁ ନେଇ ମତଭେଦ ସୃଷ୍ଟି ହେବା ଦେଶ ପାଇଁ ବିପଦ ବୋଲି ପୂର୍ବତନ ଲୋକାୟୁକ୍ତ କହିଛନ୍ତି। ଦେଶରେ ଦୁର୍ନୀତି ନିୟନ୍ତ୍ରଣ ବାହାରେ। ଜନପ୍ରତିନିଧିମାନେ ନିଜକୁ ଜନତାଙ୍କ ମାଲିକ ଭାବୁଛନ୍ତି। ରାଜନେତାମାନେ ଦୁର୍ନୀତି ବିରୋଧରେ ବଡ଼ ବଡ଼ ଭାଷଣ ଦେଉଛନ୍ତି ଓ ପରସ୍ପର ବିରୋଧରେ ଅଭିଯୋଗ ଆଣୁଛନ୍ତି। ତେବେ ଦୁର୍ନୀତି ହଟାଇବା ଦିଗରେ କିଛି କରିବାକୁ ସେମାନେ ଚାହୁଁନାହାନ୍ତି ବୋଲି ଜଷ୍ଟିସ୍‌ ହେଗ୍‌ଡେ କହିଛନ୍ତି। ଏଭଳି ସ୍ଥିତି ଜାରି ରହିଲେ ଲୋକେ ଶାସନ ବ୍ୟବସ୍ଥା ବିରୋଧରେ ବିଦ୍ରୋହ କରିବେ। ଏଭଳି ସ୍ଥିତି କେବେ ଆସିବ, ତାହା ସେ ଜାଣନ୍ତି ନାହିଁ ବୋଲି ହେଗ୍‌ଡ଼େ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭୋଟ ଦେଲେ ବିଶ୍ୱର ସବୁଠୁ ଛୋଟ ମହିଳା

ପୁଣେ,୧୯।୪: ମହାରାଷ୍ଟ୍ରର ପାଞ୍ଚଟି ସିଟ ପାଇଁ ଆଜି ଭୋଟଗ୍ରହଣ ଚାଲିଛି। ଲୋକମାନେ ଉତ୍ସାହର ସହ ଭୋଟ ଦେଉଛନ୍ତି। ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଛି। ଏହି...

ଲୋକ ସଭା ନିର୍ବାଚନ: ଭୋଟ ଗ୍ରହଣ ମଧ୍ୟରେ ବସ୍ତରରେ ଆଇଇଡି ବ୍ଲାଷ୍ଟ, ସିଆରପିଏଫ ଯବାନ ଆହତ, ମଣିପୁରରେ ଫାୟାରିଂ

ନୂଆଦିଲ୍ଲୀ,୧୯।୪: ଲୋକ ସଭା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟର ଭୋଟ ଗ୍ରହଣ ଶୁକ୍ରବାର ଆରମ୍ଭ ହୋଇଛି। ୮ ଜଣ କେନ୍ଦ୍ର ମନ୍ତ୍ରୀ, ୨ ପୂର୍ବତନ ମୁଖ୍ୟମନ୍ତ୍ରୀ...

ଗାନ୍ଧିନଗରରୁ ପ୍ରାର୍ଥିପତ୍ର ଦାଖଲ କଲେ ଅମିତ ଶାହା, କହିଲେ ମୋଦି ଦେଶକୁ ସୁରକ୍ଷିତ ରଖିଛନ୍ତି

ଅହମଦାବାଦ,୧୯।୪: କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଶୁକ୍ରବାର ଲୋକ ସଭା ନିର୍ବାଚନ ପାଇଁ ଗାନ୍ଧିନଗର ଲୋକ ସଭା ଆସନରୁ ଭାଜପା ପ୍ରାର୍ଥୀ ଭାବରେ ନିଜର ପ୍ରାର୍ଥିପତ୍ର...

ଫିଲ୍ମ ଶୁଟିଂ ପାଇଁ ବାହାରିଲେ ରିଜେକ୍ଟ ହୋଇଥିବା ୨ ରାଜକୁମାର, ରାହୁଲ-ଅଖିଳେଶଙ୍କୁ ଟାର୍ଗେଟ କଲେ ମୋଦି

ଅମରୋହା,୧୯।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲୋକ ସଭା ନିର୍ବାଚନ ପାଇଁ ଜୋରଦାର ପ୍ରଚାର କରୁଛନ୍ତି। ଶୁକ୍ରବାର (ଏପ୍ରିଲ ୧୯) ଉତ୍ତରପ୍ରଦେଶର ଆମରୋହା ଠାରେ ଏକ ରାଲିରେ...

ଏମ୍‌ପି ଟିକେଟ୍‌ କାଟିଦେଲେ, ତଥାପି ଦୁଃଖ ନାହିଁ: ଶାହାଙ୍କୁ କହିଲେ ଆଧୁନିକ ଭାରତର ଆଇରନ ମ୍ୟାନ୍‌

ଲକ୍ଷ୍ନୌ,୧୯।୪: ଏଥର ଦଳ ଉତ୍ତରପ୍ରଦେଶର ବାଲିଆ ଲୋକ ସଭା ନିର୍ବାଚନମଣ୍ଡଳୀରୁ ଭାରତୀୟ ଜନତା ପାର୍ଟି ଏମ୍‌ପି ବୀରେନ୍ଦ୍ର ସିଂ ମସ୍ତଙ୍କୁ ଟିକେଟ ଦେଇନାହାଁନ୍ତି। ଦଳ ପୂର୍ବତନ...

ରଜନୀକାନ୍ତ, ଧନୁଷ, କମଲ ହାସନ ଚେନ୍ନାଇରେ ଦେଲେ ଭୋଟ, ସର୍ବପ୍ରଥମେ ପହଞ୍ଚିଲେ ଏହି ସୁପରଷ୍ଟାର

ଚେନ୍ନାଇ,୧୯।୪: ଶୁକ୍ରବାର ସକାଳୁ ଲୋକ ସଭା ନିର୍ବାଚନ ପାଇଁ ଭୋଟ ଗ୍ରହଣ ଆରମ୍ଭ ହୋଇଛି। ସମସ୍ତ ରାଜନୈତିକ ଦଳ ଭାଗ୍ୟ ପରୀକ୍ଷା କରିବାକୁ ରାଜନୈତିକ ମଞ୍ଚରେ...

ଦଶମ ବୋର୍ଡ ପରୀକ୍ଷା ଫଳ ପ୍ରକାଶ, ବାଜି ମାରିଲେ ଛାତ୍ରୀ

ରାଞ୍ଚି,୧୯ା୪: ଝାଡ଼ଖଣ୍ଡ ବୋର୍ଡ ଦଶମ ଫଳାଫଳ ଶୁକ୍ରବାର ପ୍ରକାଶ ପାଇଛି। ଏହି ଫଳାଫଳକୁ ଶିକ୍ଷା ସଚିବ ଉମାଶଙ୍କର ସିଂ, ଜେଏସି ବୋର୍ଡ ଅଧ୍ୟକ୍ଷ ଅନିଲ କୁମାର...

ଦିନେଶ ତ୍ରିପାଠୀ କିଏ? ଯାହାଙ୍କ ଯୁଦ୍ଧ ଦକ୍ଷତା ବେଶ୍‌ ପ୍ରସିଦ୍ଧ, ଜାଣନ୍ତୁ ତାଙ୍କ ବିଷୟରେ…

ନୂଆଦିଲ୍ଲୀ,୧୯ା୪: ଦିନେଶ ତ୍ରିପାଠୀଙ୍କୁ କେନ୍ଦ୍ର ସରକାର ପରବର୍ତ୍ତୀ ନୌସେନା ମୁଖ୍ୟ ଭାବରେ ନିଯୁକ୍ତ କରିଛନ୍ତି। ଦିନେଶ ଏପ୍ରିଲ ୩୦ରେ ତାଙ୍କର ନୂତନ ଦାୟିତ୍ୱ ଗ୍ରହଣ କରିବେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri