Posted inଜାତୀୟ

ସିଜେଆଇଙ୍କୁ ଉତ୍ତରାଧିକାରୀ ବାଛିବାକୁ କହିଲା କେନ୍ଦ୍ର

ନୂଆଦିଲ୍ଲୀ, ୮ା୧୦: ଭାରତର ପ୍ରଧାନ ବିଚାରପତି (ସିଜେଆଇ) ୟୁ.ୟୁ. ଲଲିତଙ୍କୁ କେନ୍ଦ୍ର ସରକାର ତାଙ୍କ ଉତ୍ତରାଧିକାରୀ ବାଛିବାକୁ କହିଛନ୍ତି। ସିଜେଆଇ ଲଲିତ ପରବର୍ତ୍ତୀ ପ୍ରଧାନ ବିଚାରପତିଙ୍କ ନାମ ସ୍ପଷ୍ଟ କରିବା ପରେ ନୂଆ ବିଚାରପତି ନିଯୁକ୍ତି ନେଇ ସୁପ୍ରିମକୋର୍ଟ କଲେଜିୟମ୍‌ର ବୈଠକ ଡାକିପାରିବେ ନାହିଁ। ଅର୍ଥାତ୍‌ ସୁପ୍ରିମକୋର୍ଟରେ ଖାଲି ଥିବା ବିଚାରପତି ପଦବୀ ପୂରଣ ସକାଶେ ଜଷ୍ଟିସ୍‌ ଲଲିତଙ୍କ ନେତୃତ୍ୱାଧୀନ କଲେଜିୟମ୍‌ ସୁପାରିସ କ୍ଷମତା ହରାଇବ। ସିଜେଆଇ ଲଲିତ ଆସନ୍ତା ନଭେମ୍ବର୮ରେ ଅବସର ନେବେ। ବରିଷ୍ଠତା ଦୃଷ୍ଟିରୁ ଜଷ୍ଟିସ୍‌ ଡି.ଓ୍ବାଇ. ଚନ୍ଦ୍ରଚୂଡ଼ ନୂଆ ସିଜେଆଇ ହେବେ। ଚନ୍ଦ୍ରଚୂଡ଼ ନଭେମ୍ବର ୯ରେ ଶପଥ ନେଲେ ଏହାର ଠିକ୍‌ ୨ ବର୍ଷ ପରେ ଅର୍ଥାତ୍‌ ୨୦୨୪ ନଭେମ୍ବର ୧୦ରେ ଅବସର ଗ୍ରହଣ କରିବେ। ତେବେ ପରମ୍ପରା ଅନୁଯାୟୀ ସିଜେଆଇ ନିଜ ଉତ୍ତରାଧିକାରୀ ବାଛନ୍ତୁ ବୋଲି ଆଇନ ମନ୍ତ୍ରଣାଳୟ ପକ୍ଷରୁ ଅନୁରୋଧ କରାଯାଇଛି। ୫ ବରିଷ୍ଠ ବିଚାରପତି ଏବଂ ସିଜେଆଇଙ୍କ ମଧ୍ୟରେ ନୂଆ ନିଯୁକ୍ତିକୁ ନେଇ ମତଭେଦ ଲାଗି ରହିଥିବାବେଳେ କେନ୍ଦ୍ରର ଏହି ଅନୁରୋଧ ଅଡ଼ୁଆ ସ୍ଥିତି ସୃଷ୍ଟି କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଝିଅଙ୍କ ବିବାହ ବୟସ ବୃଦ୍ଧି ଆଇନ ଦ୍ୱାରା ସାମାଜିକ-ଆର୍ଥିକ ବିକାଶ ସମ୍ଭବ

ନୂଆଦିଲ୍ଲୀ, ୨୨।୧୦: ଦେଶରେ ମାତୃ ମୃତ୍ୟୁ ହାର ବଢ଼ିବାରେ ଲାଗିଛି। ତେବେ ଏହାକୁ ରୋକିବାରେ ଝିଅଙ୍କ ବିବାହ ବୟସ ବୃଦ୍ଧି ଆଇନ ସକ୍ଷମ ହେବ। ବିବାହ...

ଘର କଳି ପଦାରେ, ପ୍ରଧାନମନ୍ତ୍ରୀଙ୍କୁ ଆହ୍ବାନ ଦେବାକୁ କଂଗ୍ରେସରେ କେହି ନାହାନ୍ତି…

ନୂଆଦିଲ୍ଲୀ,୨।୧୦: କଂଗ୍ରେସର ଘର କଳି ଏବେ ପଦାରେ ପଡ଼ିବାରେ ଲାଗିଛି। ଦଳର ବରିଷ୍ଠ ନେତା ଏବେ ମୁହଁ ଖୋଲିବାରେ ଲାଗିଛନ୍ତି। ପୂର୍ବରୁ ଦଳର ଅସନ୍ତୁଷ୍ଟ ୨୩ଙ୍କ...

ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ କାର ଉପରକୁ ଆକ୍ରମଣ ଘଟଣା: ୩ ଆଇପିଏସ୍‌ଙ୍କୁ ଡେପୁଟେସନରେ ଡକାଇଲା ଗୃହ ମନ୍ତ୍ରାଳୟ

ନୂଆଦିଲ୍ଲୀ,୧୨।୧୨-ପଶ୍ଚିମବଙ୍ଗରେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡାଙ୍କ କାର ଉପରକୁ ଆକ୍ରମଣ ଘଟଣାରେ କେନ୍ଦ୍ର ଗୃହମନ୍ତ୍ରାଳୟ ପଶ୍ଚିମବଙ୍ଗର ୩ ଜଣ ଆଇପିଏସ ଅଧିକାରୀଙ୍କୁ କେନ୍ଦ୍ରୀୟ ଡେପୁଟେସନରେ...

ଭାଜପା ବିରୋଧରେ ନୀତୀଶଙ୍କ ‘ଦିଲ୍ଲୀ ମିଶନ’, ବିରୋଧୀ ନେତାଙ୍କୁ ଏକାଠି କରିବାର ମାଷ୍ଟର ପ୍ଲାନ!

ପାଟନା,୩ ।୯: ଜନତା ଦଳ ୟୁନାଇଟେଡ(ଜେଡିୟୁ) ପକ୍ଷରୁ ବିହାରର ପ୍ରଦେଶ କାର୍ଯ୍ୟାଳୟରେ ଶୁକ୍ରବାରଠାରୁ ୩ ଦିବସୀୟ ବୈଠକ ଚାଲିଛି । ଜେଡିୟୁ କାର୍ଯ୍ୟାଳୟର କର୍ପୁରି ସଭାଗାରରେ...

ବିହାରରେ ଲାଗି ରହିଛି ପୋଷ୍ଟର ଓ୍ବାର

ପାଟନା,୪।୧: ବିହାରରେ ଚଳିତ ବର୍ଷ ଅନୁଷ୍ଠିତ ହେବ ବିଧାନସଭା ନିର୍ବାଚନ। ଏହାକୁ ନେଇ ଏବେଠାରୁ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି। ଭୋଟରଙ୍କୁ ନିଜ ଆଡକୁ ଆକର୍ଷିତ କରିବାକୁ...

ଅଗଷ୍ଟ ୨ରୁ ଖୋଲିବ ସମସ୍ତ ସ୍କୁଲ

ଚଣ୍ଡିଗଡ଼,୩୧ ।୭: କରୋନା ମହାମାରୀର ଦ୍ୱିତୀୟ ଲହର କମି କମି ଆସୁଥିବା ବେଳେ ତୃତୀୟ ଲହରର ଚିନ୍ତା କିନ୍ତୁ ଘାରୁଛି । ହେଲେ ଏହି ପରିସ୍ଥିତିରେ...

୭୦ ବର୍ଷୀୟା ମା’ଙ୍କୁ ପର କରିଦେଲେ ପୁଅ, ଘରେ ଆଣି ରଖିଲେ ଏମ୍‌ପି

ଦିଲ୍ଲୀ,୨୬।୭: ଲକ୍‌ଡାଉନ ସମୟରେ ବେସାହାରା ହୋଇଯାଇଥିବା ୭୦ ବର୍ଷିୟା ଲୀଲାବତୀ ଦେବୀଙ୍କୁ ଶେଷରେ ସାହାରା ମିଳିଛି। ପୁଅର ଯତ୍ନ ନେବାକୁ ମୁମ୍ବାଇ ଯାଇଥିବା ଲୀଲାବତୀଙ୍କୁ ପୁଅ...

ମାର୍ଚ୍ଚ ୩ରେ ଷଷ୍ଠ ପର୍ଯ୍ୟାୟ ନିର୍ବାଚନ: ହଟ୍‌ ସିଟ୍‌ରେ ଗୋରଖପୁର

ଲକ୍ଷ୍ନୌ,୨।୩: ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ବର୍ତ୍ତମାନ ଶେଷରେ ପହଞ୍ଚିଛି। ପୂର୍ବରୁ ପଞ୍ଚମ ପର୍ଯ୍ୟାୟ ପାଇଁ ମତଦାନ ସରିଥିବା ବେଳେ ଆଉ ୨ଟି ପର୍ଯ୍ୟାୟରେ ମତଦାନ ହୋବାକୁ...

Advertisement
Archives

Model This Week