Posted inଜାତୀୟ

୧,୨୦୦ କୋଟିର ହେରୋଇନ ଜବତ

କୋଚି,୮ା୧୦: ଇରାନର ଏକ ବୋଟ୍‌ରେ ଆସୁଥିବା ୨୦୦ କିଲୋଗ୍ରାମ ହେରୋଇନ୍‌ ଜବତ ହୋଇଛି। ଏହି ହେରୋଇନ୍‌ର ମୂଲ୍ୟ ୧,୨୦୦ କୋଟି ଟଙ୍କା ହେବ ବୋଲି କୁହାଯାଉଛି। ଉକ୍ତ ହେରୋଇନ୍‌ ଆଫଗାନିସ୍ତାନରୁ ପ୍ରଥମେ ପାକିସ୍ତାନ ଆସି ସେଠାରୁ ଇରାନୀୟ ବୋଟ୍‌ରେ ଭାରତ ଅଣାଯାଉଥିଲା। ବୋଟ୍‌ରେ ଥିବା ୩ ଜଣ ଇରାନୀୟଙ୍କୁ ଗିରଫ କରାଯାଇଛି। ହେରୋଇନ ଭାରତ ଓ ଶ୍ରୀଲଙ୍କାରେ ବିକ୍ରି ପାଇଁ ଉଦ୍ଦିଷ୍ଟ ଥିଲା ବୋଲି ଜେରା ବେଳେ ସେମାନେ କହିଛନ୍ତି। ଭାରତୀୟ ନୌସେନା ଏବଂ ନାର୍କୋଟିକ୍‌ କଣ୍ଟ୍ରୋଲ ବ୍ୟୁରୋ ପକ୍ଷରୁ ଗୁରୁବାର ସମୁଦ୍ରରେ ଚଢ଼ାଉ କରାଯାଇ ଉକ୍ତ ବୋଟ୍‌କୁ ଜବତ କରାଯିବା ସହ କେରଳର କୋଚି ବନ୍ଦରକୁ ଅଣାଯାଇଥିଲା। ଜବତ ପୂର୍ବରୁ ଅଭିଯୁକ୍ତମାନେ ସମୁଦ୍ରକୁ ଡେଇଁ ଖସିଯିବା ସହ ହେରୋଇନକୁ ପାଣିରେ ବୁଡ଼ାଇଦେବାକୁ ଉଦ୍ୟମ କରିଥିଲେ ବୋଲି ଏନ୍‌ସିବି ଅଧିକାରୀ ସଞ୍ଜୟ ସିଂ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହାରିଗଲେ ସୁଭାଷ ଚନ୍ଦ୍ରା

ଜୟପୁର,୧୧।୬: ରାଜସ୍ଥାନରୁ ରାଜ୍ୟ ସଭା ପାଇଁ ଲଢ଼ୁଥିବା ଭାଜପା ସମର୍ଥତ୍ତ ସ୍ବାଧୀନ ପ୍ରାର୍ଥୀ ସୁଭାଷ ଚନ୍ଦ୍ରା ହାରିଯାଇଛନ୍ତି। ବିଜୟ ପାଇଁ ୪୧ ଭୋଟ ଆବଶ୍ୟକ ଥିବାବେଳେ...

ଜଣେ ପତ୍ନୀଙ୍କ ସହ ଦିନରେ ଜଣେ ପତ୍ନୀଙ୍କ ସହ ରାତିରେ ରହୁଥିଲେ ସ୍ବାମୀ: ମାମଲା ରୁଜୁ

ଗାନ୍ଧିନଗର,୧୬।୪: ଗୁଜରାଟର ଜଣେ ବ୍ୟକ୍ତି ଦୁଇଟି ବିବାହ କରିଥିଲେ ସୁଦ୍ଧା ଏକଥା କାହାକୁ ଜଣା ନ ଥିଲା। କାରଣ ସେ ଦିନରେ ଜଣେ ସ୍ତ୍ରୀଙ୍କ ପାଖେ...

ମୁସଲମାନ ଫେରିବାଲାଙ୍କଠାରୁ ସାମଗ୍ରୀ କିଣିଲେ ଜରିମାନା ୫୧୦୦ ଟଙ୍କା, ସୋସିଆଲ ମିଡ଼ିଆରେ ଗୁଜବ…

ଅହମଦାବାଦ, ୩।୭ : ରାଜସ୍ଥାନର ଉଦୟପୁରରେ ହୋଇଥିବା କହ୍ନେୟା ଲାଲଙ୍କ ହତ୍ୟା ଘଟଣା ବିରୋଧରେ ସମଗ୍ର ଦେଶରେ ଉତ୍ତେଜନା ଜାରି ରହିଛି। ଏହି ଘଟଣାର ବିରୋଧରେ...

ମୁଖ୍ୟମନ୍ତ୍ରୀ ଦୌଡ଼ରେ ତୋମର, ଶିବରାଜ, ନରୋତ୍ତମ

ଭୋପାଳ,୨୧।୩: ମଧ୍ୟପ୍ରଦେଶରେ କମଲନାଥ ସରକାର ଭାଙ୍ଗିଯିବା ପରେ ଏବେ ସେଠାରେ ସରକାର ଗଠନକୁ ନେଇ ଲାଗି ରହିଛି ରାଜନୈତିକ ଆଲୋଚନା। ଭାରତୀୟ ଜନତା ପାର୍ଟି(ଭାଜପା)ସରକାର ଗଠନ...

ଏହା ଜନତାଙ୍କ ବିଜୟ, ଦଳ ମୁଖିଆ ସ୍ଥିର କରିବେ ଶପଥ ଗ୍ରହଣ: ମାଣିକ ଶାହା

ଅଗରତାଲା,୨ ।୩: ତ୍ରିପୁରାରେ ପୁଣିଥରେ ଫେରିବାକୁ ଯାଉଛି ଭାରତୀୟ ଜନତା ପାର୍ଟି(ଭାଜପା) ସରକାର । ତ୍ରିପୁରାର ବିଜୟକୁ ମୁଖ୍ୟମନ୍ତ୍ରୀ ମାଣିକ ଶାହା ଜନତାଙ୍କୁ ସମର୍ପିତ କରିଛନ୍ତି...

ହିଣ୍ଡେନବର୍ଗ ରିପୋର୍ଟ: ଆଉ ଏକ କମ୍ପାନୀର କଲା ଖୁଲାସା

ଓ୍ବାଶିଂଟନ/ଅବୁଜା,୭।୬:ଶର୍ଟ ସେଲିଂ ଫାର୍ମ ହିଣ୍ଡେନବର୍ଗ ଭାରତୀୟ ବିଲିୟନେୟାର ବ୍ୟବସାୟୀ ଗୌତମ ଆଦାନୀ ଏବଂ ଆଦାନୀ ଗ୍ରୁପ ସମ୍ବନ୍ଧରେ ଚଳିତ ବର୍ଷ ଜାନୁୟାରୀରେ ଏକ ରିପୋର୍ଟ ପ୍ରକାଶ...

କରୋନା ଟିକା ନେଇ ନ ଥିବା ଲୋକଙ୍କୁ ପ୍ରମାଣପତ୍ର ଜାରି କରୁଛନ୍ତି ପ୍ରଶାସନ…

ଭୋପାଳ,୪।୬ : ମଧ୍ୟପ୍ରଦେଶର ଭିଣ୍ଡ ଜିଲାର ସୋନିର ଉପ-ସ୍ବାସ୍ଥ୍ୟ କେନ୍ଦ୍ରରେ ଗତ ଦୁଇମାସ ଧରି କରୋନା ଟିକା ଶେଷ ହୋଇଯାଇଛି। କିନ୍ତୁ ଏହା ସତ୍ତ୍ୱେ ପ୍ରଶାସନ...

ମା’ଙ୍କୁ ମିଳିଲାନି ମାତୃକାଳୀନ ଛୁଟି: ହାଇକୋର୍ଟ ଗଲେ ୩ ମାସର ଶିଶୁ

ନୂଆଦିଲ୍ଲୀ,୬।୫: ଦିଲ୍ଲୀ ନଗର ସମିତି(ଏନଡିଏମସି) ରେ କାର୍ଯ୍ୟ କରୁଥିବା ଜଣେ ମହିଳାଙ୍କୁ ମାତୃକାଳୀନ ଛୁଟି ନ ମିଳିବାରୁ ତାଙ୍କ ୩ ମାସର ଶିଶୁ ନ୍ୟାୟ ପାଇଁ...

Advertisement
Archives

Model This Week