Posted inଜାତୀୟ

ସୁପ୍ରିମ୍‌କୋର୍ଟ ପ୍ରଧାନ ବିଚାରପତି- ଅନ୍ୟ ବିଚାରପତିଙ୍କ ସୁବିଧା ସୁଯୋଗ ବଢ଼ାଇଲେ କେନ୍ଦ୍ର ସରକାର…

ନୂଆଦିଲ୍ଲୀ, ୨୩।୮ : ବିଚାରପତିଙ୍କ ଦରମା ଭତ୍ତା ଏବଂ ସେବା ନିୟମର ଅଧିନିୟମ ୧୯୫୮ରେ କେନ୍ଦ୍ର ସରକାର ସଂଶୋଧନ କରିଛନ୍ତି। ଏହା ଅନ୍ତର୍ଗତ ସୁପ୍ରିମ୍‌କୋର୍ଟ ପ୍ରଧାନ ବିଚାରପତି ଏବଂ ଅନ୍ୟ ବିଚାରପତିଙ୍କ ସୁବିଧା ସୁଯୋଗ ବଢ଼ାଯାଇଛି। ନୂଆ ସଂଶୋଧିତ ଆଇନ ଅନୁସାରେ ବିଚାରପତିମାନେ ଅବସର ପରେ ଏକ ବର୍ଷ ପାଇଁ ଚାଉଫର ଅର୍ଥାତ୍‌ ଡ୍ରାଇଭର ସୁବିଧା ପାଇବେ। ଏହି ଚାଉଫରଙ୍କ ପଦବୀ ଏବଂ ବେତନ ସ୍କେଲ କୋର୍ଟର ଅନ୍ୟ ଚାଉଫରଙ୍କ ସହ ସମାନ ରହିବ। ଚାଉଫରମାନେ ସୁପ୍ରିମକୋର୍ଟ କିମ୍ବା ହାଇକୋର୍ଟର ନିୟମିତ କର୍ମଚାରୀ ଭାବରେ ଅବସରପ୍ରାପ୍ତ ବିଚାରପତିଙ୍କ ସେବାରେ ରହିବେ।

ସୁପ୍ରିମକୋର୍ଟର ଅବସରପ୍ରାପ୍ତ ପ୍ରଧାନ ବିଚାରପତି ଅବସର ପରେ ୬ମାସ ପାଇଁ ଟାଇପ ୭ ବଙ୍ଗଳାରେ ରହିବା ସୁବିଧା ପାଇବେ। ଏହି ସୁବିଧା ତାଙ୍କ କାର୍ଯ୍ୟକାଳ ପାଇଁ ସ୍ଥିର ହୋଇଥିବା ବଙ୍ଗଳାଠାରୁ ଭିନ୍ନ ହେବ। ସୁପ୍ରିମକୋର୍ଟର ଶାଖା ଅଧିକାରୀଙ୍କ ସହ ସମାନ ଅଧିକାରୀ ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ସହକାରୀ ସଚିବ ଭାବରେ ଏକ ବର୍ଷ ପାଇଁ କାର୍ଯ୍ୟ କରିବେ।

ଏହା ବ୍ୟତୀତ ସେମାନେ ଅବସର ପରେ ପରବର୍ତ୍ତୀ ବର୍ଷ ପାଇଁ ବାସଭବନରେ ୨୪ ଘଣ୍ଟା ସୁରକ୍ଷା ମଧ୍ୟ ପାଇବେ। ଏହି ସୁବିଧା ନିୟମିତ ସୁରକ୍ଷା ସହିତ ସମାନ ରହିବ। ଅବସରପ୍ରାପ୍ତ ପ୍ରଧାନ ବିଚାରପତି ଏବଂ ବିଚାରପତିମାନେ ବିମାନବନ୍ଦରରେ ଥିବା ଆନୁଷ୍ଠାନିକ ଲାଉଞ୍ଜରେ ପ୍ରୋଟୋକଲ ସୁବିଧା ମଧ୍ୟ ପାଇବେ।

ସୁପ୍ରିମକୋର୍ଟର ବିଚାରପତି ନିୟମ ୧୯୫୮ରେ କିଛି ନୂତନ ବ୍ୟବସ୍ଥା ଯୋଗ କରାଯାଇଛି। ବର୍ତ୍ତମାନ ଏହା ସୁପ୍ରିମକୋର୍ଟର ଜଜ (ସଂଶୋଧନ) ନିୟମ ୨୦୨୨ ଭାବରେ ମଧ୍ୟ ମାନ୍ୟତା ହାସଲ କରିବ। ଏହି ସମସ୍ତ ସଂଶୋଧନ କେନ୍ଦ୍ର ସରକାରଙ୍କ ଗେଜେଟରେ ସୂଚିତ ହେବା ମାତ୍ରେ କାର୍ଯ୍ୟକାରୀ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବଢ଼ୁଛି ସହରୀକରଣ: ୨୧୦୦ ସୁଦ୍ଧା ୩୮% ଲୋକ ବଡ଼ ସହରରେ କରିବେ ବାସ

ନୂଆଦିଲ୍ଲୀ,୧।୭ (ପିଟି):ସମୟର ତାଳେ ତାଳେ ସାରା ବିଶ୍ୱରେ ସହରୀକରଣ ବୃଦ୍ଧି ପାଇବାରେ ଲାଗିଛି। ଆଉ ଏହି ଧାରା ଜାରି ରହିଲେ ୨୧୦୦ ମସିହା ସୁଦ୍ଧା ୩୮% ଲୋକ…

ଧାର୍ମିକ ଦୁର୍ନୀତି

ଉତ୍ତରପ୍ରଦେଶର ଅଯୋଧ୍ୟାରେ ରାମ ଜନ୍ମଭୂମି ବାବ୍ରୀ ମସ୍‌ଜିଦ୍‌ ବିବାଦରେ ସମାଧାନ ଘଟିବା ପରେ ସେହି ସ୍ଥାନରେ ଶ୍ରୀରାମ ମନ୍ଦିର ସ୍ଥାପନ ହୋଇ ୨୨ ଜାନୁଆରୀ ୨୦୨୪ରେ ରାମଲାଲାଙ୍କ…

ସାଧାରଣ ଜନତାଙ୍କୁ ବଡ଼ ଆଶ୍ୱସ୍ତି: କମିଲା ଗ୍ୟାସ୍‌ ଦର

ନୂଆଦିଲ୍ଲୀ,୧।୭: ଜୁଲାଇ ମାସ ଆରମ୍ଭରୁ ଗ୍ରାହକଙ୍କୁ ବଡ଼ ଆଶ୍ୱସ୍ତି। ମାର୍କେଟିଂ କମ୍ପାନୀଗୁଡ଼ିକ ୧୯ କିଲୋଗ୍ରାମ ବାଣିଜି୍ୟକ ଏଲପିଜି ସିଲିଣ୍ଡରର ମୂଲ୍ୟ ୧୮୩.୫୦ ହ୍ରାସ କରିଛନ୍ତି। ଏହି ନିଷ୍ପତ୍ତି…

ଇଂଲଣ୍ଡ ପହଞ୍ଚୁ ପହଞ୍ଚୁ ଟିମ୍‌ ଇଣ୍ଡିଆକୁ ବଡ଼ ଝଟ୍‌କା: ଦିନିକିଆ ସିରିଜରୁ ବାଦ୍‌ ପଡ଼ିବେ ଏହି ଷ୍ଟାର ଖେଳାଳି!

ନୂଆଦିଲ୍ଲୀ,୩୦।୬: ଆୟରଲ୍ୟାଣ୍ଡ ବିପକ୍ଷ ଟି-୨୦ ସିରିଜ୍ ହରାଇବା ପରେ ଭାରତୀୟ ଦଳ ଏବେ ଇଂଲଣ୍ଡରେ ପହଞ୍ଚି ସାରିଛି। ଜୁଲାଇ ୧ ତାରିଖରୁ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ…

ବୈଭବ ସୂର୍ଯ୍ୟବଂଶୀଙ୍କୁ ପୁଣି ମିଳିବନି ସୁଯୋଗ? ଡେବ୍ୟୁକୁ ନେଇ ଏ କ’ଣ କହିଦେଲେ ଅଧିନାୟକ

ନୂଆଦିଲ୍ଲୀ,୩୦।୬: ଆୟରଲ୍ୟାଣ୍ଡ ବିପକ୍ଷ ଟି-୨୦ ସିରିଜ୍‌ରେ ଆଶ୍ଚର୍ଯ୍ୟଜନକ ପରାଜୟ ପରେ ଭାରତୀୟ ଦଳର ବ୍ୟାଟିଂ ଲାଇନ୍-ଅପ୍‌କୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବିଶେଷ କରି ଚମତ୍କାର…

ବରଗଡ଼ ଆସିବେ ଅମିତ୍ ଶାହା: ୨ଜି ଇଥାନଲ ପ୍ଲାଣ୍ଟର କରିବେ ଉଦଘାଟନ, ଗସ୍ତ ପୂର୍ବରୁ ପ୍ରଶାସନ ତତ୍ପର

ବରଗଡ଼,୩୦।୬(ପ୍ରେମାନନ୍ଦ ଖମାରୀ)- ସ୍ଵରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହା ଆସନ୍ତା ଜୁଲାଇ ମାସ ୪ତାରିଖ ବରଗଡ଼ ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି। ଏହି ଗସ୍ତରେ ଆସି ସେ ଭଟଲି…

ଥୁଆମୂଳ ରାମପୁରରେ ଦୁର୍ଘଟଣା: ଗୁରୁତରଙ୍କୁ ମିଳିଲାନି ଆମ୍ବୁଲାନ୍ସ, ବେସରକାରୀ ଗାଡ଼ିରେ ମେଡିକାଲ ସ୍ଥାନାନ୍ତର, ବଢ଼ିଲା ଅସନ୍ତୋଷ

ଥୁଆମୂଳ ରାମପୁର, ୩୦।୬ (ଦୁର୍ଗା କୀର୍ତ୍ତି): ଥୁଆମୂଳ ରାମପୁର ଥାନା ସଦର ସ୍ଥିତ ତାଳବନ୍ଧ ପଡ଼ା ଓ କାଲି ମନ୍ଦିର ପଡ଼ା ମଝିରେ ଥିବା ଦୁଇଟି ବନ୍ଧ…

ଟ୍ରମ୍ପଙ୍କୁ ବଡ଼ ଝଟ୍‌କା: ଜନ୍ମଗତ ନାଗରିକତା ଉପରେ ରୋକ ଲଗାଇବା ଆବେଦନକୁ ଖାରଜ କଲେ US ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୩୦।୬: ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଏକ ବଡ଼ ଝଟ୍‌କା ଦେଇ ଆମେରିକା (US) ସୁପ୍ରିମକୋର୍ଟ ମଙ୍ଗଳବାର ଦିନ ୟୁନାଇଟେଡ୍ ଷ୍ଟେଟ୍ସରେ ‘ଜନ୍ମଗତ ନାଗରିକତା’ (ବର୍ଥରାଇଟ୍ ସିଟିଜନସିପ୍) ଉପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri