Posted inଜାତୀୟ

ସୁପ୍ରିମ୍‌କୋର୍ଟ ପ୍ରଧାନ ବିଚାରପତି- ଅନ୍ୟ ବିଚାରପତିଙ୍କ ସୁବିଧା ସୁଯୋଗ ବଢ଼ାଇଲେ କେନ୍ଦ୍ର ସରକାର…

ନୂଆଦିଲ୍ଲୀ, ୨୩।୮ : ବିଚାରପତିଙ୍କ ଦରମା ଭତ୍ତା ଏବଂ ସେବା ନିୟମର ଅଧିନିୟମ ୧୯୫୮ରେ କେନ୍ଦ୍ର ସରକାର ସଂଶୋଧନ କରିଛନ୍ତି। ଏହା ଅନ୍ତର୍ଗତ ସୁପ୍ରିମ୍‌କୋର୍ଟ ପ୍ରଧାନ ବିଚାରପତି ଏବଂ ଅନ୍ୟ ବିଚାରପତିଙ୍କ ସୁବିଧା ସୁଯୋଗ ବଢ଼ାଯାଇଛି। ନୂଆ ସଂଶୋଧିତ ଆଇନ ଅନୁସାରେ ବିଚାରପତିମାନେ ଅବସର ପରେ ଏକ ବର୍ଷ ପାଇଁ ଚାଉଫର ଅର୍ଥାତ୍‌ ଡ୍ରାଇଭର ସୁବିଧା ପାଇବେ। ଏହି ଚାଉଫରଙ୍କ ପଦବୀ ଏବଂ ବେତନ ସ୍କେଲ କୋର୍ଟର ଅନ୍ୟ ଚାଉଫରଙ୍କ ସହ ସମାନ ରହିବ। ଚାଉଫରମାନେ ସୁପ୍ରିମକୋର୍ଟ କିମ୍ବା ହାଇକୋର୍ଟର ନିୟମିତ କର୍ମଚାରୀ ଭାବରେ ଅବସରପ୍ରାପ୍ତ ବିଚାରପତିଙ୍କ ସେବାରେ ରହିବେ।

ସୁପ୍ରିମକୋର୍ଟର ଅବସରପ୍ରାପ୍ତ ପ୍ରଧାନ ବିଚାରପତି ଅବସର ପରେ ୬ମାସ ପାଇଁ ଟାଇପ ୭ ବଙ୍ଗଳାରେ ରହିବା ସୁବିଧା ପାଇବେ। ଏହି ସୁବିଧା ତାଙ୍କ କାର୍ଯ୍ୟକାଳ ପାଇଁ ସ୍ଥିର ହୋଇଥିବା ବଙ୍ଗଳାଠାରୁ ଭିନ୍ନ ହେବ। ସୁପ୍ରିମକୋର୍ଟର ଶାଖା ଅଧିକାରୀଙ୍କ ସହ ସମାନ ଅଧିକାରୀ ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ସହକାରୀ ସଚିବ ଭାବରେ ଏକ ବର୍ଷ ପାଇଁ କାର୍ଯ୍ୟ କରିବେ।

ଏହା ବ୍ୟତୀତ ସେମାନେ ଅବସର ପରେ ପରବର୍ତ୍ତୀ ବର୍ଷ ପାଇଁ ବାସଭବନରେ ୨୪ ଘଣ୍ଟା ସୁରକ୍ଷା ମଧ୍ୟ ପାଇବେ। ଏହି ସୁବିଧା ନିୟମିତ ସୁରକ୍ଷା ସହିତ ସମାନ ରହିବ। ଅବସରପ୍ରାପ୍ତ ପ୍ରଧାନ ବିଚାରପତି ଏବଂ ବିଚାରପତିମାନେ ବିମାନବନ୍ଦରରେ ଥିବା ଆନୁଷ୍ଠାନିକ ଲାଉଞ୍ଜରେ ପ୍ରୋଟୋକଲ ସୁବିଧା ମଧ୍ୟ ପାଇବେ।

ସୁପ୍ରିମକୋର୍ଟର ବିଚାରପତି ନିୟମ ୧୯୫୮ରେ କିଛି ନୂତନ ବ୍ୟବସ୍ଥା ଯୋଗ କରାଯାଇଛି। ବର୍ତ୍ତମାନ ଏହା ସୁପ୍ରିମକୋର୍ଟର ଜଜ (ସଂଶୋଧନ) ନିୟମ ୨୦୨୨ ଭାବରେ ମଧ୍ୟ ମାନ୍ୟତା ହାସଲ କରିବ। ଏହି ସମସ୍ତ ସଂଶୋଧନ କେନ୍ଦ୍ର ସରକାରଙ୍କ ଗେଜେଟରେ ସୂଚିତ ହେବା ମାତ୍ରେ କାର୍ଯ୍ୟକାରୀ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମହିଳାଙ୍କୁ ଗଣବଳାତ୍କାର କରି ଲୁଟି ନେଲେ ୧୫ ଲକ୍ଷ ଟଙ୍କା

କୋଲକାତା,୮।୭: ପଶ୍ଚିମବଙ୍ଗର ରାଜଧାନୀ କୋଲକାତାର ଗାର୍ଡେନ ରିଚ ଅଞ୍ଚଳରେ ଜଣେ ୨୬ ବର୍ଷୀୟା ମହିଳାଙ୍କୁ ତାଙ୍କ ଆପର୍ଟମେଣ୍ଟରେ ଗଣବଳାତ୍କାର କରାଯାଇଛି। ଅଭିଯୁକ୍ତମାନେ ମହିଳାଙ୍କ ଫ୍ଲାଟରୁ ୧୫...

ମହିଳା ତହସିଲଦାରଙ୍କୁ ଜୀବନ୍ତ ପୋଡିବା ପରେ ଭୟଭୀତ ଅନ୍ୟ କର୍ମଚାରୀ: କାର୍ଯ୍ୟାଳୟରେ ଟାଣିଲେ ଲକ୍ଷ୍ମଣ ରେଖା

ହାଇଦ୍ରାବାଦ,୮।୧୧: ଆନ୍ଧ୍ରପ୍ରଦେଶର କୁରନୁଲ ସ୍ଥିତ ଏକ ଗାଁରେ ତହସିଲଦାରଙ୍କ ମଧ୍ୟରେ ପଶିଛି ଛନକା। ଏମାନେ କାର୍ଯ୍ୟାଳୟରେ ଲକ୍ଷ୍ମଣ ରେଖା ଟାଣି କାର୍ଯ୍ୟ କରୁଥିବା ଦେଖିବାକୁ ମିଳିଛି।...

ସନ୍ତାନଙ୍କୁ ଥରେ ସମ୍ପତ୍ତି ଦେଇ ନେଇ ପାରିବେ ନାହିଁ ଅଭିଭାବକ: ହାଇକୋର୍ଟ…

ଚେନ୍ନାଇ,୧୫।୧୨ : ମାଡ୍ରାସ ହାଇକୋର୍ଟ ଏକ ଆଦେଶରେ କହିଛନ୍ତି ଯେ ଅଭିଭାବକ ଦ୍ୱାରା ଥରେ ଦିଆଯାଇଥିବା ସମ୍ପତ୍ତି ଫେରସ୍ତ ନେଇପାରିବେ ନାହିଁ। ଯଦି ପିତାମାତା ତଥା...

କାହାର ନକଲ କଲେ ହେବନି ଭାରତର ବିକାଶ: ମୋହନ ଭାଗଓ୍ବତ…

ନୂଆଦିଲ୍ଲୀ, ୨୦।୯ : ଆରଏସଏସ ମୁଖ୍ୟ ମୋହନ ଭାଗଓ୍ବତ କହିଛନ୍ତି ଯେ ବିକାଶ ପାଇଁ ଭାରତକୁ ଅନ୍ୟ କୌଣସି ଦେଶର ନକଲ କରିବା ପରିବର୍ତ୍ତେ ଭାରତ...

ଡ୍ରଗ୍ସ ମାମଲା: ଭାରତୀ ସିଂ ତାଙ୍କ ସ୍ବାମୀଙ୍କ ନାଁରେ ଚାର୍ଜସିଟ ଦାଖଲ କଲା ଏନ୍‌ସିବି

ମୁମ୍ବାଇ,୨୯।୧୦: ଡ୍ରଗ୍ସ ମାମଲାରେ ହାସ୍ୟ ଅଭିନେତ୍ରୀ ଭାରତୀ ସିଂ ଏବଂ ସ୍ବାମୀ ହର୍ଷ ଲିମ୍ବାଚିଆଙ୍କ ବିରୋଧରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନ୍‌ସିବି) ଏକ ଚାର୍ଜସିଟ ଦାଖଲ...

ଇସ୍ରୋ ମିଶନ ୨୦୨୨: ଚଳିତ ବର୍ଷର ପ୍ରଥମ ପିଏସ୍‌ଏଲ୍‌ଭି-ସି୫୨ ସାଟେଲାଇଟ ଲଞ୍ଚ

ବେଙ୍ଗାଲୁରୁ,୧୪ ।୨: ଭାରତୀୟ ଅନ୍ତରୀକ୍ଷ ଅନୁସନ୍ଧାନ ସଙ୍ଗଠନ(ଇସ୍ରୋ) ଚଳିତ ବର୍ଷର ଏହାର ପ୍ରଥମ ମିଶନ ଭାବେ ସୋମବାର ଏକ ସାଟେଲାଇଟ ଲଞ୍ଚ କରିଛି । ଏହି...

ବଳାତ୍କାର ମାମଲାରେ ଆଶାରାମ ବାପୁଙ୍କୁ ଆଜୀବନ କାରାଦଣ୍ଡ

ଗାନ୍ଧୀନଗର,୩୦।୧: ଏକ ଦଶନ୍ଧି ପୁରୁଣା ବଳାତ୍କାର ମାମଲାରେ ଗୁଜରାଟର ଏକ କୋର୍ଟ ଆତ୍ମଘୋଷିତ ବାବା ଆଶାରାମ ବାପୁଙ୍କୁ ଦୋଷୀ ସାବ୍ୟସ୍ତ କରି ଦଣ୍ଡାଦେଶ ଶୁଣାଇଛନ୍ତି। ମଙ୍ଗଳବାର...

କାର୍ଯ୍ୟକାରିଣୀ ବୈଠକର ଶେଷ ଦିନ: ନଡ୍ଡାଙ୍କ କାର୍ଯ୍ୟକାଳ ବୃଦ୍ଧିକୁ ନେଇ ହୋଇପାରେ ନିଷ୍ପତ୍ତି

ନୂଆଦିଲ୍ଲୀ,୧୭।୧: ଭାଜପାର ୨ ଦିନିଆ ଜାତୀୟ କାର୍ଯ୍ୟକାରିଣୀ ବୈଠକର ମଙ୍ଗଳବାର ଦ୍ୱିତୀୟ ଦିନ ତଥା ଶେଷ ଦିନ। ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚଳିତ ବର୍ଷ...

Advertisement
Archives

Model This Week