ଅନ୍ତ ହେଉନାହିଁ ଜାଗା ବିବାଦ

ଢେଙ୍କାନାଳ ଅଫିସ, ୧୯।୧: ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ୨୦୨୨ ନଭେମ୍ବର ୨୨ରେ ବିଶ୍ୱପ୍ରସିଦ୍ଧ ମହିମା ଗାଦିରେ ବିବାଦୀୟ ଉପାସନାସ୍ଥଳୀ ଉଚ୍ଛେଦ କରାଯାଇଥିଲା। ଏହାପରଠାରୁ କୌପୀନଧାରୀ ଏବଂ ବଳ୍କଳଧାରୀ ଗୋଷ୍ଠୀ ମଧ୍ୟରେ ନୂତନ ଉପାସନାସ୍ଥଳୀକୁ ନେଇ ଆରମ୍ଭ ହୋଇଥିବା ଜାଗା ବିବାଦର ଅନ୍ତ ହେଉନାହିଁ। କୌପୀନଧାରୀ ମହିମା ସମାଜକୁ ନୂତନ ଜାଗା ପ୍ରଦାନ କରିବାକୁ ବିପକ୍ଷ ଗୋଷ୍ଠୀ ସହମତି ପ୍ରଦାନ କରୁ ନ ଥିବାରୁ ଅଡୁଆ ବଢ଼ିବାରେ ଲାଗିଛି।

ଉଚ୍ଛେଦ ପରେ କୌପୀନଧାରୀ ମହିମା ସାଧୁସନ୍ଥମାନେ ଉପାସନା ପାଇଁ ଅଡୁଆରେ ପଡ଼ିଛନ୍ତି। ସେମାନଙ୍କୁ ନୂଆ ଜାଗା ପ୍ରଦାନ କରିବା ଲାଗି ଏକାଧିକଥର ବୈଠକ ବସିଥିଲେ ମଧ୍ୟ ସୁଫଳ ମିଳିପାରୁନାହିଁ। ବୁଧବାର ଅପରାହ୍ନରେ ଯୋରନ୍ଦାରେ ଜିଲାପାଳ ସରୋଜ କୁମାର ସେଠୀ, ବିଧାୟକ ସୁଧୀର କୁମାର ସାମଲ, ଉଭୟ ଗୋଷ୍ଠୀର ସାଧୁସନ୍ଥ ଏବଂ ପ୍ରଶାସନିକ ଅଧିକାରୀଙ୍କୁ ନେଇ ବୈଠକ ଅନୁଷ୍ଠିତ ହୋଇଥିଲା। କୌପୀନଧାରୀ ମହିମା ସମାଜକୁ ଗାଦିମନ୍ଦିର ନିକଟ ଦଲକଠାରେ ଜାଗା ପ୍ରଦାନ ନିମନ୍ତେ ନିଷ୍ପତ୍ତି ନିଆଯାଇଥିଲା। ଏହାପରେ ସମସ୍ତେ ଫେବୃୟାରୀ ୪ରେ ହେବାକୁ ଥିବା ମାଘମେଳା ଶାନ୍ତିଶୃଙ୍ଖଳାର ସହ ସମାପନ କରିବା ଲାଗି ସହମତି ଜଣାଇଥିଲେ। ଏଥିଲାଗି ଉଭୟ ଗୋଷ୍ଠୀର ସାଧୁସନ୍ନ୍ୟାସୀ ଜିଲାପାଳ, ବିଧାୟକଙ୍କୁ ସାଧୁବାଦ ଜଣାଇଥିଲେ। ତେବେ ବୈଠକ ପରେ ପ୍ରସ୍ତାବିତ ଜାଗା ଦେଖିବାକୁ ଯାଇଥିବା ବେଳେ ବଳ୍କଳଧାରୀ ଗୋଷ୍ଠୀ ଜାଗା ପ୍ରଦାନ ନିଷ୍ପତ୍ତିରେ ରାଜି ନ ହୋଇ ପଳାଇଥିଲେ। ବାରମ୍ବାର ବୁଝାଇବା ସତ୍ତ୍ୱେ ସେମାନେ ଆଲୋଚନାକୁ ଫେରି ନ ଥିଲେ। ତେଣୁ ଗୁରୁବାର ପୁଣିଥରେ ଜାଗା ଚିହ୍ନଟ ପାଇଁ ନିଷ୍ପତ୍ତି ହୋଇଛି।

ଏ ସଂକ୍ରାନ୍ତରେ ବିଧାୟକ ସାମଲ କୁହନ୍ତି, ମହିମା ଗୋସାଇଁଙ୍କ ପୀଠ ଉପରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ବିଶ୍ୱାସ ରହିଛି। ଏହା ଯେପରି ବଦନାମ ନ ହେବ ସେଥିଲାଗି ସମସ୍ତେ ଧ୍ୟାନ ଦେବା ଉଚିତ। ଜିଲାପାଳ ସେଠୀ କୁହନ୍ତି, ବିବାଦର ସମାଧାନ ନିଶ୍ଚିତ କରାଯିବ। ଦଲକଠାରେ ପ୍ରସ୍ତାବିତ ଜାଗାକୁ କୌପୀନଧାରୀ ମହିମା ସମାଜକୁ ପ୍ରଦାନ କରାଯିବ। ସେଠାରେ ଉପାସନା ବ୍ୟବସ୍ଥା ମଧ୍ୟ ହେବ। ଆଗକୁ ମାଘମେଳା ଆସୁଛି। ଉଭୟ ଗୋଷ୍ଠୀ ଭାଇଚାରା ବଜାୟ ରଖି ଏହାର ଆୟୋଜନ କରିବାକୁ ସେ ନିବେଦନ କରିଛନ୍ତି।
ବୈଠକରେ ଏସ୍‌ପି ଜ୍ଞାନରଞ୍ଜନ ମହାପାତ୍ର, ଜିଲା ବନଖଣ୍ଡ ଅଧିକାରୀ ଡ. ପ୍ରକାଶ ଚାନ୍ଦ ଗୋଗିନେନି, ଉପଜିଲାପାଳ ସ୍ନିଗ୍ଧାରାଣୀ ଧଳ, ବିଡିଓ ଆଶିଷ ରଞ୍ଜନ ସାହୁ, ବଳ୍କଳଧାରୀ ମହିମା ସମାଜର ବରିଷ୍ଠ ସନ୍ନ୍ୟାସୀ ନିତ୍ୟାନନ୍ଦ ବାବା, କୌପୀନଧାରୀ ମହିମା ସମାଜ ସଭାପତି ରଘୁନାଥ ବାବା ପ୍ରମୁଖ ଉପସ୍ଥିତ ଥିଲେ। ଏଥିପୂର୍ବରୁ ବୁଧବାର ଜିଲା କାର୍ଯ୍ୟାଳୟରେ ଜିଲାପାଳଙ୍କ ଅଧ୍ୟକ୍ଷତାରେ ଉଭୟ ଗୋଷ୍ଠୀର ସାଧୁସନ୍ଥଙ୍କୁ ନେଇ ବୈଠକ ବସିଥିଲା। ହେଲେ କୌଣସି ନିଷ୍କର୍ଷ ନ ବାହାରିବାରୁ ଯୋରନ୍ଦାଠାରେ ପୁଣି ବୈଠକ ଅନୁଷ୍ଠିତ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଡାକ୍ତରଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ, ଭଞ୍ଜନଗରରେ ରୋଗୀ ସେବା ପ୍ରଭାବିତ, ମୃତଦେହ ବ୍ୟବଚ୍ଛେଦ ହୋଇ ନ ପାରିବାରୁ…

ଭଞ୍ଜନଗର,୧ା୭(ବାବୁଲା ପ୍ରଧାନ): ଓଡ଼ିଶା ମେଡିକାଲ ସର୍ଭିସେସ୍‌ ଆସୋସିଏଶନ (OMSA)ର ଆହ୍ବାନ କ୍ରମେ ବିଭିନ୍ନ ଦାବି ଏବଂ ଡାକ୍ତରମାନଙ୍କ ସୁରକ୍ଷା ପ୍ରସଙ୍ଗକୁ ନେଇ ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟର ଡାକ୍ତରମାନେ…

ପାରିବାରିକ କଳହ ହେଲା କାଳ, ଦିଅରର ଆକ୍ରମଣରେ ଚାଲିଗଲା ଭାଉଜଙ୍କ ଜୀବନ

ବେଲଗୁଣ୍ଠା,୧ା୭( କୃଷ୍ଣ ଚନ୍ଦ୍ର ପଟ୍ଟନାୟକ): ଘରୋଇ ଅଶାନ୍ତିରୁ ଚାଲିଗଲା ମହିଳାଙ୍କ ଜୀବନ। ଏହିଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବେଲଗୁଣ୍ଠା ବ୍ଳକ୍ ତଥା ଗାଙ୍ଗପୁର ଥାନା ଅନ୍ତର୍ଗତ…

ଦୁର୍ଘଟଣାଗ୍ରସ୍ତଙ୍କୁ ଡାକ୍ତରଖାନା ନେଲେ ଭାଜପା ନେତା

ହାଟଡିହୀ,୧ା୭(ଶୁଭକାନ୍ତ ନାୟକ): ସାହାଯ୍ୟ ଏବଂ ମହାନତାର ପ୍ରମାଣ ଦେଖାଇଛନ୍ତି କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡର ଭାଜପା ନେତା ଆଲୋକ ସେଠୀ। ବୁଧବାର ଆଲୋକ ଏକ କାର୍ଯ୍ୟକ୍ରମରେ ଯୋଗ…

ଆଷାଢ଼ରେ ନାହିଁ ବର୍ଷା; ପୋଡ଼ିଗଲାଣି ଧାନ ତଳି, ଘୋଡ଼ାହାଡ଼ ଡ଼୍ୟାମକୁ ଦିଗପହଣ୍ଡି-ସାନଖେମୁଣ୍ଡି ଚାଷୀଙ୍କ ଭରସା  

ଦିଗପହଣ୍ଡି,୧ା୭(ଅଶେଷ ନାଥ ମିଶ୍ର): ଆଷାଢ଼ରେ ଗଞ୍ଜାମ ଜିଲା ଦିଗପହଣ୍ଡି ଓ ସାନଖେମୁଣ୍ଡି ବ୍ଲକ ଅଞ୍ଚଳରେ ବର୍ଷା ନାହିଁ ।ଚାଷୀ ବୃନ୍ଦ ଖରିଫ ଧାନ ଚାଷ ପାଇଁ ବିହନ…

ବିଜେଡିରୁ ଭାଜପା, ପୁଣି ବିଜେଡିକୁ ଆସିବା ପରେ ଏବେ ହରଡ଼ଘଣାରେ ବ୍ଲକ ଅଧ୍ୟକ୍ଷା

ଛତ୍ରପୁର,୧ା୭(ଦିଲ୍ଲୀପ ସାମଲ): ବିଜେଡିରୁ ଭାଜପା ଓ ପୁଣି ବିଜେଡିକୁ ଆସିବା ପରେ ଗଞ୍ଜାମ ଜିଲା ବୁଗୁଡା ବ୍ଲକ ଅଧ୍ୟକ୍ଷା କେ.ପ୍ରିୟଦର୍ଶିନୀ ଆଚାରୀ ଏବେ ହରଡ଼ଘଣାରେ ପଡ଼ିଯାଇଛନ୍ତି। ଅଧ୍ୟକ୍ଷାଙ୍କ…

୧୦ ଦଫା ଦାବି ନେଇ ଡାକ୍ତରଙ୍କ ଧର୍ମଘଟ, ସରକାର ଆମ ଦାବି ପୂରଣ ନ କଲେ…

କେସିଙ୍ଗା,୧ା୭(ତୁମେଶ୍ୱର ସାହୁ): ଜୁଲାଇ ୧ରେ ଡାକ୍ତର ଦିବସରେ ଓଡ଼ିଶା ମେଡିକାଲ ସର୍ଭିସ ଆସୋସିଏଶନର ନିର୍ଦ୍ଦେଶ କ୍ରମେ କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଡାକ୍ତରଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ବୁଧବାରଠାରୁ ଆରମ୍ଭ…

ପାଟପୁର ଥାନା ପକ୍ଷରୁ ନିଆରା ପ୍ରୟାସ, ନିଶା ଦ୍ରବ୍ୟ ସେବନ ବିରୋଧରେ ନେଲେ ଶପଥ 

ଦିଗପହଣ୍ଡି,୧ା୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଆମ ପୋଲିସ ସମିତି ପକ୍ଷରୁ ବୁଧବାର ନିଶାମୁକ୍ତ ଓଡ଼ିଶା ଅଭିଯାନ ଆନୁକୁଲ୍ୟରେ ସଚେତନତା ସଭା…

ସମ୍ପର୍କରେ କଳଙ୍କ: ନାବାଳିକା ଶାଳୀଙ୍କୁ ଗର୍ଭବତୀ କଲେ ଭିଣୋଇ, ଏମିତି ଧରାପଡିଲା…

ପାରଳାଖେମୁଣ୍ଡି,୧ା୭(ଗିରିଧାରୀ ପରିଛା): ଗଜପତି ଜିଲା ଗାରାବନ୍ଧ ଥାନା ଅନ୍ତର୍ଗତ ରାୟଗଡ଼ ବ୍ଲକର ସାନ ଅନତାରସିଂ ଗ୍ରାମରୁ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି । ଜଣେ ବିବାହିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri