Posted inଜାତୀୟ

ଦୀପାବଳି ପୂର୍ବରୁ ବୋନସ ଘୋଷଣା କଲେ କେନ୍ଦ୍ର ସରକାର: ଏମାନେ ପାଇବେ ଟଙ୍କା

ନୂଆଦିଲ୍ଲୀ, ୧୬।୧୦: କେନ୍ଦ୍ର ସରକାର ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ କେନ୍ଦ୍ରୀୟ କର୍ମଚାରୀଙ୍କୁ ୩୦ ଦିନର ‘ନନ-ପ୍ରଡକ୍ଟିଭିଟି ଲିଙ୍କଡ’ (ଆଡ-ହକ) ବୋନସ ପ୍ରଦାନ ପାଇଁ ଅନୁମୋଦନ ଦେଇଛନ୍ତି। ଏହି ବୋନସର ହିସାବ ମାସିକ ୭,୦୦୦ ଟଙ୍କାର ଦରମା ସୀମା ଆଧାରରେ କରାଯାଏ। ଅର୍ଥାତ୍‌ ଯଦି କୌଣସି କର୍ମଚାରୀଙ୍କ ହାରାହାରି ମାସିକ ଦରମା ଏହି ସୀମା ସହ ସମାନ କିମ୍ବା ତା’ଠାରୁ ଅଧିକ ହୁଏ, ତେବେ ତାଙ୍କୁ ୩୦ ଦିନ ପାଇଁ ସର୍ବାଧିକ ୬,୯୦୮ ଟଙ୍କା ବୋନସ ମିଳିବ। ଅନ୍ୟପକ୍ଷରେ, ଯେଉଁ କର୍ମଚାରୀଙ୍କ ହାରାହାରି ମାସିକ ଦରମା ଏହି ସୀମାଠାରୁ କମ, ସେମାନଙ୍କୁ ମିଳିବାକୁ ଥିବା ବୋନସ ରାଶି ମଧ୍ୟ କମ ହେବ।

ଅର୍ଥ ମନ୍ତ୍ରଣାଳୟ ଅଧୀନସ୍ଥ ବ୍ୟୟ ବିଭାଗ (Department of Expenditure) ପକ୍ଷରୁ ୧୫ ଅକ୍ଟୋବର ୨୦୨୬ରେ ଜାରି ଏକ କାର୍ଯ୍ୟାଳୟ ସ୍ମାରକପତ୍ରରେ ଏହି ବୋନସ ପ୍ରଦାନ ପାଇଁ ରାଷ୍ଟ୍ରପତିଙ୍କ ଅନୁମୋଦନ ସମ୍ପର୍କରେ ସୂଚନା ଦିଆଯାଇଛି।

ଏହି ନିଷ୍ପତ୍ତି ‘ଗ୍ରୁପ-ସି’ କର୍ମଚାରୀ ଏବଂ ‘ଗ୍ରୁପ-ବି’ର ସେହି ଅଣ-ଗେଜେଟେଡ କର୍ମଚାରୀଙ୍କ ପାଇଁ ଲାଗୁ ହେବ, ଯେଉଁମାନେ କୌଣସି ‘ପ୍ରଡକ୍ଟିଭିଟି ଲିଙ୍କଡ ବୋନସ’ ଯୋଜନାର ଅନ୍ତର୍ଭୁକ୍ତ ନୁହନ୍ତି।

ସୂଚନାଯୋଗ୍ୟ, କେନ୍ଦ୍ର ସରକାର କର୍ମଚାରୀଙ୍କୁ ସେମାନଙ୍କ ପଦବୀ ଓ ଦାୟିତ୍ୱ ଅନୁଯାୟୀ ଗ୍ରୁପ-ଏ, ଗ୍ରୁପ-ବି, ଗ୍ରୁପ-ସି ଓ ଗ୍ରୁପ-ଡି ଭାବେ ବର୍ଗୀକୃତ କରିଥାନ୍ତି। ଗ୍ରୁପ-ସିରେ ସାଧାରଣତଃ କିରାଣି, ହେଡ କ୍ଲର୍କ, ଟାଇପିଷ୍ଟ, ଆସିଷ୍ଟାଣ୍ଟ ଏବଂ ମଲ୍ଟି-ଟାସ୍କିଂ ଷ୍ଟାଫ ଆଦି ରହିଥାନ୍ତି। ଯୋଗ୍ୟତା ପୂରଣ କରୁଥିବା ଏହି କର୍ମଚାରୀମାନେ ପୂର୍ଣ୍ଣ ବୋନସ ପାଇବେ।

ସେହିପରି ଗ୍ରୁପ-ବି କର୍ମଚାରୀଙ୍କୁ ଗେଜେଟେଡ ଓ ନନ-ଗେଜେଟେଡ ଭାବେ ବିଭକ୍ତ କରାଯାଇଛି। ଗେଜେଟେଡ ଅଧିକାରୀମାନେ ସରକାରୀ ନିୟମ ଅନୁଯାୟୀ ର୍ନିଦ୍ଦିଷ୍ଟ ପ୍ରଶାସନିକ କିମ୍ବା ଅନୁମୋଦନ କ୍ଷମତା ରଖିଥାନ୍ତି। ସରକାରଙ୍କ ଘୋଷିତ ଏହି ବୋନସ କେବଳ ଯୋଗ୍ୟ ଅଣ-ଗେଜେଟେଡ କର୍ମଚାରୀଙ୍କୁ ମିଳିବ। ଏଥିରେ ବରିଷ୍ଠ ଆସିଷ୍ଟାଣ୍ଟ ଓ ସୁପରଭାଇଜରଙ୍କ ଭଳି କର୍ମଚାରୀ ସାମିଲ ହୋଇପାରନ୍ତି। ଗ୍ରୁପ-ଏ ଏବଂ ଗ୍ରୁପ-ବିର ଉଚ୍ଚପଦସ୍ଥ ଗେଜେଟେଡ ଅଧିକାରୀମାନେ ଏହି ବୋନସ ପାଇବେ ନାହିଁ।

କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବଳ ଏବଂ ସଶସ୍ତ୍ର ବାହିନୀର ଯୋଗ୍ୟ କର୍ମଚାରୀମାନେ ମଧ୍ୟ ଏହି ବୋନସ ଯୋଜନାରେ ସାମିଲ ହେବେ। ଏହାବ୍ୟତୀତ, କେନ୍ଦ୍ର ସରକାରଙ୍କ ଦରମା ଢାଞ୍ଚା ଅନୁସରଣ କରୁଥିବା କେନ୍ଦ୍ରଶାସିତ ଅଞ୍ଚଳର ଯୋଗ୍ୟ କର୍ମଚାରୀମାନେ ମଧ୍ୟ ଏହି ବୋନସ ପାଇପାରିବେ। ତେବେ ସେମାନେ ଅନ୍ୟ କୌଣସି ବୋନସ କିମ୍ବା ଅନୁଗ୍ରହ ରାଶି (ଏକ୍ସ-ଗ୍ରେସିଆ) ଯୋଜନାର ଅନ୍ତର୍ଭୁକ୍ତ ହୋଇନଥିବା ଆବଶ୍ୟକ।

ଅତିକମରେ ୬ ମାସର ନିରବଚ୍ଛିନ୍ନ ସେବା: କର୍ମଚାରୀ ଜଣକ ୨୦୨୫-୨୬ ଆର୍ଥିକ ବର୍ଷରେ ଅତିକମରେ ୬ ମାସ ନିରନ୍ତର ସେବା ପୂରଣ କରିଥିବା ଆବଶ୍ୟକ।

୩୧ ମାର୍ଚ୍ଚ ୨୦୨୬ରେ ଚାକିରିରେ ଥିବା ଆବଶ୍ୟକ: ହିସାବ ବର୍ଷ ୨୦୨୫-୨୬ର ଶେଷ ଦିନ ଅର୍ଥାତ୍‌ ୩୧ ମାର୍ଚ୍ଚ ୨୦୨୬ରେ କର୍ମଚାରୀ ଜଣକ ସେବାରେ ରହିଥିବା ଆବଶ୍ୟକ।

୬ ମାସରୁ ଅଧିକ, କିନ୍ତୁ ୧ ବର୍ଷରୁ କମ ସେବା ପାଇଁ ଆନୁପାତିକ ବୋନସ: ଯେଉଁ କର୍ମଚାରୀଙ୍କ ସେବା ଅବଧି ୬ ମାସରୁ ଅଧିକ, କିନ୍ତୁ ୧ ବର୍ଷରୁ କମ, ସେମାନଙ୍କୁ ଆନୁପାତିକ ହାରରେ (ପ୍ରୋ-ରାଟା ଆଧାରରେ) ବୋନସ ମିଳିବ। ଅର୍ଥାତ୍‌ ସମ୍ପୂର୍ଣ୍ଣ ୬,୯୦୮ ଟଙ୍କା ବଦଳରେ ଆର୍ଥିକ ବର୍ଷରେ ସେମାନେ ଯେତେ ମାସ ସେବା ପୂରଣ କରିଥିବେ, ସେହି ଅନୁପାତରେ ବୋନସ ରାଶି ହିସାବ କରାଯିବ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?