Posted inଜାତୀୟ

ବନ୍ଦ ଲଫାପାରେ କେନ୍ଦ୍ରର ପ୍ରସ୍ତାବ ଅଗ୍ରାହ୍ୟ

ନୂଆଦିଲ୍ଲୀ,୧୮ା୨: ଆମେରିକୀୟ ଶର୍ଟ ସେଲର ହିଣ୍ଡେନ୍‌ବର୍ଗ ରିସର୍ଚ୍ଚ ପକ୍ଷରୁ ଆଦାନୀ ଗ୍ରୁପ୍‌ ବିରୋଧରେ ଅଭିଯୋଗ ଆସିବା ପରେ ଶିଳ୍ପପତି ଗୌତମ ଆଦାନୀଙ୍କ କମ୍ପାନୀଗୁଡ଼ିକର ଶେୟାର ମୂଲ୍ୟ ଖସିବାରେ ଲାଗିଛି। ନିବେଶକମାନଙ୍କୁ କ୍ଷତିରୁ ବଞ୍ଚାଇବା ପାଇଁ ନିୟାମକ ପଦକ୍ଷେପ ନେବା ସକାଶେ ଏକ ବିଶେଷଜ୍ଞ ଟିମ୍‌ ଗଠନ ଉପରେ କେନ୍ଦ୍ର ସରକାର ଶୁକ୍ରବାର ବନ୍ଦ ଲଫାପାରେ ସୁପ୍ରିମକୋର୍ଟଙ୍କୁ ପ୍ରସ୍ତାବ ଦେଇଥିଲେ। ସିଜେଆଇ ଡି.ଓ୍ବାଇ. ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ତଥା ଜଷ୍ଟିସ୍‌ ପି.ଏସ୍‌. ନରସିଂହ ଏବଂ ଜେ.ବି. ପର୍ଡିଓ୍ବାଲାଙ୍କୁ ନେଇ ଗଠିତ ଖଣ୍ଡପୀଠ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ଦାଖଲ କରିଥିବା ଉକ୍ତ ଲଫାପାକୁ ଗ୍ରହଣ କରିବାକୁ ମନା କରିଦେଇଛନ୍ତି। ତିନିଜଣିଆ ଖଣ୍ଡପୀଠ କହିଛନ୍ତି, ସୁପ୍ରିମକୋର୍ଟ ନିବେଶକମାନଙ୍କ ସ୍ବାର୍ଥ ସୁରକ୍ଷା ପାଇଁ ସମ୍ପୂର୍ଣ୍ଣ ସ୍ବଚ୍ଛତା ଚାହାନ୍ତି। ଆମେ ଏକ କମିଟି ଗଠନ କରିବୁ। ସର୍ବୋଚ୍ଚ ଅଦାଲତର କୌଣସି କାର୍ଯ୍ୟରତ ବିଚାରପତି ଉକ୍ତ ପ୍ୟାନେଲରେ ରହିବେ ନାହିଁ। କାରଣ ଅନ୍ୟ ମାମଲାଗୁଡ଼ିକର ଶୁଣାଣି ଲାଗି ଖଣ୍ଡପୀଠ ଗଠନରେ ପ୍ରତିଦିନ ଅସୁବିଧା ହେଉଛି।
ରିସର୍ଚ୍ଚ ଜାନୁୟାରୀ ୨୪ରେ ଆଦାନୀ ଗ୍ରୁପ୍‌ର ଷ୍ଟକ୍ସ ଜାଲିଆତି ରିପୋର୍ଟ ପ୍ରଘଟ କରିବା ପରେ କମ୍ପାନୀର ଶେୟାର ମୂଲ୍ୟରେ ‘ଆର୍ଟିଫିସିଆଲ କ୍ରାଶ୍‌’ (ମନୁଷ୍ୟକୃତ ପତନ) ହୋଇଥିବା ଦର୍ଶାଇ ସୁପ୍ରିମକୋର୍ଟରେ ଦୁଇଟି ଜନସ୍ବାର୍ଥ ମାମଲା (ପିଆଇଏଲ୍‌) ଦାଏର ହୋଇଛି। ଗୋଟିଏ ପିଆଇଏଲ୍‌ ଆଇନଜୀବୀ ବିଶାଳ ତିଓ୍ବାରୀ ଓ ଅନ୍ୟଟି ବରିଷ୍ଠ ଓକିଲ ଏମ୍‌.ଏଲ୍‌. ଶର୍ମା ଦାଖଲ କରିଛନ୍ତି। ଷ୍ଟକ୍ସ ମୂଲ୍ୟ ହ୍ରାସ ପାଇବାରେ ଲାଗିଥିବାରୁ ନିରୀହ ନିବେଶକମାନେ ଶୋଷଣର ଶିକାର ହୋଇଛନ୍ତି। ତେଣୁ ହିଣ୍ଡେନ୍‌ବର୍ଗ ରିପୋର୍ଟର ତଦନ୍ତ କରାଯାଉ ଏବଂ ନିବେଶକମାନଙ୍କୁ ଆଶ୍ୱସ୍ତି ଦିଆଯାଉ ବୋଲି ଏଥିରେ ନିବେଦନ କରାଯାଇଛି। ସିଜେଆଇ ଚନ୍ଦ୍ରଚୂଡ଼ଙ୍କ ଖଣ୍ଡପୀଠ ଗତ ୧୦ ତାରିଖରେ ଏହାର ଶୁଣାଣି କରି କେନ୍ଦ୍ର ଏବଂ ଭାରତୀୟ ପ୍ରତିଭୂତି ବିନିମୟ ବୋର୍ଡ (ସେବି)ର ମତାମତ ଲୋଡ଼ିଥିଲେ। ପୁଞ୍ଜିବଜାରରେ ଭାରତୀୟ ନିବେଶକଙ୍କ ସ୍ବାର୍ଥ ସୁରକ୍ଷା ପାଇଁ ଦେଶରେ ଏକ ମଜଭୁତ ବ୍ୟବସ୍ଥା ରହିବା ଉଚିତ ବୋଲି ତିନିଜଣିଆ ଖଣ୍ଡପୀଠ ପ୍ରକାଶ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସ୍ମୃତି ଇରାନୀଙ୍କୁ କରୋନା, ଟୁଇଟ୍‌ କରି ଦେଲେ ସୂଚନା

ନୂଆଦିଲ୍ଲୀ,୨୮ା୧୦: କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ଏନେଇ ବୁଧବାର ସନ୍ଧ୍ୟାରେ ସ୍ମୃତି ନିଜେ ଟୁଇଟ୍‌ କରି  ସୂଚନା ଦେଇଛନ୍ତି। ସେ କହିଛନ୍ତି,...

ଗୁଜରାଟ ନିର୍ବାଚନ: କେଜରିୱାଲଙ୍କ ଘରେ ଲଞ୍ଚ କରିବେ ପରିବାର ସହ ସଫେଇ କର୍ମଚାରୀ

ନୂଆଦିଲ୍ଲୀ,୨୬ ।୯: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଗୁଜରାଟର ଜଣେ ସଫେଇ କର୍ମଚାରୀଙ୍କୁ ନିଜ ଘରକୁ ଭୋଜନ କରିବାକୁ ନିମନ୍ତ୍ରଣ କରିଛନ୍ତି । ଅହମଦାବାଦ ଟାଉନହଲରେ...

ଟଳିପଡିଲେ ୨ ଆତଙ୍କବାଦୀ

ଶ୍ରୀନଗର,୧୯।୬: କୁପୱାରା ଏବଂ କୁଲଗାମରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ରବିବାର ଏନକାଉଣ୍ଟର ହୋଇଛି। ଏଥିରେ ଦୁଇ ଆତଙ୍କବାଦୀ ନିହତ ହୋଇଛନ୍ତି। ସୂଚନାନୁସାରେ, ରବିବାର...

ସତ୍ୟପାଠ ଦାଖଲ କଲେ ଯୋଗୀ ସରକାର…

ନୂଆଦିଲ୍ଲୀ, ୨୯।୩ : ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସରକାର ସୁପ୍ରିମକୋର୍ଟରେ ମଙ୍ଗଳବାର ଲଖମୀପୁର ଖେରୀ ମାମଲାରେ ସତ୍ୟପାଠ ଦାଖଲ କରିଛନ୍ତି । ସରକାର କହିଛନ୍ତି...

ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ କରୋନା ସଂକ୍ରମଣ

ପାଟନା, ୭।୭: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ବାସଭବନରେ କରୋନା ସଂକ୍ରମଣ ହୋଇଛି। ନୀତୀଶଙ୍କ ପୁତୁରାଙ୍କର ନମୁନା ପରୀକ୍ଷା ରିପୋର୍ଟ କରୋନା ପଜିଟିଭ୍‌ ଆସିଛି। ତାଙ୍କୁ...

ଏପ୍ରିଲ-ଫେବୃଆରୀରେ ବିଦ୍ୟୁତ ଚାହିଦାରେ ୧୦ ପ୍ରତିଶତ ବୃଦ୍ଧି: ଛୁଇଁଲା ୧୩୭୫ ବିଲିୟନ ୟୁନିଟ…

ନୂଆଦିଲ୍ଲୀ,୧୯।୩ : ଚଳିତ ଆର୍ଥିକ ବର୍ଷରେ ଏପ୍ରିଲ-ଫେବୃଆରୀ ମଧ୍ୟରେ ଭାରତରେ ବିଦ୍ୟୁତ ଚାହିଦା ୧୦ ପ୍ରତିଶତ ବୃଦ୍ଧି ହୋଇ ୧୩୭୫.୫୭ ବିଲିୟନ ୟୁନିଟ ରେ ପହଞ୍ଚିଛି।...

ଆମ୍ବୁଲାନ୍ସ ନ ମିଳିବାରୁ ପୁଅର ମୃତଦେହକୁ ବ୍ୟାଗରେ ନେଲେ ବାପା

କାଟିହାର (ବିହାର),୭।୩ : ବିହାରର କାଟିହାର ଜିଲାରୁ ସାମ୍ନାକୁ ଆସିଛି ଏକ ଲଜ୍ଜାଜନକ ଘଟଣା। ୧୩ ବର୍ଷର ପୁଅର ମୃତ୍ୟୁ ପରେ ଦୁଃଖରେ ଭାଙ୍ଗି ପଡ଼ିଥିବା...

ନୀତୀଶ ସେପ୍ଟେମ୍ବର ୬ରେ ଫୁଙ୍କିବେ ଶଙ୍ଖ

ପାଟନା, ୨୫।୮: କରୋନା ମହାମାରୀରେ ଲୋକେ ଲକ୍‌ଡାଉନ୍‌ ପଡ଼ି ଛଟପଟ ହେଉଥିବାବେଳେ ବିହାରରେ ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ନୀତୀଶ କୁମାର...

Advertisement
Archives

Model This Week