କାଳିପଲ୍ଲୀ ଗାଁ କମିଟି ସହ ଜିଲାପାଳଙ୍କ ଆଲୋଚନା

ଛତ୍ରପୁର,୧୮ା୨(ଡି.ଏନ୍‌.ଏ.): ଛତ୍ରପୁର ଉପକଣ୍ଠ କାଳିପଲ୍ଳୀ ନିକଟରେ ଟାଟା ଏସ୍‌ଇଜେଡ୍‌ରେ ସ୍ମାର୍ଟକେମ୍‌ ଟେକ୍ନୋଲଜିର ଆମୋନିୟମ ନାଇଟ୍ରେଟ୍‌ କମ୍ପାନୀକୁ ସ୍ଥାନୀୟ ଲୋକଙ୍କ ବିରୋଧ ଜାରି ରହିଛି। ଅନ୍ୟପକ୍ଷରେ ଗତ ବୁଧବାର ଟାଟା ପ୍ରକଳ୍ପର ପାଚେରି ନିର୍ମାଣକୁ ବିରୋଧ କରିଥିବାରୁ ପୋଲିସ ୧୫ଜଣଙ୍କୁ କୋର୍ଟ ଚାଲାଣ କରିଥିଲା। ଶୁକ୍ରବାର ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲାପାଳ ଦିବ୍ୟଜ୍ୟୋତି ପରିଡା କାଳିପଲ୍ଲୀ ଗାଁ କମିଟିର ଏକ ପ୍ରତିନିଧି ଦଳ ସହ ଆଲୋଚନା ବୈଠକ କରିଛନ୍ତି। ଡିନୋଟିଫିକେସନ କାମ ଆରମ୍ଭ ହୋଇ ହିତାଧିକାରୀଙ୍କ ସର୍ଭେ କାମ ଆରମ୍ଭ ହେବ । ଏଥିରେ ସହଯୋଗ କରିବାକୁ ଜିଲାପାଳ ପରାମର୍ଶ ଦେଇଥିଲେ। ମହାରାଷ୍ଟ୍ରରେ କମ୍ପାନୀର ଥିବା ଆମୋନିୟନ ନାଇଟ୍ରେଟ୍‌ ପ୍ରକଳ୍ପ ସ୍ଥଳକୁ ସ୍ଥାନୀୟ ଲୋକଙ୍କୁ ନେବାକୁ ପ୍ରସ୍ତାବ ଦିଆଯାଇଥିଲା। ୫୦ଜଣଙ୍କୁ ନେବାକୁ ଗାଁ କମିଟି ପକ୍ଷରୁ କୁହାଯାଇଥିବା ବେଳେ ୨୦ ଜଣଙ୍କୁ ନେବାକୁ ପ୍ରଶାସନ ରାଜି ହୋଇଛିା ଟାଟାର ପାଚେରି ମଧ୍ୟରେ କେତେକଙ୍କ ଜମି ଅଛି, ସେମାନଙ୍କୁ କ୍ଷତିପୂରଣ ଦେବାକୁ ଜିଲାପାଳଙ୍କୁ ଅନୁରୋଧ କରାଯାଇଥିଲାା ଏଥିସହ ଗିରଫମାନଙ୍କୁ ଜେଲରୁ ମୁକୁଳିବା ବ୍ୟବସ୍ଥା କରିବାକୁ ମଧ୍ୟ ଅନୁରୋଧ କରାଯାଇଥିଲା। ସ୍ଥାନୀୟ ଲୋକଙ୍କ ଉପସ୍ଥିତିରେ ପାଚେରୀ ନିର୍ମାଣ ଏବଂ ଏଥିରେ କାମ ଯୋଗାଇବାକୁ ଗାଁ କମିଟି ପକ୍ଷରୁ ଜିଲାପାଳଙ୍କୁ ପ୍ରସ୍ତାବ ଦିଆଯାଇଥିଲା। ଏସବୁ ଉପରେ ବିଚାର ହେବ ବୋଲି ଜିଲାପାଳ କହିଥିବା ଗାଁ କମିଟି ସୂଚନା ଦେଇଛି। ତେବେ ମହାରାଷ୍ଟ୍ର ଯାଇ ଫେରିବା ପର୍ଯ୍ୟନ୍ତ ସ୍ମାର୍ଟକେମ୍‌ ଟେକ୍ନୋଲଜିର ଆମୋନିୟମ ନାଇଟ୍ରେଟ କମ୍ପାନୀ ପ୍ରତିଷ୍ଠାକୁ ବିରୋଧ ଜାରି ରହିବ ବୋଲି ଗାଁ କମିଟି କହିଛିା ସେପଟେ ଗିରଫମାନଙ୍କ ଲାଗି ହୋଇଥିବା ଜାମିନ ଆବେଦନକୁ ସ୍ଥାନୀୟ ଏସଡିଜେମ୍‌ କୋର୍ଟରେ ଖାରଜ ହୋଇଛି। ଏଡିଜେ କୋର୍ଟରେ ଜାମିନ ଆବେଦନ ହୋଇଥିବା ଗାଁ କମିଟି ସଭାପତି ବି.ମୋହନ
ପାତ୍ର ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

ପୁରୀରେ ପହଞ୍ଚିଲା ତୃତୀୟ ପର୍ଯ୍ୟାୟ ରଥକାଠ

ପୁରୀ,୨୫ା୪: ପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ନୟାଗଡ଼ରୁ ତୃତୀୟ ପର୍ଯ୍ୟାୟ ରଥକାଠ ଆସି ବଡ଼ଦାଣ୍ଡସ୍ଥିତ ରଥଖଳାରେ ପହଞ୍ଚିଛି। ଆସିଥିବା କାଠରେ ୨୩ ଖଣ୍ଡ...

ନିଜେ ପଞ୍ଚମ ଫେଲ୍, ଚାକିରି ଦେବା ଆଳରେ ଠକିନେଲେ ୨କୋଟିରୁ ଊର୍ଦ୍ଧ୍ୱ ଟଙ୍କା 

ସୋର, ୨୫।୪: (ଜନ୍ମେଜୟ ମିଶ୍ର): ଚାକିରି କରାଇ ଦେବାର ଆଳ ଦେଖାଇ ବାଲେଶ୍ୱର ଜିଲା ସୋର ଅଞ୍ଚଳର ଜଣେ ଯୁବକ ବିଭିନ୍ନ ଲୋକଙ୍କଠାରୁ ୨କୋଟିରୁ ଊର୍ଦ୍ଧ୍ୱ...

ନିଜ ଦେହରେ କିରୋସିନ ଢାଳି ନିଆଁ ଲଗାଇ ଦେଲେ ମହିଳା, ରକ୍ଷା କରିବାକୁ ଯାଇ ସ୍ବାମୀ ଗୁରୁତର

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା କାଠକଟା ଗାଁରେ ବୁଧବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପରିବାରିକ କଳହରୁ ଜଣେ...

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri