Posted inଜାତୀୟ

ଅଦରକାରୀ ସାମଗ୍ରୀ ବିକ୍ରିରୁ କେନ୍ଦ୍ରର ଆୟ ୨୫୪ କୋଟି, ୩୭ ଲକ୍ଷ ବର୍ଗଫୁଟ ଜମି ଖାଲି…

ନୂଆଦିଲ୍ଲୀ,୨୬।୧୦ : ଦୀପାବଳି ସଫେଇ ଅଭିଯାନରେ ସଂଗୃହିତ ଅଳିଆ ଏବଂ ଅଦରକାରୀ ସାମଗ୍ରୀରୁ କେନ୍ଦ୍ର ସରକାର ୨୫୪ କୋଟି ଟଙ୍କା ରାଜସ୍ବ ପାଇଛନ୍ତି। କେନ୍ଦ୍ର ସରକାରଙ୍କ ବିଭାଗ ସହିତ ସଂଲଗ୍ନ କାର୍ଯ୍ୟାଳୟରୁ ବାହାରିଥିବା ଅଦରକାରୀ ବିକ୍ରୟରୁ ଏହା ମିଳିଛି।

କେନ୍ଦ୍ର ମନ୍ତ୍ରୀ ଜିତେନ୍ଦ୍ର ସିଂ  କହିଛନ୍ତି ଯେ ଦୀପାବଳି ପୂର୍ବରୁ ଏହି ସ୍ବଚ୍ଛତା ଅଭିଯାନ ତିନି ସପ୍ତାହ ଧରି ଚାଲିଥିଲା। ଏହା ବ୍ୟତୀତ ୩୭ ଲକ୍ଷ ବର୍ଗଫୁଟ ଜମି ମଧ୍ୟ ଖାଲି କରାଯାଇଛି। ଏସବୁ ଜମିରେ ଅଦରକାରୀ ସାମଗ୍ରୀ ରଖାଯାଇଥିଲା। ବର୍ତ୍ତମାନ ଏହି ଜମିକୁ ଅନ୍ୟ କିଛି ଉଦ୍ଦେଶ୍ୟରେ ବ୍ୟବହାର କରାଯାଇପାରିବ। ଅକ୍ଟୋବର ୩୧ ପର୍ଯ୍ୟନ୍ତ ସମସ୍ତ ବିଭାଗ ସ୍ବଚ୍ଛତା ଅଭିଯାନ ଚଳାଉଛନ୍ତି ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି।

ଏହା ଅନ୍ତର୍ଗତ ଅବ୍ୟବହୃତ ଫାଇଲ ଏବଂ ଅନ୍ୟାନ୍ୟ ସାମଗ୍ରୀ ବିକ୍ରି ହେଉଛି, ଯାହା ଆଉ ବ୍ୟବହୃତ ହେଉନାହିଁ। ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଦେଶରେ ସ୍ବଚ୍ଛତା ଅଭିଯାନ ଏକ ଜନ ଆନ୍ଦୋଳନର ରୂପ ନେଇଛି।

ଏହି ସମୟ ମଧ୍ୟରେ କାର୍ଯ୍ୟ ମଧ୍ୟ ଶୀଘ୍ର ଶେଷ ହୋଇଛି ବୋଲି ଜିତେନ୍ଦ୍ର ସିଂ କହିଛନ୍ତି। ସମୁଦାୟ ୪୦ ଲକ୍ଷ ଫାଇଲର ସମୀକ୍ଷା କରାଯାଇଥିଲା। ୩ ଲକ୍ଷରୁ ଅଧିକ ଅଭିଯୋଗର ସମାଧାନ ହୋଇଛି। ଏହା ବ୍ୟତୀତ ୫୮୮ ନିୟମକୁ ହଟାଯାଇଛି। କେନ୍ଦ୍ର ମନ୍ତ୍ରୀ କହିଛନ୍ତି ଯେ ସ୍ବଚ୍ଛତା ଅଭିଯାନକୁ ନେଇ ସମସ୍ତ ମନ୍ତ୍ରଣାଳୟରେ ଉତ୍ସାହ ଦେଖିବାକୁ ମିଳିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?