Posted inଜାତୀୟ

ପିଲାଙ୍କ ଭବିଷ୍ୟତ ସହ ଖେଳୁଛି କେନ୍ଦ୍ର

ନୂଆଦିଲ୍ଲୀ, ୯ା୬: ମେଡିକାଲ କଲେଜଗୁଡ଼ିକରେ ୨୦୨୧-୨୨ ଶିକ୍ଷାବର୍ଷ ପାଇଁ ୧୪୫୬ ସିଟ୍‌ ଫାଙ୍କା ପଡ଼ିଛି। ଏହାକୁ ନେଇ ସୁପ୍ରିମକୋର୍ଟ ବୁଧବାର କେନ୍ଦ୍ର ସରକାରଙ୍କ ଉପରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ସିଟ୍‌ ପୂରଣ ପାଇଁ ମେଡିକାଲ କାଉନ୍‌ସେଲିଂ କମିଟି (ଏମ୍‌ସିସି) ଏବଂ କେନ୍ଦ୍ର ସରକାର ମୋପ୍‌-ଅପ୍‌ ରାଉଣ୍ଡ କାଉନ୍‌ସେଲିଂ ନ କରି ପିଲାଙ୍କ ଭବିଷ୍ୟତ ସହ ଖେଳୁଛନ୍ତି ବୋଲି ଜଷ୍ଟିସ୍‌ ଏମ୍‌. ଆର୍‌. ଶାହା ଏବଂ ଅନିରୁଦ୍ଧ ବୋଷଙ୍କୁ ନେଇ ଗଠିତ ଅବକାଶକାଳୀନ ଖଣ୍ଡପୀଠ କହିଛନ୍ତି।

ଅଧିକ ସଂଖାରେ ଡାକ୍ତର ଏବଂ ସୁପର ସ୍ପେଶାଲିଟି ମେଡିକାଲ ପ୍ରଫେସନାଲ ଆବଶ୍ୟକ ଥିବାବେଳେ କାହିଁକି ସିଟ୍‌ ଖାଲିପଡ଼ିଛି? ଏଥିଯୋଗୁ ଛାତ୍ରୀଛାତ୍ର ଏବଂ ସେମାନଙ୍କ ଅଭିଭାବକ କେଉଁଭଳି ମାନସିକ ଦୁଶ୍ଚିନ୍ତାରେ ରହୁଥିବେ ସେ କଥା କ’ଣ ବିଚାର କରାଯାଇଛି କି ବୋଲି ଖଣ୍ଡପୀଠ କେନ୍ଦ୍ର ସରକାରଙ୍କୁ ପ୍ରଶ୍ନ କରିଛନ୍ତି। ଏନ୍‌ଇଇଟି-ପିଜି ୨୦୨୧-୨୨ ପରୀକ୍ଷା ଦେଇଥିବା କେତେଜଣ ଡାକ୍ତରଙ୍କ ପକ୍ଷରୁ ହୋଇଥିବା ଏକାଧିକ ପିଟିଶନର ଶୁଣାଣି କରି ସୁପ୍ରିମକୋର୍ଟ କହିଛନ୍ତି, ଏହା କେବଳ ଆଶାୟୀଙ୍କ ପାଇଁ ସମସ୍ୟା ସୃଷ୍ଟି କରିବ ନାହିଁ ବରଂ ଦୁର୍ନୀତିକୁ ମଧ୍ୟ ପ୍ରୋତ୍ସାହିତ କରିବ। ଏ ନେଇ ଅଦାଲତ ବିଚାର କରିସାରିଛନ୍ତି।

କେତେ ସଂଖ୍ୟାରେ ଛାତ୍ରୀଛାତ୍ରଙ୍କୁ ଆଡ୍‌ମିଶନ ମିଳିବ ସେଥିପାଇଁ ଏକ କଟ୍‌-ଅଫ୍‌ ତାରିଖ ଧାର୍ଯ୍ୟ କରାଯିବା ଜରୁରୀ। ଯଦି ଛାତ୍ରୀଛାତ୍ରମାନଙ୍କୁ ଆଡ୍‌ମିଶନ ନ ମିଳେ ଏବଂ ଖାଲିଥିବା ସିଟ୍‌ ପୂରଣ ନ ହୁଏ ତେବେ ସେମାନଙ୍କୁ କ୍ଷତିପୂରଣ ପ୍ରଦାନ ନିମନ୍ତେ ଅଦାଲତ ନିର୍ଦ୍ଦେଶ ଜାରି କରିବେ ବୋଲି ଖଣ୍ଡପୀଠ କହିଛନ୍ତି। ସେହିପରି କୌଣସି ଗୋଟିଏ କୋର୍ସରେ ସିଟ୍‌ ଫାଙ୍କା ରହିଲେ ଏହା କିପରି ପୂରଣ ହେବ ତାହା ଏମ୍‌ସିସିର ଦାୟିତ୍ୱ କୋର୍ଟ ଟିପ୍ପଣୀ ଦେଇଛନ୍ତି। ପରବର୍ତ୍ତୀ ଶୁଣାଣି ପାଇଁ କେନ୍ଦ୍ର ସରକାର ଏବଂ ଏମ୍‌ସିସି ସେମାନଙ୍କ ଅଧିକାରୀଙ୍କୁ ଗୁରୁବାର କୋର୍ଟରେ ଉପସ୍ଥିତ ରହିବା ପାଇଁ ନିର୍ଦ୍ଦେଶ ଦେବାକୁ ସର୍ବୋଚ୍ଚ ଅଦାଲତ କହିଛନ୍ତି।

 

 


Enter your email to get our daily news in your inbox.

All Right Reserved By Dharitri.Com

ଆଦାନୀ ପୋର୍ଟରେ ବନ୍ଦ ହେଲା ୩ ଦେଶର ଟ୍ରାନ୍ସପୋର୍ଟ

ନୂଆଦିଲ୍ଲୀ,୧୨।୧୦: ଆଦାନୀର ସମସ୍ତ ବନ୍ଦରରେ ପାକିସ୍ତାନ, ଆଫଗାନିସ୍ତାନ ଏବଂ ଇରାନରୁ ଆସିଥିବା ସାମଗ୍ରୀ ଉପରେ କେନ୍ଦ୍ର ସରକାର ବ୍ୟାନ ଲଗାଇଛନ୍ତି। ଆଦାନୀ ପୋର୍ଟରେ ପ୍ରାୟ ୨୧...

୬ ବର୍ଷର ରେକର୍ଡ ଭାଙ୍ଗିଲା ବିଦ୍ୟୁତ୍‌ ସଙ୍କଟ, ୬ ରାଜ୍ୟ ଅଧିକ ପ୍ରଭାବିତ…

ନୂଆଦିଲ୍ଲୀ, ୧।୫ : ଦେଶରେ ତାତି ବଢ଼ିବା ସହିତ କୋଇଲା ଅଭାବ ଯୋଗୁଁ ବିଦ୍ୟୁତ ସଙ୍କଟ ବୃଦ୍ଧି ପାଇବାରେ ଲାଗିଛି। ପାୱାର ସିଷ୍ଟମ ଅପରେଶନ କର୍ପୋରେଶନର...

୨୩ ବର୍ଷର ଗବେଷଣା ହେଲା ସଫଳ: ଏବେ ଭେଣ୍ଡିର ରଙ୍ଗ ହେବ ଲାଲ୍‌

ବାରାଣାସୀ,୨୧।୯: ଭାରତୀୟ ପନିପରିବା ଗବେଷଣା ସଂସ୍ଥାନର ଦୀର୍ଘ ୨୩ ବର୍ଷର ଗବେଷଣା ଶେଷରେ ସଫଳ ହୋଇଛି। ବାରାଣାସୀ ସ୍ଥିତ ଏହି ସଂସ୍ଥାନ ଏବେ ‘କାଶୀ ଲାଲିମା’...

୧୮ ବର୍ଷରୁ ଅଧିକ ବୟସ୍କ ଯୁବତୀ ନିଜ ପସନ୍ଦର ଯୁବକଙ୍କ ସହିତ ରହିବାକୁ ସ୍ବତନ୍ତ୍ର: ଦିଲ୍ଲୀ ହାଇକୋର୍ଟ

ନୂଆଦିଲ୍ଲୀ,୨୬।୧୧: ଭାରତୀୟ ସମ୍ବିଧାନ ଅନୁସାରେ ୧୮ ବର୍ଷରୁ ଅଧିକ ବୟସ୍କ ଯୁବତୀ ନିଜ ପସନ୍ଦର ଯୁବକଙ୍କ ସହିତ ରହିବାକୁ ସ୍ବତନ୍ତ୍ର। ସେ ସାବାଳିକା ହୋଇଥିବାରୁ ଏହା...

ପାକିସ୍ତାନକୁ ଆର୍‌ଏସ୍‌ଏସ୍‌ର ଚେତାବନୀ: ଦାଦାଗିରି କଲେ ପିଓକେ ବି ଛଡ଼ାଇ ଅଣାଯିବ

ନୂଆଦିଲ୍ଲୀ,୬।୮: ଅନୁଚ୍ଛେଦ ୩୭୦ର ଉଚ୍ଛେଦ ପରେ ପାକିସ୍ତାନରେ ଉତ୍ତେଜନା ସୃଷ୍ଟି ହୋଇଛି। ଏହାକୁ ଦୃଷ୍ଟିରେ ରଖି ଆର୍‌ଏସ୍‌ଏସ୍‌ ପକ୍ଷରୁ ପାକିସ୍ତାନକୁ ଚେତାବନୀ ଦିଆଯାଇଛି। ଆର୍‌ଏସ୍‌ଏସ୍‌ ସଦସ୍ୟ...

କରୋନାଭାଇରସ ଭୟ: ବୁଦ୍ଧ ମନ୍ଦିରରେ ଲାଗିଲା ତାଲା

ଶ୍ରାବସ୍ତି,୬।୨: କରୋନାଭାଇରସ ଏବେ ସାରା ବିଶ୍ୱକୁ ଏକ ପ୍ରକାର ଭୟଭିତ କରାଇ ଦେଇଛି। ଏହାର ସଂକ୍ରମଣରେ ଏପର୍ଯ୍ୟନ୍ତ ଚାଇନାରେ ୫ଶହରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ହୋଇଥିବା...

‘ଆର୍‌ଆର୍‌ଆର୍‌’ ଟିମ୍‌କୁ ଶୁଭେଚ୍ଛା ଜଣାଇଲେ ମୋଦି

ନୂଆଦିଲ୍ଲୀ,୧୧।୧: ସୁପରହିଟ ଫିଲ୍ମ ‘ଆର୍‌ଆର୍‌ଆର୍‌’ ସମ୍ମାନଜନକ ଗୋଲ୍ଡେନ ଗ୍ଲୋବ୍ସ ଆୱାର୍ଡ ଜିତିଛି॥ ଏସଏସ ରାଜାମୌଲୀଙ୍କ ଏହି ଫିଲ୍ମର ‘ନାଟୁ ନାଟୁ’ ଗୀତକୁ ଶ୍ରେଷ୍ଠ ଅରିଜନାଲ ଗୀତର...

କୋର୍ଟରେ ଜାମିନ ପାଇଁ ଆବେଦନ କଲେ ଆଫ୍‌ତାବ

ନୂଆଦିଲ୍ଲୀ,୧୬।୧୨: ବହୁ ଚର୍ଚ୍ଚିତ ଶ୍ରଦ୍ଧା ଓ୍ବାଲକର ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ଆଫ୍‌ତାବ ପୁନାଓ୍ବାଲା ବର୍ତ୍ତମାନ ତିହାର ଜେଲରୁ ବାହାରକୁ ଆସିବାକୁ ଚାହୁଁଛନ୍ତି। ଏଥିପାଇଁ ସେ...

Advertisement
Archives

Model This Week