‘କୋଭିଡ୍‌ ପରିଚାଳନାରେ କେନ୍ଦ୍ର ବିଫଳ’

ନୂଆଦିଲ୍ଲୀ, ୧୮।୪(ପି.ଟି.): କେନ୍ଦ୍ରର ନରେନ୍ଦ୍ର ମୋଦି ସରକାର କୋଭିଡ୍‌ ପରିଚାଳନାରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି। ବର୍ଷକର ପ୍ରସ୍ତୁତି ସତ୍ତ୍ୱେ ଦେଶବାସୀ ଏବେ ଅସୁରକ୍ଷିତ। ଦ୍ରୁତ ବେଗରେ କାୟା ମେଲାଇ ଚାଲିଛି କରୋନା। ଟିକାକରଣର ସର୍ବନିମ୍ନ ବୟସ ୨୫ ବର୍ଷ ରଖିବା ସହ ଲୋକଙ୍କୁ ଆୟ ସହାୟତା ଯୋଗାଇଦେବା ଲାଗି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ପ୍ରସ୍ତାବ ଦେଇଛନ୍ତି। ଏଥିସହିତ କରୋନା ଚିକିତ୍ସାରେ ଲାଗୁଥିବା ସମସ୍ତ ଉପକରଣ, ଔଷଧ ଏବଂ ଯନ୍ତ୍ରପାତିକୁ ଜିଏସ୍‌ଟି ମୁକ୍ତ କରିବା ଲାଗି କଂଗ୍ରେସ କାର୍ଯ୍ୟକାରୀ କମିଟି ବୈଠକରେ ଅଧ୍ୟକ୍ଷତା କରୁଥିବା ସୋନିଆ ଆହ୍ବାନ ଦେଇଛନ୍ତି। କରୋନା ମହାମାରୀ ବିରୋଧରେ ଲଢ଼େଇ ଏକ ଜାତୀୟ ଚ୍ୟାଲେଞ୍ଜ ହୋଇଥିବାରୁ ଏହାକୁ ଦଳୀୟ ରାଜନୀତିଠାରୁ ଊର୍ଦ୍ଧ୍ୱରେ ରଖିବା ଉପରେ କଂଗ୍ରେସ ବିଶ୍ୱାସ କରେ। ତେଣୁ ବାସ୍ତବ ଗଣତାନ୍ତ୍ରିକ ପରିମ୍ପରାକୁ ସମ୍ମାନ ଦେଇ ତାଙ୍କ ପ୍ରସ୍ତାବକୁ ସରକାର କାର୍ଯ୍ୟକାରୀ କରିବେ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି। କଂଗ୍ରେସ ଓ ବିରୋଧୀ ଦଳ ଶାସିତ ରାଜ୍ୟ ସରକାରଙ୍କ ଅନୁରୋଧକୁ କେନ୍ଦ୍ର ସରକାର ଗ୍ରହଣ ନ କରି ଭାଜପା ଶାସିତ ରାଜ୍ୟକୁ ଚିକିତ୍ସା କ୍ଷେତ୍ରରେ ପ୍ରାଧାନ୍ୟ ଦେଉଥିବା ଅଭିଯୋଗ ହୋଇଥିଲା। ଏଭଳି ଚ୍ୟାଲେଞ୍ଜିଂ ସମୟରେ ରାଜନୈତିକ ବିରୋଧୀ ନୁହେଁ ସମସ୍ତଙ୍କୁ ଭାରତୀୟ ଭାବେ ଦେଖିବା ପ୍ରକୃତ ରାଜଧର୍ମ ବୋଲି ସୋନିଆ କହିଥିଲେ।
ବୈଠକରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ, କଂଗ୍ରେସ ନେତା ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଓ ଅନ୍ୟ ପ୍ରମୁଖ ନେତାମାନେ କରୋନାର ଦ୍ରୁତ ସଂକ୍ରମଣ, ଟିକା, ଅମ୍ଳଜାନ ଆଦିର ନିଅଣ୍ଟ ସ୍ଥିତି ଆଦି ସମ୍ପର୍କରେ ଆଲୋଚନା କରିଥିଲେ। ଟିକା ପ୍ରସ୍ତୁତକାରୀ କମ୍ପାନୀଗୁଡ଼ିକୁ ଉପଯୁକ୍ତ ମୂଲ୍ୟ ପାଇବାର ସୁଯୋଗ ମିଳିଲେ ସେମାନେ ଚାହିଦା ଅନୁଯାୟୀ ଯୋଗାଣ ବଢ଼ାଇପାରିବେ ବୋଲି ମନମୋହନ କହିଥିଲେ। ବିଶ୍ୱର ସର୍ବାଧିକ ଟିକା ଉତ୍ପାଦନକାରୀ ଦେଶ ଏବେ ସବୁଠୁ ଅଧିକ ସଂକ୍ରମିତ। ବର୍ଷକ ମଧ୍ୟରେ ଭଲ ପ୍ରସ୍ତୁତି କରାଯାଇପାରିଥାନ୍ତା ବୋଲି ରାହୁଲ କହିଥିଲେ। ସୁପରସ୍ପ୍ରେଡର ଉତ୍ସବ, ରାଲି ଆଦିକୁ ତୁରନ୍ତ ବନ୍ଦ କରିବା ଲାଗି ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଆହ୍ବାନ ଦେଇଥିଲେ।

ପ୍ରଚାରରେ ବ୍ୟସ୍ତ ମୋଦି

ଦେଶରେ କରୋନା ସଂକ୍ରମଣର ଭୟାବହ ସ୍ଥିତି। ଦିନକୁ ପାଖାପାଖି ଅଢ଼େଇ ଲକ୍ଷ ନୂଆ ମାମଲା ସାମ୍‌ନାକୁ ଆସୁଛି। ଅତ୍ୟଧିକ ସଂକ୍ରମିତ ଅଧିକାଂଶ ରାଜ୍ୟରେ ରୋଗୀଙ୍କୁ ରଖିବା ଲାଗି ଆବଶ୍ୟକ ସଂଖ୍ୟାରେ ହସ୍ପିଟାଲ ଓ ବେଡ୍‌ ନାହିଁ। ରୋଗୀଙ୍କ ପାଇଁ ଅକ୍ସିଜେନ୍‌ ମିଳୁନି। ଟିକାକରଣ ବଢ଼ାଇବା ଜରୁରୀ ହୋଇପଡ଼ିଥିବାବେଳେ ପର୍ଯ୍ୟାପ୍ତ ପରିମାଣର ଟିକା ମିଳୁ ନ ଥିବାରୁ ଅନେକ ଟିକାଦାନ କେନ୍ଦ୍ର ବନ୍ଦ ହୋଇଗଲାଣି। ଏଭଳି ସ୍ଥିତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କରୋନା ମୁକାବିଲାକୁ ଗୁରୁତ୍ୱ ଦେବା ପରିବର୍ତ୍ତେ ପଶ୍ଚିମବଙ୍ଗ ନିର୍ବାଚନ ପ୍ରଚାରରେ ବ୍ୟସ୍ତ ରହିବାକୁ ଅନେକେ ଭଲ ଦୃଷ୍ଟିରେ ଦେଖୁନାହାନ୍ତି। ସର୍ବାଧିକ ସଂକ୍ରମିତ ରାଜ୍ୟ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଶନିବାର କୋଭିଡ୍‌ ସ୍ଥିତି ଏବଂ ଅକ୍ସିଜେନ୍‌ ଅଭାବ ଆଦି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କରିବାକୁ ଚାହିଁଥିଲେ। ତେବେ ସେ ପ୍ରଚାରରେ ବ୍ୟସ୍ତ ଥିବାରୁ ତାଙ୍କ ତରଫରୁ କେନ୍ଦ୍ରମନ୍ତ୍ରୀ ଡ. ହର୍ଷ ବର୍ଦ୍ଧନ ଏବଂ ପୀୟୂଷ ଗୋୟଲ ଉଦ୍ଧବଙ୍କ ଫୋନ୍‌ କଲ୍‌ର ଉତ୍ତର ଦେଇଥିଲେ।
କେବଳ ମହାରାଷ୍ଟ୍ର ନୁହେଁ, ଦିଲ୍ଲୀ, ଛତିଶଗଡ଼ ସମେତ ବିଭିନ୍ନ ରାଜ୍ୟ ଟିକା ଅଭାବ ନେଇ ଅଭିଯୋଗ କରିଆସୁଛନ୍ତି। ଦିଲ୍ଲୀରେ ସ୍ଥିତି ସଙ୍ଗିନ ହେଉଥିବାବେଳେ ବେଡ୍‌ ଓ ଅକ୍ସିଜେନ ଅଭାବ ନେଇ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ଅଭିଯୋଗ ଆଣିଛନ୍ତି। ଲୋକଙ୍କ ଜୀବନ ବଞ୍ଚାଇବା ପାଇଁ ତାଙ୍କ ସରକାର ସମସ୍ତ ଆବଶ୍ୟକ ପଦକ୍ଷେପ ନେଉଥିବା ସେ କହିଛନ୍ତି।
ମହାରାଷ୍ଟ୍ରକୁ ପର୍ଯ୍ୟାପ୍ତ ତଥା ନିରବଚ୍ଛିନ୍ନ ମେଡିକାଲ ଅକ୍ସିଜେନ ଯୋଗାଇ ଦିଆଯିବା ସହ ୧,୧୨୧ ଭେଣ୍ଟିଲେଟର ପଠାଯାଉଥିବା ହର୍ଷ ବର୍ଦ୍ଧନ କହିଥିଲେ। ଅନ୍ୟପକ୍ଷରେ ଉଦ୍ଧବ ଛୋଟ ଛୋଟ କଥାକୁ ନେଇ ରାଜନୀତି କରୁଥିବା ରେଳମନ୍ତ୍ରୀ ଗୋୟଲ କହିବା ସହ ତାଙ୍କ ସରକାର ଦୁର୍ନୀତିଗ୍ରସ୍ତ ଓ ଅପାରଗ ବୋଲି ଅଭିଯୋଗ କରିଛନ୍ତି। ମହାରାଷ୍ଟ୍ରକୁ ସର୍ବାଧିକ ଅକ୍ସିଜେନ ଯୋଗାଇ ଦିଆଯାଇଛି। କେନ୍ଦ୍ର ସରକାର ପ୍ରତିଦିନ ଏହି ରାଜ୍ୟ ସହ ଯୋଗାଯୋଗରେ ରହିଛନ୍ତି ବୋଲି ଗୋୟଲ ସୋସିଆଲ ମିଡିଆ ପୋଷ୍ଟରେ ଲେଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱ ରେକର୍ଡ ଭାଙ୍ଗିଲେ ଗିଲ୍, ଏହି ଖେଳାଳିଙ୍କୁ ପଛରେ ପକାଇ କଲେ…

ଗୁଆହାଟୀ,୩୦ା୯: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତୀୟ ଅଧିନାୟକ ଶୁବମନ ଗିଲ୍ ନିଜ ନାମରେ ଆଉ ଏକ ବଡ଼ ବିଶ୍ୱ ରେକର୍ଡ ଯୋଡ଼ିଛନ୍ତି । ଗୁଆହାଟୀର ବାରସାପାରା…

ମହାସଂଯୋଗ! ଅକ୍ଟୋବର ଆରମ୍ଭରୁ ଚମକିବ ୫ଟି ରାଶିର ଭାଗ୍ୟ! ବୁଧ-ଅରୁଣଙ୍କ କୃପାରୁ ହେବେ ମାଲାମାଲ୍ !

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କର ଗୋଚର ଓ ବିଶେଷ ସଂଯୋଗର ଏକ ବଡ଼ ଗୁରୁତ୍ୱ ରହିଛି । ୩୦ ସେପ୍ଟେମ୍ବର ୨୦୨୬ ସକାଳ ୮ଟା ୫୬ ମିନିଟ୍‌ରେ ବୁଧ…

ବିଜୟଙ୍କ ବଡ଼ ବୟାନ: ରାଜା ହେବାକୁ ନୁହେଁ, ରାଜନୀତିକୁ ଆସିଛି….

ଚେନ୍ନାଇ,୩୦।୯: ତାମିଲନାଡୁର ଧାରାପୁରମରେ ଏକ ନିର୍ବାଚନୀ ସଭାରେ ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟ ନିଜ ଦଳ TVKର ରାଜନୈତିକ ଆଭିମୁଖ୍ୟ ନେଇ ବଡ଼ ବୟାନ ଦେଇଛନ୍ତି। ସେ…

ବଦଳିଗଲା ନିୟମ! ରାସନ୍ ନେବା ପାଇଁ ଆଉ ଦରକାର ନାହିଁ ଫିଙ୍ଗରପ୍ରିଣ୍ଟ, ଅକ୍ଟୋବର ୧ ରୁ କରିବାକୁ ପଡ଼ିବ…

ନୂଆଦିଲ୍ଲୀ,୩୦ା୯: ୧୭ଶ ଆଧାର ଦିବସ (୨୯ ସେପ୍ଟେମ୍ବର ୨୦୨୬) ଅବସରରେ ଦେଶର କୋଟି କୋଟି ରାଶନ୍ କାର୍ଡଧାରୀଙ୍କ ପାଇଁ ଏକ ପ୍ରମୁଖ ସୁବିଧାର ଘୋଷଣା କରାଯାଇଛି ।…

ଗ୍ରାହକଙ୍କୁ ବଡ଼ ଝଟକା; ବଢ଼ିଲା କ୍ଷୀର ଦର, ଅକ୍ଟୋବର ୧ରୁ ଲିଟର ପିଛା…

ଭୋପାଳ,୩୦।୯: ମଧ୍ୟପ୍ରଦେଶର ଇନ୍ଦୋରରେ ବଢ଼ିଲା କ୍ଷୀର ଦର ।ଅକ୍ଟୋବର ୧ ତାରିଖରୁ ଏହା ଲାଗୁ ହେବ । ଇନ୍ଦୋର ଦୁଗ୍ଧ ବିକ୍ରେତା ସଂଘ କ୍ଷୀର ଦର ଲିଟର…

‘ସ୍ତ୍ରୀ ମୋତେ ବହୁତ ମାନସିକ ନିର୍ଯାତନା…’, ଆତ୍ମହତ୍ୟା ପୂର୍ବରୁ ଭିଡିଓ କରି ଝୁଲିପଡ଼ିଲେ ଯୁବକ

ଲକ୍ଷ୍ନୌ,୩୦।୯: ଉତ୍ତରପ୍ରଦେଶର ଗ୍ରେଟର ନୋଏଡାର ବିସରଖ ଥାନା ଅଞ୍ଚଳରେ ଜଣେ ୨୫ ବର୍ଷୀୟ ଯୁବକ ଫାଶୀ ଲଗାଇ ଆତ୍ମହତ୍ୟା କରିଥିବା ଘଟଣା ସାମ୍ନାକୁ ଆସିଛି । ମୃତକଙ୍କ…

ଟ୍ରମ୍ପଙ୍କ ସହ ଫୋନରେ କଥା ହେଲେ ମୋଦି, ଏହି ସବୁ ବିଷୟକୁ ନେଇ ଆଲୋଚନା…

ନୂଆଦିଲ୍ଲୀ,୩୦।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ଫୋନ୍‌ରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଛି । ଦୁଇ ନେତା ବାଣିଜ୍ୟ, ପ୍ରତିରକ୍ଷା, ଶକ୍ତି,…

୩୮ ବର୍ଷୀୟ ଉମେଶ ଯାଦବଙ୍କୁ ସୁଯୋଗ ଦେଲା ଶୁଭମନ ଗିଲଙ୍କ ଟିମ୍, ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କଲା ନିଷ୍ପତ୍ତି!

ନୂଆଦିଲ୍ଲୀ,୩୦ା୯: ଭାରତୀୟ କ୍ରିକେଟ ଦଳର ଅଭିଜ୍ଞ ଦ୍ରୁତ ବୋଲର ଉମେଶ ଯାଦବ ୩୮ ବର୍ଷ ବୟସରେ ଏକ ନୂଆ ଦଳରୁ ଖେଳିବାର ସୁଯୋଗ ପାଇଛନ୍ତି। ଆଗାମୀ ଘରୋଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?