Posted inଜାତୀୟ

ହ୍ୱାଟ୍ସଆପ୍‌ର ନୂଆ ‘ୟୁଜରନେମ୍‌’ ଫିଚର ଉପରେ କେନ୍ଦ୍ରର ରୋକ

ନୂଆଦିଲ୍ଲୀ, ୨ା୭ (ପି.ଟି.): ହ୍ୱାଟ୍ସଆପ୍‌ ଚିଫ୍‌ କମ୍ପ୍ଲାଏନ୍ସ ଅଫିସରଙ୍କୁ ପଠାଯାଇଥିବା ସରକାରୀ ନୋଟିସରେ ସ୍ପଷ୍ଟ କୁହାଯାଇଛି ଯେ, ଏକ ପ୍ରମୁଖ ସାମାଜିକ ଗଣମାଧ୍ୟମ ସଂସ୍ଥା ଭାବେ ମେଟା ଆଇଟି ନିୟମ-୨୦୨୧ର ଦାୟିତ୍ୱବୋଧତାକୁ ପାଳନ କରିବାକୁ ବାଧ୍ୟ। ବର୍ତ୍ତମାନ ହ୍ୱାଟ୍ସଆପ୍‌ରେ କୌଣସି ଠକେଇ ହେଲେ ମୋବାଇଲ ନମ୍ୱର ସାହାଯ୍ୟରେ ପୋଲିସ ଅପରାଧୀଙ୍କ ପରିଚୟ ଏବଂ ଅବସ୍ଥିତି ଟ୍ରାକ୍‌ କରିପାରୁଛି। କିନ୍ତୁ କେବଳ ୟୁଜରନେମ୍‌ ଆଧାରରେ ଯୋଗାଯୋଗ ହେଲେ ଅପରାଧୀଙ୍କ ମୂଳ ମୋବାଇଲ ନମ୍ୱର ଲୁଚି ରହିବ। ନୋଟିସରେ ଆଇଟି ଆକ୍ଟର ଧାରା ୭୯ (ମଧ୍ୟବର୍ତ୍ତୀ ସଂସ୍ଥାର ଦାୟିତ୍ୱ), ଧାରା ୬୬-ସି (ପରିଚୟ ଚୋରି) ଏବଂ ଧାରା ୬୬-ଡି (ଛଦ୍ମବେଶରେ ପ୍ରତାରଣା)ର ଉଲ୍ଲଂଘନ ଆଶଙ୍କା ନେଇ ସରକାର ଉଦ୍‌ବେଗ ପ୍ରକାଶ କରିଛନ୍ତି। ଏହି ବ୍ୟବସ୍ଥା ଦ୍ୱାରା ଜନସାଧାରଣ ଓ ଜାତୀୟ ସୁରକ୍ଷା ବାଧାପ୍ରାପ୍ତ ହେବା ଆଶଙ୍କା ଥିବାରୁ ସରକାର ଏହାର କଡ଼ା ମୂଲ୍ୟାଙ୍କନ କରୁଛନ୍ତି।

ଗ୍ରାହକଙ୍କ ବ୍ୟକ୍ତିଗତ ଗୋପନୀୟତା ରକ୍ଷା ପାଇଁ ହିଁ ଏହି ଫିଚର ପ୍ରସ୍ତୁତ କରାଯାଇଛି, ଯଦ୍ଦ୍ୱାରା ଅପରିଚିତ ବ୍ୟକ୍ତି କିମ୍ୱା ଗ୍ରୁପ୍‌ ଚାଟ୍‌ରେ ମୋବାଇଲ ନମ୍ୱର ଶେୟାର କରିବାକୁ ପଡ଼ିବ ନାହିଁ। କମ୍ପାନୀର ଜଣେ ପ୍ରବକ୍ତା କହିଛନ୍ତି, ନକଲି ପରିଚୟ ବା ଜାଲିଆତି ରୋକିବା ପାଇଁ ଏଥିରେ ବହୁସ୍ତରୀୟ ସୁରକ୍ଷା କବଚ ଦିଆଯାଇଛି। ତଦନୁଯାୟୀ, ସରକାରୀ ସଂସ୍ଥା, ନେତା, ସେଲିବ୍ରିଟି ଏବଂ ବ୍ଲୁ-ଟିକ୍‌ ପ୍ରାପ୍ତ ଆକାଉଣ୍ଟଗୁଡ଼ିକର ୟୁଜରନେମ୍‌ ପୂର୍ୱରୁ ହିଁ ବ୍ଲକ କରାଯାଇଛି, ଯେପରି କେହି ସେମାନଙ୍କ ନାମରେ ଜାଲିଆତି କରିପାରିବେ ନାହିଁ। ସେହିପରି ଜଣେ ବ୍ୟକ୍ତି ଏକ ସମୟରେ କେତେଜଣ ନୂଆ ଲୋକଙ୍କୁ ମେସେଜ ପଠାଇପାରିବେ ତାହାର ଏକ ସୀମା ରହିବ। ଏଥିସହ ପ୍ରଥମ ଥର ପାଇଁ କୌଣସି ନୂଆ ୟୁଜରନେମ୍‌ରୁ ମେସେଜ ଆସିଲେ, ସେହି ଆକାଉଣ୍ଟଟି ନୂଆ କି ପୁରୁଣା, କୌଣସି ମ୍ୟୁଚୁଆଲ ଗ୍ରୁପ୍‌ ଅଛି କି ନାହିଁ କିମ୍ୱା ସେ କେଉଁ ଦେଶର, ତାହା ସ୍କ୍ରିନ୍‌ରେ ଦେଖାଯିବ। ୟୁଜରନେମ୍‌ ତିଆରି କଲେ ମଧ୍ୟ ଆକାଉଣ୍ଟ ଖୋଲିବା ପାଇଁ ମୋବାଇଲ ନମ୍ୱର ବାଧ୍ୟତାମୂଳକ ରହିବ।
ଚଳିତ ସପ୍ତାହରୁ ହ୍ୱାଟ୍ସଆପ୍‌ ୟୁଜରନେମ୍‌ ସଂରକ୍ଷଣ ପ୍ରକ୍ରିୟା ଆରମ୍ଭ କରିଥିବାବେଳେ ବଜାର ବିଶେଷଜ୍ଞ ଓ ଦେଶର ବଡ଼ ବୈଷୟିକ ଉଦ୍ୟୋଗପତିମାନେ ଏହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ପେଟିଏମ୍‌ ପ୍ରତିଷ୍ଠାତା ବିଜୟ ଶେଖର ଶର୍ମା ସାମାଜିକ ଗଣମାଧ୍ୟମ ‘X’ରେ ଲେଖିଛନ୍ତି ଯେ, ବଡ଼ ବ୍ରାଣ୍ଡ ସହ ସମାନ ଶୁଣାଯାଉଥିବା ନକଲି ନାମଗୁଡ଼ିକ ଆଗାମୀ ଦିନରେ ଆର୍ଥିକ ଠକେଇର ସବୁଠାରୁ ବଡ଼ ମାଧ୍ୟମ ସାଜିବ। ଅନ୍ୟପଟେ କ୍ଲଟ୍‌ଡେଟିଙ୍ଗ୍‌ର ସହ-ପ୍ରତିଷ୍ଠାତା ଯଶବୀର ସିଂ ମଧ୍ୟ ଗ୍ରାହକଙ୍କ ସୁରକ୍ଷା ଓ ଉତ୍ତରଦାୟିତ୍ୱ ମଧ୍ୟରେ ସନ୍ତୁଳନ ରକ୍ଷାକରିବା ନେଇ କମ୍ପାନୀର ନୀତି ଉପରେ ସନ୍ଦେହ ପ୍ରକାଶ କରିଛନ୍ତି। ସମ୍ପୂର୍ଣ୍ଣ ସରକାରୀ ଯାଞ୍ଚ ଓ ଆଲୋଚନା ଶେଷ ନ ହେବା ପର୍ଯ୍ୟନ୍ତ ଏହି ସେବା ଭାରତରେ ଆନୁଷ୍ଠାନିକ ଭାବେ ଲାଗୁ ହୋଇପାରିବ ନାହିଁ ବୋଲି ସ୍ପଷ୍ଟ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

ପିକନିକ ଯାଇ ଆଉ ଫେରିଲେନି, ସମୁଦ୍ରରେ ବୁଡ଼ି ୮ ଛାତ୍ର ମୃତ

ମୁମ୍ବାଇ,୧।୧୦: ମହାରାଷ୍ଟ୍ରର ରାୟଗଡ଼ ଜିଲାରେ ଗୁରୁବାର (ଅକ୍ଟୋବର ୧) ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି, ଯେଉଁଥିରେ ପିକନକରେ ଯାଇଥିବା ୮ଜଣ ଛାତ୍ର ସମୁଦ୍ରରେ ବୁଡ଼ି ପ୍ରାଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?