ତୁଷାରଙ୍କ ‘ଟାଇପୋଗ୍ରାଫି’ରେ ସେଲିବ୍ରିଟିଙ୍କ ଚିତ୍ର

ଭୁବନେଶ୍ୱର,୧୬ା୧୦(ଅନୁରାଧା ମହାରଣା): ଅନେକ ସେଲିବ୍ରିଟି ଓ ରାଜନେତାଙ୍କୁ ସେମାନଙ୍କ ଚିତ୍ର ଆଙ୍କି ଉପହାର ଦିଅନ୍ତି ନିଆରା ଶିଳ୍ପୀ ତୁଷାର ବେହେରା। ତେବେ ସେ ଆଙ୍କୁଥିବା ଚିତ୍ରଗୁଡ଼ିକର ସ୍ବତନ୍ତ୍ରତା ରହିଛି। ଟାଇପୋଗ୍ରାଫିରେ ଚିତ୍ରଗୁଡ଼ିକ ପ୍ରସ୍ତୁତ କରାଯାଇଥାଏ। ଜଣେ ବ୍ୟକ୍ତି ବା ବସ୍ତୁର ଚିତ୍ରକୁ ଛୋଟବଡ଼ ଅକ୍ଷରରେ ସଜାଯାଇଥାଏ। ଏହି ଅକ୍ଷରକୁ ନେଇ ଗଠିତ ସଂପୃକ୍ତ ବ୍ୟକ୍ତି ବା ବସ୍ତୁ ସମ୍ପର୍କରେ ତଥ୍ୟ ପ୍ରଦାନ କରିଥାଏ। ଅମିତାଭ ବଚ୍ଚନ, ବିଜୟ ମହାନ୍ତିଙ୍କଠାରୁ ଆରମ୍ଭ କରି ଇର୍‌ଫାନ୍‌ ଖାନ୍‌, ନୃତ୍ୟଗୁରୁ ଶାଶ୍ୱତ ଯୋଶୀଙ୍କ ସମେତ ଅନେକ କଳାକାରଙ୍କ ଚିତ୍ର ଆଙ୍କିଛନ୍ତି ତୁଷାର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଓଡ଼ିଶା ଗସ୍ତ ସମୟରେ ତାଙ୍କ ଦ୍ୱାରା ପ୍ରସ୍ତୁତ ଚିତ୍ର ଉପହାରସ୍ବରୂପ ପ୍ରଦାନ କରାଯାଇଥିଲା। ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ତାଙ୍କଠାରୁ ଏପରି ଚିତ୍ର ଗ୍ରହଣ କରିଛନ୍ତି। ସେହିପରି ଅଟଳ ବିହାରୀ ବାଜପେୟୀ, ସୁଷମା ସ୍ବରାଜ, ଅରୁଣ ଜେଟ୍‌ଲୀ, ଡ. ବି. ଆର୍‌. ଆମ୍ବେଡକର ପ୍ରମୁଖଙ୍କୁ ଟାଇପୋଗ୍ରାଫି ମାଧ୍ୟମରେ ସେମାନଙ୍କ ପୁଣ୍ୟ ତିଥିରେ ସେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଯାଜପୁରର ତୁଷାରଙ୍କ ଭୁବନେଶ୍ୱରସ୍ଥିତ ଆଇଟିଇଆର୍‌ରେ ପାଠପଢ଼ା ସମୟରୁ ଚିତ୍ରକଳା ପ୍ରତି ଆଗ୍ରହ ସୃଷ୍ଟି ହୋଇଥିଲା। କିଛି ସ୍ବତନ୍ତ୍ର କରିବା ପାଇଁ ପ୍ରୟାସ କରୁଥିବା ତୁଷାର ଟାଇପୋଗ୍ରାଫିକୁ ନିଶା ଭାବରେ ଗ୍ରହଣ କରିନେଇଥିଲେ। ଆଗକୁ ଆହୁରି ଅନେକ ସ୍ବତନ୍ତ୍ର ବ୍ୟକ୍ତିତ୍ୱକୁ ସେ କାଗଜ ଓ ପେନ୍‌ସିଲରେ ସଜାଇବେ ବୋଲି କହିଛନ୍ତି। ତାଙ୍କର ଏହି କଳା ପ୍ରତି ଆକର୍ଷିତ ହୋଇ ଯୁବପିଢ଼ି ଚିତ୍ର ପାଇଁ ବରାଦ ଦେବା ଆରମ୍ଭ କରିଛନ୍ତି। ରାଜ୍ୟ ତଥା ବାହାରକୁ ତାଙ୍କର ଏହି ଚିତ୍ର ଯାଉଛି। ଟାଇପୋଗ୍ରାଫି ଚିତ୍ରକଳା ସମ୍ପର୍କରେ ଅନେକେ ଜାଣନ୍ତି ନାହିଁ। ଏହି କଳାକୁ ଅଧିକ ପରିଚିତ କରିବା ପାଇଁ ସେ ଚେଷ୍ଟା କରୁଥିବା ତୁଷାର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?