ଜିଲାପାଳଙ୍କ ବିରୋଧରେ ଅଭିଯୋଗ ଆଣିଲେ ସିଡିଏମ୍ଓ‌

ବରଗଡ଼ ଅଫିସ, ୨୪।୨: ବରଗଡ଼ ଜିଲାପାଳ ମୋନିଷା ବାନାର୍ଜୀଙ୍କ ବିରୋଧରେ ଜିଲା ମୁଖ୍ୟ ଚିକିତ୍ସାଧିକାରୀ (ସିଡିଏମଓ) ଡା. ଚାରୁବାଳା ରଥ ଅଭିଯୋଗ ଆଣି ରାଜ୍ୟ ସ୍ବାସ୍ଥ୍ୟ ସଚିବଙ୍କୁ ଫେରାଦ ହୋଇଛନ୍ତି। ତାଙ୍କୁ ଜିଲାପାଳ ବାନାର୍ଜୀ ବିନା କାରଣରେ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିବା ସିଡିଏମଓ ରଥ ଅଭିଯୋଗ କରିଛନ୍ତି। ଅଭିଯୋଗ ପତ୍ରରେ ସିଡିଏମଓ ରଥ ଉଲ୍ଲେଖ କରିଛନ୍ତି ଯେ, ଗତ ୨୧ ତାରିଖରେ ସେ ଏକ ସ୍ବାସ୍ଥ୍ୟ ଶିବିର ପରିଦର୍ଶନ ପାଇଁ ଯାଉଥିବା ବେଳେ ଅଚାନକ ଜିଲାପାଳ ବାନାର୍ଜୀଙ୍କ ଫୋନକଲ ତାଙ୍କ ପାଖକୁ ଆସିଥିଲା। ସ୍ବାସ୍ଥ୍ୟ ବିଭାଗର ଏକ ଟେଣ୍ଡର କାମ ନେଇ ଜିଲାପାଳ ତାଙ୍କୁ ପଚାରିଥିଲେ । ନୂତନଭାବେ ସେ ଯୋଗଦାନ କରିଛନ୍ତି ଏବଂ ଡିପିଏମଙ୍କୁ ପଚାରି କହୁଛି ତଥା ତାହା ପ୍ରୋସେସରେ ଅଛି ବୋଲି ସିଡିଏମଓ ରଥ ଜିଲାପାଳଙ୍କୁ କହିଥିଲେ। ପରେ ଜିଲାପାଳ ତାଙ୍କୁ ଉଚ୍ଚ ପାଟିରେ ଆପଣ କିଛି ଜାଣି ନାହାନ୍ତି ତ ସେ ଚେୟାରରେ କାହିଁକି ବସିଛନ୍ତି ବୋଲି କହିଥିବା ସିଡିଏମଓ ରଥ ଅଭିଯୋଗ କରିଛନ୍ତି। ପୂର୍ବରୁ ମଧ୍ୟ ଜିଲାପାଳ ସ୍ବାସ୍ଥ୍ୟ ବିଭାଗର ଅଧିକାରୀଙ୍କୁ ଏଭଳି ବ୍ୟବହାର ତଥା ଜଣେ ପୂର୍ବତନ ସିଡିଏମଓଙ୍କୁ କୋଠରୀ ମଧ୍ୟରେ ବନ୍ଦ ରଖି ବାହାର ପଟୁ ତାଲା ପକାଇଥିବା ନେଇ ସେ ଶୁଣିବାକୁ ପାଇଛନ୍ତି ବୋଲି ସିଡିଏମଓ ରଥ ଅଭିଯୋଗ ପତ୍ରରେ ଉଲ୍ଲେଖ କରିଛନ୍ତି। ଏଭଳି ସ୍ଥିତିରେ ଜିଲାପାଳ ବାନାର୍ଜୀଙ୍କୁ ଅନ୍ୟତ୍ର ବଦଳି କରିବା ପାଇଁ ସିଡିଏମଓ ରଥ ସ୍ବାସ୍ଥ୍ୟ ସଚିବଙ୍କୁ ନିବେଦନ କରିଛନ୍ତି। ତେବେ ଏ ସମ୍ପର୍କରେ ଜିଲାପାଳ ବାନାର୍ଜୀଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ମୋଦିଙ୍କୁ ମିଳିଲା ଏହି ଦେଶର ସର୍ବୋଚ୍ଚ ସମ୍ମାନ, ସ୍ଥାୟୀ ଅଭିବୃଦ୍ଧି…

ଭିକ୍ଟୋରିଆ,୨୮।୬: ସେଚେଲ୍ସ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ‘ଗାର୍ଡିଆନ୍ ଅଫ୍ ଦି ବ୍ଲୁ ହରାଇଜନ୍’ ସମ୍ମାନରେ ସମ୍ମାନିତ କରାଯାଇଛି। ପରିବେଶ ସଂରକ୍ଷଣ ଏବଂ ସ୍ଥାୟୀ ବିକାଶରେ…

୬ ନମ୍ବର ରାଜ୍ୟ ରାଜପଥ ପାଲଟିଛି ମରଣଯନ୍ତା: ପୂର୍ତ୍ତ ବିଭାଗର ନୀରବଦ୍ରଷ୍ଟା ନେଇ ବଢିବାରେ ଲାଗିଛି ଜନ ଅସନ୍ତୋଷ

ଲାଞ୍ଜିଗଡ,୨୮।୬(ରମେଶ ଚନ୍ଦ୍ର ନାୟକ) : କଳାହାଣ୍ଡି ଜିଲା ଭବାନୀପାଟଣା ଠାରୁ ରାୟଗଡ଼ାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥ ପାଲଟିଛି ମରଣଯନ୍ତା । ବିଶେଷ କରି…

ସାନ ଭାଇ, ବାପାଙ୍କୁ କଟୁରିରେ ହାଣିଲେ ବଡ଼ ଭାଇ: ଜମିଜମା ବିବାଦରୁ ଘଟିଲା ରକ୍ତାକ୍ତ…

ଉଦଳା: ମୟୂରଭଞ୍ଜ ଜିଲା ଖୁଣ୍ଟା ଥାନା ଅନ୍ତର୍ଗତ ଶିରାଥଳି ଗାଁରେ ଜମିଜମା ବିବାଦକୁ କେନ୍ଦ୍ର କରି ଏକ ଅଭାବନୀୟ ଘଟଣା ଘଟିଛି। ଜମି ବଣ୍ଟନକୁ ନେଇ ପରିବାର…

୧୦୦-୨୦୦ ଟଙ୍କିଆ ନୋଟ୍‌କୁ ନେଇ ବଡ଼ଖବର; ଘରେ ଜମା କରିବା ଆରମ୍ଭ କଲେଣି ଲୋକେ, ଜାଣନ୍ତୁ କଣ ରହିଛି କାରଣ…

ନୂଆଦିଲ୍ଲୀ, ୨୮।୬: ନିକଟ ଦିନଗୁଡ଼ିକରେ ୧୦୦ ଏବଂ ୨୦୦ ଟଙ୍କିଆ ନୋଟକୁ ନେଇ ଏକ ନୂଆ ଧାରା ଦେଖିବାକୁ ମିଳୁଛି। ଲୋକମାନେ ପୂର୍ବ ଅପେକ୍ଷା ନିଜ ଘରେ…

ସ୍ତ୍ରୀଙ୍କୁ ପିଟିପିଟି ମାରିଦେଲେ ସ୍ବାମୀ, ୩ ବର୍ଷ ତଳେ କରିଥିଲେ ପ୍ରେମବିବାହ, ଆଜି ସକାଳୁ…

ଝାରସୁଗୁଡ଼ା,୨୮ା୬(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡ଼ା ସଦର ଥାନା ଅନ୍ତର୍ଗତ ଏଚ୍‌. କଣ୍ଟାପାଳି (ଗଣ୍ଠିଆବୁଡ଼) ଗାଁରେ ରବିବାର ସକାଳୁ ଘଟିଛି ଏକ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ। ପାରିବାରିକ କଳହକୁ କେନ୍ଦ୍ର…

ଗଞ୍ଜେଇ ଚାଲାଣବେଳେ ମାଡ଼ିବସିଲା ପୋଲିସ: ବାଇକ୍‌ ସହ ୨୨ କେଜି ଗଞ୍ଜେଇ ଜବତ କରି…

ଦାରିଙ୍ଗବାଡ଼ି,୨୮ା୬(ଅରୁଣ ସାହୁ): ଗଞ୍ଜେଇ ଚୋରା କାରବାରରେ ଯୁବଗୋଷ୍ଠୀ ବେଶି ସଂଶ୍ଲିଷ୍ଟ ରହୁଥିବା ପୋଲିସର ଗିରଫରୁ ଜଣାପଡ଼ିଛି। ଏଭଳି ଘଟଣା କନ୍ଧମାଳ ଜିଲାର ବିଭିନ୍ନ ସ୍ଥାନରେ ଦେଖାଯାଉଥିବାବେଳେ ଜିଲାର…

କେତନ ହତ୍ୟା ମାମଲାରେ ବଡ଼ ପଦକ୍ଷେପ: ସିୟା-ଚେତନଙ୍କୁ ଧରି ଲୋହଗଡ଼ ଦୁର୍ଗରେ ପହଞ୍ଚିଲା ପୋଲିସ

ମୁମ୍ବାଇ,୨୮।୬: ପୁଣେରେ ହୋଇଥିବା କେତନ ଅଗ୍ରୱାଲ ହତ୍ୟା ମାମଲାର ତଦନ୍ତ କ୍ରମାଗତ ଭାବେ ଆଗକୁ ବଢ଼ୁଛି। ପୋଲିସ ଦ୍ୱାରା ଏହି ମାମଲାରେ ଅନେକ ଲୋକଙ୍କୁ ପଚରାଉଚରା କରାଯାଇସାରିଛି।…

ପ୍ରସ୍ତାବିତ ମେଗାଷ୍ଟିଲ ପ୍ଲାଣ୍ଟ ପାଇଁ ଗ୍ରାମସଭା: ଏକର ପ୍ରତି ଏତିକି କୋଟି ଟଙ୍କା ଦାବି କଲେ ଗ୍ରାମବାସୀ

ପାଟଣା,୨୮ା୬(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ତହସିଲ ଅଞ୍ଚଳରେ ପ୍ରସ୍ତାବିତ ମେଗାଷ୍ଟିଲ ପ୍ଲାଣ୍ଟ ପ୍ରତିଷ୍ଠା ପାଇଁ ରବିବାର ପୂର୍ବାହ୍ନରେ ଯମୁନା ପଶି ପଞ୍ଚାୟତ ବରୁ ଗ୍ରାମର ସ୍କୁଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri