Posted inଫୁରସତ

ମୂଷା ପାଇଁ ଘଟିଲା ଅଗ୍ନିକାଣ୍ଡ: ଜଳିଗଲା କୋଟିଏ ଟଙ୍କାର ସମ୍ପତ୍ତି

ମୂଷା ଦ୍ୱାରା କ୍ଷତି ହେବା ସାଧାରଣ କଥା। ସେଥିପାଇଁ ମୂଷାକୁ ଧରିବା ପାଇଁ ଲୋକେ ଯନ୍ତା ବସାଇଥାନ୍ତି। କିନ୍ତୁ ନିକଟରେ ଗୋଟିଏ ମୂଷା ଏଭଳି ବଡ଼ ଧରଣର ଦୁର୍ଘଟଣା ଘଟାଇଛି, ଯାହା ସମସ୍ତଙ୍କୁ ଚକିତ କରିଦେଇଛି। ଘଟଣାଟି ହେଉଛି ଗତ ଫେବୃୟାରୀ ମାସର। ହାଇଦ୍ରାବାଦର ମୁର୍ଶିଦାବାଦସ୍ଥିତ ଏକ କାର ଶୋ’ରୁମ୍‌ରେ ଅଗ୍ନିକାଣ୍ଡ ଘଟିଥିଲା। ଏଥିରେ ୧ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର କ୍ଷତି ହୋଇଥିଲା। ଅଗ୍ନିକାଣ୍ଡର କାରଣ ଖୋଳତାଡ଼ ହେବା ପରେ ଜଣାପଡ଼ିଲା ଯେ ଏହାର କାରଣ ହେଉଛି ଗୋଟିଏ ମୂଷା।
ଗତ ଫେବୃୟାରୀ ୮ରେ ମୁର୍ଶିିଦାବାଦର ଏକ କାର ଶୋ’ ରୁମ୍‌ ଏବଂ ସର୍ଭିସ ସେଣ୍ଟରରେ ଅଗ୍ନିକାଣ୍ଡ ଘଟିଥିଲା। ଏଥିରେ ୩ଟି କାର୍‌ ସମେତ ପ୍ରାୟ ୧ କୋଟି ଟଙ୍କାର ଜିନିଷ ଜଳିଯାଇଥିଲା। ସର୍ଟ ଶର୍କିଟ ଯୋଗୁ ଏହି ଅଗ୍ନିକାଣ୍ଡ ଘଟିଥିବା ପୋଲିସ କହିଥିଲା। ମାତ୍ର ଏହି ଅଗ୍ନିକାଣ୍ଡ ମୂଷା ଦ୍ୱାରା ଘଟିଥିବା ସିସିଟିଭ ଫୁଟେଜରୁ ଜଣାପଡ଼ିଛି। ଘଟଣା ଦିନ ସକାଳେ ଦୋକାନରେ ପୂଜାର୍ଚ୍ଚନା ବେଳେ ଦୀପ ଲଗାଯାଇଥିଲା। ଏହି ଦୀପ ରାତି ପର୍ଯ୍ୟନ୍ତ ଜଳୁଥିଲା। ବିଳମ୍ବିତ ରାତିରେ ଗୋଟିଏ ମୂଷା ଉକ୍ତ ଦୀପକୁ ନେଇ ଚେୟାର ତଳେ ପକାଇ ଦେଇଥିଲା। ଏଥିରୁ ନିଆଁ ଲାଗି ଅଗ୍ନିକାଣ୍ଡ ଘଟିଥିବା ସିସିଟିଭି ଫୁଟେଜ୍‌ରେ ଦେଖିବାକୁ ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ମୃତଦେହ ମେଳରେ ମହୋତ୍ସବ

ଜାକର୍ତ୍ତା: ମୃତଦେହ ମେଳରେ ପର୍ବ। ଏଥିପାଇଁ କାଠବାକ୍ସରେ ସଂରକ୍ଷିତ କରି ପାହାଡ଼ ଗୁମ୍ଫାରେ ରଖାଯାଇଥାଏ ମରଶରୀର। ପ୍ରତି ୩ବର୍ଷରେ ଥରେ ମୃତକଙ୍କ ପୁଣ୍ୟତିଥିରେ କାଠବାକ୍ସରୁ ମୃତକଙ୍କୁ...

କରୋନା ମାଧ୍ୟମରେ ପ୍ରକୃତି ଦେଇଛି ଆଗତ ବିପଦର ସଚେତନତା ବାର୍ତ୍ତା

ଓ୍ବାଶିଂଟନ,୩୦।୩: କରୋନା ଭୂତାଣୁ ସଂକ୍ରମଣ ନେଇ ସାରା ପୃଥିବୀରେ ଆତଙ୍କ ଦେଖାଦେଇଛି। ଇତିମଧ୍ୟରେ ପୃଥିବୀର ୧୯୯ ଦେଶରେ କରୋନା ସଂକ୍ରମିତ ହୋଇସାରିଛି। ସେହିପରି ମୃତ୍ୟୁ ସଂଖ୍ୟା...

କଭି କଭି ମେରେ ଦିଲ୍‌ ମେଁ…

୧୯୭୬ରେ ୟସ୍‌ ଚୋପ୍ରା ନିର୍ମାଣ କରିଥିଲେ ଫିଲ୍ମ ‘କଭି କଭି’। ‘କଭି କଭି’ ରିଲିଜ୍‌ ହେବା ପରେ ଭାରତୀୟ ସଙ୍ଗୀତ ଜଗତରେ ଚହଳ ପକେଇ ଦେଇଥିଲା...

ନୀଳ ନୟନା ନିଶାରେ ହୋଇଥିଲେ ଅନ୍ଧୁଣୀ

ମଣିଷକୁ ବିଭିନ୍ନ ପ୍ରକାରର ନିଶା ଘାରିଥଏ। ତା’ ଭିତରେ ସୁନ୍ଦର ଦେଖାଯିବାର ନିଶା ଅନ୍ୟତମ। ବେଳେ ବେଳେ ଏଇ ନିଶାରେ ମଣିଷ ନିଜ ଜୀବନକୁ ବିପଦରେ...

ଗାଡି କି ଘୋଡା ନୁହେଁ, କନ୍ୟା ଆଣିବାକୁ ଜେସିବିରେ ଗଲେ ବର: ଆଉ ତା’ପରେ

ଆଜିକାଲି ବିବାହର ଋତୁ ଆରମ୍ଭ ହୋଇଯାଇଛି। ବିବାହ ସମ୍ପର୍କିତ ଅନେକ ରୋଚକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ନିକଟରେ ସେମିତି ଏକ ଭିଡିଓ ସାମ୍ନାକୁ...

ଜୁଳୁଜୁଳିଆ ପୋକକୁ ବେଙ୍ଗ ଗିଳିଦେବା ପରେ ଘଟିଲା ଏପରି! ଭିଡିଓ ଦେଖିଲେ ହେବେ ଚକିତ

ପ୍ରତିଦିନ ସୋସିଆଲ ମିଡିଆରେ କିଛି ନା କିଛି ଭିଡିଓ ଭାଇରାଲ ହୋଇଥାଏ। ସେଭଳି ଜୁଳୁଜୁଳିଆ ପୋକକୁ ଖାଇବା ପରେ ବେଙ୍ଗର ଅବସ୍ଥା କ’ଣ ହେଉଛି, ତାହାକୁ...

ଡାକ୍ତରଙ୍କୁ ଭୁଲ ପ୍ରମାଣିତ କଲେ ୫ ବର୍ଷର ପୁଅ

ଆମେରିକାର ଜର୍ଜିଆରେ ରହୁଥିବା ଜଣେ ୫ ବର୍ଷର ପୁଅ ଡାକ୍ତରଙ୍କୁ ଭୁଲ ବୋଲି ପ୍ରମାଣିତ କରିଛନ୍ତି। ସେ ହେଲେ କାମଡେନ ବ୍ରୋକ୍‌ ହେନସନ। କାମଡେନ ସେରେବେଲାର...

ଜାଣନ୍ତି ସିଂହମାନେ କାହିଁକି ଗୋଷ୍ଠୀ ହୋଇ ରୁହନ୍ତି

ସିଂହକୁ ‘ଜଙ୍ଗଲର ରାଜା’ କୁହାଯାଏ। କିନ୍ତୁ ଜାଣନ୍ତି କି ଜଙ୍ଗଲର ରାଜା ହୋଇ ମଧ୍ୟ ସିଂହ ଏକୁଟିଆ ନ ରହି କାହିଁକି ଗୋଷ୍ଠୀ ହୋଇ ରୁହନ୍ତି।...

Advertisement
Archives

Model This Week