ମଣ୍ଡିରେ ନାଁକୁ ସିସି କ୍ୟାମେରା

ସୋନପୁର,୨୧।୬(ମୃତ୍ୟୁଞ୍ଜୟ ଶତପଥୀ): ଧାନ ସଂଗ୍ରହରେ ସ୍ବଚ୍ଛତା ରକ୍ଷା ଲାଗି ସମସ୍ତ ସରକାରୀ ମଣ୍ଡିରେ ସିସି କ୍ୟାମେରା ଲଗାଇବା ପାଇଁ ବିଧାନସଭା ଷ୍ଟାଣ୍ଡିଂ କମିଟି ରାଜ୍ୟ ସରକାରଙ୍କୁ ସୁପାରିଶ କରିଥିଲା। ତଦନୁଯାୟୀ ସୁବର୍ଣ୍ଣପୁର ଜିଲାରେ ୨୦୨୪ ଖରିଫ୍‌ ଋତୁଠାରୁ ମଣ୍ଡିଗୁଡିକରେ ସିସି କ୍ୟାମେରା ଲଗାଇବା ପାଇଁ ଜିଲାସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକରେ ନିଷ୍ପତ୍ତି ହୋଇଥିଲା। ମାର୍କେଟ୍‌ ୟାର୍ଡ ଓ ଧାନ କ୍ରୟ ଏଜେନ୍ସି ଡବ୍ଲ୍ୟୁଏସ୍‌ଏଚ୍‌ଜି ଦ୍ୱାରା ପରିଚାଳିତ ମଣ୍ଡିଗୁଡିକରେ ଆରଏମ୍‌ସି ସିସି କ୍ୟାମେରା ଲଗାଇବାକୁ ନିଷ୍ପତ୍ତି ହୋଇଥିଲା। ଡୁଙ୍ଗୁରିପାଲି ଓ ବୀରମହାରାଜପୁର ଆରଏମ୍‌ସି ଏହି ସବୁ ମଣ୍ଡିରେ ସିସି କ୍ୟାମେରା ଲଗାଇଛି। ତେବେ କିଛି ଡବ୍ଲ୍ୟୁଏସ୍‌ଏଚ୍‌ଜି ମଣ୍ଡି ଗୁଡିକରେ ଆଦୌ ଭିତ୍ତିଭୂମି ନ ଥିବାରୁ ସେଠାରେ ସିସି କ୍ୟାମେରା ଲଗା ହୋଇ ନ ଥିବା ଆରଏମ୍‌ସି ପକ୍ଷରୁ ସଫେଇ ଦିଆଯାଇଛି। ଅନ୍ୟପକ୍ଷେ ପ୍ୟାକ୍ସଗୁଡିକୁ ନିଜସ୍ବ ଖର୍ଚ୍ଚରେ ସିସି କ୍ୟାମେରା ଲଗାଇବାକୁ ନିର୍ଦ୍ଦେଶ ଥିଲା। ଦେଢ ବର୍ଷ ବିତି ଯାଇଥିବା ବେଳେ ସବୁମଣ୍ଡିରେ ସିସି କ୍ୟାମେରା ଲାଗିନାହିଁ। କେତେକ ପାକ୍ସ ଓ ଡବ୍ଲ୍ୟୁଏସ୍‌ଏଚ୍‌ଜିଗୁଡିକ ଖୋଲା ପଡିଆ, ରାସ୍ତାପାର୍ଶ୍ୱ ଅବା ନିଜସ୍ବ ଘର ଅଗଣା କିମ୍ବା ଖଳାରେ ଧାନ କିଣୁଛନ୍ତି। ଜିଲାର ୧୮ ଡବ୍ଲ୍ୟୁଏସ୍‌ଏଚ୍‌ଜି ରବି ଋତୁରେ ଧାନ କିଣୁଥିବା ବେଳେ ଏ ପର୍ଯ୍ୟନ୍ତ ଅଧିକାଂଶ ମଣ୍ଡିରେ ସିସି କ୍ୟାମେରା ଲାଗିପାରିନି। ପ୍ୟାକ୍ସର ମଣ୍ଡି ଓ ମାର୍କେଟ୍‌ ୟାର୍ଡରେ ସିସି କ୍ୟାମେରା ଲାଗିଥିବା ବେଳେ ସେମାନେ ଗଳା ବାଟ ଦେଇ ଦୁର୍ନୀତି କରୁଥିବା ଅଭିଯୋଗ ହେଉଛି। ୬୫ପ୍ରତିଶତ ଧାନ ମଣ୍ଡିକୁ ନ ଆସି ସିଧାସଳଖ ମିଲ୍‌କୁ ଯାଉଥିବା ବେଳେ ଧାନ କ୍ରୟ ଏଜେନ୍ସି ଫଲ୍ସ ଏଣ୍ଟ୍ରିକରି ମାଲେମାଲ ହେଉଛନ୍ତି। ଡୁଙ୍ଗୁରିପାଲି ଓ ବିନିକା ବ୍ଲକରେ ଏଭଳି ଫଲ୍ସ ଏଣ୍ଟ୍ରି ଅଧିକ ହେଉଛି। ଜିଲା ପ୍ରଶାସନ ପକ୍ଷରୁ ମିଲମାନଙ୍କର ଟ୍ରାନ୍‌ଜିଟ୍‌ ପାସର ନକଲ ଓ ମଣ୍ଡିରେ ସେହି ନମ୍ବର ବିଶିଷ୍ଟ ଟ୍ରକ୍‌ କିମ୍ବା ଟ୍ରାକ୍ଟର ଦ୍ୱାରା ଧାନ ବୋଝେଇ ହୋଇଛି କି ନାହିଁ ଲାଗିଥିବା ସିସି କ୍ୟାମେରାର ଯାଞ୍ଚ କରାଯାଉନି। ଫଳରେ ଧାନ କ୍ରୟ ଏଜେନ୍ସି ଓ ମିଲର୍ସଙ୍କ ସଲାସୁତୁରାରେ ପ୍ରତିବର୍ଷ ସରକାରଙ୍କ କୋଟି କୋଟି ଟଙ୍କାର ମଣ୍ଡି ହ୍ୟାଣ୍ଡଲିଂ ଟଙ୍କା ବାଟମାରଣା ହେଉଛି। ମେ ୧୫ ତାରିଖରୁ ଜିଲାରେ ରବି ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ୬୭ ପ୍ୟାକ୍ସ ଓ ୧୮ ଡବ୍ଲ୍ୟୁଏସ୍‌ଏଚ୍‌ଜି ଜରିଆରେ ଯୋଗାଣ ନିଗମ ଜିଲାର ପଞ୍ଜୀକୃତ ଚାଷୀଙ୍କ ନିକଟରୁ ଧାନ କିଣୁଛି। ତେବେ ଏଜେନ୍ସି ଗୁଡିକ ଚାଷୀଙ୍କ ସ୍ବାର୍ଥ ଅପେକ୍ଷା ବେପାରି ମାନଙ୍କ ସ୍ବାର୍ଥକୁ ଅଧିକ ଗୁରୁତ୍ୱ ଦେଉଥିବା ଅଭିଯୋଗ ହେଉଛି। ମିଲରଙ୍କ ସହିତ ସଲାସୁତୁରା କରି ଚାଷୀଙ୍କ ଧାନରୁ ମନ ଇଛା କଟ୍‌ନି ଛଟ୍‌ନି କରାଯାଉଛି। ଅସାଧୁ ବ୍ୟବସାୟୀ, ବଡ ଚାଷୀ ଓ ପ୍ରଭାବଶାଳୀ ବ୍ୟକ୍ତିଙ୍କ ଧାନ ମଣ୍ଡିକୁ ନ ଆସି ସିଧାସଳଖ ମିଲ୍‌କୁ ଯାଉଛି। ଫଳରେ ଚାଷୀ ଗାଡି ଭଡା ଦେଉଥିବା ବେଳେ ମିଲ ମାଲିକ ଓ ଧାନ ସଂଗ୍ରହ ଏଜେନ୍ସି ଗାଡି ଭଡା ଅର୍ଥକୁ ମିଳିମିଶି ହଡପ କରୁଛନ୍ତି। କ୍ଷୁଦ୍ର ଓ ମଧ୍ୟମ ଚାଷୀ ମଣ୍ଡିକୁ ଧାନ ଆଣିଲେ, ସେମାନଙ୍କ ଧାନ ପରେ ଉଠା ଯାଉଥିବା ଅଭିଯୋଗ ହେଉଛି। ମଣ୍ଡି ଗୁଡିକରେ ଏହି ଧରଣର ହେରାଫେରି ରୋକିବା ଓ ଧାନ କିଣା ଏଜେନ୍ସି ଗୁଡିକର ଗତିବିଧି ଉପରେ କଡା ନଜର ରଖିବା ପାଇଁ ମଣ୍ଡିରେ ସିସି କ୍ୟାମେରା ଲଗାଇବାକୁ ଯୋଗାଣ ନିଗମ ଓ ଜିଲା ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆ ଯାଇଥିଲା। ଧାନ ସଂଗ୍ରହ ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଛି। ଆଉ ୧୦ ଦିନ ପରେ ମଣ୍ଡି ବନ୍ଦ ହେବ। ୩୫ହଜାର ୪୪୫ଚାଷୀ ଧାନ ବିକ୍ରି କରିବାକୁ ପଞ୍ଜୀକରଣ କରିଥିବା ବେଳେ ଜିଲାରୁ ୧୯ଲକ୍ଷ ୩୫ହଜାର ୫୪୧କୁଇଣ୍ଟାଲ ଧାନ କିଣା ସରିଲାଣି। ତେଣୁ ସିସି କ୍ୟାମେରା ଆଧାରରେ ମଣ୍ଡି ଗୁଡିକର ହେରାଫେରି ଓ ସନ୍ଦେହ ଘେରରେ ଥିବା ଧାନ କିଣା ଏଜେନ୍ସି ଗୁଡିକୁ ତଦନ୍ତ ପରିସରଭୁକ୍ତ କରିବାକୁ ଚାଷୀ ସଂଗଠନ ଗୁଡିକ ପକ୍ଷରୁ ଦାବି ହେଉଛି ।


Enter your email to get our daily news in your inbox.

All Right Reserved By Dharitri.Com

ଲଦ ସିକକାଙ୍କ ଗିରଫ ପ୍ରତିବାଦରେ କଲ୍ୟାଣସିଂହପୁର ଥାନା ଘେରାଉ

କଲ୍ୟାଣସିଂହପୁର, ୧୧/୯ (ଦୀପକ କୁମାର ପରିଡ଼ା): ନିୟମଗିରି ସୁରକ୍ଷା ସମିତିର ଆବାହକ ତଥା ସଭାପତି ଲଦ ସିକକାଙ୍କୁ ପୋଲିସ ଗିରଫ କରିବା ଘଟଣାକୁ ନେଇ କଲ୍ୟାଣସିଂହପୁର ଅଞ୍ଚଳରେ…

ସମିତିସଭ୍ୟଙ୍କଠାରୁ ସୁନା ଚେନ୍‌ ଛଡ଼ାଇ କରିଥିଲେ ହତ୍ୟା ଉଦ୍ୟମ, ଆଜି ଅଭିଯୁକ୍ତଙ୍କୁ…

ଦିଗପହଣ୍ଡି,୧୧ା୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୋଲିସ ଶୁକ୍ରବାର ସନ୍ଧ୍ୟାରେ ପାଟପୁର ଥାନା ପି. ରାମଚନ୍ଦ୍ରପୁର ଗ୍ରାମର ବଳରାମ ପ୍ରଧାନ ଓରଫ ବଳିଆଙ୍କୁ ଛିନତାଇ…

୨୦୨୭ରେ ଏହି ୪ ରାଶି ଉପରେ ଶନିଙ୍କ କୋପଦୃଷ୍ଟି! ମେଷ-ମୀନ ସମେତ ଏମାନଙ୍କ ବଢ଼ିବ ଅଡୁଆ, ପାଦେ ପାଦେ ବିପଦ

ଜ୍ୟୋତିଷ ଶାସ୍ତ୍ରରେ ଶନିଦେବ ଏବଂ ତାଙ୍କର ପ୍ରଭାବକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ଧରାଯାଏ। ତାଙ୍କୁ କର୍ମଫଳଦାତା କୁହାଯାଏ ଏବଂ ତାଙ୍କର ସ୍ଥିତିର ପ୍ରଭାବ ବ୍ୟକ୍ତିର ବ୍ୟକ୍ତିଗତ ଜୀବନଠାରୁ…

ଗୋଆରୁ ଓଡ଼ିଆ ଶ୍ରମିକ ନିଖୋଜ, ଟ୍ରେନରେ ଗାଁ କୁ ଫେରୁଥିଲେ, ୧୨ ଦିନ ହେଲା ମିଳୁନି ପତ୍ତା

ଦିଗପହଣ୍ଡି,୧୧|୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଆଙ୍କୋରଡ଼ା ପଞ୍ଚାୟତ ନବରଙ୍ଗପୁର ଗାଁର ସୁରେଶ ଗୌଡ଼(୫୬) ଦାଦନ ଶ୍ରମିକ ଭାବେ ଗୋଆର ଏକ ଘରୋଇ ଷ୍ଟିଲ…

Pension: ପେନସନଭୋଗୀଙ୍କ ପାଇଁ ବଡ଼ ଖୁସି ଖବର! ୮ମ ବେତନ ଆୟୋଗରେ ବଢ଼ିବ ପେନସନ, ଜାଣନ୍ତୁ ପୁରା ହିସାବ…

ନୂଆଦିଲ୍ଲୀ,୧୧।୯: କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନ୍‌ଭୋଗୀଙ୍କ ମଧ୍ୟରେ ଅଷ୍ଟମ ବେତନ କମିଶନ ସମ୍ବନ୍ଧୀୟ ଆଲୋଚନା ଜୋର୍ ଧରିଛି । ଦରମା ଓ ପେନସନ୍ ସମ୍ପର୍କିତ ନୂଆ…

ଗଣେଶ ପୂଜା ପାଇଁ ବାନ୍ଧୁଥିଲେ ତୋରଣ, ବିଦ୍ୟୁତ୍‌ ତାରରେ ଲାଗିଗଲେ ନାବାଳକ, ଆଉ ତା’ପରେ…

ହିଞ୍ଜିଳିକାଟୁ,୧୦।୯(ଦ୍ବିତୀକୃଷ୍ଣ ପଣ୍ଡା): ଗଣେଶ ପୂଜା ପାଇଁ ତୋରଣ ବନ୍ଧା ବେଳେ ବିଦ୍ୟୁତ୍‌ ଆଘାତରେ ଜଣେ ୧୬ ବର୍ଷୀୟ ନାବାଳକଙ୍କ ମୃତ୍ୟୁ ଘଟିଛି। ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ବ୍ଲକ…

ଆନନ୍ଦପୁରରେ ବ୍ୟାଙ୍କ ଧର୍ମଘଟ, ଏସ୍‌ବିଆଇ ସମ୍ମୁଖରେ ବିକ୍ଷୋଭ କରି…

ବଞ୍ଚୋ,୧୧ା୯(ପ୍ରଦୋଷ ବିଶ୍ୱାଳ): ୟୁନାଇଟେଡ୍‌ ଫୋରମ ଅଫ ବ୍ୟାଙ୍କ ୟୁନିଅନ୍ସର ଆହ୍ବାନକ୍ରମେ ଶୁକ୍ରବାର ଦେଶବ୍ୟାପୀ ବ୍ୟାଙ୍କ ଧର୍ମଘଟ ପାଳିତ ହୋଇଛି। ଏହାର ପ୍ରଭାବ ଆନନ୍ଦପୁର ଉପଖଣ୍ଡର ବିଭିନ୍ନ ବ୍ୟାଙ୍କ…

ରୋଚକ ଘଟଣା: ଟିମ ଇଣ୍ଡିଆଠାରୁ ଛଡ଼ାଇ ନିଆଗଲା ଡ୍ରେସିଂ ରୁମ! ଆଫଗାନିସ୍ତାନ ସିରିଜରେ ବଡ଼ ପରିବର୍ତ୍ତନ

ନୂଆଦିଲ୍ଲୀ,୧୧।୯: ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ୩ ମ୍ୟାଚର T20 ସିରିଜ ଆସନ୍ତା ସେପ୍ଟେମ୍ବର ୧୩ରୁ ଆରମ୍ଭ ହେବ। ସିରିଜର ସମସ୍ତ ମ୍ୟାଚ ଦିଲ୍ଲୀର ଅରୁଣ ଜେଟଲୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Trending

ଛୁଟିଦିନ
ପିଲାଙ୍କ ଧରିତ୍ରୀ
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?