ସବୁ ପିଲାଙ୍କୁ ୫୦%-୫୦% ଆଧାରରେ ମାର୍କ ଦେଉ ସିବିଏସ୍‌ଇ

ଭୁବନେଶ୍ୱର, ୧।୯(ବ୍ୟୁରୋ): ଦଶମ ଟର୍ମ-୧ ଓ ଟର୍ମ ୨ର ମୂଲ୍ୟାୟନ ୫୦:୫୦ ପ୍ରତିଶତ ଆଧାରରେ କରିବା ପାଇଁ ଦିଲ୍ଲୀ ହାଇକୋର୍ଟ ସିବିଏସ୍‌ଇକୁ ନିର୍ଦ୍ଦେଶ ଦେଇଛନ୍ତି। ତେଣୁ ସିବିଏସ୍‌ଇ ନିଜ ତରଫରୁ ସମସ୍ତ ଛାତ୍ରୀଛାତ୍ରଙ୍କୁ ଏହି ସୁବିଧା ଦେବା ପାଇଁ ଓଡ଼ିଶା ଅଭିଭାବକ ମହାସଂଘ ଦାବି କରିଛି। ଅଭିଭାବକମାନେ ନ୍ୟାୟାଳୟରୁ ନିର୍ଦ୍ଦେଶ କାହିଁକି ଆଣିବେ, କାହିଁକି ଅର୍ଥ ଖର୍ଚ୍ଚ କରିବେ, ସିବିଏସ୍‌ଇ ନିଜ ତରଫରୁ ଏପରି ମୂଲ୍ୟାୟନ କରିଦେଲେ ଦେଶର ଲକ୍ଷାଧିକ ଛାତ୍ରୀଛାତ୍ର ଉପକୃତ ହେବେ। ଓଡ଼ିଶାରେ ଦଶମରେ ପ୍ରାୟ ୧୮ହଜାରରୁ ଊର୍ଦ୍ଧ୍ୱ ଓ ୧୨ହଜାରରୁ ଊର୍ଦ୍ଧ୍ୱ ଦ୍ୱାଦଶ ଶ୍ରେଣୀ ଛାତ୍ରୀଛାତ୍ର ରହିଛନ୍ତି। ତେଣୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପ୍ରସଙ୍ଗ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଦୃଷ୍ଟିକୁ ନେବା ସହିତ ଚିଠି ଲେଖି ରାଜ୍ୟର ୩୦ହଜାର ଛାତ୍ରୀଛାତ୍ରଙ୍କୁ ସୁରକ୍ଷା ଦେବା ପାଇଁ ଦାୟିତ୍ୱ ନିଅନ୍ତୁ ବୋଲି ମହାସଂଘ ଅଧ୍ୟକ୍ଷ ବାସୁଦେବ ଭଟ୍ଟ କହିଛନ୍ତି।

ସୂଚନାଯୋଗ୍ୟ, କରୋନା ପାଇଁ ଚଳିତ ବର୍ଷର ସିବିଏସ୍‌ଇ ପରୀକ୍ଷା ଦୁଇଟି ପର୍ଯ୍ୟାୟରେ (ଟର୍ମ-୧ ଓ ଟର୍ମ-୨) ହୋଇଥିଲା। ଉଭୟ ପରୀକ୍ଷାର ଥିଓରି ଓ ପ୍ରାକ୍ଟିକାଲର ୫୦%-୫୦% ମାର୍କକୁ ନେଇ ଫଳାଫଳ ପ୍ରକାଶ ପାଇବ ବୋଲି ଗତବର୍ଷ ଜୁଲାଇ ୫ରେ ସିବିଏସ୍‌ଇ ଘୋଷଣା କରିଥିଲା। ଦୁଇ ଟର୍ମର ରେଜଲ୍ଟ ବାହାରିବା ପରେ ଗତ ଜୁଲାଇ ୨୨ରେ ବୋର୍ଡ କର୍ତ୍ତୃପକ୍ଷ କହିଛନ୍ତି ଯେ, ମୂଲ୍ୟାୟନ ପାଇଁ ପୂର୍ବରୁ ଏକ ବିଶେଷଜ୍ଞ କମିଟି ଗଠନ କରିଥିଲେ। କମିଟିର ପରାମର୍ଶ ଅନୁସାରେ ଟର୍ମ-୧ର ଥିଓରିର ୩୦% ଓ ଟର୍ମ-୨ ଥିଓରିର ୭୦% ମାର୍କ ଏବଂ ଦୁଇଟି ଟର୍ମର ପ୍ରାକ୍ଟିକାଲ ପରୀକ୍ଷା ୫୦%-୫୦% ଆଧାରରେ ମୂଲ୍ୟାୟନ ହୋଇଛି। ଏହା ଜାଣିବା ପରେ ଛାତ୍ରୀଛାତ୍ର ଓ ଅଭିଭାବକ ଚିନ୍ତାରେ ପଡିଯାଇଛନ୍ତି। ଏହାକୁ ବିରୋଧ କରି ମହାସଂଘ ପକ୍ଷରୁ ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା ରୁଜୁ ହୋଇଥିଲା। ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଅସନ୍ତୁଷ୍ଟ ଛାତ୍ରୀଛାତ୍ରଙ୍କ ତାଲିକା ପ୍ରସ୍ତୁତ କରୁଛି ମହାସଂଘ। ତେବେ ସମାନ ଘଟଣାରେ ଦିଲ୍ଲୀ ହାଇକୋର୍ଟ ଛାତ୍ରୀ ଦେବଶ୍ରୀ ବାଲିଙ୍କ ମାମଲାର ଶୁଣାଣି କରି ୫୦%-୫୦% ଆଧାରରେ ମାର୍କ ଦେବା ପାଇଁ ସିବିଏସ୍‌ଇକୁ ନିର୍ଦ୍ଦେଶ ଦେଇଛନ୍ତି। ଏସବୁକୁ ଦୃଷ୍ଟିରେ ରଖି ଓଡ଼ିଶାର ଛାତ୍ରୀଛାତ୍ରଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଏ ଦିଗରେ ପଦକ୍ଷେପ ନେବା ପାଇଁ ମହାସଂଘ ଦାବି କରିଛି।


Enter your email to get our daily news in your inbox.

All Right Reserved By Dharitri.Com

IMD କଲା ଆଲର୍ଟ: ସୃଷ୍ଟି ହେଲା ଘୂର୍ଣ୍ଣିବଳୟ, କାଲିଠୁ ଏସବୁ ଜିଲାରେ ପ୍ରବଳ ବର୍ଷା!

ନୂଆଦିଲ୍ଲୀ, ୨ା୭: ଭାରତୀୟ ପାଣିପାଗ ବିଭାଗ (IMD) ଅନୁଯାୟୀ, ଆଜି ଦେଶର ୧୯ଟି ରାଜ୍ୟରେ ମୂଷଳଧାରାରେ ବର୍ଷା ହେବ। ଆଜି ଦିଲ୍ଲୀ, ପଞ୍ଜାବ, ହରିୟାଣା, ଚଣ୍ଡିଗଡ଼, ଉତ୍ତରପ୍ରଦେଶ, ବିହାର,…

୩ ପରେ ୪ର୍ଥ

ଭୁବନେଶ୍ୱର,୨।୭(ସୁନିତ୍‌ ମିଶ୍ର): ଭାଜପାର ରାଜ୍ୟ ସଭା ସଦସ୍ୟ ସୁଜିତ୍‌ କୁମାର ଗତ ୨୫ ତାରିଖରେ ଚୌଦ୍ୱାର ଥାନାରେ ଜେଲ ଡିଜିଙ୍କ ବିରୋଧରେ ଏକ ଲିଖିତ ଅଭିଯୋଗ ଦେଇଛନ୍ତି।…

ମଣିଷଠାରୁ ମହାନ୍‌

ଓଡ଼ିଆ ସବୁଜ ସାହିତ୍ୟର ମହାରଥୀ କାଳିନ୍ଦୀଚରଣ ପାଣିଗ୍ରାହୀ ଏକାଧାରରେ ଥିଲେ କବି, ଗାଳ୍ପିକ, ଔପନ୍ୟାସିକ, ନାଟ୍ୟକାର ଓ ପ୍ରାବନ୍ଧିକ। କାଳଜୟୀ ଉପନ୍ୟାସ ‘ମାଟିର ମଣିଷ’ ପାଇଁ ସେ…

ଅକ୍ଟୋବର ସୁଦ୍ଧା ସରିବ ପୋଲିସ ଏସ୍‌ଆଇ ପରୀକ୍ଷା

ଭୁବନେଶ୍ୱର,୨ା୭(ସୁଚିସ୍ମିତା ସାହୁ): ପ୍ରଶ୍ନପତ୍ର ଲିକ୍‌ ଓ ନିଯୁକ୍ତି ଅନିୟମିତା ଯୋଗୁ ଦେଢ଼ବର୍ଷ ଧରି ପୋଲିସ ସବ୍‌-ଇନ୍ସପେକ୍ଟର (ଏସ୍‌ଆଇ) ପରୀକ୍ଷା ଅନିଶ୍ଚିତତା ଭିତରେ ରହିଥିବାବେଳେ ଇତିମଧ୍ୟରେ ବହୁ ଆବେଦନକାରୀଙ୍କ…

ଡାକ୍ତରଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ, ଭଞ୍ଜନଗରରେ ରୋଗୀ ସେବା ପ୍ରଭାବିତ, ମୃତଦେହ ବ୍ୟବଚ୍ଛେଦ ହୋଇ ନ ପାରିବାରୁ…

ଭଞ୍ଜନଗର,୧ା୭(ବାବୁଲା ପ୍ରଧାନ): ଓଡ଼ିଶା ମେଡିକାଲ ସର୍ଭିସେସ୍‌ ଆସୋସିଏଶନ (OMSA)ର ଆହ୍ବାନ କ୍ରମେ ବିଭିନ୍ନ ଦାବି ଏବଂ ଡାକ୍ତରମାନଙ୍କ ସୁରକ୍ଷା ପ୍ରସଙ୍ଗକୁ ନେଇ ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟର ଡାକ୍ତରମାନେ…

ପାରିବାରିକ କଳହ ହେଲା କାଳ, ଦିଅରର ଆକ୍ରମଣରେ ଚାଲିଗଲା ଭାଉଜଙ୍କ ଜୀବନ

ବେଲଗୁଣ୍ଠା,୧ା୭( କୃଷ୍ଣ ଚନ୍ଦ୍ର ପଟ୍ଟନାୟକ): ଘରୋଇ ଅଶାନ୍ତିରୁ ଚାଲିଗଲା ମହିଳାଙ୍କ ଜୀବନ। ଏହିଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବେଲଗୁଣ୍ଠା ବ୍ଳକ୍ ତଥା ଗାଙ୍ଗପୁର ଥାନା ଅନ୍ତର୍ଗତ…

ଦୁର୍ଘଟଣାଗ୍ରସ୍ତଙ୍କୁ ଡାକ୍ତରଖାନା ନେଲେ ଭାଜପା ନେତା

ହାଟଡିହୀ,୧ା୭(ଶୁଭକାନ୍ତ ନାୟକ): ସାହାଯ୍ୟ ଏବଂ ମହାନତାର ପ୍ରମାଣ ଦେଖାଇଛନ୍ତି କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡର ଭାଜପା ନେତା ଆଲୋକ ସେଠୀ। ବୁଧବାର ଆଲୋକ ଏକ କାର୍ଯ୍ୟକ୍ରମରେ ଯୋଗ…

ଆଷାଢ଼ରେ ନାହିଁ ବର୍ଷା; ପୋଡ଼ିଗଲାଣି ଧାନ ତଳି, ଘୋଡ଼ାହାଡ଼ ଡ଼୍ୟାମକୁ ଦିଗପହଣ୍ଡି-ସାନଖେମୁଣ୍ଡି ଚାଷୀଙ୍କ ଭରସା  

ଦିଗପହଣ୍ଡି,୧ା୭(ଅଶେଷ ନାଥ ମିଶ୍ର): ଆଷାଢ଼ରେ ଗଞ୍ଜାମ ଜିଲା ଦିଗପହଣ୍ଡି ଓ ସାନଖେମୁଣ୍ଡି ବ୍ଲକ ଅଞ୍ଚଳରେ ବର୍ଷା ନାହିଁ ।ଚାଷୀ ବୃନ୍ଦ ଖରିଫ ଧାନ ଚାଷ ପାଇଁ ବିହନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri