ସବୁ ପିଲାଙ୍କୁ ୫୦%-୫୦% ଆଧାରରେ ମାର୍କ ଦେଉ ସିବିଏସ୍‌ଇ

ଭୁବନେଶ୍ୱର, ୧।୯(ବ୍ୟୁରୋ): ଦଶମ ଟର୍ମ-୧ ଓ ଟର୍ମ ୨ର ମୂଲ୍ୟାୟନ ୫୦:୫୦ ପ୍ରତିଶତ ଆଧାରରେ କରିବା ପାଇଁ ଦିଲ୍ଲୀ ହାଇକୋର୍ଟ ସିବିଏସ୍‌ଇକୁ ନିର୍ଦ୍ଦେଶ ଦେଇଛନ୍ତି। ତେଣୁ ସିବିଏସ୍‌ଇ ନିଜ ତରଫରୁ ସମସ୍ତ ଛାତ୍ରୀଛାତ୍ରଙ୍କୁ ଏହି ସୁବିଧା ଦେବା ପାଇଁ ଓଡ଼ିଶା ଅଭିଭାବକ ମହାସଂଘ ଦାବି କରିଛି। ଅଭିଭାବକମାନେ ନ୍ୟାୟାଳୟରୁ ନିର୍ଦ୍ଦେଶ କାହିଁକି ଆଣିବେ, କାହିଁକି ଅର୍ଥ ଖର୍ଚ୍ଚ କରିବେ, ସିବିଏସ୍‌ଇ ନିଜ ତରଫରୁ ଏପରି ମୂଲ୍ୟାୟନ କରିଦେଲେ ଦେଶର ଲକ୍ଷାଧିକ ଛାତ୍ରୀଛାତ୍ର ଉପକୃତ ହେବେ। ଓଡ଼ିଶାରେ ଦଶମରେ ପ୍ରାୟ ୧୮ହଜାରରୁ ଊର୍ଦ୍ଧ୍ୱ ଓ ୧୨ହଜାରରୁ ଊର୍ଦ୍ଧ୍ୱ ଦ୍ୱାଦଶ ଶ୍ରେଣୀ ଛାତ୍ରୀଛାତ୍ର ରହିଛନ୍ତି। ତେଣୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପ୍ରସଙ୍ଗ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଦୃଷ୍ଟିକୁ ନେବା ସହିତ ଚିଠି ଲେଖି ରାଜ୍ୟର ୩୦ହଜାର ଛାତ୍ରୀଛାତ୍ରଙ୍କୁ ସୁରକ୍ଷା ଦେବା ପାଇଁ ଦାୟିତ୍ୱ ନିଅନ୍ତୁ ବୋଲି ମହାସଂଘ ଅଧ୍ୟକ୍ଷ ବାସୁଦେବ ଭଟ୍ଟ କହିଛନ୍ତି।

ସୂଚନାଯୋଗ୍ୟ, କରୋନା ପାଇଁ ଚଳିତ ବର୍ଷର ସିବିଏସ୍‌ଇ ପରୀକ୍ଷା ଦୁଇଟି ପର୍ଯ୍ୟାୟରେ (ଟର୍ମ-୧ ଓ ଟର୍ମ-୨) ହୋଇଥିଲା। ଉଭୟ ପରୀକ୍ଷାର ଥିଓରି ଓ ପ୍ରାକ୍ଟିକାଲର ୫୦%-୫୦% ମାର୍କକୁ ନେଇ ଫଳାଫଳ ପ୍ରକାଶ ପାଇବ ବୋଲି ଗତବର୍ଷ ଜୁଲାଇ ୫ରେ ସିବିଏସ୍‌ଇ ଘୋଷଣା କରିଥିଲା। ଦୁଇ ଟର୍ମର ରେଜଲ୍ଟ ବାହାରିବା ପରେ ଗତ ଜୁଲାଇ ୨୨ରେ ବୋର୍ଡ କର୍ତ୍ତୃପକ୍ଷ କହିଛନ୍ତି ଯେ, ମୂଲ୍ୟାୟନ ପାଇଁ ପୂର୍ବରୁ ଏକ ବିଶେଷଜ୍ଞ କମିଟି ଗଠନ କରିଥିଲେ। କମିଟିର ପରାମର୍ଶ ଅନୁସାରେ ଟର୍ମ-୧ର ଥିଓରିର ୩୦% ଓ ଟର୍ମ-୨ ଥିଓରିର ୭୦% ମାର୍କ ଏବଂ ଦୁଇଟି ଟର୍ମର ପ୍ରାକ୍ଟିକାଲ ପରୀକ୍ଷା ୫୦%-୫୦% ଆଧାରରେ ମୂଲ୍ୟାୟନ ହୋଇଛି। ଏହା ଜାଣିବା ପରେ ଛାତ୍ରୀଛାତ୍ର ଓ ଅଭିଭାବକ ଚିନ୍ତାରେ ପଡିଯାଇଛନ୍ତି। ଏହାକୁ ବିରୋଧ କରି ମହାସଂଘ ପକ୍ଷରୁ ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା ରୁଜୁ ହୋଇଥିଲା। ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଅସନ୍ତୁଷ୍ଟ ଛାତ୍ରୀଛାତ୍ରଙ୍କ ତାଲିକା ପ୍ରସ୍ତୁତ କରୁଛି ମହାସଂଘ। ତେବେ ସମାନ ଘଟଣାରେ ଦିଲ୍ଲୀ ହାଇକୋର୍ଟ ଛାତ୍ରୀ ଦେବଶ୍ରୀ ବାଲିଙ୍କ ମାମଲାର ଶୁଣାଣି କରି ୫୦%-୫୦% ଆଧାରରେ ମାର୍କ ଦେବା ପାଇଁ ସିବିଏସ୍‌ଇକୁ ନିର୍ଦ୍ଦେଶ ଦେଇଛନ୍ତି। ଏସବୁକୁ ଦୃଷ୍ଟିରେ ରଖି ଓଡ଼ିଶାର ଛାତ୍ରୀଛାତ୍ରଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଏ ଦିଗରେ ପଦକ୍ଷେପ ନେବା ପାଇଁ ମହାସଂଘ ଦାବି କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଚେନ୍ନାଇରୁ ୨ ଲକ୍ଷ ଟଙ୍କାରେ ଡଙ୍ଗା ଭଡ଼ା କରି ଗଞ୍ଜାମ ଫେରିବା ଘଟଣା: ତଦନ୍ତ ନିର୍ଦ୍ଦେଶ ଦେଲେ ମନ୍ତ୍ରୀ

ଭୁବନେଶ୍ୱର,୨୬।୪(ବ୍ୟୁରୋ): କରୋନା ମୁକାବିଲା ଲାଗି ସାରା ଦେଶରେ ଏବେ ଲକ୍‌ଡାଉନ୍‌ ସ୍ଥିତି ଜାରି ରହିଛି। ଫଳରେ ବିଭିନ୍ନ ରାଜ୍ୟରେ ଓଡ଼ିଆମାନେ ଫସି ରହିଛନ୍ତି। ସେମାନେ ଭିଟାମାଟିକୁ...

ଦ୍ୱାଦଶ ପିଲାଙ୍କୁ ଟିକାକରଣ କରାଇବାକୁ ଲକ୍ଷ୍ୟ: ସ୍ବାସ୍ଥ୍ୟମନ୍ତ୍ରୀ

ଭୁବନେଶ୍ୱର,୧।୬(ବ୍ୟୁରୋ): ରାଜ୍ୟରେ କରୋନା ସ୍ଥିତି ସାମାନ୍ୟ ନିୟନ୍ତ୍ରଣକୁ ଆସିଥିବା ବେଳେ ମୃତ୍ୟୁସଂଖ୍ୟା ଥମିବାର ନା ନେଉନି। କରୋନା ମୁକାବିଲା ପାଇଁ ବର୍ତ୍ତମାନ ରାଜ୍ୟରେ ଲକ୍‌ଡାଉନ ଜାରି...

ପ୍ରକଳ୍ପ ଥାଇ ବି ପାଣି ପାଇଁ ହାହାକାର

ଯାଜପୁର ଅଫିସ,୭।୪: ଚଳିତ ବର୍ଷ ଗ୍ରୀଷ୍ମ ପ୍ରବାହ କ୍ରମଶଃ ବୃଦ୍ଧି ପାଇବାରେ ଲାଗିଛି। ଆଗକୁ ଅଧିକ ଗ୍ରୀଷ୍ମ ପ୍ରବାହ ଜାରି ରହିବ ବୋଲି ପାଣିପାଗ ବିଭାଗ...

ସବ୍ୟସାଚୀଙ୍କ ଯୋଗୁ ଛଅ ମାସରେ ବଦଳିଗଲା କୁନିଙ୍କ ଜୀବନ, ଏବେ ବାନ୍ଧିଲେ ରାକ୍ଷୀ

ଭୁବନେଶ୍ୱର,୨୬।୨(ବ୍ୟୁରୋ): କୁନିଙ୍କ ହାତରେ ବଢ଼ୁଥିଲା ମାଂସ ପିଣ୍ଡୁଳା। ହେଲେ ପାଖରେ ଟଙ୍କା ନ ଥିବାରୁ ଚିକିତ୍ସା ହୋଇପାରୁ ନ ଥିଲା। ଲକ୍‌ଡାଉନ୍‌ ବେଳେ ସମାଜସେବାକୁ ନେଇ...

ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର,୧।୧: ରାଜ୍ୟବାସୀଙ୍କୁ ନୂଆ ବର୍ଷ ଉପଲକ୍ଷେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭେଚ୍ଛା ଜଣାଇଛନ୍ତି। ଏ ନେଇ ମୁଖ୍ୟମନ୍ତ୍ରୀ ଏକ ଭିଡିଓ ବାର୍ତ୍ତା ଜାରି କରିଛନ୍ତି ।‘ରାଜ୍ୟବାସୀଙ୍କୁ...

ଫେକ୍‌ ଆଇଡ଼ିରୁ ମହିଳାଙ୍କୁ ଅଶ୍ଳୀଳ ଭିଡିଓ ପଠାଉଥିଲେ, ଯୁବନେତାଙ୍କୁ ଧରିଲା ପୋଲିସ

ବ୍ରହ୍ମପୁର ଅଫିସ,୧ା୩: ଜନୈକା ମହିଳାଙ୍କୁ ଅଶ୍ଳୀଳ ଭିଡିଓ ପଠାଇ ଜଣେ ଯୁବକ ଗିରଫ ହୋଇଛନ୍ତି। ସେ ହେଲେ ଶିବରାମ ଜେନା (୨୯) । ପୋଲିସ ତାଙ୍କ...

ମାର୍କେଟ କମ୍ପ୍ଲେକ୍ସ ନିର୍ମାଣକୁ ବିରୋଧ: ବିଡିଓଙ୍କୁ ଦାବିପତ୍ର ପ୍ରଦାନ କଲେ ଗ୍ରାମବାସୀ

ରିଆମାଳ,୪।୧୨(ଡି.ଏନ୍‌.ଏ.)-ଦେବଗଡ଼ ଜିଲା ରିଆମାଳ ବ୍ଲକ ସଦର ମହକୁମା ଅଧୀନ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ହତାରେ ଥିବା ପୁରୁଣା ମାର୍କେଟ କମ୍ପ୍ଲେକ୍ସକୁ ଭାଙ୍ଗି ନୂତନ ଭାବେ...

ରାଜଧାନୀରେ ବଢୁଛି ବ୍ରୋକରଙ୍କ ଠକେଇ : ଘର ଦେବା ନାଁରେ ଲୋକଙ୍କଠାରୁ ଲୁଟୁଛନ୍ତି ଅର୍ଥ

ଭୁବନେଶ୍ୱର,୪ା୧୧(ବ୍ୟୁରୋ) : ରାଜଧାନୀରେ ଏବେ ଆଉ ଏକ ଅଭିନବ ଠକେଇ ସାମ୍ନାକୁ ଆସିଛି। ଭଡ଼ାଘର ଯୋଗାଇ ଦେବାକୁ କହି ଅନେକ ବ୍ରୋକର ଲୋକଙ୍କୁ ଠକୁଥିବା ଅଭିଯୋଗ...

Advertisement
Archives

Model This Week