Posted inଜାତୀୟ

ମମତାଙ୍କୁ ଅଙ୍ଗୁଳି ଉଠାଇଲା ସିବିଆଇ

ନୂଆଦିଲ୍ଲୀ, ୨୮।୧୨ (ଆଇଏଏନ୍‌ଏସ୍‌): ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନକୁ ଆଉ ଚାରିମାସ ବାକି ଥିବାବେଳେ ସାରଦା ଚିଟ୍‌ଫଣ୍ଡ ଦୁର୍ନୀତି ମାମଲାରେ ସିବିଆଇର ନୂଆ ଖୁଲାସା ମମତା ବାନାର୍ଜୀ ସରକାରଙ୍କ ପାଇଁ ଅଡୁଆ ସୃଷ୍ଟି କରିଛି। ସାରଦା ଗ୍ରୁପ୍‌ ଅଫ୍‌ କମ୍ପାନିଜ୍‌ର ଅଂଶବିଶେଷ ଥାଇ ତଦନ୍ତ ପରିସରଭୁକ୍ତ ହୋଇଥିବା ତାରା ଟିଭିର କର୍ମଚାରୀମାନଙ୍କୁ ୨୩ ମାସ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିରୁ ନିୟମିତ ବେତନ ପ୍ରଦାନ କରାଯାଇଥିବା ସିିବିଆଇ ସୁପ୍ରିମକୋର୍ଟଙ୍କୁ ଜଣାଇଛି। ୨୦୧୩ ମେ’ରୁ ୨୦୧୫ ଏପ୍ରିଲ୍‌ ପର୍ଯ୍ୟନ୍ତ ବେତନ ବାବଦରେ ମାସକୁ ୨୭ ଲକ୍ଷ ଟଙ୍କା ଲେଖାଏ ଦିଆଯାଇଛି। ଏପରି ମୋଟ ୬.୨୧ କୋଟି ଟଙ୍କା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିରୁ ତାରା ଟିଭି କର୍ମଚାରୀ କଲ୍ୟାଣ ସଂଘକୁ ପ୍ରଦାନ କରାଯାଇଛି।
କମ୍ପାନୀର ଉପଲବ୍ଧ ପାଣ୍ଠିରୁ ଟିଭି କର୍ମଚାରୀଙ୍କ ଦରମା ପ୍ରଦାନ କରାଯାଇପାରିବ ବୋଲି ହାଇକୋର୍ଟ ତାଙ୍କ ରାୟରେ କହିଥିଲେ। ତେବେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ଫଣ୍ଡ ନାମରେ ସଂଗୃହୀତ ରାଜ୍ୟ ପାଣ୍ଠିରୁ ଘରୋଇ ଟିଭି ଚାନେଲ କର୍ମଚାରୀଙ୍କୁ ବେତନ ଦିଆଯାଇପାରିବ ବୋଲି କୁହାଯାଇ ନ ଥିଲା। ରିଲିଫ୍‌ ପାଣ୍ଠିରୁ ବେତନ ପ୍ରଦାନ ପଛରେ ବଡ଼ ଷଡ଼ଯନ୍ତ୍ର ଓ ଘରୋଇ କମ୍ପାନୀ ସହ ସରକାରଙ୍କ ମଧୁଚନ୍ଦ୍ରିକା ଥିବାର ସୂଚନା ମିଳୁଥିବା ସିବିଆଇ କହିଛି। ଦୁର୍ନୀତିକୁ ନେଇ ସିଧାସଳଖ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପରକୁ ଅଙ୍ଗୁଳି ଉଠିଛି। ଆଇନ ପ୍ରକ୍ରିୟାରୁ ଖସିଯିବା ଏବଂ ତଦନ୍ତକୁ ଭଣ୍ଡୁର କରିବା ଲାଗି ହେଉଥିବା ଷଡ଼ଯନ୍ତ୍ରରେ କର୍ତ୍ତୃପକ୍ଷ ସାମିଲ ଥିବା ଅଧିକ ତଦନ୍ତ କଲେ ଜଣାପଡ଼ିବ ବୋଲି ସିବିଆଇ କହିଛି।
ଚିଟ୍‌ଫଣ୍ଡ ମାମଲାରେ ପୂର୍ବତନ ରାଜ୍ୟ ସଭା ସଦସ୍ୟ କୁନାଲ ଘୋଷଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଜେରା କରିଥିଲା। ସାରଦା ଗ୍ରୁପ୍‌ର ମୁଖ୍ୟ ସୁଦୀପ୍ତ ସେନ୍‌ଙ୍କ ସହ ମୁଖ୍ୟମନ୍ତ୍ରୀଙ୍କର ଉତ୍ତମ ସମ୍ପର୍କ ଥିବା ଘୋଷ ସେତେବେଳେ କହିଥିଲେ। କୁନାଲଙ୍କ ଫୋନ୍‌ରୁ ମମତା ସୁଦୀପ୍ତଙ୍କୁ କଲ୍‌ କରୁଥିଲେ। ସାରଦା ଗ୍ରୁପ୍‌ କମ୍ପାନୀର କର୍ମଚାରୀ ସଫିକୁର୍‌ ରେହମାନଙ୍କୁ ଜେରା ବେଳେ ସୁଦୀପ୍ତଙ୍କ ସହ ମମତାଙ୍କ ସମ୍ପର୍କର ସୂଚନା ମିଳିଥିଲା। ମମତା ବିଧାନସଭା ନିର୍ବାଚନ ଲଢ଼ୁଥିବାବେଳେ ଭଓ୍ବାନିପୁର, କୋଲକାତାରେ ସମସ୍ତ ପୂଜା ଖର୍ଚ୍ଚ ସୁଦୀପ୍ତ ସେନ୍‌ ବହନ କରୁଥିଲେ ବୋଲି ସଫିକୁର କହିଥିବା ସିବିଆଇ ଦର୍ଶାଇଛି।
ପଶ୍ଚିମବଙ୍ଗର ବରିଷ୍ଠ ଆଇପିଏସ୍‌ ଅଫିସର ତଥା କୋଲକାତାର ପୂର୍ବତନ ପୋଲିସ କମିଶନର ରାଜୀବ କୁମାରଙ୍କୁ ଜେରା କରିବା ଲାଗି ସିବିଆଇ ସୁପ୍ରିମକୋର୍ଟଙ୍କ ଅନୁମତି ଲୋଡ଼ିଛି। ଚିଟ୍‌ଫଣ୍ଡ ଠକେଇ ସହ ରାଜୀବଙ୍କର ଗଭୀର ସମ୍ପୃକ୍ତି ଥିବାରୁ ତାଙ୍କୁ ଜେରା କରାଯିବା ଆବଶ୍ୟକ ବୋଲି ସିବିଆଇ କହିଛି।
କମ୍‌ ସମୟରେ ଅଧିକ ରିଟର୍ନ ପ୍ରତିଶ୍ରୁତି ଦେଇ ସାରଦା ଗ୍ରୁପ୍‌ ଲକ୍ଷ ଲକ୍ଷ ଜମାକାରୀଙ୍କଠାରୁ ୨,୫୦୦ କୋଟି ଟଙ୍କା ଠକିନେଇଥିଲା। ୨୦୧୩ରେ ଉକ୍ତ ଠକେଇ ଜଣାପଡ଼ିବା ପରେ ରାଜ୍ୟ ସରକାର ଏହାର ଏସ୍‌ଆଇଟି ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ସେତେବେଳେ ରାଜୀବ କୁମାର ଏସ୍‌ଆଇଟିରେ ଥିଲେ। ୨୦୧୪ରେ ସୁପ୍ରିମକୋର୍ଟ ତଦନ୍ତ ଦାୟିତ୍ୱ ସିବିଆଇକୁ ହସ୍ତାନ୍ତର କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମହିଳା ବିରୋଧୀ ଅପରାଧରେ ରାଜନେତାଙ୍କ ସମ୍ପୃକ୍ତି: ଭାଜପା ପ୍ରଥମ, କଂଗ୍ରେସ ଦ୍ୱିତୀୟରେ

ନୂଆଦିଲ୍ଲୀ,୧୧ା୧୨: ଦେଶବ୍ୟାପୀ ମହିଳା ବିରୋଧୀ ହିଂସା ଓ ଅପରାଧର ମାତ୍ରା ବଢ଼ି ବଢ଼ି ଚାଲିଛି। ଦିଲ୍ଲୀରୁ ପଲ୍ଲୀ ଯାଏ ଏହାକୁ ନେଇ ତୀବ୍ର ପ୍ରତିବାଦର ସ୍ବର...

ଆଇସିଏମ୍‌ଆର୍ ନୂଆ ଉପାୟରେ କରିବ କରୋନାର ଚିକିତ୍ସା!

ନୂଆଦିଲ୍ଲୀ,୨ ।୧୦: କରୋନା ମହାମାରୀଠାରୁ ଦୂରେଇ ରହିବାକୁ ସାରା ବିଶ୍ୱରେ ଟିକା ପ୍ରସ୍ତୁତି ପାଇଁ ଉଦ୍ୟମ ଜାରି ରହିଛି । ଭିନ୍ନ ଭିନ୍ନ ଉପାୟରେ କରୋନାଠାରୁ...

ମୃତ୍ୟୁକୁ ହରାଇ ହସି ହସି ଘରକୁ ଫେରିଲେ ୧୦୩ ବର୍ଷୀୟ ବୃଦ୍ଧ

ପାଲଘର, ୯ା୫ : ମହାରାଷ୍ଟ୍ରର ପାଲଘରରୁ ଆସିଛି ଏକ ଭଲ ଖବର। ଦ୍ୱିତୀୟ ଲହରରେ ସ୍ବଳ୍ପ ବୟସ୍କଙ୍କ ମୃତ୍ୟୁ ହେଉଥିବାବେଳେ କୋଭିଡ୍‌-୧୯କୁ ହରାଇ ହସି ହସି...

ଜେଲରୁ ବାହାରିବା ପରେ ମୁହଁ ଖୋଳିଲେ କୁନ୍ଦ୍ରା

ନୂଆଦିଲ୍ଲୀ, ୨୦ା୧୨: ଜୀବନରେ କେବେ ବି କୌଣସି ଅଶ୍ଳୀଳ ଫିଲ୍ମ ନିର୍ମାଣ କିମ୍ବା ଏହାର ପ୍ରସାର କରି ନ ଥିବା କହିଛନ୍ତି ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ...

ଜାଣିପାରିଲେନି ଖାଇଦେଲେ ବିଷଧର ମାଛ

ପାଟନା,୨୮।୭: ବିଷଧର ମାଛ ଖାଇବା କାରଣରୁ ଗୋଟିଏ ପରିବାରର ୩ ଜଣଙ୍କ ମୃତ୍ୟୁ ଘଟିଛି। ଏଭଳି ଘଟଣା ଘଟିଛି ବିହାରର ଛପ୍ରା ଜିଲାର ଦରିୟାପୁରରେ। ମୃତକ...

୧ ଲକ୍ଷ କୋଭିଡ-୧୯ ରାପିଡ ଟେଷ୍ଟିଂ କିଟ୍‌ ଗ୍ରହଣ କଲା ଆନ୍ଧ୍ର ପ୍ରଦେଶ

ଅମରାବତୀ,୧୭।୪: ଦେଶରେ କରୋନା ଭାଇରସ ସଂକ୍ରମଣ ଦ୍ରୁତ ଗତିରେ ବଢି ଚାଲିଥିବାରୁ ଏବେ ଏହାର ଟେଷ୍ଟିଂ ଉପରେ ଗୁରୁତ୍ୱ ଦେଉଛନ୍ତି ଉଭୟ କେନ୍ଦ୍ର ଓ ବିଭିନ୍ନ...

ଉତ୍ତର ଭାରତର ଅଧିକାଂଶ ରାଜ୍ୟରେ ତୁଷାରପାତ: ଦିଲ୍ଲୀ ଏନ୍‌ସିଆର୍‌ରେ ବଦଳିଲା ପାଣିପାଗ

ନୂଆଦିଲ୍ଲୀ,୧୩।୧୨: ଜମ୍ମୁ-କଶ୍ମୀର, ଲଦ୍ଦାଖ ଓ ଉତ୍ତରାଖଣ୍ଡରେ ତୁଷାର ପାତ ହୋଇଥିବା ସୂଚନା ମିଳିଛି। ଏହାସହ ଗୁରୁବାରଠାରୁ ଉତ୍ତର ଭାରତର କିଛି ରାଜ୍ୟରେ ହୋଇଥିବା ବର୍ଷା ମଧ୍ୟ...

ପାକିସ୍ତାନରୁ ଗୁଜରାଟ ଆସିଥିଲା ୬୦୦ କୋଟି ଟଙ୍କାର ଡ୍ରଗ୍ସ

ଅହମଦାବାଦ,୧୫।୧୧: ଗୁଜରାଟରୁ ପୁଣି ଜବତ ହୋଇଛି ୧୨୦ କେଜି ଡ୍ରଗ୍ସ। ଗୁଜରାଟ ଆତଙ୍କବାଦ ନିରୋଧ ସ୍କ୍ବାଡ(ଏଟିଏସ୍‌) ମୋରବି ଜିଲା ଝିନଜୁଦା ଗ୍ରାମରୁ ଏହି ବିପୁଳ ପରିମାଣର...

Advertisement
Archives

Model This Week