Posted inUncategorized

ପୂଜା ଅଣ୍ଡା ଉପରେ ଗୋରୁ ଚାଲିିଲେ

ପାଟଣା(ବୀର କିଶୋର ଦାଶ)/ ଚମ୍ପୁଆ(ମହେଶ୍ୱର ଦାସ)/କେନ୍ଦୁଝର: (ନରେଶ ଚନ୍ଦ୍ର ପଟ୍ଟନାୟକ), ୧୪।୧୧: ଯେତେବେଳେ ସମସ୍ତେ ଆଲୋକର ପର୍ବ ଦୀପାବଳିକୁ ବାଣ ଫୁଟାଇ, ଦୀପ ଜଳାଇ ଓ ମିଠାଇ ଖୁଆଇ ଧୁମ୍‌ଧାମରେ ପାଳନ କରନ୍ତି ସେତେବେଳେ ମହାନ୍ତ ବା କୁଡୁମୀ ସମ୍ପ୍ରଦାୟର ଲୋକମାନେ ଗୋ ବନ୍ଦାଣ ପର୍ବ ବା ଗୋବର୍ଦ୍ଧନ ପର୍ବ ପାଳନ କରିଥାନ୍ତି। ଏହା ତିନି ଦିନ ଧରି ଚାଲିଥାଏ। ବିଶେଷ କରି କେନ୍ଦୁଝର ଓ ମୟୂରଭଞ୍ଜ ଜିଲାରେ ବସବାସ କରୁଥିବା କୁଡୁମୀ, ସାନ୍ତାଳ ସମ୍ପ୍ରଦାୟର ଲୋକମାନେ ଏହି ନିଆରା ପର୍ବ ପାଳନ କରିଥାନ୍ତି। ଅମାବାସ୍ୟା ଦିନ ଅର୍ଥାତ୍‌ ପ୍ରଥମ ଦିନ ଗୋଠ ବା ଗୋଠାଣି ପୂଜା, ମଝି ଦିନ ଗୁହାଳ ପୂଜା ଓ ଶେଷ ଦିନ ବୁଢ଼ୀ ବାନ୍ଦନା ବା ବୁଢ଼ୀ ବନ୍ଦାଣ କରାଯାଇଥାଏ। ଏହାକୁ କୃଷି ଭିତ୍ତିକ ପର୍ବ କୁହାଯାଏ। ଚାଷ କାର୍ଯ୍ୟରେ ସହାୟତା କରୁଥିବା ଗୋରୁଙ୍କୁ ଏହି ଦିନରେ ବିଶ୍ରାମ ଦେବା ସହ ପୂଜା କରିଥାନ୍ତି। ପ୍ରତିଦିନ ସା ଓ ଭୋରରେ ଧିଙ୍ଗୁଆନ(ନୃତ୍ୟ ପରିବେଷଣ କରୁଥିବା ଦଳ)ମାନେ ଗାଁ ଦାଣ୍ଡରେ ଦଳ ଦଳ ହୋଇ ମାଦଳ ନାଗରା ବଜାଇ ଗୀତ ନୃତ୍ୟ କରନ୍ତି। ଘରକୁ ଘର ବୁଲି ପୀଠା ଖାଇଥାନ୍ତି। କୁର୍ମାଲୀ ଭାଷାରେ ‘ହାତୀ ଲେଖେନ୍‌ ପରବ୍‌’ ବା ହାତୀ ସଦୃଶ ସବୁଠାରୁ ବଡ଼ ପର୍ବ ବୋଲି କୁହାଯାଇଛି।
କୁଡ଼ୁମୀ ବହୁଳ ବିଭିନ୍ନ ଗାଁ ଚମ୍ପୁଆ ଉପଖଣ୍ଡ ଅଧୀନ କୁଟାରିପଶି, ଷଡ଼ଙ୍ଗୀ ଓ ପାଟଣା ବ୍ଲକ୍‌ ଅଧୀନ କୁଣ୍ଡଳା, ବଳାଣିପଶି, ପୁଆପଶି, ଖୁଣ୍ଟାପଡ଼ା ଆଦି ଗ୍ରାମଗୁଡ଼ିକରେ ୩ ଦିନ ବ୍ୟାପୀ ଏହି ପର୍ବ ପାଳନ ହେଉଥିବା ବେଳେ ପ୍ରଥମ ଦିନ ରବିବାର ଗୋଠ ପୂଜା ହୋଇଥିଲା। ଗାଈ ଗୋଠରେ ଗ୍ରାମ ଦେହୁରୀଙ୍କ ଦ୍ୱାରା ପୂଜାର୍ଚ୍ଚନା କରାଯାଇଥିଲା। ଏଥିରେ ବ୍ରହ୍ମା, ବିଷ୍ଣୁ ଓ ମହେଶ୍ୱରଙ୍କ ନାମରେ ୩ ଗୋଟି ଅଣ୍ଡାକୁ ଚାଉଳ ଓ ସିନ୍ଦୂର ଦେଇ ପୂଜା କରାଯାଇଥିଲା। ଗୋଠାଣୀ ବା ଗୋରୁ ଗୋଠ ସ୍ଥାନରେ ଅଲଗା ଅଲଗା ରଖାଯାଇଥିଲା। ଗୋରୁମାଲିକମାନେ ନିଜ ଗୋରୁଙ୍କୁ ସଜାଇ ମାଦଳ, ନାଗରା ଓ ଝାଞ୍ଜ ବଜାଇ ଘଉଡ଼ାଇଥିଲେ। ସ୍ଥାପନ କରାଯାଇଥିବା ୩ ଗୋଟି ପୂଜା ଅଣ୍ଡାକୁ ଗୋରୁପଲ ମାଡ଼ିଥିଲେ। ଅନ୍ୟପକ୍ଷେ ଯେଉଁ ଗୋରୁ ବଳଦଙ୍କ ପାଦ ଚାପରେ ଫାଟିଥାଏ, ସେହି ବଳଦ ମାଲିକ ଜଣେ ଭାଗ୍ୟବାନ ବ୍ୟକ୍ତି ଭାବେ ପରିଚିତ ହୁଅନ୍ତି। ଅଣ୍ଡାମଡ଼ା କାର୍ଯ୍ୟ ପରେ ଗ୍ରାମବାସୀ ବାଦ୍ୟଯନ୍ତ୍ର ଓ ସାମ୍ପ୍ରତିକ ଗୀତର ତାଳେ ତାଳେ ନୃତ୍ୟ କରି ଅଣ୍ଡା ମାଡ଼ିଥିବା ଗୋରୁ ମାଲିକଙ୍କ ଘରେ ପହଞ୍ଚତ୍ଥିଲେ। ତାଙ୍କୁ ମାଲିକଙ୍କ ତରଫରୁ ବିଭିନ୍ନ ଖାଦ୍ୟପେୟ ଓ ପାନୀୟ ଦେଇ ଆପ୍ୟାୟିତ କରାଯାଇଥିଲା। ଦ୍ୱିତୀୟ ଦିନ ସୋମବାର ସାରେ କୁଡୁମୀ ସମ୍ପ୍ରଦାୟର ଘରେ ଘରେ ଗୋବର୍ଦ୍ଧନ ପୂଜା ବା ଗୁହାଳ ପୂଜା ଅନୁଷ୍ଠିତ ହୋଇଛି। ପାରମ୍ପରିକ କୃଷି ଉପକରଣ, ହଳ ଲଙ୍ଗଳ, ମଇ, ଯୁଆଳିକୁ ପୂଜା କରି ଦେହୁରୀ ୯ ଦେବଦେବୀଙ୍କୁ ୯ ପ୍ରକାର ଭୋଗ ଅର୍ପଣ କରିଥିଲେ। ଗୁହାଳ, ତୁଳସୀ ଚଉଁରା ଓ ଧାନ ଅମାର ରହୁଥିବା ଘରେ ସ୍ବତନ୍ତ୍ର ପୂଜା କରାଯିବା ସହ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ଶ୍ରାଦ୍ଧ ଅର୍ପଣ କରାଯାଇଥିଲା। ଅନ୍ତିମ ଦିନ ମଙ୍ଗଳବାର ବୁଢ଼ୀ ବାନ୍ଦନା କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଦୁଇ ଦିନରେ ପୋଲିସକୁ ଦ୍ୱିତୀୟ ସଫଳତା: ୭ ଲକ୍ଷ ଟଙ୍କା ଲୁଟ୍‌ ମାମଲାର ହେଲା ପର୍ଦ୍ଦାଫାଶ

ଗଜପତି,୩।୮(ଗିରିଧାରୀ ପରିଛା): ଗଜପତି ଜିଲାରେ ଟଙ୍କା ଲୁଟ୍‌ ଘଟଣାରେ ପୁଣି ଏକ ବଡ଼ ସଫଳତା ହାସଲ କରିଛି ଗାରାବନ୍ଧା ପୋଲିସ । ଦୁଇ ଦିନ ମଧ୍ୟରେ ଜିଲାରେ…

ଭତ୍ତା ପାଇଁ ହଟହଟା: ଜିଲାପାଳଙ୍କୁ ଫେରାଦ ହେଲେ ବୃଦ୍ଧାବୃଦ୍ଧ

ବରଗଡ଼,୩।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାର ବିଭିନ୍ନ ଅଞ୍ଚଳର ବୃଦ୍ଧାବୃଦ୍ଧ ଦୀର୍ଘ ମାସ ହେଲା ବାର୍ଦ୍ଧକ୍ୟ ଭତ୍ତାରୁ ବଞ୍ଚିତ ହୋଇଥିବା ଅଭିଯୋଗ ହୋଇଛି । ବ୍ୟାଙ୍କକୁ ଗଲେ କେତେବେଳେ…

‘୨୫ ଦିନ ଅନଶନ କରନ୍ତୁ, ତା’ପରେ ଇସ୍ତଫା ଦେବି’: ଗୃହମନ୍ତ୍ରୀଙ୍କ ବୟାନକୁ ନେଇ ଭାଜପା ନିଆଁ

ନୂଆଦିଲ୍ଲୀ,୩।୮: ଭାରତୀୟ ଜନତା ପାର୍ଟି (BJP) କର୍ନାଟକ ଗୃହମନ୍ତ୍ରୀ ପ୍ରିୟଙ୍କ ଖାର୍ଗେଙ୍କର ଏକ ବୟାନକୁ ଶେୟାର କରି ତାଙ୍କୁ ଟାର୍ଗେଟ କରିଛି। ଭିଡିଓରେ ପ୍ରିୟଙ୍କ ଖାର୍ଗେ କହୁଥିବାର…

ନୂଆ ଅବତାରରେ ଧୋନୀ: ଭାଇରାଲ ହେଉଛି VIDEO

ରାଞ୍ଚି,୩।୮: ପୁଣି ଚର୍ଚ୍ଚାରେ ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ। ତାଙ୍କୁ ଏକ ନୂଆ ଅବତାରରେ ଦେଖାଯାଇଛି। ଧୋନୀ ଏକ ରେସଟ୍ରାକରେ ବାଇକ…

୧୫ ବର୍ଷୀୟା ଛାତ୍ରୀଙ୍କୁ ଅପହରଣ କରି ବଳାତ୍କାର ଅଭିଯୋଗ, ୪ ମାସ ପରେ ଯୁବକଙ୍କୁ ପୋଲିସ ଧରି…

ଦିଗପହଣ୍ଡି,୩।୮(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧୀନ ଏକ ଗାଁର ୯ମ ଶ୍ରେଣୀରେ ପଢୁଥିବା ଜଣେ ୧୫ ବର୍ଷୀୟା ଛାତ୍ରୀଙ୍କୁ ଅପହରଣ କରି…

ଚା’ ପିଉଥିବା ବେଳେ ବ୍ୟକ୍ତିଙ୍କୁ ଛୁରାମାଡ଼, ଗୁରୁତର ଅବସ୍ଥାରେ ଭଦ୍ରକ ମେଡିକାଲକୁ ସ୍ଥାନାନ୍ତର

ଧାମନଗର,୩।୮(କାଳିନ୍ଦୀ ବେହେରା): ଭଦ୍ରକ ଜିଲା ଧୁଷୁରୀ ଥାନା ଅଧୀନସ୍ଥ କୋଠାର ପଞ୍ଚାୟତ ଅନ୍ତର୍ଗତ ମିର୍ଘାଟକୁଳ ଗ୍ରାମରେ ସୋମବାର ସନ୍ଧ୍ୟାରେ ଏକ ଛୁରାମାଡ଼ ଘଟଣାକୁ ନେଇ ଅଞ୍ଚଳରେ ଉତ୍ତେଜନା…

ମଙ୍ଗଳବାର ରାଷ୍ଟ୍ରପତିଙ୍କ ତପ୍ତପାଣି ଗସ୍ତ: ମା’ କନ୍ଧୁଣି ଦେବୀଙ୍କୁ କରିବେ ପୂଜାର୍ଚ୍ଚନା, ସୁରକ୍ଷା ବ୍ୟବସ୍ଥା କଡାକଡି

ଦିଗପହଣ୍ଡି,୩।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ – ଗଜପତି ସୀମାନ୍ତ ପ୍ରସିଦ୍ଧ ପର୍ଯ୍ୟଟନ କ୍ଷେତ୍ର ତପ୍ତପାଣିକୁ ମଙ୍ଗଳବାର ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।ରାଷ୍ଟ୍ରପତିଙ୍କ ଗ୍ରସ୍ତକୁ ଦୃଷ୍ଟିରେ ରଖି…

୧୦ ଦିନରେ ୩ ସ୍ଥାନରେ ବଡ଼ଧରଣର ଲୁଟ୍‌କୁ ନେଇ ଖେଳିଗଲା ଆତଙ୍କ: ସିସିଟିଭି ଲଗାଇବାକୁ ପରାମର୍ଶ ଦେଲେ ଏସଡିପିଓ

ଦାରିଙ୍ଗବାଡି, ୩ ।୮ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଅଞ୍ଚଳରେ ଗତ କିଛି ଦିନ ହେଲା ଲୁଟେରା ମାତିଛନ୍ତି । ୧୦ ଦିନ ମଧ୍ୟରେ ୩ଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri