Posted inUncategorized

ପୂଜା ଅଣ୍ଡା ଉପରେ ଗୋରୁ ଚାଲିିଲେ

ପାଟଣା(ବୀର କିଶୋର ଦାଶ)/ ଚମ୍ପୁଆ(ମହେଶ୍ୱର ଦାସ)/କେନ୍ଦୁଝର: (ନରେଶ ଚନ୍ଦ୍ର ପଟ୍ଟନାୟକ), ୧୪।୧୧: ଯେତେବେଳେ ସମସ୍ତେ ଆଲୋକର ପର୍ବ ଦୀପାବଳିକୁ ବାଣ ଫୁଟାଇ, ଦୀପ ଜଳାଇ ଓ ମିଠାଇ ଖୁଆଇ ଧୁମ୍‌ଧାମରେ ପାଳନ କରନ୍ତି ସେତେବେଳେ ମହାନ୍ତ ବା କୁଡୁମୀ ସମ୍ପ୍ରଦାୟର ଲୋକମାନେ ଗୋ ବନ୍ଦାଣ ପର୍ବ ବା ଗୋବର୍ଦ୍ଧନ ପର୍ବ ପାଳନ କରିଥାନ୍ତି। ଏହା ତିନି ଦିନ ଧରି ଚାଲିଥାଏ। ବିଶେଷ କରି କେନ୍ଦୁଝର ଓ ମୟୂରଭଞ୍ଜ ଜିଲାରେ ବସବାସ କରୁଥିବା କୁଡୁମୀ, ସାନ୍ତାଳ ସମ୍ପ୍ରଦାୟର ଲୋକମାନେ ଏହି ନିଆରା ପର୍ବ ପାଳନ କରିଥାନ୍ତି। ଅମାବାସ୍ୟା ଦିନ ଅର୍ଥାତ୍‌ ପ୍ରଥମ ଦିନ ଗୋଠ ବା ଗୋଠାଣି ପୂଜା, ମଝି ଦିନ ଗୁହାଳ ପୂଜା ଓ ଶେଷ ଦିନ ବୁଢ଼ୀ ବାନ୍ଦନା ବା ବୁଢ଼ୀ ବନ୍ଦାଣ କରାଯାଇଥାଏ। ଏହାକୁ କୃଷି ଭିତ୍ତିକ ପର୍ବ କୁହାଯାଏ। ଚାଷ କାର୍ଯ୍ୟରେ ସହାୟତା କରୁଥିବା ଗୋରୁଙ୍କୁ ଏହି ଦିନରେ ବିଶ୍ରାମ ଦେବା ସହ ପୂଜା କରିଥାନ୍ତି। ପ୍ରତିଦିନ ସା ଓ ଭୋରରେ ଧିଙ୍ଗୁଆନ(ନୃତ୍ୟ ପରିବେଷଣ କରୁଥିବା ଦଳ)ମାନେ ଗାଁ ଦାଣ୍ଡରେ ଦଳ ଦଳ ହୋଇ ମାଦଳ ନାଗରା ବଜାଇ ଗୀତ ନୃତ୍ୟ କରନ୍ତି। ଘରକୁ ଘର ବୁଲି ପୀଠା ଖାଇଥାନ୍ତି। କୁର୍ମାଲୀ ଭାଷାରେ ‘ହାତୀ ଲେଖେନ୍‌ ପରବ୍‌’ ବା ହାତୀ ସଦୃଶ ସବୁଠାରୁ ବଡ଼ ପର୍ବ ବୋଲି କୁହାଯାଇଛି।
କୁଡ଼ୁମୀ ବହୁଳ ବିଭିନ୍ନ ଗାଁ ଚମ୍ପୁଆ ଉପଖଣ୍ଡ ଅଧୀନ କୁଟାରିପଶି, ଷଡ଼ଙ୍ଗୀ ଓ ପାଟଣା ବ୍ଲକ୍‌ ଅଧୀନ କୁଣ୍ଡଳା, ବଳାଣିପଶି, ପୁଆପଶି, ଖୁଣ୍ଟାପଡ଼ା ଆଦି ଗ୍ରାମଗୁଡ଼ିକରେ ୩ ଦିନ ବ୍ୟାପୀ ଏହି ପର୍ବ ପାଳନ ହେଉଥିବା ବେଳେ ପ୍ରଥମ ଦିନ ରବିବାର ଗୋଠ ପୂଜା ହୋଇଥିଲା। ଗାଈ ଗୋଠରେ ଗ୍ରାମ ଦେହୁରୀଙ୍କ ଦ୍ୱାରା ପୂଜାର୍ଚ୍ଚନା କରାଯାଇଥିଲା। ଏଥିରେ ବ୍ରହ୍ମା, ବିଷ୍ଣୁ ଓ ମହେଶ୍ୱରଙ୍କ ନାମରେ ୩ ଗୋଟି ଅଣ୍ଡାକୁ ଚାଉଳ ଓ ସିନ୍ଦୂର ଦେଇ ପୂଜା କରାଯାଇଥିଲା। ଗୋଠାଣୀ ବା ଗୋରୁ ଗୋଠ ସ୍ଥାନରେ ଅଲଗା ଅଲଗା ରଖାଯାଇଥିଲା। ଗୋରୁମାଲିକମାନେ ନିଜ ଗୋରୁଙ୍କୁ ସଜାଇ ମାଦଳ, ନାଗରା ଓ ଝାଞ୍ଜ ବଜାଇ ଘଉଡ଼ାଇଥିଲେ। ସ୍ଥାପନ କରାଯାଇଥିବା ୩ ଗୋଟି ପୂଜା ଅଣ୍ଡାକୁ ଗୋରୁପଲ ମାଡ଼ିଥିଲେ। ଅନ୍ୟପକ୍ଷେ ଯେଉଁ ଗୋରୁ ବଳଦଙ୍କ ପାଦ ଚାପରେ ଫାଟିଥାଏ, ସେହି ବଳଦ ମାଲିକ ଜଣେ ଭାଗ୍ୟବାନ ବ୍ୟକ୍ତି ଭାବେ ପରିଚିତ ହୁଅନ୍ତି। ଅଣ୍ଡାମଡ଼ା କାର୍ଯ୍ୟ ପରେ ଗ୍ରାମବାସୀ ବାଦ୍ୟଯନ୍ତ୍ର ଓ ସାମ୍ପ୍ରତିକ ଗୀତର ତାଳେ ତାଳେ ନୃତ୍ୟ କରି ଅଣ୍ଡା ମାଡ଼ିଥିବା ଗୋରୁ ମାଲିକଙ୍କ ଘରେ ପହଞ୍ଚତ୍ଥିଲେ। ତାଙ୍କୁ ମାଲିକଙ୍କ ତରଫରୁ ବିଭିନ୍ନ ଖାଦ୍ୟପେୟ ଓ ପାନୀୟ ଦେଇ ଆପ୍ୟାୟିତ କରାଯାଇଥିଲା। ଦ୍ୱିତୀୟ ଦିନ ସୋମବାର ସାରେ କୁଡୁମୀ ସମ୍ପ୍ରଦାୟର ଘରେ ଘରେ ଗୋବର୍ଦ୍ଧନ ପୂଜା ବା ଗୁହାଳ ପୂଜା ଅନୁଷ୍ଠିତ ହୋଇଛି। ପାରମ୍ପରିକ କୃଷି ଉପକରଣ, ହଳ ଲଙ୍ଗଳ, ମଇ, ଯୁଆଳିକୁ ପୂଜା କରି ଦେହୁରୀ ୯ ଦେବଦେବୀଙ୍କୁ ୯ ପ୍ରକାର ଭୋଗ ଅର୍ପଣ କରିଥିଲେ। ଗୁହାଳ, ତୁଳସୀ ଚଉଁରା ଓ ଧାନ ଅମାର ରହୁଥିବା ଘରେ ସ୍ବତନ୍ତ୍ର ପୂଜା କରାଯିବା ସହ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ଶ୍ରାଦ୍ଧ ଅର୍ପଣ କରାଯାଇଥିଲା। ଅନ୍ତିମ ଦିନ ମଙ୍ଗଳବାର ବୁଢ଼ୀ ବାନ୍ଦନା କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ମୁଜାଗଡ଼ରେ ବୁଲୁଛି ମଣିଷମରା ହାତୀ, ଗାଈକୁ ଦଳି ମାରିଲା

ଭଞ୍ଜନଗର,୧୮ା୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ ଅନ୍ତର୍ଗତ ମୁଜାଗଡ଼ ରେଞ୍ଜର ଖଣ୍ଡିକୋଟି, ବେଲାଟୁନି ଓ ଗୁଣ୍ଡିରିବାଡ଼ି ଅଞ୍ଚଳରେ ଅଲଗା ହୋଇ ବୁଲୁଥିବା ୩ଟି…

F-16 ଫାଇଟର ଜେଟ୍‌ ଦୁର୍ଘଟଣା, ହୁତୁହୁତୁ ହୋଇ…

ଓ୍ବାଶିଂଟନ,୧୮।୯: ଆମେରିକାର ମିଚିଗାନରେ ନିୟମିତ ପ୍ରଶିକ୍ଷଣ ଉଡ଼ାଣ ସମୟରେ ଟେକ୍ସାସ ଏୟାର ନ୍ୟାସନାଲ ଗାର୍ଡର ଏକ F-16 ଫାଇଟର ଜେଟ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି । ଗ୍ରାଣ୍ଡ ଟ୍ରାଭର୍ସ…

ଏଇ ଭାରତରେ

ତାମିଲନାଡୁର ସତ୍ୟମଙ୍ଗଳମ୍‌ ବ୍ୟାଘ୍ର ସଂରକ୍ଷିତ ଜଙ୍ଗଲରେ ଲାଟାନା ଘାସ ଏବେ ଆଦିବାସୀଙ୍କ ପାଇଁ ଜୀବିକାର ସାହାରା ପାଲଟିଛି। କେବଳ ଏତିକି ନୁହେଁ ଜଙ୍ଗଳ ଅର୍ଥନୀତିକୁ ମଧ୍ୟ ସଶକ୍ତ…

ବିକାଶ ବେଦିରେ ବଳି

ଓଡ଼ିଶାର ଆଦିବାସୀମାନଙ୍କ ଅସ୍ତିତ୍ୱ ଦିନକୁ ଦିନ ଅଧିକ ବିପନ୍ନ ହେଉଥିବା ଦେଖିବାକୁ ମିଳୁଛି। ସେମାନଙ୍କର ମାଟି, ପାଣି, ଜଙ୍ଗଲ, ଝରଣା, ପାହାଡ଼ ଧୀରେ ଧୀରେ ସେମାନଙ୍କ କବଳରୁ…

ନିଜକୁ ଚିହ୍ନିବା

ଓଡ଼ିଆରେ ଗୋଟିଏ ଢଗ ଅଛି, ”ନିଜ ବୁଦ୍ଧିରେ ଶୃଗାଳ ହେବ ପଛେ, ପର ବୁଦ୍ଧିରେ ସିଂହ ହେବନାହିଁ।“ ଏହି ଢଗଟି ପରୋକ୍ଷରେ ପ୍ରସଙ୍ଗ ‘ନିଜକୁ ନିଜେ ଚିହ୍ନିବା’ର…

ଡାଟା ସେଣ୍ଟରକୁ ବିରୋଧ

ଦି ଗ୍ରେଟ୍‌ ରିପ୍ଲେସମେଣ୍ଟ’ ଧାରଣା ଦର୍ଶାଏ ଯେ ସ୍ଥାନୀୟ ଲୋକଙ୍କୁ ଉଦ୍ଦେଶ୍ୟମୂଳକ ଭାବରେ ପ୍ରବାସୀମାନଙ୍କ ଦ୍ୱାରା ହଟାଯାଉଛି। ଫ୍ରାନ୍ସର ଲେଖକ ରେନାଡ୍‌ କାମୁସ ଏହି ଶବ୍ଦ ପ୍ରଥମେ…

ପିକ୍‌ଅପ୍‌ରେ ଚାଲାଣ ହେଉଥିଲେ ୭୫ ଛେଳି, ମାଡ଼ି ବସିଲା ପୋଲିସ,୩ ଜଣଙ୍କୁ ଗିରଫ କରି…

ଦେବଗଡ଼,୧୮ା୯(ଶଶାଙ୍କ ଶେଖର ଝାଙ୍କର): ପିକ୍‌ଅପ୍‌ ଭ୍ୟାନ୍‌ରେ ବେଆଇନ ଛେଳି ଚାଲାଣ ଘଟଣାରେ ଦେବଗଡ଼ ପୋଲିସ ୩ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ପିକ୍‌ଅପ୍‌ ଭ୍ୟାନ୍‌ ଚାଳକ…

ବୈଜ୍ଞାନିକଙ୍କୁ ବଡ଼ ସଫଳତା, ମୂଷା ମସ୍ତିଷ୍କରେ ଲାବ୍‌-ନିର୍ମିତ ମାନବ କୋଷିକା ପ୍ରତିରୋପଣ

ନୂଆଦିଲ୍ଲୀ,୧୮।୯ (ପି.ଟି.): ପ୍ରୟୋଗଶାଳାରେ ପ୍ରସ୍ତୁତ ମାନବ ମସ୍ତିଷ୍କର ନରମ କୋଷିକାକୁ ମୂଷା ମସ୍ତିଷ୍କରେ ସଫଳତାର ସହ ପ୍ରତିରୋପଣ କରାଯାଇପାରିଛି। ପ୍ରତିରୋପଣ ପରେ ଏହି ମାନବ କୋଷିକାଗୁଡ଼ିକ ମୂଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?