ଧାନ କାଟି ଅଯଥାରେ ବଦନାମ ନ କରିବାକୁ ତାଗିଦ

ନୟାଗଡ଼,୧୪।୧୧(ଲୋକନାଥ ମିଶ୍ର): ନୟାଗଡ଼ ଜିଲାପାଳଙ୍କ ସଦ୍‌ଭାବନା ସଭା କକ୍ଷରେ ସୋମବାର ଜିଲାସ୍ତରୀୟ ଧାନ ସଂଗ୍ରହ କମିଟିର ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲାପାଳ ରବୀନ୍ଦ୍ର ନାଥ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବହେରା, ରଣପୁର ବିଧାୟକ ସତ୍ୟ ନାରୟଣ ପ୍ରଧାନ, ଜିଲା ପରିଷଦ ଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକ, ଜିଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଯୋଗ ଦେଇଥିଲେ। ବୈଠକରେ ଧାନ କଟନୀଛଟନୀକୁ ନେଇ ସରଗରମ ଆଲୋଚନା ହୋଇଥିଲା। ଲୋକପ୍ରତିନିଧିମାନେ ଏଫଏକ୍ୟୁ ମାନର ଧାନ ସମ୍ପର୍କରେ ପଚାରି ବୁଝିଥିଲେ। କୁଇଣ୍ଟାଲ ପିଛା ୭ରୁ ୧୦ କେଜି କଟନୀ ଛଟନୀ କଲା ପରେ ଧାନର ମାନ କିପରି ଠିକ୍‌ ହୋଇଯାଉଛି ବୋଲି ଲୋକ ପ୍ରତିନିଧି ପ୍ରଶ୍ନ କରିଥିଲେ। ଧାନ କଟନୀ ଛଟନୀ କରି ଅଯଥାରେ ଲୋକ ପ୍ରତିନିଧି ଓ ପ୍ରଶାସନକୁ ବଦନାମ କରାଯାଉଥିବାରୁ କ୍ଷୋଭ ଓ ଅସନ୍ତୋଷ ପ୍ରକାଶ ପାଇଥିଲା। କଟନୀଛଟନୀ ନେଇ ବାରମ୍ବାର ପ୍ରଶ୍ନ ହେଉଥିଲେ ମଧ୍ୟ ଉତ୍ତର କେହି ଦେଉ ନ ଥିଲେ। ତେବେ ବିଳମ୍ବରେ କଟନୀଛଟନୀ ବନ୍ଦ କରିବାକୁ ଲୋକ ପ୍ରତିନିଧି ନିର୍ଦ୍ଦେଶ ଦେଇଛନ୍ତି। ଡିସେମ୍ବର ୨୭ରେ ଧାନକିଣା ହେବା ପାଇଁ ସ୍ଥିର ହୋଇଛି। ଧାନ କିଣା କେନ୍ଦ୍ରରେ ଚାଷୀ ପହଞ୍ଚତ୍ଲେ ଆଖି ସ୍କାନ ହେବ। ଆଖି ସ୍କାନ ନ ହେଲେ ଚାଷୀ ଧାନ ବିକ୍ରି କରିପାରିବନି ବୋଲି ସରକାରଙ୍କ ନୂଆ ନିର୍ଦ୍ଦେଶନାମା ଆସିଥିବା କୁହାଯାଇଛି। ତେବେ ଧାନର କଟନୀଛଟନୀ ନେଇ ସରଗରମ ଆଲୋଚନା ଚାଲିଥିବାବେଳେ ଜିଲା ଯୋଗାଣ ଅଧିକାରୀ ବ୍ରଜବନ୍ଧୁ ମହାନ୍ତି ଧନ୍ୟବାଦ ଦେଇ ତରବରିଆ ଭାବେ ବୈଠକ ବନ୍ଦ କରାଇ ଥିଲେ।
ଏସ୍‌ଏଚଜି କିଣିବ ଧାନ
ଜିଲାରେ ୧୫୩ ପ୍ୟାକ୍ସ ୧୬୭ ସ୍ଥାନରେ ଧାନ କ୍ର୍ରୟ କରିବ। ଏଥିପାଇଁ ନୟାଗଡ଼ ଜିଲାର ୧୭ ମିଲର ଧାନ କିଣିବାକୁ ନିଷ୍ପତ୍ତି ହୋଇଛି। ତେବେ ଜିଲା ପରିଷଦ ସଭାପତିଙ୍କ ପ୍ରସ୍ତାବ ମୁତାବକ ପ୍ରତି ବ୍ଲ୍ଳକରେ ଗୋଟିଏ ଲେଖାଏ ସ୍ବୟଂ ସହାୟିକା ଗୋଷ୍ଠୀ(ଏସ୍‌ଏଚଜି) ଧାନ କ୍ରୟ କରିବେ। ଏଫଏକ୍ୟୁ ଧାନର ମୂଲ୍ୟ ସରକାର ୨୧୮୩ ଟଙ୍କା ରଖିଥିବାବେଳେ ଗ୍ରେଡ ଏ ଧାନର ମୂଲ୍ୟ ୨୨୦୩ ଟଙ୍କା ରଖିଛନ୍ତି।
୪୯୧୫ ଚାଷୀ ଧାନ କାହିଁକି ବିକିଲେନି
ଜିଲାରେ ଗତବର୍ଷ ୫୬,୪୬୨ ଚାଷୀ ନାମ ପଞ୍ଜୀକୃତ କରିଥିଲେ ହେଁ ୫୧,୫୪୭ ଚାଷୀ ଧାନ କ୍ରୟ କେନ୍ଦ୍ର(ମଣ୍ଡି)ରେ ଧାନ ବିକ୍ରି କରିଥିଲେ। ଧାନ ବିକ୍ରି ଶେଷ ପରେ ଜିଲାର ୪୯୧୫ ଚାଷୀ ଧାନ ବିକ୍ରି କରି ନ ଥିବା ଜଣାପଡିଛି। ସମ୍ପୃକ୍ତ ଚାଷୀ କାହିଁକି ଧାନ ବିକ୍ରି କଲେ ନାହିଁ। ଯେଉଁ ଚାଷୀ ଧାନ ବିକ୍ରି କରି ନାହାନ୍ତି ତାଙ୍କ ଜମି ଅଛି ନଁା ନାହିଁ। କାହିଁକି ସମୀକ୍ଷା କରାଗଲାନି। ଏହାର ତୁରନ୍ତ ସମୀକ୍ଷା ହେବା ଦରକାର ବୋଲି ଜିଲା ପରିଷଦ ସଭାପତି ଯୁକ୍ତି ବାଢ଼ିଥିଲେ। ଅନ୍ୟପକ୍ଷେ ଚଳିତବର୍ଷ ଜିଲାରେ ୫୮,୪୨୫ ଚାଷୀ ନଁା ପଞ୍ଜୀକୃତ କରିଛନ୍ତି। ସାର୍ଟେ ଲାଇଟ ସର୍ଭେ ପରେ ସବୁ ଚାଷୀ ଯେପରି ଧାନ ବିକ୍ରି କରିବାର ସୁବିଧା ପାଇବେ ସେନେଇ ପଦକ୍ଷେପ ନେବାକୁ ଗୃହରେ ମତ ପ୍ରକାଶ ପାଇଛି।
ନୂଆ ୨୮ ସୋସାଇଟିର ଚାଷୀ ଧାନ ବିକ୍ରି ନେଇ ପ୍ରଶ୍ନ
ଜିଲାରେ ୨୮ଟି ନୂଆ ସୋସାଇଟ୍‌ ଖୋଲିଛି। ନୂଆ ସୋସାଇଟଗୁଡ଼ିକରେ ଧାନ କ୍ରୟ କେନ୍ଦ୍ର ଖୋଲିବାର ଆବଶ୍ୟକତା ରହିଛି। ତେବେ ସମ୍ପାଦକ ନିଯୁକ୍ତି ହୋଇ ନ ଥିବାରୁ ଧାନ କିଣା ନେଇ ଜିଲା ପରିଷଦ ସଭାପତି, ବିଧାୟକ ଓ ଜିଲାପାଳ ପ୍ରଶ୍ନ ଉଠାଇଥିଲେ। ପୁରୁଣା ସୋସୋଇଟର ସମ୍ପାଦକଙ୍କୁ ଏହାର ଦାୟିତ୍ୱ ନ ଦେଇ ନୂଆ ନିଯୁକ୍ତି ଦେବାକୁ ଜିଲାପାଳ ନିର୍ଦ୍ଦେଶ ଦେଇଥିଲେ। ତେବେ ନୂଆ ସୋସାଇଟରେ ଧାନ କିଣା ନେଇ ଆରଏମ୍‌ସି ସମ୍ପାଦକ ଓ ଏଆରସିଏସ୍‌ ଠିକ୍‌ ତଥ୍ୟ ଉପସ୍ଥାପନ କରି ନ ପାରି ଅପଦସ୍ତ ହୋଇଥିଲେ। ନୂଆ ସୋସାଇଟର ଚାଷୀ ଯେପରି ଧାନକିଣାରେ ଅସୁବିଧାର ସମ୍ମୁ୍‌ଖୀନ ନ ହେବେ ସେଥିପ୍ରତି ଏ ଦିଗରେ ତ୍ୱରିତ ପଦକ୍ଷେପ ନେଇ ଅବଗତ କରୀବାକୁ ଜିଲାପାଳ ନିର୍ଦ୍ଦେଶ ଦେଇଛନ୍ତି।
ମଣ୍ଡିରେ ସର୍ବନିମ୍ନ ସୁବିଧା ଦେଉନି ଆରଏମ୍‌ସି
ପ୍ରତି ମଣ୍ଡିରେ ପାନୀୟ ଜଳ, ପାଲ, ଚାଷୀଙ୍କ ପାଇଁ ଛାଇ ପରି ସର୍ବ ନିମ୍ନ ସୁବିଧା ଯୋଗାଇବାକୁ ଆରଏମ୍‌ସି ସରକାରଙ୍କଠାରୁ ଅର୍ଥ ପାଉଛି। ତେବେ କେତେଜଣ ଚାଷୀଙ୍କୁ ସର୍ବ ନିମ୍ନ ସୁବିଧା ନ ଯୋଗାଇ ସରକାରୀ ଅର୍ଥ ହଡପ ହେଉଥିବାରୁ ବୈଠକରେ ଉଦ୍‌ବେଗ ପ୍ରକାଶ ପାଇଥିଲା। ଚାଷୀ ମଣ୍ଡିକୁ ଧାନ ଧରି ଆସୁଛ। ହେଲେ ମଣ୍ଡିରେ ଧାନ ବିକ୍ରି କରି ନ ପାରି ପୁଣି ପରବର୍ତ୍ତୀ ପାଳିକୁ ଅପେକ୍ଷା କରୁଛି। ଆରଏମ୍‌ସି ଚାଷୀଙ୍କ ଧାନ ଯେପରି ସୁରକ୍ଷିତ ରହିବ ସେଥିପ୍ରତି ଆବଶ୍ୟକ ସରଞ୍ଜାମ ଯୋଗାଇବା ପାଇଁ ନିୟମ ରହିଛି। ହେଲେ ମଣ୍ଡିରେ ଚାଷୀଙ୍କୁ ପିଇବାକୁ ପାଣି ମିଳୁନି ବୋଲି ଅଭିଯୋଗ ଉଠିଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଦ୍ୟୁତ୍‌ କାର୍ଯ୍ୟାଳୟରେ ନିଆରା ଢଙ୍ଗରେ ଦେବଶିଳ୍ପୀଙ୍କ ପୂଜା, ଲୋକଙ୍କୁ ସୌର ଆଲୋକ ଓ ଯୋଜନା ସମ୍ପର୍କରେ…

ଦାରିଙ୍ଗବାଡ଼ି,୧୮ା୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିଠାରେ ଏକାଧିକ ସ୍ଥାନରେ ବିଶ୍ୱକର୍ମା ପୂଜା ବଡ଼ ଧୂମ୍‌ଧାମରେ ଅନୁଷ୍ଠିତ ହୋଇଯାଇଛି। ଦାରିଙ୍ଗବାଡ଼ିର ସରକାରୀ ଆଇଟିଆଇ ପରିସରରେ ଅଧ୍ୟକ୍ଷ ସୁଶାନ୍ତ କୁମାର…

ମା’ ପାଟ୍ଟଖଣ୍ଡା ମନ୍ଦିରରେ ଦୀପ ଜାଳିଲେ ଶତାଧିକ ମହିଳା, ପ୍ରଧାନମନ୍ତ୍ରୀଙ୍କ ଦୀର୍ଘାୟୁ କାମନା କରି…

ଦାରିଙ୍ଗବାଡ଼ି,୧୮ା୯(ଅରୁଣ ସାହୁ): ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିବସ ପାଳନ ଅବସରରେ ଆଶୀର୍ବାଦ ପାଇଁ କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଅଞ୍ଚଳରେ ଆଶୀର୍ବାଦର ଦୀପଟିଏ କାର୍ଯ୍ୟକ୍ରମ ବ୍ଲକ ନୋଡାଲ…

ଭାରତରେ iPhone 18 Pro, 18 Pro Max ବିକ୍ରି ଆରମ୍ଭ, ଅଧରାତିରୁ ଷ୍ଟୋର୍‌ ବାହାରେ ଲମ୍ବା ଲାଇନ୍‌

ନୂଆଦିଲ୍ଲୀ,୧୮ା୯: ଭାରତରେ ଆପଲ୍‌ iPhone 18 Pro ଓ iPhone 18 Pro Maxର ଅଫିସିଆଲ୍‌ ବିକ୍ରି ଶୁକ୍ରବାରଠାରୁ ଆରମ୍ଭ ହୋଇଛି । ନୂଆ iPhone କିଣିବା…

ମୁଜାଗଡ଼ରେ ବୁଲୁଛି ମଣିଷମରା ହାତୀ, ଗାଈକୁ ଦଳି ମାରିଲା

ଭଞ୍ଜନଗର,୧୮ା୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ ଅନ୍ତର୍ଗତ ମୁଜାଗଡ଼ ରେଞ୍ଜର ଖଣ୍ଡିକୋଟି, ବେଲାଟୁନି ଓ ଗୁଣ୍ଡିରିବାଡ଼ି ଅଞ୍ଚଳରେ ଅଲଗା ହୋଇ ବୁଲୁଥିବା ୩ଟି…

F-16 ଫାଇଟର ଜେଟ୍‌ ଦୁର୍ଘଟଣା, ହୁତୁହୁତୁ ହୋଇ…

ଓ୍ବାଶିଂଟନ,୧୮।୯: ଆମେରିକାର ମିଚିଗାନରେ ନିୟମିତ ପ୍ରଶିକ୍ଷଣ ଉଡ଼ାଣ ସମୟରେ ଟେକ୍ସାସ ଏୟାର ନ୍ୟାସନାଲ ଗାର୍ଡର ଏକ F-16 ଫାଇଟର ଜେଟ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି । ଗ୍ରାଣ୍ଡ ଟ୍ରାଭର୍ସ…

ଏଇ ଭାରତରେ

ତାମିଲନାଡୁର ସତ୍ୟମଙ୍ଗଳମ୍‌ ବ୍ୟାଘ୍ର ସଂରକ୍ଷିତ ଜଙ୍ଗଲରେ ଲାଟାନା ଘାସ ଏବେ ଆଦିବାସୀଙ୍କ ପାଇଁ ଜୀବିକାର ସାହାରା ପାଲଟିଛି। କେବଳ ଏତିକି ନୁହେଁ ଜଙ୍ଗଳ ଅର୍ଥନୀତିକୁ ମଧ୍ୟ ସଶକ୍ତ…

ବିକାଶ ବେଦିରେ ବଳି

ଓଡ଼ିଶାର ଆଦିବାସୀମାନଙ୍କ ଅସ୍ତିତ୍ୱ ଦିନକୁ ଦିନ ଅଧିକ ବିପନ୍ନ ହେଉଥିବା ଦେଖିବାକୁ ମିଳୁଛି। ସେମାନଙ୍କର ମାଟି, ପାଣି, ଜଙ୍ଗଲ, ଝରଣା, ପାହାଡ଼ ଧୀରେ ଧୀରେ ସେମାନଙ୍କ କବଳରୁ…

ନିଜକୁ ଚିହ୍ନିବା

ଓଡ଼ିଆରେ ଗୋଟିଏ ଢଗ ଅଛି, ”ନିଜ ବୁଦ୍ଧିରେ ଶୃଗାଳ ହେବ ପଛେ, ପର ବୁଦ୍ଧିରେ ସିଂହ ହେବନାହିଁ।“ ଏହି ଢଗଟି ପରୋକ୍ଷରେ ପ୍ରସଙ୍ଗ ‘ନିଜକୁ ନିଜେ ଚିହ୍ନିବା’ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?