Posted inଜାତୀୟ

ବୈଜ୍ଞାନିକଙ୍କୁ ବଡ଼ ସଫଳତା, ମୂଷା ମସ୍ତିଷ୍କରେ ଲାବ୍‌-ନିର୍ମିତ ମାନବ କୋଷିକା ପ୍ରତିରୋପଣ

ନୂଆଦିଲ୍ଲୀ,୧୮।୯ (ପି.ଟି.): ପ୍ରୟୋଗଶାଳାରେ ପ୍ରସ୍ତୁତ ମାନବ ମସ୍ତିଷ୍କର ନରମ କୋଷିକାକୁ ମୂଷା ମସ୍ତିଷ୍କରେ ସଫଳତାର ସହ ପ୍ରତିରୋପଣ କରାଯାଇପାରିଛି। ପ୍ରତିରୋପଣ ପରେ ଏହି ମାନବ କୋଷିକାଗୁଡ଼ିକ ମୂଷା ମସ୍ତିଷ୍କ ଭିତରେ କେବଳ ଜୀବିତ ରହିନାହାନ୍ତି, ବରଂ ବୃଦ୍ଧି ପାଇ ବିଭିନ୍ନ ପ୍ରକାରର ମାନବ ମସ୍ତିଷ୍କ କୋଷିକାରେ ରୂପାନ୍ତରିତ ହୋଇଛନ୍ତି। ପ୍ରସିଦ୍ଧ ବୈଜ୍ଞାନିକ ପତ୍ରିକା ‘ନେଚର’ରେ ପ୍ରକାଶିତ ଏହି ଗବେଷଣାରୁ ଜଣାପଡ଼ିଛି ଯେ, ଏହି କୋଷିକାଗୁଡ଼ିକ ଏକତ୍ର ହୋଇ ମସ୍ତିଷ୍କର ସୂକ୍ଷ୍ମ ସର୍କିଟ ଏବଂ ଜଟିଳ ସଂରଚନା ଗଠନ କରିବାରେ ସକ୍ଷମ ହୋଇଛନ୍ତି। ଆମେରିକାର ପ୍ରସିଦ୍ଧ ଷ୍ଟାନ୍‌ଫୋର୍ଡ ୟୁନିଭର୍ସିିଟିର ଗବେଷକମାନଙ୍କ ଦ୍ୱାରା ନୈତିକ ନିୟମାବଳୀ ଅନୁସରଣ କରି କରାଯାଇଥିବା ଏହି ପରୀକ୍ଷଣ, ମାନବ ମସ୍ତିଷ୍କର ବିକାଶ ଏବଂ ବିଭିନ୍ନ ମାନସିକ/ସ୍ନାୟୁଗତ ରୋଗର ଚିକିତ୍ସା କ୍ଷେତ୍ରରେ ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହେବ।
ସାଧାରଣତଃ ଜୀବନ୍ତ ମାନବ ମସ୍ତିଷ୍କ କୋଷିକା ଉପରେ ସିଧାସଳଖ ଗବେଷଣା କରିବା ଅସମ୍ଭବ। ପୂର୍ବରୁ ମୂଷାଙ୍କ ଭଳି ଜୀବଙ୍କ ମସ୍ତିଷ୍କରେ ମାନବ ଅର୍ଗାନୋଏଡ ପ୍ରତିରୋପଣ କରାଯାଉଥିଲେ ବି, ମୂଷାଙ୍କ ନିଜସ୍ବ ସ୍ନାୟୁ କୋଷିକା ଯୋଗୁ ମାନବ କୋଷିକାଗୁଡ଼ିକ ବୃଦ୍ଧି ପାଇବା ପାଇଁ ପର୍ଯ୍ୟାପ୍ତ ସ୍ଥାନ ପାଉ ନ ଥିଲେ। ଏହି ସମସ୍ୟାର ସମାଧାନ ପାଇଁ ଷ୍ଟାନ୍‌ଫୋର୍ଡର ଗବେଷକମାନେ ଏକ ବିଶେଷ ଜେନେଟିକ କୌଶଳ ଆପଣାଇଥିଲେ। ଏଥିପାଇଁ ମୂଷାଙ୍କ ମସ୍ତିଷ୍କର ‘କୋର୍ଟେକ୍ସ’ ଏବଂ ‘ହିପୋକାମ୍ପସ’ ଅଞ୍ଚଳର କିଛି କୋଷିକାକୁ ହଟାଇ ମାନବ କୋଷିକା ପାଇଁ ସ୍ଥାନ ସୃଷ୍ଟି କରାଯାଇଥିଲା। ଏହି ଖାଲି ସ୍ଥାନରେ ମାନବ ଷ୍ଟେମ୍‌-ସେଲ୍‌ରୁ ପ୍ରସ୍ତୁତ କୋର୍ଟିକାଲ ଅର୍ଗାନୋଏଡ ପ୍ରତିରୋପଣ କରାଯାଇ ‘ଜେନୋକୋର୍ଟିକାଲ ମୂଷା’ ସୃଷ୍ଟି କରାଯାଇଥିଲା। ପ୍ରତିରୋପିତ ମାନବ କୋଷିକାଗୁଡ଼ିକ ମୂଷା ମସ୍ତିଷ୍କର ଅଧିକାଂଶ ଅଂଶ ମାଡ଼ିବସିବା ସହ ଶରୀରର ଚାଲିଚଳନ ଏବଂ ସ୍ମୃତିଶକ୍ତି ସହ ଜଡ଼ିତ ସ୍ନାୟୁମଣ୍ଡଳୀୟ ପ୍ରକ୍ରିୟାରେ ଭାଗ ନେଇଥିଲେ।
ଅଷ୍ଟ୍ରେଲିଆର ମୋନାଶ ୟୁନିଭର୍ସିିଟିର କମ୍ପ୍ୟୁଟେସନାଲ ନ୍ୟୁରୋସାଇନ୍ସ ଅଧ୍ୟାପକ ଆଦିଲ ରାଜି ଏହି ଗବେଷଣାକୁ ଅତ୍ୟନ୍ତ ପ୍ରଶଂସନୀୟ ଓ ମହତ୍ତ୍ୱାକାଂକ୍ଷୀ ବୋଲି ଅଭିହିତ କରିଛନ୍ତି। ଏହି ମଡେଲ ଦ୍ୱାରା ଅଟିଜମ୍‌ ଏବଂ ଏଡିଏଚ୍‌ଡି ଭଳି ଶିଶୁଙ୍କଠାରେ ଦେଖାଯାଉଥିବା ଜଟିଳ ସ୍ନାୟୁଗତ ସମସ୍ୟାର ଗଭୀର ଅନୁଧ୍ୟାନ ସମ୍ଭବ ହେବ। ମାନବ ମସ୍ତିଷ୍କର କେଉଁ ଗୁଣଗୁଡ଼ିକ ନିଜସ୍ବ ଏବଂ କେଉଁଗୁଡ଼ିକ ପାରିପାର୍ଶ୍ୱିକ ପରିବେଶ ଦ୍ୱାରା ପ୍ରଭାବିତ, ତାହା ବୁଝିବାରେ ଏହି ଗବେଷଣା ସାହାଯ୍ୟ କରିବ। ତେବେ ପ୍ରଫେସର ରାଜି ସତର୍କ କରାଇଛନ୍ତି ଯେ, ମୂଷା ମସ୍ତିଷ୍କରେ ବଢ଼ୁଥିବା ମାନବ କୋଷିକା ସମ୍ପୂର୍ଣ୍ଣ ବିକଶିତ ମାନବ ମସ୍ତିଷ୍କର ବିକଳ୍ପ ନୁହେଁ। ମୂଷାର ଆଚରଣରେ ଦେଖାଯାଉଥିବା ପରିବର୍ତ୍ତନ କେବଳ ମାନବ କୋଷିକା ଯୋଗୁ କି ନୁହେଁ, ତାହା ନିଶ୍ଚିତ କରିବା ପାଇଁ ଆହୁରି ଅଧିକ ଗବେଷଣାର ଆବଶ୍ୟକତା ରହିଛି।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ତାମିଲନାଡୁର ସତ୍ୟମଙ୍ଗଳମ୍‌ ବ୍ୟାଘ୍ର ସଂରକ୍ଷିତ ଜଙ୍ଗଲରେ ଲାଟାନା ଘାସ ଏବେ ଆଦିବାସୀଙ୍କ ପାଇଁ ଜୀବିକାର ସାହାରା ପାଲଟିଛି। କେବଳ ଏତିକି ନୁହେଁ ଜଙ୍ଗଳ ଅର୍ଥନୀତିକୁ ମଧ୍ୟ ସଶକ୍ତ…

ବିକାଶ ବେଦିରେ ବଳି

ଓଡ଼ିଶାର ଆଦିବାସୀମାନଙ୍କ ଅସ୍ତିତ୍ୱ ଦିନକୁ ଦିନ ଅଧିକ ବିପନ୍ନ ହେଉଥିବା ଦେଖିବାକୁ ମିଳୁଛି। ସେମାନଙ୍କର ମାଟି, ପାଣି, ଜଙ୍ଗଲ, ଝରଣା, ପାହାଡ଼ ଧୀରେ ଧୀରେ ସେମାନଙ୍କ କବଳରୁ…

ନିଜକୁ ଚିହ୍ନିବା

ଓଡ଼ିଆରେ ଗୋଟିଏ ଢଗ ଅଛି, ”ନିଜ ବୁଦ୍ଧିରେ ଶୃଗାଳ ହେବ ପଛେ, ପର ବୁଦ୍ଧିରେ ସିଂହ ହେବନାହିଁ।“ ଏହି ଢଗଟି ପରୋକ୍ଷରେ ପ୍ରସଙ୍ଗ ‘ନିଜକୁ ନିଜେ ଚିହ୍ନିବା’ର…

ଡାଟା ସେଣ୍ଟରକୁ ବିରୋଧ

ଦି ଗ୍ରେଟ୍‌ ରିପ୍ଲେସମେଣ୍ଟ’ ଧାରଣା ଦର୍ଶାଏ ଯେ ସ୍ଥାନୀୟ ଲୋକଙ୍କୁ ଉଦ୍ଦେଶ୍ୟମୂଳକ ଭାବରେ ପ୍ରବାସୀମାନଙ୍କ ଦ୍ୱାରା ହଟାଯାଉଛି। ଫ୍ରାନ୍ସର ଲେଖକ ରେନାଡ୍‌ କାମୁସ ଏହି ଶବ୍ଦ ପ୍ରଥମେ…

ପାସପୋର୍ଟ ନିୟମରେ ବଡ଼ ପରିବର୍ତ୍ତନ, ୧୫ ବର୍ଷରୁ କମ୍‌ ପିଲାଙ୍କ ପାଇଁ…

ନୂଆଦିଲ୍ଲୀ,୧୮।୯: ପାସପୋର୍ଟକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି ।ବିଦେଶ ମନ୍ତ୍ରଣାଳୟ (MEA) ପାସପୋର୍ଟ ନିୟମରେ କିଛି ପରିବର୍ତ୍ତନ ଘୋଷଣା କରିଛି । ‘ପାସପୋର୍ଟ (ସଂଶୋଧନ) ନିୟମ,…

ପିକ୍‌ଅପ୍‌ରେ ଚାଲାଣ ହେଉଥିଲେ ୭୫ ଛେଳି, ମାଡ଼ି ବସିଲା ପୋଲିସ,୩ ଜଣଙ୍କୁ ଗିରଫ କରି…

ଦେବଗଡ଼,୧୮ା୯(ଶଶାଙ୍କ ଶେଖର ଝାଙ୍କର): ପିକ୍‌ଅପ୍‌ ଭ୍ୟାନ୍‌ରେ ବେଆଇନ ଛେଳି ଚାଲାଣ ଘଟଣାରେ ଦେବଗଡ଼ ପୋଲିସ ୩ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ପିକ୍‌ଅପ୍‌ ଭ୍ୟାନ୍‌ ଚାଳକ…

ବିପଦସଙ୍କୁଳ ଶ୍ରେଣୀଗୃହରେ ଚାଲିଛି ଐତିହ୍ୟପୂର୍ଣ୍ଣ ଶିକ୍ଷାନୁଷ୍ଠାନ

ସାକ୍ଷୀଗୋପାଳ,୧୮।୯(ପ୍ରଶାନ୍ତ କୁମାର ବାରିକ): ଯେଉଁଠି ଦିନେ ଶିକ୍ଷା ସହ ଶ୍ରମ, ଶୃଙ୍ଖଳା, ସେବା, ସ୍ବାବଲମ୍ବନ ଓ ଦେଶପ୍ରେମର ମନ୍ତ୍ର ଫୁଙ୍କି ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ‘ମଣିଷ…

କମିବ ଧାନ ଅମଳ, ବଢ଼ିପାରେ ଚାଉଳ ଦର! ଏବର୍ଷ ୬.୫% ଉତ୍ପାଦନ ହ୍ରାସ ଆଶଙ୍କା

ମୁମ୍ବାଇ,୧୮।୯(ରଏଟର୍ସ): ରାଇସ୍‌ ଏକ୍ସପୋର୍ଟର୍ସ ଆସୋସିଏଶନ (ଚାଉଳ ରପ୍ତାନିକାରୀ ସଂଘ)ର ସଭାପତି ବି.ଭି. କୃଷ୍ଣା ରାଓଙ୍କ ସୂଚନା ଅନୁଯାୟୀ, କମ୍‌ ବର୍ଷା ଯୋଗୁ ଅମଳ ହ୍ରାସ ପାଇବ। ଆକଳନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?