Posted inUncategorized

କଲରାପତରିଆ ବାଘ ଚମଡ଼ା ଜବତ, ୫ ଗିରଫ

ବାରିପଦା ଅଫିସ/ବିଶୋଇ, ୨୦।୧୦(ଡି.ଏନ.ଏ.)-ମୟୂରଭଞ୍ଜ ଜିଲା ଶିମିଳିପାଳ ଅଭୟାରଣ୍ୟକୁ ଟାର୍ଗେଟ କରିଛନ୍ତି ବାଘଛାଲ ବେପାରୀ। ଶିମିଳିପାଳ ପାଦଦେଶରେ ମଙ୍ଗଳବାର କଲରାପତରିଆ ବାଘଚମଡା ବିକ୍ରି ନିମନ୍ତେ ଡିଲ୍‌ ଚାଲିଥିବା ବେଳେ ବନବିଭାଗ ପକ୍ଷରୁ ଚଢାଉ କରାଯାଇ ୫ଜଣ ଯୁବକଙ୍କୁ ଗିରଫ କରାଯାଇଛି। ସେମାନଙ୍କଠାରୁ ବାଘଚମଡା ଜବତ କରାଯାଇଛି। ଗିରଫ ଯୁବକମାନେ ହେଲେ ବିଶୋଇ ଥାନା ଅଧୀନ ମଧୁପୁର ଗ୍ରାମର ବାଜନାଥ ହେମ୍ବ୍ରମ, ଜାମଦା ଥାନା ହରଗଡା ଗ୍ରାମର ତୁଶୀଲ ମୁର୍ମୁ, ଚାନ୍ଦୁଆ ଗ୍ରାମର ଝିଲ୍ଲୀଡ୍ୟାମର ହାମ୍ବିର ଟୁଡୁ, ବିଶୋଇ ଅଞ୍ଚଳର ସନତ ମାର୍ଣ୍ଡି, କୁଳିଅଣା ଥାନାର ଖେଲାରାମ ହାଁସଦା। ଜବତ ହୋଇଥିବା ଚମଡାର ଲମ୍ବ ୫ ଫୁଟ ୬ ଇଞ୍ଚ ଓ ଓସାର ୪ ଫୁଟ ୬ ଇଞ୍ଚ। ୨ ମାସ ପୂର୍ବରୁ ଏହି ବାଘକୁ ଶିକାର କରାଯାଇଥିବା ଅନୁମାନ କରାଯାଉଛି। ପୂର୍ବାହ୍ନ ପ୍ରାୟ ୧୧ଟା ବେଳେ ବିଶୋଇସ୍ଥିତ ମଣଦା ରେଞ୍ଜର ଖଜୁରିକଟାସ ଗ୍ରାମ ନିକଟସ୍ଥ ୪୯ନଂ. ଜାତୀୟ ରାଜପଥରେ କଲରାପତରିଆ ବାଘ ଚମଡା ବିକ୍ରି ନିମନ୍ତେ ଡିଲ ଚାଲିଥିଲା। କୌଣସି ବିଶେଷ ସୂତ୍ରରୁ ଖବରପାଇ ରାଇରଙ୍ଗପୁର ବନଖଣ୍ଡ ଡିଏଫ୍‌ଓ ଅରୁଣ କୁମାର ମିଶ୍ରଙ୍କ ନିର୍ଦ୍ଦେଶକ୍ରମେ ଏସିଏଫ ବୈଦ୍ୟନାଥ ମାଝି, ଏସିଏଫ ନବୀନ ଚନ୍ଦ୍ର ନାୟକଙ୍କ ନେତୃତ୍ୱରେ ରାଇରଙ୍ଗପୁର ବନଖଣ୍ଡର ଏକ ସ୍ବତନ୍ତ୍ର ସ୍କ୍ବାଡ ପୂର୍ବରୁ ଅଭିଯୁକ୍ତମାନଙ୍କୁ ଟ୍ରାକିଂ କରି ଘଟଣାସ୍ଥଳରେ ଚଢ଼ାଉ କରିଥିଲା। ସେଠାରୁ ବାଘଚମଡା ସହ ୨ବାଇକ୍‌ ଓ ୪ ମୋବାଇଲ ଫୋନ ଜବତ କରାଯାଇଥିଲା।
ଫଟୋ


Enter your email to get our daily news in your inbox.

All Right Reserved By Dharitri.Com

Posted inUncategorized View All

ଇଣ୍ଡିଆନ ସୁପରଲିଗ୍‌ ଆରମ୍ଭ: କ୍ରିଷ୍ଣାଙ୍କ ଗୋଲରେ ଏଟିକେ ମୋହନବାଗାନ ବିଜୟୀ

ବାମ୍ବୋଲିମ(ଗୋଆ), ୨୧।୧୧- କୋଭିଡ-୧୯ ଗାଇଡ୍‌ଲାଇନ୍‌ ମଧ୍ୟରେ ଇଣ୍ଡିଆନ ସୁପର ଲିଗ୍‌ (ଆଇଏସଏଲ)ର ୭ମ ସଂସ୍କରଣ ଶୁକ୍ରବାର ଆରମ୍ଭ ହୋଇଛି। ଫିଜିଆନ ଷ୍ଟ୍ରାଇକର ରୟ କ୍ରିଷ୍ଣାଙ୍କ ଗୋଲ...

କଟକ ଖପୁରିଆ ଛକଠାରୁ ନୂଆପଡ଼ା ଛକ ରାସ୍ତାପାର୍ଶ୍ୱରେ ଥିବା ଜବରଦଖଲକୁ ସିଏମ୍‌ସି ପକ୍ଷରୁ ଉଚ୍ଛେଦ କରାଯାଉଛି

କଟକ ଖପୁରିଆ ଛକଠାରୁ ନୂଆପଡ଼ା ଛକ ରାସ୍ତାପାର୍ଶ୍ୱରେ ଥିବା ଜବରଦଖଲକୁ ସିଏମ୍‌ସି ପକ୍ଷରୁ ଉଚ୍ଛେଦ କରାଯାଉଛି।

ନବଜ୍ୟୋତିଙ୍କ ମୁଣ୍ଡରେ ସର୍ବାଧିକ ଋଣ

ଭୁବନେଶ୍ୱର,୨୫।୪(ବ୍ୟୁରୋ): ସାରା ଦେଶରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ଚଳିତ ମାସ ୨୯ରେ ଅନୁଷ୍ଠିତ ହେବ। ରାଜ୍ୟରେ ଏକସଙ୍ଗରେ ଲୋକ ସଭା ସହ ବିଧାନସଭା ନିର୍ବାଚନ ହେଉଛି।...

ମିଶନ ତାମିଲନାଡୁ ଆରମ୍ଭ: ରଜନୀକାନ୍ତଙ୍କୁ ଭେଟିବେ ଶାହା

ନୂଆଦିଲ୍ଲୀ,୨୧।୧୧: ଭାଜପାର ମିଶନ ତାମିଲନାଡୁ ଆରମ୍ଭ ହୋଇଛି। ଏହି ମର୍ମରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ସାଉଥ୍‌ ସୁପରଷ୍ଟାର ରଜନୀକାନ୍ତଙ୍କୁ ଭେଟିବାର ଯୋଜନା ରହିଛି। ବିହାରରେ ଭାଜପା...

୫ ରାଷ୍ଟ୍ରକୁ ଚିଦାମ୍ବରମଙ୍କ କମ୍ପାନୀର ବିବରଣୀ ମାଗିଲା ସିବିଆଇ

ନୂଆଦିଲ୍ଲୀ,୨୪।୮: ପୂର୍ବତନ ଅର୍ଥମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ପି. ଚିଦାମ୍ବରମ୍‌ ଓ ତାଙ୍କ ପୁଅ କାର୍ତ୍ତି ଚିଦାମ୍ବରମ୍‌ ମାଲିକାନାରେ ଥିବା ବିଭିନ୍ନ ସେଲ୍‌ କମ୍ପାନୀ...

ଓଏଚ୍‌ଆର୍‌ସି ଅଧ୍ୟକ୍ଷ ଭାବେ ଦାୟିତ୍ୱ ନେଲେ ଜଷ୍ଟିସ ବି.ପି. ଦାସ

ଭୁବନେଶ୍ୱର, ୫।୯(ବ୍ୟୁରୋ): ରାଜ୍ୟ ମାନବାଧିକାର କମିଶନ (ଓଏଚ୍‌ଆର୍‌ସି) ଅଧ୍ୟକ୍ଷ ଭାବେ ବୁଧବାର ଦାୟିତ୍ୱ ଗ୍ରହଣ କରିଛନ୍ତି ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ବିମଲ ପ୍ରସାଦ ଦାସ। ସେହିଭଳି...

ଆଇପିଏଲ-୨୦୨୦: ମୁମ୍ବାଇ ଇଣ୍ଡିଆନ୍ସ ଚାମ୍ପିୟନ

ଦୁବାଇ, ୧୦।୧୧- ଇଣ୍ଡିଆନ ପ୍ରିମିୟର ଲିଗ୍ର ୧୩ତମ ସଂସ୍କରଣରେ ବାଜି ମାରିଛି ମୁମ୍ବାଇ ଇଣ୍ଡିଆନ୍ସ। ଉଭୟ ବୋଲିଂ ଓ ବ୍ୟାଟିଂରେ ଚମତ୍କାରିତା ଦେଖାଇ ଏହି ଦଳ...

ସ୍ବର୍ଣ୍ଣ ମନ୍ଦିର ଦର୍ଶନ କଲେ ଆମିର

ଅମୃତସର,୩୦।୧୧: ବଲିଉଡ୍‌ ଅଭିନେତା ଆମିର ଖାଁ ଶନିବାର ପଞ୍ଜାବର ଅମୃତସରଠାରେ ଥିବା ସ୍ବର୍ଣ୍ଣ ମନ୍ଦିର ଦର୍ଶନ କରିଛନ୍ତି। ସେ ତାଙ୍କର ଅପ୍‌ କମିଙ୍ଗ ଫିଲ୍ମ ‘ଲାଲ...


Coronavirus Update

Archives

Model This Week

Why Dharitri