ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛିନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥାଏ। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ ବହୁତ ଭାଇରାଲ ହେବାରେ ଲାଗିଛି। ସାଧାରଣତଃ କୁକୁଡ଼ା ଛୁଆଙ୍କ ବିଲେଇ ପ୍ରତି ଡ଼ର ରହିଛି। ଏ ନେଇ ମାଲିକମାନେ କୁକୁଡ଼ା ହେଉ ବା ତାର ଛୁଆଙ୍କୁ ବିଲେଇଠାରୁ ଦୂରେଇ ରଖନ୍ତି। ମାତ୍ର ଏହି ଭିଡିଓ ଦେଖିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ ଯେଉଁଠି ବିଲେଇ ଓ କୁକୁଡ଼ା ଛୁଆ ରହୁଛନ୍ତି ଏକାଠି। କେହି କାହାର କ୍ଷତି କରୁ ନାହାନ୍ତି ବା କେହି କାହାକୁ ଭୟ। ଏକ ବାକ୍ସ ଭିତରେ ଗୋଟିଏ ବିଲେଇ ତଳେ ରହିଥିବା ତାର ଉପରେ ବହୁତ କୁକୁଡା ଛୁଆ ଖେଳୁଛନ୍ତି।
ଏହି ଭିଡିଓକୁ ଭାରତୀୟ ବନସେବା ଅଧିକାରୀ ସୁଶାନ୍ତ ନନ୍ଦ ତାଙ୍କ ଟୁଇଟରରେ ଶେୟାର କରିଛନ୍ତି। ଏହି ଭିଡିଓ ଅଧିକ ଭାଇରାଲ ହେବାରେ ଲାଗିଛି।
Kitckens all.. pic.twitter.com/qyrCsbSgGn
— Susanta Nanda IFS (Retd) (@susantananda3) August 17, 2020

