ମା’-ବାପା ସ୍କୁଲ ଯିବାକୁ କହିବାରୁ: ନାବାଳକ ପୁଅ ନେଲେ ଚରମ ନିଷ୍ପତ୍ତି
ଥୁଆମୂଳ ରାମପୁର,୧୯ା୧୦(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ସେମେଲପଦର ଗ୍ରାମରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ନିଖୋଜ ହେବାର ୪ଦିନ ପରେ ଜଣେ ନାବାଳକଙ୍କ ଝୁଲନ୍ତା ମୃତଦେହ ପୋଲିସ ଜବତ କରିଛି। ମିଳିଥିବା…
ସ୍ବତନ୍ତ୍ର କୋଶଲ ପ୍ରଦେଶ ଗଠନ ଦାବି ତେଜିଲା
ବରଗଡ଼,୧୯।୧୦(ପ୍ରେମାନନ୍ଦ ଖମାରୀ): ସ୍ବତନ୍ତ୍ର କୋଶଲ ପ୍ରଦେଶ ଗଠନ ଦାବି ନେଇ ପୁଣି ଆନ୍ଦୋଳନ ତେଜି ଉଠୁଛି। ଏହି ଦାବି ନେଇ ଆସନ୍ତା ଡିସେମ୍ବର ମାସରେ କୋଶଲ ମହାବନ୍ଦ କରିବାକୁ ରବିବାର ବରଗଡ଼ ଅଗ୍ରଗାମୀ ଯୁବକ ସଂଘ ପରିସରରେ ଅନୁଷ୍ଠିତ ବୈଠକରେ ନିଷ୍ପତ୍ତି…
ବାଣ ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ଲକ୍ଷାଧିକ ଟଙ୍କାର ବାଣ
ଗଞ୍ଜାମ/ରମ୍ଭା,(ବନବାସୀ ସେଠୀ/ଅଖିଳ ତରାଇ)୧୯।୧୦: ଦୀପାବଳି ପୂର୍ବରୁ ରମ୍ଭା ସହରରେ ରବିବାର ଏକ ବଡ଼ ଧରଣର ଅଘଟଣ ଘଟିଛି। ଧୋବାସୀ ପୋଖରୀ ନିକଟରେ ଖୋଲିଥିବା ବାଣ ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ରତ୍ନାକର ବେହେରା ଏବଂ କାହ୍ନୁ ତରେଇଙ୍କ ୨ଟି ବାଣ…
ବଙ୍ଗୋପସାଗରରେ ଲଘୁଚାପ: ୨୧ ଅକ୍ଟୋବରରୁ ଘଡ଼ଘଡ଼ି ସହିତ ପ୍ରବଳ ବର୍ଷା
ଭୁବନେଶ୍ୱର, ୧୯।୧୦: ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି) ଅନୁଯାୟୀ, ଅକ୍ଟୋବର ୨୧ ତାରିଖରେ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ଓଡ଼ିଶାର ବିଭିନ୍ନ ଜିଲା ପାଇଁ ଆଗାମୀ ତିନି ଦିନ ବର୍ଷା ଓ ବଜ୍ରପାତ…
ଢେଙ୍କାନାଳ: ଝିଅକୁ ଅସଦାଚରଣ କରିବାରୁ ଯୁବକକୁ ହତ୍ୟା କଲେ ବାପା
କାମାକ୍ଷାନଗର,୧୯ା୧: ଢେଙ୍କାନାଳ ଜିଲା କାମାକ୍ଷାନଗରରେ ଝିଅକୁ ଅସଦାଚରଣ ଅଭିଯୋଗରୁ ଜଣେ ଯୁବକଙ୍କୁ ପିଟି ହତ୍ୟା କରାଯାଇଛି। ଅଭିଯୁକ୍ତ ବାପା ପରଜଙ୍ଗ ଥାନା ଅନ୍ତର୍ଗତ ଦଦରାଘାଟି ଫାଣ୍ଡିରେ ଆତ୍ମସମର୍ପଣ କରିଛନ୍ତି। ମୃତ ଯୁବକ ଦଦରାଘାଟି ଫାଣ୍ଡି ଅନ୍ତର୍ଗତ ଆଖୁଆପାଳ ପଞ୍ଚାୟତ ୧ ନଂ…
ଗୋ ହତ୍ୟା, ଗୋ ସୁରକ୍ଷାକୁ ନେଇ ସାମ୍ବାଦିକ ସମ୍ମୀଳନୀ: ସମାଧାନ ନ ହେଲେ ଆନ୍ଦୋଳନ ଚେତାବନୀ
ବଲାଙ୍ଗୀର ୧୯।୧୦(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ରାଷ୍ଟ୍ରୀୟ ହିନ୍ଦୁ ପରିଷଦ ପକ୍ଷରୁ ରବିବାର ରାଷ୍ଟ୍ରୀୟ ହିନ୍ଦୁ ପରିଷଦ ଓଡିଶା ସଂଗଠନ ତରଫରୁ ଗୋ ସୁରକ୍ଷା ଦାବି ନେଇ ବଲାଙ୍ଗୀର କୃଷି ବିଭାଗ କାର୍ଯ୍ୟାଳୟ କୃଷି ଭବନ ସମ୍ମିଳନୀ କକ୍ଷଠାରେ ଏକ ସାମ୍ବାଦିକ…
୩ ନମ୍ବର ହେଲେ ସରିଲା: ଆଜି ସ୍ନେହାଙ୍ଗିନୀଙ୍କ ପ୍ରାର୍ଥତ୍ପତ୍ର ଦାଖଲ
ଭୁବନେଶ୍ୱର, ୧୯।୧୦(ସୁନିତ୍ ମିଶ୍ର): ନୂଆପଡ଼ା ଉପନିର୍ବାଚନ ପାଇଁ ରାଜ୍ୟର ପ୍ରମୁଖ ୩ ଦଳର ଅଧିକାଂଶ ନେତା ସେଠାରେ ପହଞ୍ଚି ସାରିଛନ୍ତି। ଶନିବାର ଭାଜପାରୁ ପ୍ରାର୍ଥୀ ହୋଇଥିବା ଜୟ ଢୋଲକିଆ ଏବଂ କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀଙ୍କ ନାମାଙ୍କନ ଦାଖଲ ସରିଛି। ରବିବାର…
ଚିଲିକା ମଝିରେ ଫସିଲା ଯାତ୍ରୀବାହୀ ଡଙ୍ଗା
କୃଷ୍ଣପ୍ରସାଦ,୧୯ା୧୦: ପୁରୀ ଜିଲାର କୃଷ୍ଣପ୍ରସାଦ ନିକଟରେ ମଝି ଚିଲିକାରେ ଫସିରହିଛି ଏକ ଯାତ୍ରୀବାହୀ ଡଙ୍ଗା। ମହିଷାକୁଦ ନିକଟରେ ରବିବାର ଘଣ୍ଟାଏରୁ ଅଧିକ ସମୟ ହେବ ଡଙ୍ଗାଟି ଅଟକି ରହିଛି। ତେବେ ୪୦ ଯାତ୍ରୀଙ୍କୁ ନେଇ ଡଙ୍ଗାଟି ଜହ୍ନିକୁଦାରୁ ସାତପଡ଼ା ଯାଉଥିବା ସମୟରେ…
ଦୀପାବଳିରେ ସରକାରଙ୍କ ବଡ଼ ପଦକ୍ଷେପ: ୧୬୪ ହିତାଧିକାରୀଙ୍କୁ ମିଳିଲା…
ଦାରିଙ୍ଗବାଡ଼ି,୧୯ା୧୦(ଅରୁଣ ସାହୁ): ରବିବାର ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବଡ଼ ପଦକ୍ଷେପ। ଭୁବନେଶ୍ୱରରୁ ଭିଡିଓ କନ୍ଫରେନ୍ସ ମାଧ୍ୟମରେ ରାଜ୍ୟରେ ପଞ୍ଚାୟତ ଭବନ ପାଇଁ ଭିତ୍ତି ପ୍ରସ୍ତର କରିଥିବା ବେଳେ ଅନ୍ତ୍ୟୋଦୟ ଗୃହ ଯୋଜନାରେ ହିତାଧିକାରୀଙ୍କୁ ଗୃହ ନିର୍ମାଣ ପାଇଁ ଆର୍ଥିକ…
ଅଜାଙ୍କ ଶ୍ରାଦ୍ଧବାର୍ଷିକୀରେ ଭୋଜିରନ୍ଧା ଚୁଲିରେ ପଡ଼ି ନାତି ମୃତ
ମହାକାଳପଡ଼ା,୧୯ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ବାରଡାଙ୍ଗ ପଞ୍ଚାୟତ ଅନ୍ତର୍ଗତ ପାରେଶ୍ୱରପୁର ଗ୍ରାମର ମଦନ ସୁନ୍ଦର ପ୍ରଧାନ ବାପାଙ୍କର ଶୁକ୍ରବାର ଶ୍ରାଦ୍ଧବାର୍ଷିକୀ ଭୋଜି ପାଇଁ ରୋଷେଇ ହେଉଥିଲା। ମଦନଙ୍କ ଏକମାତ୍ର ପୁତ୍ର ଓଁକାର ପ୍ରଧାନ(୪) ରୋଷେଇ ହେଉଥିବା ବେଳେ…
ସିମନବାଡ଼ିରେ ଏଟିଏମ୍ ଅଚଳ: ନିରାଶ ହୋଇ ଫେରୁଛନ୍ତି ଉପଭୋକ୍ତା
ଦାରିଙ୍ଗବାଡ଼ି,୧୯ା୧୦(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ିଠାରେ ଭାରତୀୟ ଷ୍ଟେଟ୍ବ୍ୟାଙ୍କର ଏଟିଏମ୍ ଗତ ୩ ଦିନ ଧରି ଅଚଳ ହୋଇପଡ଼ିଛି। ଫଳରେ ଏହା ଉପରେ ନିର୍ଭର କରୁଥିବା ସିମନବାଡ଼ି ପଞ୍ଚାୟତବାସୀଙ୍କ ସମେତ ବାଡ଼ାବାଙ୍ଗା, କିରିକୁଟି, ତିଲୋରୀ, ବୁଡ଼ାଗୁଡ଼ା, ଗୁମିକିଆ ଆଦି…
ଯୋଜନାରେ ଆସିବ ସ୍ବଚ୍ଛତା: ଏଣିକି ଇ-କେୱାଇସି ଧରିବ ନକଲି ଶ୍ରମିକ
ଭଞ୍ଜନଗର,୧୯ା୧୦(ବାବୁଲା ପ୍ରଧାନ): ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାର ଅନେକ ଗଳା ବାଟରେ ସୁଯୋଗ ନେଇ କୋଟି କୋଟି ଟଙ୍କା ଲୁଟ୍ ହେଉଥିଲା। ଏନେଇ ବିଭିନ୍ନ ସମୟରେ ଅଭିଯୋଗ ମଧ୍ୟ ହେଉଥିଲା। ତେଣୁ ଯୋଜନାରେ ସ୍ବଚ୍ଛତା ଆଣିବା…

