ମାତ୍ର ୪୨ଖଣ୍ଡ ଭୋଟରେ ଜିତି କେମିତି ବିଧାୟକ ହୋଇଥିଲେ ଦ୍ରୌପଦୀ ମୁର୍ମୁ, ଜାଣନ୍ତୁ ରୋଚକ କଥା

ଭୁବନେଶ୍ୱର,୨୮।୧୧: ଓଡ଼ିଶା ଗସ୍ତରେ ଆସି ଆଜି ଦିଲ୍ଲୀ ଫେରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ପ୍ରଥମ ଥର ଓଡ଼ିଶା ବିଧାନସଭାକୁ ସମ୍ବୋଧିତ କରିଥିଲେ ରାଷ୍ଟ୍ରପତି । ଇତିହାସରେ ପ୍ରଥମ ଥର ଦେଶର ରାଷ୍ଟ୍ରପତି, ଓଡ଼ିଶା ବିଧାନସଭା ଅଧିବେଶନକୁ ସମ୍ବୋଧିତ କରିଥିଲେ । କିଛି ସମୟ ପାଇଁ ରାଷ୍ଟ୍ରପତିଙ୍କ ଗହଣରେ ସମସ୍ତେ ଫଟୋ ଉଠାଇଥିଲେ । ରାଜ୍ୟପାଳ, ବାଚସ୍ପତି, ମୁଖ୍ୟମନ୍ତ୍ରୀ, ବିରୋଧ ଦଳ ନେତାଙ୍କ ସହିତ ରାଷ୍ଟ୍ରପତି କଥାବାର୍ତ୍ତା କରୁଥିବାର ଦେଖାଯାଇଥିଲା । ବିଧାନସଭା ପରିସରରେ ଏହି ମୁହୂର୍ତ୍ତ ସମସ୍ତ ସଦସ୍ୟଙ୍କ ପାଇଁ ଅତ୍ୟନ୍ତ ଗର୍ବ ଓ ଗୌରବ ଅନୁଭୂତି ଆଣି ଦେଇଥିଲା ।

ଦିନେ ସେହି ବିଧାନସଭାର ସଦସ୍ୟ ଥିଲେ । ଏବେ ରାଷ୍ଟ୍ରପତି ଭାବେ ବିଧାନସଭାର ପବିତ୍ର ଗୃହରେ ଦ୍ରୌପଦୀ ମୁର୍ମୁଙ୍କ ପାଦ ପଡିଥିଲା । ଏପରିକି ମନ୍ତ୍ରୀ ଥିବା ବେଳେ ସେ ଯେଉଁ ଚାମ୍ବରରେ ବସିଥିଲେ ସେଠାରେ ମଧ୍ୟ କିଛି ସମୟ ବିତାଇଥିଲେ ରାଷ୍ଟ୍ରପତି । ୨୦୦୦ରୁ୨୦୦୯ ପର୍ଯ୍ୟନ୍ତ ବିଧାୟକ ଥିଲେ ଦ୍ରୌପଦୀ ମୁର୍ମୁ । ମେଣ୍ଟ ସରକାରରେ ମନ୍ତ୍ରୀ ମଧ୍ୟ ଥିଲେ । ତେବେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମାତ୍ର ୪୨ ଖଣ୍ଡ ଭୋଟରେ ଜିତି ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ।

୨୦୦୪ ବିଧାନସଭା ନିର୍ବାଚନରେ ବିଜେପିରୁ ପ୍ରାର୍ଥୀ ହୋଇଥିବା ଦ୍ରୌପଦୀ ମୁର୍ମୁ ମୋଟ ୨୯,୨୯୫ ଖଣ୍ଡ ଭୋଟ ପାଇଥିଲେ । ଆଉ ତାଙ୍କୁ ଟକ୍କର ଦେଉଥିବା ଜେଏମ୍‌ଏମ୍‌ ପ୍ରାାର୍ଥୀ ରାମ ଚନ୍ଦ୍ର ମୁର୍ମୁ ୨୯,୨୫୩ ଖଣ୍ଡ ଭୋଟ ପାଇ ୨ୟ ସ୍ଥାନରେ ରହିଥିଲେ । ଉଭୟଙ୍କ ମଧ୍ୟରେ ଭୋଟ ବ୍ୟବଧାନ ଥିଲା ମାତ୍ର ୪୨ ଖଣ୍ଡ । ସେହି ୪୨ ଖଣ୍ଡ ଭୋଟ ହିଁ ଦ୍ରୌପଦୀ ମୁର୍ମୁଙ୍କୁ ବିଧାନସଭାକୁ ପଠାଇଥିଲା । ଆଉ ସେ ମନ୍ତ୍ରୀ ଭାବେ ମଧ୍ୟ ଦାୟିତ୍ବ ତୁଲାଇଥିଲେ । ଏବେ ସେ ଭାରତର ପ୍ରଥମ ନାଗରିକ ଅର୍ଥାତ ରାଷ୍ଟ୍ରପତି ପଦରେ ରହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

IT ରେଡ୍‌କୁ ନେଇ ମୁହଁ ଖୋଲିଲେ ରକୁଲପ୍ରୀତ: କହିଲେ, ମୁଁ ୨୦ ବର୍ଷ ବୟସରୁ…

ମୁମ୍ବାଇ: ହିନ୍ଦୀ, ତେଲୁଗୁ ଓ ତାମିଲ ସିନେମାରେ ଅଭିନୟ କରିଥିବା ଅଭିନେତ୍ରୀ ରକୁଲ ପ୍ରୀତ ସିଂ ଏବେ ଆୟକର ବିଭାଗର ନଜରରେ ଅଛନ୍ତି। ନିକଟରେ ରକୁଲ ଏବଂ…

ନାଗାଲାଣ୍ଡରେ ଓଡ଼ିଆ ଯବାନ ଶହୀଦ, ରାୟଗଡ଼ାରେ ଶୋକର ଛାୟା

ରାୟଗଡ଼ା,୬।୧୦(ଜଗନ୍ନାଥ ଗୌଡ଼): ନାଗାଲାଣ୍ଡରେ ସୋମବାର ଜଣେ ଓଡ଼ିଆ ଯବାନ ଶହୀଦ ହୋଇଯାଇଛନ୍ତି। ଶହୀଦ ଯବାନ ଜଣକ ହେଲେ ରାୟଗଡ଼ାର ଭି. ତେଜା। ସେ ଭାରତୀୟ ସେନାର ଆସାମ…

ଆଉ କେବେ କ’ଣ ଟିମ ଇଣ୍ଡିଆ ପାଇଁ ଖେଳିବେ ନାହିଁ ହରମନପ୍ରୀତ? ଅଧିନାୟକ ପଦରୁ ଓହରିବା ସମୟରେ କହିଲେ…

ନୂଆଦିଲ୍ଲୀ,୬।୧୦: ଭାରତୀୟ ମହିଳା କ୍ରିକେଟ ଦଳ ଏକ ନୂତନ ଯୁଗରେ ପ୍ରବେଶ କରିବାକୁ ଯାଉଛି। ହରମନପ୍ରୀତ କୌର ସମସ୍ତ ଫର୍ମାଟରେ ଟିମ ଇଣ୍ଡିଆର ଅଧିନାୟକ ପଦରୁ ଓହରି…

ବସ୍‌କୁ ଅପେକ୍ଷା କରିଥିବା ଯାତ୍ରୀଙ୍କ ଉପରେ ଚଢ଼ିଗଲା ହାଇୱା, ୩….

ଗଜପତି,୬।୧୦(ଗିରିଧାରୀ ପରିଛା): ଗଜପତି ଜିଲା ରାୟଗଡ଼ ଥାନା ଅନ୍ତର୍ଗତ ବଡ଼ଗାଁ ଛକ ନିକଟରେ ମଙ୍ଗଳବାର ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ବସ୍‌କୁ ଅପେକ୍ଷା କରିଥିବା ଯାତ୍ରୀଙ୍କ ଉପରେ…

ଦିଲ୍ଲୀ କ୍ୟାପିଟାଲ୍ସରେ ବଡ଼ ପରିବର୍ତ୍ତନ, ହେଡ୍ କୋଚ୍ ହେଲେ…

ନୂଆଦିଲ୍ଲୀ,୬।୧୦: IPL ୨୦୨୭ ପୂର୍ବରୁ ଦିଲ୍ଲୀ କ୍ୟାପିଟାଲ୍ସରେ ବଡ଼ ପରିବର୍ତ୍ତନ ହୋଇଛି । ପୂର୍ବତନ ଭାରତୀୟ କ୍ରିକେଟର୍ ତଥା ପୂର୍ବତନ BCCI ସଭାପତି ସୌରଭ ଗାଙ୍ଗୁଲିଙ୍କୁ ଦିଲ୍ଲୀ…

ରାହୁଙ୍କ ନକ୍ଷତ୍ର ପରିବର୍ତ୍ତନ: ଏହି ୩ ରାଶି ହେବେ ମାଲାମାଲ, ଖୋଲିବ ସଫଳତାର ଦ୍ୱାର

ଜ୍ୟୋତିଷ ଶାସ୍ତ୍ରରେ କେବଳ ଗ୍ରହଙ୍କ ରାଶି ପରିବର୍ତ୍ତନ ନୁହେଁ, ନକ୍ଷତ୍ର ପରିବର୍ତ୍ତନକୁ ମଧ୍ୟ ବେଶ ଗୁରୁତ୍ୱ ଦିଆଯାଏ। ବିଶେଷକରି ରାହୁ ଓ କେତୁ ଭଳି ଛାୟାଗ୍ରହଙ୍କ ଚଳନ…

ସମୟରେ ଆସୁନାହାନ୍ତି ଡାକ୍ତର: ପାଇକମାଳ CHC ଆଗରେ ବିଧାୟିକାଙ୍କ ଧାରଣା, ଏସ୍‌ଡିଏମ୍‌ଓ ଆସି କହିଲେ…

ପାଇକମାଳ,୬।୧୦(ବଡ଼ ଶତପଥୀ): ବରଗଡ଼ ଜିଲା ପାଇକମାଳ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ନିୟୋଜିତ ଡାକ୍ତରଙ୍କ ହସ୍ପିଟାଲ ବିଳମ୍ବରେ ଆସିବା ନେଇ କିଛିଦିନ ହେଲା ରୋଗୀ ଏବଂ ସମ୍ପର୍କିୟଙ୍କ ମଧ୍ୟରେ…

ବନ୍ଦ କୋଠରୀରେ କ’ଣ ଘଟିଥିଲା? ଇସ୍ତଫା ଦେବା ପାଇଁ ହରମନପ୍ରୀତଙ୍କ ଉପରେ BCCI ଚାପ ପକାଇଥିଲା କି? ଜାଣନ୍ତୁ ଅଧିନାୟକ ପଦରୁ ଓହରିବାର…

ନୂଆଦିଲ୍ଲୀ,୬।୧୦: ମାତ୍ର ୨୪ ଘଣ୍ଟା ପୂର୍ବ ପର୍ଯ୍ୟନ୍ତ ହରମନପ୍ରୀତ କୌର ଭାରତୀୟ ମହିଳା କ୍ରିକେଟ ଦଳର ଅଧିନାୟିକା ଥିଲେ; ତେବେ ହଠାତ ସେ କାହିଁକି ନିଜ ପଦରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?