ଘରେ ଘରେ ଥଣ୍ଡା,କାଶ: କାମ କରୁନି ମେଡିସିନ୍‌, କାରଣ କହିଲେ ଡାକ୍ତର

ଭୁବନେଶ୍ୱର, ୨୯ା୧୧ (ବନ୍ଦନା ସେଠୀ)- ଘରେ ଘରେ ଥଣ୍ଡା, କାଶ ବ୍ୟାପିଛି। ପିଲାଙ୍କଠାରୁ ବୟସ୍କଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ନାକରୁ ପାଣି ବାହାରିବା ସହିତ ଖୁଁ ଖୁଁ ହେଉଛନ୍ତି। ଯେତେ ମେଡିସିନ ଖାଇଲେ ବି କମୁନି। ଗତ କିଛିଦିନ ହେବ ରାଜଧାନୀ ସମେତ ଚାରିଆଡେ ଏଭଳି ସ୍ବାସ୍ଥ୍ୟ ସ୍ଥିତି ଲାଗି ରହିଛି। ବିଶେଷକରି ବୃଦ୍ଧ ଓ ଶିଶୁଙ୍କ ପାଇଁ ଏହି ଥଣ୍ଡା କାଶ ବହୁତ କଷ୍ଟଦାୟକ ହୋଇପଡ଼ିଛି। ଏବେ ଶୀତ ପ୍ରକୋପ ବଢ଼ୁଥିବାରୁ ଥଣ୍ଡାଜ୍ୱର ରୋଗୀଙ୍କ ସଂଖ୍ୟା ମଧ୍ୟ ବଢୁଥିବା ଜଣାପଡିଛି। ଥଣ୍ଡା କାଶ ପାଇଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରଠାରୁ ଆରମ୍ଭ କରି କ୍ୟାପିଟାଲ ହସ୍ପିଟାଲ ପର୍ଯ୍ୟନ୍ତ ସବୁଠି ଲମ୍ବା ଲାଇନ୍‌ ଲାଗି ରହୁଛି।

ଦୁର୍ବଳ ଲୋକ, ଛୋଟ ଛୁଆଙ୍କୁ ଜଲ୍‌ଦି ଥଣ୍ଡା ହୁଏ

ଗରମରୁ ଥଣ୍ଡାକୁ ଆସିଲେ ଆମ ଶରୀରରେ ମେକାନିଜିମ୍‌ ବଦଳିଥାଏ ଏବଂ ଇମ୍ୟୁନିଟି ହ୍ରାସ ପାଏ। ଏଭଳି ଥଣ୍ଡା ପାଗରେ ଭାଇରସ୍‌ ଆଟାକ୍‌ କରିବାରୁ ଭାଏରାଲ୍‌ ଫିଭର୍‌ ବହୁ ପରିମାଣରେ ହୋଇଥାଏ। ନାକରୁ ପାଣି ବାହାରିବା ସହିତ କାଶ, ଛିଙ୍କ ହୋଇଥାଏ। ତେବେ ଏହା ବେଶୀ ଦିନ ଲାଗି ରହିଲେ ନିମୋନିଆ ଏବଂ ଜ୍ୱର ହେବାର ଆଶଙ୍କା ରହିଛି। ସାଧାରଣତଃ ଦୁର୍ବଳ ଲୋକ, ଛୋଟ ଛୁଆ, ଥଣ୍ଡାରେ ବେଶୀ ବୁଲୁଥିବା ଲୋକ, ଥଣ୍ଡା ପାଣିରେ ଗାଧୋଉଥିବା ଲୋକଙ୍କୁ ଏହା ହୋଇଥାଏ। ତେଣୁ ଯେତେଦୂର ସମ୍ଭବ ଥଣ୍ଡାରେ ବାହାରକୁ ନ ବାହାରିବା ଉଚିତ୍‌। ପିଲାମାନଙ୍କୁ ଶୀତବସ୍ତ୍ର ପିନ୍ଧାଇବା ସହିତ ସିଧାସଳଖ ପବନଠାରୁ ଦୂରେଇ ରଖିବାକୁ ପଡିବ। ବିଶେଷକରି କାଶ, ଛିଙ୍କ ହେଉଥିବା ଲୋକଙ୍କଠାରୁ ପିଲାମାନଙ୍କୁ ଦୂରେଇ ରଖିବାକୁ ପଡିବ। କେବଳ କୋଭିଡ୍‌ ସମୟରେ ମାସ୍କ ପିନ୍ଧିବା ତାହା ନୁହେଁ, ଥଣ୍ଡା ହେଲେ ମଧ୍ୟ ମାସ୍କ ପିନ୍ଧିବା ଦରକାର। ସେହିପରି ଟିକେ ଥଣ୍ଡା ହେବା ମାତ୍ରେ ମେଡିସିନ୍‌ ଖାଇବା ଦରକାର ନାହିଁ ଏହା ବିନା ଚିକିତ୍ସାରେ ଦିନେ ଦି ଦିନରେ ଭଲ ହୋଇଯିବ। ବେଶୀ ହେଲେ କିମ୍ବା ଜ୍ୱର ହେଲେ ପାରାସିଟାମଲ୍‌ ଦେଇ ପାରିବା। ମାତ୍ର ଆଣ୍ଟିବାଟିକ୍‌ ବ୍ୟବହାର କରିବା କିମ୍ବା ବ୍ୟସ୍ତ ହେବା ଉଚିତ୍‌ ନୁହେଁ।
-ଡା. ଲକ୍ଷ୍ମୀଧର ସାହୁ, ପୂର୍ବତନ ନିର୍ଦ୍ଦେଶକ, କ୍ୟାପିଟାଲ ହସ୍ପିଟାଲ

ମେଡିସିନ୍‌ ଖାଇଲେ କାମ କରୁନି
ଗଲା ସପ୍ତାହେ ହବ ଘରେ ସମସ୍ତଙ୍କୁ ଥଣ୍ଡା, କାଶ। ଯେତେ ମେଡିସିନ୍‌ ଖାଇଲେ ବି କମୁନି। ବଡମାନେ ଯାହା ଯେମିତି ଆଡ୍‌ଜଷ୍ଟ କରି ଦେଉଛନ୍ତି କିନ୍ତୁ ଛୁଆମାନେ ବ୍ୟସ୍ତ କରି ଦେଉଛନ୍ତି। ମୋ ସାନ ଝିଅକୁ ୪/୫ଦିନ ହେବ ଥଣ୍ଡା ଆଉ କାଶ ହେଉଛି। କିଛି ବି ଖାଉନି କି ଶୋଉନି। ମେଡିସିନ୍‌ ଦେଲେ କମି ଯାଉଛି, ପୁଣି ଦିନେ ଦି ଦିନ ପରେ ଯୋଉ କଥାକୁ ସେଇ କଥା। ଏବେ ଆଉ ମେଡିସିନ୍‌ ନଦେଇ ଘରୋଇ ଉପଚାର କରୁଛି।
-ସୋନମ୍‌ ବେହେରା, ଗୃହିଣୀ

ଥଣ୍ଡା, ଜ୍ୱର ସାଙ୍ଗକୁ ଘୋଳାବିନ୍ଧା ହେଉଛି
ଘରେ ବାପା, ମା’ ସମସ୍ତଙ୍କୁ ଥଣ୍ଡା, ଜ୍ୱର। ତା’ ସାଙ୍ଗକୁ ଦେହ ହାତ ସବୁ ଘୋଳାବିନ୍ଧା ହେଉଛି। ନିୟମିତ ଗରମ ପାଣି ପିଇବା ସହିତ ଶୀତବସ୍ତ୍ର ପିନ୍ଧୁଛନ୍ତି ତଥାପି ଥଣ୍ଡା ଛାଡିବାର ନଁା ଧରୁନି। ଡାକ୍ତରଙ୍କୁ ଦେଖାଇଲେ ଭାଏରାଲ୍‌ ଆଉ ୨/୪ଦିନରେ ଭଲ ହୋଇଯିବ ବୋଲି କହି ମେଡିସିନ୍‌ ଲେଖି ଦେଉଛନ୍ତି। ପେନ୍‌କିଲର୍‌ ଖାଇଲେ ଟିକେ କମି ଯାଉଛି ପୁଣି ସେମିତି ଦେହହାତ ବିନ୍ଧା ହଉଛି।
-ମୁନା ସେଠୀ, କର୍ମଜୀବୀ

ଯେତେ ଘରୋଇ ଉପଚାର କଲେ ବି କମୁନି
ଛୋଟରୁ ବଡ ସମସ୍ତଙ୍କ ଦେହ ଖରାପ। ସୋରିଷ ତେଲ ମାଲିସ୍‌ ଠାରୁ ଆରମ୍ଭ କରି ତୁଳସୀ ପତ୍ର ରସ ପିଇବା ଯାଏ ଯେତେ ଘରୋଇ ଉପଚାର କଲେ ବି କମୁନି। ସକାଳୁ ଉଠି ସ୍କୁଲ ଯିବାକୁ ଛୁଆ ମଙ୍ଗୁନି। ମୋ ୬ବର୍ଷର ପୁଅର ଦେହ ହାତ ଦରଜ ଆଉ ବିନ୍ଧା ହେଉଛି। ତେଲ ମାଲିସ କରିବାକୁ ଡାକ୍ତର ପରାମର୍ଶ ଦେଉଥିବାବେଳେ କିଛି କାଟୁ କରୁନି।
-ମୃତ୍ୟୁଞ୍ଜୟ ଦାସ, କର୍ମଜୀବୀ

କାଶରେ ରାତିରେ ଶୋଇ ହେଉନି
ଗଲା କିଛିଦିନ ହେବ ସ୍ବାମୀ, ସ୍ତ୍ରୀ ଛୁଆ ସମସ୍ତଙ୍କ ଦେହ ଖରାପ। କାଶ ଏତେ ହଉଚି ଯେ ରାତିରେ ଶୋଇ ହଉନି। ଥଣ୍ଡାରେ ନାକ ବନ୍ଦ ହୋଇ ଯାଉଛି ଆଉ ତଣ୍ଟି ପୁରା ଦରଜ ରହୁଛି। ତା’ ସାଙ୍ଗକୁ ଛିଙ୍କ ଆଉ ଆଖିରୁ ପାଣି ବାହାରୁଛି। ଘରୁ ବାହାରିଲେ ମାସ୍କ ପିନ୍ଧିକି ବାହାରିବାକୁ ପଡୁଛି। କେବଳ ମେଡିସିନ୍‌ ଖାଇ ଖାଇ ଦିନ ଯାଉଛି।
-ପଦ୍ମିନୀ ପ୍ରଧାନ, ଗୃହିଣୀ


Enter your email to get our daily news in your inbox.

All Right Reserved By Dharitri.Com

ଦିବ୍ୟାଙ୍ଗ ନାବାଳିକାଙ୍କୁ କିଏ କଲେ ଗର୍ଭବତୀ: ଅଞ୍ଚଳର ୭ ସଦସ୍ୟଙ୍କ ଗଲା ନମୁନା, ରିପୋର୍ଟରୁ ଜଣାପଡ଼ିଲା ଏହି ବ୍ୟକ୍ତି କରିଥିଲେ…

କୁଚିଣ୍ଡା,୨୨।୪(ବିରଞ୍ଚତ୍ ଦର୍କା):ସମ୍ବଲପୁର ଜିଲା ଗୋବିନ୍ଦପୁର ଥାନା ଅଞ୍ଚଳର ଜଣେ ଦିବ୍ୟାଙ୍ଗ ନାବାଳିକା ବଳାତ୍କାର ଘଟଣାରେ ଅଭିଯୁକ୍ତ ବଡବାପାଙ୍କୁ ପୋଲିସ ଗିରଫ କରି  ସମ୍ବଲପୁର ପୋକ୍‌ସୋ କୋର୍ଟକୁ ଚାଲାଣ…

ଆରମ୍ଭ ହୋଇଛି ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟ, ଚଳଚଞ୍ଚଳ ରଥଖଳା…

ପୁରୀ,୨୨ା୪(ଅଜିତ୍‌ କୁମାର ମହାନ୍ତି): ଅକ୍ଷାୟ ତୃତୀୟାରେ ରଥ ନିର୍ମାଣ କାର୍ଯ୍ୟର ଶୁଭ ଅନୁକୂଳ ସହ ମହାପ୍ରଭୁଙ୍କ ବାହାର ଚନ୍ଦନ ଯାତ୍ରାର ଶୁଭାରମ୍ଭ ପରମ୍ପରା ମତେ ସମ୍ପନ୍ନ ହୋଇଛି।…

Business Eminence Awards 2026: ଡିଜିଟାଲ ପ୍ଲାଟ୍‌ଫର୍ମ ରୋଗୀଙ୍କ ଯାତାୟାତ ସମସ୍ୟା ଦୂରକରୁଛି

ଭୁବନେଶ୍ୱରସ୍ଥିତ ଆପୋଲୋ ହସ୍ପିଟାଲର ଚିଫ୍‌ ଅପରେଟିଂ ଅଫିସର ଭାବରେ ଡା. ଆଲୋକ ଶ୍ରୀବାସ୍ତବ ନେତୃତ୍ୱ ନେଉଛନ୍ତି। ଡା. ଶ୍ରୀବାସ୍ତବ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଫ୍ୟାକଲ୍ଟି ଅଫ୍‌ ମ୍ୟାନେଜମେଣ୍ଟ ଷ୍ଟଡିଜ୍‌ରୁ…

ଅଭିବୃଦ୍ଧି ଅଙ୍କ

ଆମେରିକୀୟ ଡଲାର ତୁଳନାରେ ଭାରତୀୟ ମୁଦ୍ରା ୨୧ ଏପ୍ରିଲରେ ୩୨ ପଇସା କମି ୯୩.୪୮ ଟଙ୍କାକୁ ଛୁଇଁଛି। ପଶ୍ଚିମ ଏସିଆ ସଙ୍କଟଜନିତ ଆର୍ଥିକ ଅନିଶ୍ଚିତତା ଲାଗି ରହୁଥିବାରୁ…

ନିର୍ବନ୍ଧର ଗୋଟିଏ ଦିନ ପରେ ନିଖୋଜ ହୋଇଯାଇଥିଲେ ସସ୍ମିତା: ପରେ ଘଟିଲା…

ଜଗତ୍‌ସିଂହପୁର, ୨୨ା୪(ପ୍ରମୋଦ କୁମାର ନାୟକ):ଜଗତ୍‌ସିଂହପୁର ଥାନା ଅନ୍ତର୍ଗତ କାଠିଆପଡ଼ା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଏହି ଗାଁର ପ୍ରମୋଦ ଦାସ ଓ ଲକ୍ଷ୍ମୀପ୍ରିୟା ଦାସଙ୍କ ଝିଅ…

୨୫ ଯାଏ କଳବଳ କରିବ ତାତି

ଭୁବନେଶ୍ୱର,୨୨।୪ ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ଲହରୀ ଜାରି ରହିଛି। ସକାଳ ୯ଟା ବେଳକୁ ଖରା ସାଙ୍ଗକୁ ଗୁଳୁଗୁଳି ଅସ୍ତବ୍ୟସ୍ତ କରୁଛି। ତେବେ ଆସନ୍ତା ୪ଦିନ ଅର୍ଥାତ୍‌ ୨୫…

ପଦ୍ମପୁରକୁ ଜଳ ଯୋଗାଣ ସମ୍ପୂର୍ଣ୍ଣ ବ୍ୟାହତ: ଲକ୍ଷାଧିକ ଟଙ୍କାର ପ୍ରକଳ୍ପ ବିଫଳ

ପଦ୍ମପୁର,୨୨ା୪(ପ୍ରଦୀପ୍ତ ଦାଶ):ବରଗଡ଼ ଜିଲା ପଦ୍ମପୁର ସହରବାସୀଙ୍କୁ ପାନୀୟ ଜଳ ଯୋଗାଣର ସୁଧାର ଆଣିବା ଲକ୍ଷ୍ୟରେ ଅଙ୍ଗନଦୀର ଦର୍ବେ କେଲାଠାରେ ନିର୍ମାଣ ହୋଇଥିବା ବ୍ୟାରେଜ ବିଫଳ ହୋଇଛି। ଏବେ…

ଗରିବଙ୍କୁ ଦିଆଯିବ ଫ୍ଲାଟ୍‌: ରାଜସ୍ବମନ୍ତ୍ରୀ

ଭୁବନେଶ୍ୱର,୨୨।୪ (ରବିନାରାୟଣ ଜେନା): ରାଜ୍ୟର ସମସ୍ତ ଗରିବ ତଥା ନିମ୍ନମଧ୍ୟବିତ୍ତ ଶ୍ରେଣୀର ଲୋକ ଯେପରି ଜମି ଓ ଘର ଖଣ୍ଡିଏ ପାଇବେ ସେଥିପ୍ରତି ସରକାର ଯତ୍ନବାନ ଅଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri