ଆର୍ପିଆର୍ସିରେ ଅର୍କିଡାରିୟମ୍ ଲୋକାର୍ପିତ: ୯୩ ବନ୍ୟ ଅର୍କିଡ୍, ୨୧୭ ହାଇବ୍ରିଡ୍ ଅର୍କିଡ୍ ପ୍ରଦର୍ଶିତ
ଭୁବନେଶ୍ୱର, ୨୯ା୬(ବ୍ୟୁରୋ): ଆଞ୍ଚଳିକ ଉଦ୍ଭିଦ ସମ୍ପଦ କେନ୍ଦ୍ର (ଆର୍ପିଆର୍ସି)ର ବଟାନିକାଲ୍ ଗାର୍ଡେନରେ ଶୁକ୍ରବାର ଅର୍କିଡାରିୟମ୍ ଲୋକାର୍ପିତ ହୋଇଯାଇଛି। ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଏହାକୁ ଲୋକାର୍ପିତ କରି କହିଛନ୍ତି ଯେ, ଉଦ୍ଭିଦ ସଂରକ୍ଷଣ ଓ ଗବେଷଣା ହେଉଛି…
ଭୂତମୁଣ୍ଡାଇରେ ଟ୍ରକ୍ ଟର୍ମିନାଲ ନିର୍ମାଣକୁ ବିରୋଧ
କୁଜଙ୍ଗ,୨୯ା୬(ସ୍ବ.ପ୍ର.): କୁଜଙ୍ଗ ବ୍ଲକ ଭୂତମୁଣ୍ଡାଇ ପଞ୍ଚାୟତ ନିକଟବର୍ତ୍ତୀ ଜାତୀୟ ରାଜପଥ ପାର୍ଶ୍ୱରେ ପାରାଦୀପ ବନ୍ଦର କର୍ତ୍ତୃପକ୍ଷଙ୍କ ପକ୍ଷରୁ ନିର୍ମାଣ ହେବାକୁ ଥିବା ଟ୍ରକ ଟର୍ମିନାଲକୁ ବିରୋଧ କରି ଆଞ୍ଚଳିକ ସୁରକ୍ଷା ସମିତି ପକ୍ଷରୁ ଶୁକ୍ରବାର ଧାରଣା ଦିଆଯାଇଛି। ଏହି ଟର୍ମିନାଲ ନିର୍ମାଣ…
ବର୍ଷା ଅଭାବରୁ ଆଗେଇପାରୁନି ଚାଷ
ନାଉଗାଁ,୨୯ା୬(ସ୍ବ.ପ୍ର.): ନାଉଗାଁ ବ୍ଲକରେ ସାଧାରଣତଃ ବର୍ଷା ଉପରେ ନିର୍ଭର କରି ଚାଷୀ ଧାନ ଚାଷ କରିଥାନ୍ତି। ଚଳିତବର୍ଷ ଏ ପର୍ଯ୍ୟନ୍ତ ଆଶାନୁରୂପ ବର୍ଷା ହୋଇନାହିଁ। ତେଣୁ ସ୍ବଳ୍ପ ବୃଷ୍ଟି ଯୋଗୁ ଚାଷ କାର୍ଯ୍ୟରେ ବାଧା ଉପୁଜିବାର ଆଶଙ୍କା ଦେଖାଦେଇଛି। ଆଷାଢ ମାସ…
ଗୋଚର ଜମିକୁ ଜେସିବି ଦ୍ୱାରା ସଫା କରିବା ନେଇ ଅଭିଯୋଗ: ସବର୍ଣ୍ଣ, ଅସବର୍ଣ୍ଣ ମଧ୍ୟରେ ବିବାଦ
ରଣପୁର,୨୯ା୬(ସ୍ବ.ପ୍ର.): ଅନ୍ୟ ଏକ ଗ୍ରାମର ଅସବର୍ଣ୍ଣ ଜାତିର ଲୋକେ ସବର୍ଣ୍ଣଙ୍କ ଗୋଚର ଜମିକୁ ଜେସିବି ଲଗାଇ ସଫା କରିବା ଘଟଣାକୁ ନେଇ ରଣପୁର ଅଞ୍ଚଳରେ ୨ ଗୋଷ୍ଠୀଙ୍କ ମଧ୍ୟରେ ବିବାଦ ଦେଖାଦେଇଛି। ଏ ନେଇ ସବର୍ଣ୍ଣମାନେ ଶୁକ୍ରବାର ତହସିଲଦାର ଓ ଥାନା…
ଘରକୁ ଫେରିଲେ ଦୁବାଇରେ ଫସିଥିବା ୨ ଶ୍ରମିକ
ନୟାଗଡ଼ ଅଫିସ,୨୯।୬: ନୟାଗଡ଼ ଜିଲା ଓଡ଼ଗାଁ ବ୍ଳକ କୁରୁଡ଼ଙ୍ଗ ଗ୍ରାମରେ ଦୁବାଇରେ ଫସିଥିବା ୨ ଜଣ ଓଡିଆ ଶ୍ରମିକ ଶୁକ୍ରବାର ଘରକୁ ଫେରିଛନ୍ତି। ସେମାନେ ହେଲେ ପ୍ରତାପ ମହାରଣା(୨୫) ଓ ଗୁମାନ ମହାରଣା(୪୦)। ପ୍ରତାପ ଓ ଗୁମାନ ସମ୍ପର୍କରେ ଦାଦା ପୁତୁରା…
ବିଲେଇ ଛୁଆକୁ ନେଇ ମାରପିଟ୍, ୫ କୋର୍ଟଚାଲାଣ
କୁକୁଡ଼ାଖଣ୍ଡି,୨୮ା୬(ଡି.ଏନ.ଏ.)-`ଆଙ୍କୁଶପୁର ସଦର ଥାନା ଦକ୍ଷିଣପୁର ପଞ୍ଚାୟତ କାଳୁଆ ମନ୍ଦିର ସାହିରେ ଗୋଟିଏ ବିଲେଇ ଛୁଆକୁ ନେଇ ଦୁଇ ପଡ଼ୋଶୀଙ୍କ ମଧ୍ୟରେ ମାରପିଟ୍ ହୋଇଥିଲା। ଉଭୟଙ୍କ ଅଭିଯୋଗ କ୍ରମେ ନଂ. ୧୬୦/୧୯ ଓ ୧୬୧/୧୯ରେ ମାମଲା ରୁଜୁ ହୋଇଛି। ଏହି ମାମଲାରେ ଉଭୟ…
ଟାଟା ପ୍ରକଳ୍ପରେ ଶ୍ରମିକ ଅଶାନ୍ତି: ଭଙ୍ଗାରୁଜା ନେଇ ମାମଲା ରୁଜୁ, ଉଭୟ ପକ୍ଷ ସହ ଆଲୋଚନା
ଛତ୍ରପୁର,୨୮ା୬(ଡି.ଏନ.ଏ.)- ଚମାଖଣ୍ଡି ଥାନା ଅଞ୍ଚଳରେ ଥିବା ଟାଟା ପ୍ରକଳ୍ପରେ ଶ୍ରମିକ ଅଶାନ୍ତି ଦେଖାଦେଇଛି ା ଟାଟା ଷ୍ଟିଲ୍ରେ ସ୍ଥାୟୀ ନିଯୁକ୍ତି ଦାବି ନେଇ ଠିକା କର୍ମଚାରୀ ତଥା ବିସ୍ଥାପିତମାନେ କାମ ବନ୍ଦ କରି ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଅନ୍ୟପକ୍ଷରେ ଗୁରୁବାର ରାତିରେ ଆନ୍ଦୋଳନକାରୀ…
ପିଲିବନ୍ଧ ଚତୁଃପାର୍ଶ୍ୱ ସଫେଇ କଲେ ସିପାହୀ
ଛତ୍ରପୁର,୨୮।୬(ଡି.ଏନ.ଏ.)- ଛତ୍ରପୁର ଅଷ୍ଟମ ବାଟାଲିୟନ ପକ୍ଷରୁ ପିଲିବନ୍ଧ ଚତୁଃପାର୍ଶ୍ୱକୁ ସଫେଇ କରାଯାଇଛି ା ବାଟାଲିୟନ୍ କମାଣ୍ଡାଣ୍ଟ ଉଦୟ କୁମାର ରଥଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ସିପାହୀ ଓ ସଂଘର କର୍ମକର୍ତ୍ତାମାନେ ସାମିଲ ଥିଲେ ା ପିଲିବନ୍ଧର ଚତୁଃପାର୍ଶ୍ୱରେ ଥିବା…
ପୁରୀକୁ ଆସୁଥିବା ଭକ୍ତ ଆମ ଅତିଥି: ମୁଖ୍ୟମନ୍ତ୍ରୀ
ପୁରୀ ଅଫିସ, ୨୮।୬: ମହାପ୍ରଭୁଙ୍କ ରଥଯାତ୍ରାକୁ ଭଲ ଭାବେ ପାଳନ କରିବା ଆମ ସମସ୍ତଙ୍କର ଦାୟିତ୍ୱ। ଏ ଦିଗରେ ସେବାୟତ ବନ୍ଧୁମାନେ ସବୁବେଳେ ସହଯୋଗ କରିଆସିଛନ୍ତି। ରଥଯାତ୍ରା ପାଇଁ ପୁରୀକୁ ଆସୁଥିବା ସବୁ ଭକ୍ତ ହେଉଛନ୍ତି ଆମର ଅତିଥି। ସେମାନେ ଯେପରି…
ବିଧାନସଭାରେ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପିତ
ଭୁବନେଶ୍ୱର.୨୮।୬(ବ୍ୟୁରୋ): ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଶୁକ୍ରବାର ୨୦୧୯-୨୦ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିଛନ୍ତି। ଏଥିରେ ବ୍ୟୟ ବରାଦ ରହିଛି ୧ଲକ୍ଷ ୩୯ ହଜାର କୋଟି ଟଙ୍କା। ଫୋନି ପ୍ରଭାବିତ ଅଞ୍ଚଳରେ ଅତିରିକ୍ତ ୫ ଲକ୍ଷ ପକ୍କା ଘର ନିର୍ମାଣ…
ବିଦ୍ୟୁତ୍ କାଟ୍କୁ ନେଇ ମନ୍ତ୍ରୀଙ୍କ ଉପରେ ବର୍ଷିଲେ ବିରୋଧୀ, ଶାସକ: ରଥଯାତ୍ରା ପୂର୍ବରୁ ପୁରୀକୁ ବିଦ୍ୟୁତ୍ ଯୋଗାଇଦେବାକୁ ମନ୍ତ୍ରୀଙ୍କ ପ୍ରତିଶ୍ରୁତି
ଭୁବନେଶ୍ୱର, ୨୮।୬(ବ୍ୟୁରୋ): ରାଜ୍ୟରେ ଘଣ୍ଟା ଘଣ୍ଟା ବିଦ୍ୟୁତ୍ କାଟ ହେଉଛି। ସାମାନ୍ୟ ପବନ ହେଲେ ମଧ୍ୟ ଗାଁ ଗଣ୍ଡାରେ ୨/୩ଘଣ୍ଟା ଯାଏ ବିଦ୍ୟୁତ୍ ଉଭାନ ହୋଇଯାଉଛି। ବାତ୍ୟା ଫନୀରେ ଖୋର୍ଦ୍ଧା ପୁରୀ ଜିଲାରେ ବିଦ୍ୟୁତ୍ ଭିତ୍ତିଭୂମି ଉଜୁଡି ଯାଇଛି। ମାସେ ୨୫…
ଗତ ୫ ବର୍ଷରେ ପଛୁଆବର୍ଗଙ୍କ ଆତ୍ମନିଯୁକ୍ତି ପାଇଁ ଟଙ୍କାଟିଏ ଋଣ ଦେଇନି ଓଡ଼ିଶା ପଛୁଆ ବର୍ଗ ଅର୍ଥ ସମବାୟ ନିଗମ
ଭୁବନେଶ୍ୱର, ୨୮।୬(ବ୍ୟୁରୋ): ଗତ ୫ ବର୍ଷ ମଧ୍ୟରେ ଆତ୍ମନିଯୁକ୍ତି ପାଇଁ ଏସସି, ଏସ୍ଟି, ସଂଖାଲଘୁ ଏବଂ ପଛୁଆବର୍ଗ ଯୁବତୀଯୁବକଙ୍କୁ ଓଡ଼ିଶା ପଛୁଆ ବର୍ଗ ଅର୍ଥ ଓ ଉନ୍ନୟନ ସମବାୟ ନିଗମ ଋଣ ଦେଇନାହିଁ। ଜାତୀୟ ପଛୁଆ ବର୍ଗ ଅର୍ଥ ଉନ୍ନୟନ ନିଗମ,…
Archives


