ରାଜଧାନୀ ପାଣି ପାଣି
ଭୁବନେଶ୍ୱର,୨୪।୮ (ବ୍ୟୁରୋ): ଶୁକ୍ରବାର ଦେଢ଼ଘଣ୍ଟାର ବର୍ଷା ସ୍ମାର୍ଟସିଟିର ଜନଜୀବନକୁ ପୂରା ଅସ୍ତବ୍ୟସ୍ତ କରିଦେଇଥିଲା। ଜନପଥ, ଜାତୀୟ ରାଜପଥଠାରୁ ଆରମ୍ଭ କରି ଚନ୍ଦ୍ରଶେଖରପୁର, ପୁରୁଣା ଭୁବନେଶ୍ୱର, ଇସ୍କନ ମନ୍ଦିର ଅଞ୍ଚଳ, ବେହେରାସାହି, ରସୁଲଗଡ଼, କଟକ ରୋଡ୍, ମାଉସୀମା ଛକ, ୟୁନିଟ-୮ ଅଞ୍ଚଳ, ବମିଖାଲ,…
ଛାତ୍ର ସଂସଦ ନିର୍ବାଚନ ବାତିଲ ପ୍ରସଙ୍ଗ: ତେଜିଲା ଛାତ୍ର ଅସନ୍ତୋଷ
ଭୁବନେଶ୍ୱର,୨୪।୮(ବ୍ୟୁରୋ): ଚଳିତବର୍ଷ ସରକାରୀ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟରେ ଛାତ୍ରସଂସଦ ନିର୍ବାଚନ ହେବନାହିଁ। କେବଳ ଛାତ୍ର ନେତା ଚୟନ କରାଯିବ ବୋଲି ରାଜ୍ୟ ସରକାର ଗୁରୁବାର ଏକ ବିଜ୍ଞପ୍ତି ପ୍ରକାଶ କରିଥିଲେ। ଏହାକୁ ନେଇ ଛାତ୍ର ଅସନ୍ତୋଷ ତେଜିଛି। ଶୁକ୍ରବାର ଏବିଭିପି ପକ୍ଷରୁ…
ଡଗରପଡ଼ା ବୋମାମାଡ଼ ଘଟଣା: ଧଳସାମନ୍ତ ଭ୍ରାତାଙ୍କ ସହଯୋଗୀ ସମେତ ୩ ଗିରଫ
କଟକ ଅଫିସ, ୨୪।୮: ଡଗରପଡ଼ା ବୋମାମାଡ଼ ଘଟଣାରେ ୩ଜଣଙ୍କୁ ଗିରଫ କରିଛି ଲାଲବାଗ ଥାନା ପୋଲିସ। ଶୁକ୍ରବାର ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି। ଗିରଫ ଅଭିଯୁକ୍ତମାନେ ହେଲେ ଧଳସାମନ୍ତ ଭ୍ରାତାଙ୍କ ସହଯୋଗୀ ଡଗରପଡ଼ା ଭୁତିଆସାହିର ପ୍ରକାଶ ବେହେରା ଓରଫ ହାଡ଼ିଆ (୪୫),…
ଗ୍ରାହକଙ୍କୁ ଲୁଟୁଛନ୍ତି ଖୁଚୁରା ବ୍ୟବସାୟୀ
ଭୁବନେଶ୍ୱର, ୨୪।୮(ବ୍ୟୁରୋ): ରାଜ୍ୟରେ ପିଆଜ ଦର ବଢ଼ିଚାଲିଛି। ଗତ ଦୁଇ ସପ୍ତାହ ମଧ୍ୟରେ ପିଆଜ କିଲୋରେ ୧୦ରୁ ୧୫ ଟଙ୍କା ବୃଦ୍ଧି ହେଲାଣି। ଆଗକୁ ଦର ଆହୁରି ଆକାଶଛୁଆଁ ହେବା ନେଇ ଆଶଙ୍କା ପ୍ରକାଶ ପାଇଛି। ଗୋଦାମରେ ପିଆଜ କୁଇଣ୍ଟାଲ ୨୫୦୦…
କୁସୁମୀ ବଦଳରେ ମହାନଦୀ ଜଳ ପାଇଁ ଦାବି :ସମସ୍ୟା ସମାଧନ ନ ହେଲେ ଆନ୍ଦୋଳନ
ଖଣ୍ଡପଡା,୨୪।୮(ସ୍ବ.ପ୍ର.)-ମହାନଦୀ ଜଳକୁ ବିଶୋଧନ କରାଯାଇ ନୟାଗଡ ଅଞ୍ଚଳକୁ ଯୋଗାଣ ହେଉଥିବା ବେଳେ ଖଣ୍ଡପଡାବାସୀଙ୍କୁ କୁସୁମୀ ନଦୀର ଗୋଳିଆ ଦୂଷିତପାଣି ଯୋଗାଯାଉଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି । କୁସୁମୀ ବଦଳରେ ମହାନଦୀ ଜଳକୁ ବିଶୋଧନ କରାଯାଇ ଯୋଗାଣ ପାଇଁ ଦାବି ହେଉଛି। ଆଗାମୀ…
ନୀଳାଚଳ ଇସ୍ପାତ କାରଖାନା ଘରୋଇକରଣକୁ ବିରୋଧ: ମୁଖ୍ୟ ଫାଟକ ସମ୍ମୁଖରେ ଶାନ୍ତିପୂର୍ଣ୍ଣ ଧାରଣା
ଡୁବୁରୀ,୨୪।୮(ଡି.ଏନ୍.ଏ.)- କଳିଙ୍ଗନଗରସ୍ଥିତ ଏକ ମାତ୍ର ରାଷ୍ଟ୍ରାୟତ୍ତ ଉଦ୍ୟୋଗ ନୀଳାଚଳ ଇସ୍ପାତ କାରଖାନାକୁ ଘରୋଇକରଣ ଉଦ୍ୟମକୁ ନୀଳାଚଳ ବଞ୍ଚାଓ ସମିତି ବିରୋଧ କରିଛି। ଏହାର ପ୍ରତିବାଦରେ ଶୁକ୍ରବାର କାରଖାନାର କର୍ମଚାରୀ ଓ ଠିକା ଶ୍ରମିକମାନେ କାରଖାନା ମୁଖ୍ୟ ଫାଟକ ସମ୍ମୁଖରେ ଶାନ୍ତିପୂର୍ଣ୍ଣ ଧାରଣା…
ଭିସା କାରଖାନାରେ ଶ୍ରମିକ ଛଟେଇ ନୋଟିସ୍
କଳିଙ୍ଗନଗର,୨୪।୮(ଡି.ଏନ.ଏ)- କଳିଙ୍ଗନଗରସ୍ଥିତ ଭିସା କାରଖାରେ ଠିକା ଶ୍ରମିକଙ୍କୁ ଛଟେଇ ପାଇଁ ଶୁକ୍ରବାର କାରଖାନା କର୍ତ୍ତୃପକ୍ଷ କାରଖାନା ମୁଖ୍ୟ ଫାଟକରେ ନୋଟିସ କରିଛନ୍ତି। ଗତ ଦୁଇ ବର୍ଷ ହେବ କାରଖାନାର ରୋଲିଂ ମିଲ୍, ବ୍ଲାଷ୍ଟ ଫର୍ନେସ୍, ଏସ୍ଏମ୍ଏସ୍ ସାଇଡ୍ ବନ୍ଦ ଥିବାବେଳେ ଶୁକ୍ରବାର…
ଟାଟା ଷ୍ଟିଲର ଭ୍ରାମ୍ୟମାଣ ମେଡିକାଲ ୟୁନିଟ କ୍ରିୟାଶୀଳ
ଡୁବୁରୀ,୨୪।୮(ଡି.ଏନ୍.ଏ.)- ସୁକିନ୍ଦା ଓ ଦାନଗଦୀ ବ୍ଲକ ଆଦିବାସୀ ତଥା ଦୁର୍ଗମ ଅଞ୍ଚଳର ଲୋକଙ୍କୁ ଉପଯୁକ୍ତ ସ୍ବାସ୍ଥ୍ୟସେବା ପ୍ରଦାନ ଲକ୍ଷ୍ୟରେ ଟାଟାଷ୍ଟିଲ୍ କଳିଙ୍ଗନଗର ପକ୍ଷରୁ ୨୦୧୩ରୁ ଆରମ୍ଭ କରାଯାଇଥିବା ଭ୍ରାମ୍ୟମାଣ ମେଡିକାଲ ୟୁନିଟକୁ ଅଧିକ କ୍ରିୟାଶୀଳ କରାଯାଇଛି। ଫଳରେ ୭ଟି ମେଡିକାଲ ଟିମ୍…
ଅକଥନୀୟ ଅତ୍ୟାଚାରର ସାକ୍ଷୀ ବ୍ରିଟିଶ କୋଠି
ଏରସମା,୨୪।୮(ସ୍ବ.ପ୍ର.): ରାଜ୍ୟ ସରକାରଙ୍କ ସଂସ୍କୃତି ବିଭାଗ ଦ୍ୱାରା ଲକ୍ଷାଧିକ ଟଙ୍କା ବ୍ୟୟ କରାଯାଇ ବିଭିନ୍ନ ସ୍ଥାନରେ ଥିବା ଐତିହାସିକ ସ୍ମୃତିସ୍ଥମ୍ଭ, ପୀଠସ୍ଥଳୀ ଓ ରାଜପ୍ରାସାଦ ଆଦିର ପୁନରୁଦ୍ଧାର କରାଯାଉଛି। ମାତ୍ର ଜଗତ୍ସିଂହପୁର ଜିଲା ଏରସମା ବ୍ଲକରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି।…
ଶୁଣିଲେନି ନେତା, ପ୍ରଶାସକ: ରାସ୍ତା ମରାମତି କଲେ ଗ୍ରାମବାସୀ
ଖଇରା, ୨୪।୮(ଡି.ଏନ.ଏ.)-ରାସ୍ତା ମରାମତି ପାଇଁ ବାରମ୍ବାର ସ୍ଥାନୀୟ ନେତାଠାରୁ ଆରମ୍ଭ କରି ପ୍ରଶାସନ ପର୍ଯ୍ୟନ୍ତ ନିବେଦନ କଲେ ମଧ୍ୟ କୌଣସି ସୁଫଳ ମିଳିଲାନି। ଶେଷରେ ସରକାରଙ୍କ ସହାୟତାକୁ ଅପେକ୍ଷା ନ କରି ଖଇରା ବ୍ଲକ ଶ୍ୟାମସୁନ୍ଦରପୁର ପଞ୍ଚାୟତ ଅଧିନ ମାଟିଆଳପଦା ଗ୍ରାମବାସୀ…
କୂଳ ଖାଉଛି ବୁଢ଼ାବଳଙ୍ଗ :ଆତଙ୍କିତ ଅବସ୍ଥାରେ ୧୫ ପରିବାର
ବାଲେଶ୍ୱର ଅଫିସ, ୨୪।୮(ମାନସ ବିଶ୍ୱାଳ) -ବାଲେଶ୍ୱର ଜିଲା ରେମୁଣା ବ୍ଲକ ଅନ୍ତର୍ଗତ ଦହପଡ଼ା ପଞ୍ଚାୟତ ଦହପଡ଼ା ଗ୍ରାମ ଦେଇ ପ୍ରବାହିତ ହୋଇଥିବା ବୁଢ଼ାବଳଙ୍ଗ ନଦୀ କୂଳ ଖାଇବାରେ ଲାଗିଛି। ବହୁ ସ୍ଥାନରେ ମାଟି ଅତଡ଼ା, ଗର୍ତ୍ତ ହୋଇ ନଦୀକୂଳରେ ଥିବା ବଡ଼…
ତେଣ୍ଡା ଗାଁରେ ବିକାଶ ଅପହଞ୍ଚ
କପ୍ତିପଦା,୨୪ା୮(ଡି.ଏନ୍.ଏ.)- କପ୍ତିପଦା ବ୍ଲକ୍ର ଆଦିବାସୀ ଅଧ୍ୟୁଷିତ କଳମଗଡ଼ିଆ ପଞ୍ଚାୟତ ଅନ୍ତର୍ଗତ ତେଣ୍ଡା ଗ୍ରାମ ଅପହଞ୍ଚ ଇଲାକା ପାଲଟିଛି। ପ୍ରଶାସନ କିମ୍ବା ରାଜନେତାଙ୍କ ପାଦ ପଡୁ ନ ଥିବା ଏହି ଗାଁକୁ ମୟୂରଭଞ୍ଜର କଳାପାଣି କୁହାଯାଉଛି। ଭୌଗୋଳିକ ଦୃଷ୍ଟିକୋଣରୁ ଗାଁର ପୂର୍ବରେ ଥିବା…

