ଆଜି ବିଶ୍ୱ ପିତୃ ଦିବସ: ବଦଳିଯାଉଛି ପିତା ଧର୍ମ ପିତା ସ୍ବର୍ଗର ପରିଭାଷା, ପରିବାର ଥିଲେ ମଧ୍ୟ ସେମାନେ ଅବହେଳିତ
ଖଣ୍ଡପଡା,୧୬ା୬ – ବାପାମାନଙ୍କୁ ସମ୍ମାନ ଜଣାଇବା ପାଇଁ ପ୍ରତିବର୍ଷ ଜୁନ ମାସର ତୃତୀୟ ରବିବାରକୁ ପିତୃଦିବସ ଭାବେ ପାଳନ କରାଯାଉଛି। ହାତ ଧରି ଯିଏ ଚାଲିବା ଶିଖାଏ, ସମ୍ବଳ ନ ଥାଇ ମୁଣ୍ଡଝାଳ ତୁଣ୍ଡରେ ମାରି ଯିଏ ପିଲାର ଭବିଷ୍ୟତ ପାଇଁ…
ଓଡ଼ିଶାର ୩ ରାଜ୍ୟ ସଭା ଆସନ ପାଇଁ ବାଜିଲା ବିଗୁଲ୍
ଭୁବନେଶ୍ୱର, ୧୬।୬(ବ୍ୟୁରୋ): ଓଡ଼ିଶାର ଖାଲିପଡ଼ିିଥିବା ୩ଟି ରାଜ୍ୟ ସଭା ଆସନରେ ନିର୍ବାଚନ ପାଇଁ ଭାରତୀୟ ନିର୍ବାଚନ କମିଶନ ଶନିବାର ବିଜ୍ଞପ୍ତି ଜାରି କରି ସୂଚନା ଦେଇଛନ୍ତି। ନିର୍ବାଚନ ପାଇଁ ଆସନ୍ତା ୧୮ରେ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ପ୍ରାର୍ଥୀମାନେ ନାମାଙ୍କନ…
ମହାନଦୀରେ ବୁଡି ଯାଉଥିଲେ ଝିଅ,ଉଦ୍ଧାର କରିବାକୁ ଯାଇ ବାପା ମୃତ
ଖଣ୍ଡପଡା,୧୬ା୬(ସ୍ବ.ପ୍ର.)-ମହାନଦୀରେ ଗାଧୋଉଥିବାବେଳେ ଝିଅ ବୁଡି ଯାଉଥିବା ଦେଖି ଉଦ୍ଧାର କରିବା ପାଇଁ ପାଣିକୁ ଡେଇଁ ପଡିଥିଲେ ବାପା। ହେଲେ ଝିଅ କୂଳକୁ ଫେରି ଆସିଥିବାବେଳେ ପାଣିରେ ବୁଡି ପ୍ରାଣ ହରାଇଛନ୍ତି ବାପା। ଏଭଳି ଦୁଃଖଦ ଘଟଣା ଘଟିଛି ଶନିବାର ନୟାଗଡ ଜିଲା…
ପଙ୍କପାଳରେ ମାଙ୍କଡ଼ ଆତଙ୍କ: ଭୟରେ ହନୁମାନଙ୍କ ପୂଜା କଲେ ଗ୍ରାମବାସୀ
କୁଜଙ୍ଗ,୧୬ା୬(ସ୍ବ.ପ୍ର.): ଦୀର୍ଘ ଏକ ମାସ ହେଲା ପଙ୍କପାଳରେ ଆତଙ୍କ ସୃଷ୍ଟି କରିଥିବା ଏକ ମାଙ୍କଡ଼କୁ ନେଇ ସ୍ଥାନୀୟ ଲୋକଙ୍କ ଚିନ୍ତା ବଢିବାରେ ଲାଗିଛି। ଇତିମଧ୍ୟରେ ମାଙ୍କଡ଼ ଆକ୍ରମଣରେ ୨୧ରୁ ଊର୍ଦ୍ଧ୍ୱ ଲୋକ ଆହତ ହେଲେଣି। ସବୁ ପ୍ରକାର ଉଦ୍ୟମ ସତ୍ତ୍ୱେ ବନ…
ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ବୋମାମାଡ଼
ପୁରୀ ଅଫିସ,୧୫।୬: ପୁରୀ ଜିଲା ବାସେଳି ସାହି ଥାନା ଅଧୀନ ପଣାପିଆ ଲେନ୍ରେ ଶନିବାର ଅପରାହ୍ନରେ ଜଣେ ଯୁବକଙ୍କୁ ବୋମାମାଡ଼ ହୋଇଛି। ସେ ହେଲେ ଶିବରାମ ପାତ୍ର(୨୨)। ଗୁରୁତର ଅବସ୍ଥାରେ ତାଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ପୂର୍ବ ଶତ୍ରୁତାକୁ…
ଧୂଳିଝଡ଼ ସହ ବର୍ଷା: ୯ ଜିଲାକୁ ସତର୍କ ସୂଚନା
ଭୁବନେଶ୍ୱର, ୧୫।୬(ବ୍ୟୁରୋ): ରାଜ୍ୟର ୯ ଜିଲାରେ ଶନିବାର ଧୂଳିଝଡ଼ ସହ ବର୍ଷା ହେବାର ସମ୍ଭାବନା ରହିଛି। ଏ ନେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଉକ୍ତ ଜିଲାଗୁଡ଼ିକ ହେଲା ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, କେନ୍ଦୁଝର,…
ଭଡ଼ାଘରୁ ଯୁବକଙ୍କ ଗଳିତ ଝୁଲନ୍ତା ମୃତଦେହ ଉଦ୍ଧାର
ଭୁବନେଶ୍ୱର, ୧୫।୬(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରର ଚନ୍ଦ୍ରଶେଖରପୁର ଥାନା ଅନ୍ତର୍ଗତ ଶ୍ରୀବିହାରସ୍ଥିତ ଏକ ଭଡ଼ାଘରୁ ଝୁଲନ୍ତା ଅବସ୍ଥାରେ ପୋଲିସ ଏକ ଗଳିତ ମୃତଦେହ ଉଦ୍ଧାର କରିଛି। ମୃତକ ହେଲେ ନିଆଳି ଚାରିଛକ ଅଞ୍ଚଳର ବିଭୁପ୍ରସାଦ ମହାରଣା(୨୮)। ସୂଚନାଯୋଗ୍ୟ, ବିଭୁପ୍ରସାଦ ୨ ବର୍ଷ ହେବ…
ନାହାସୋଲ ଜଙ୍ଗଲରୁ ନବଜାତ ଶିଶୁପୁତ୍ର ଉଦ୍ଧାର
ବାରିପଦା ଅଫିସ,୧୫।୬: ମୟୂରଭଞ୍ଜ ଜିଲା ବେତନଟୀ ଥାନା ଅଧୀନ ସୁରେଇଡିହି ପଞ୍ଚାୟତ ନାହାସୋଲ ଜଙ୍ଗଲରୁ ଶନିବାର ସକାଳେ ଏକ ନବଜାତ ଶିଶୁପୁତ୍ର ଉଦ୍ଧାର ହୋଇଛି। ଶିଶୁର ସ୍ବାସ୍ଥ୍ୟାବସ୍ଥା ଠିକ୍ ନ ଥିବାରୁ ତାକୁ ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜର…
ଏସ୍ସିବିରେ ଶଢୁଛି ମୃତଦେହ
କଟକ ଅଫିସ, ୧୫ା୬: ୬ ମାସ ହେବ ଏସ୍ସିବି ଶବଗୃହରେ ମୃତଦେହ ଶଢୁଛି। ଶବଗୃହରେ ଥିବା ୬ଟିଯାକ ଫ୍ରିଜର ଏକସଙ୍ଗେ ଅଚଳ ହୋଇପଡ଼ିବାରୁ ଏଭଳି ପରିସ୍ଥିତି ଉପୁଜିଛି। ତେବେ ଏହି ଫ୍ରିଜର ଅଚଳ ହେବା ପଛରେ ଯେଉଁ ସବୁ କାରଣ ରହିଛି,…
ବେଆଇନ ରେଲଓ୍ବେ ଇ-ଟିକେଟ ବିକ୍ରି, ୩ ଗିରଫ
କଟକ ରୋଡ,୧୫ା୬(ଡି.ଏନ୍.ଏ.): ବେଆଇନ ଭାବେ ରେଳବାଇ ସଂରକ୍ଷିତ ଟିକଟ ବିକ୍ରି ଅଭିଯୋଗରେ ଭୁବନେଶ୍ୱର ଆରପିଏଫ (ରେଲଓ୍ବେ ପ୍ରୋଟେକ୍ସନ ଫୋର୍ସ) ଶୁକ୍ରବାର ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନେ ହେଲେ କ୍ୟାପିଟାଲ ଥାନା ଅଧୀନ ଅଶୋକନଗର ଅଞ୍ଚଳର ଆଭାସ…
ମାଓବାଦୀଙ୍କ ଗୁଳିରେ ପୋଲିଂ କର୍ମଚାରୀଙ୍କ ମୃତ୍ୟୁ ମାମଲା: ଏନ୍ଏଚ୍ଆର୍ସିଙ୍କୁ ରିପୋର୍ଟ ଦେଲେ କନ୍ଧମାଳ ଏସ୍ପି
ଭୁବନେଶ୍ୱର,୧୫ା୬(ବ୍ୟୁରୋ): ୨୦୧୯ ନିର୍ବାଚନ ପରିଚାଳନା ପାଇଁ ବୁଥ୍କୁ ଯାଉଥିବାବେଳେ ମାଓବାଦୀଙ୍କ ଗୁଳିରେ କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଲକ ଲୁଇସିଂ ପଞ୍ଚାୟତର ଜିଆର୍ଏସ୍ ସଂଯୁକ୍ତା ଦିଗାଲଙ୍କ ମୃତ୍ୟୁ ଘଟିଥିଲା। ସଂଯୁକ୍ତାଙ୍କ ପରିବାରକୁ ୨୦ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ ସହ ପରିବାରର ଜଣଙ୍କୁ ଚାକିରି…
ବ୍ୟାଙ୍କ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ୩୫ ଲକ୍ଷ ଲୁଟ୍
ବାଲିଅନ୍ତା,୧୫ା୬(ଡି.ଏନ୍.ଏ.): ବାଲିଅନ୍ତା ଥାନା ପାହଳ ଫାଣ୍ଡି ଅଧୀନ ଫୁଲନଖରା-ନିଆଳୀ ମାଧବ ରାସ୍ତାର ନଖରାସ୍ଥିତ ଖାରବେଳ ଇଷ୍ଟେଟର ଏକ ନିଛାଟିଆ ସ୍ଥାନରୁ ଶୁକ୍ରବାର ଅପରାହ୍ନରେ ବଡଧରଣର ଡକାୟତି ହୋଇଛି। ୫ରୁ ୬ଜଣ ଦୁର୍ବୃତ୍ତ ବନ୍ଧୁକ ଦେଖାଇ ୨ ବ୍ୟାଙ୍କ କର୍ମଚାରୀଙ୍କଠାରୁ ପ୍ରାୟ ୩୫ଲକ୍ଷ…
Archives


