ରାଜ୍ୟ

ରାଜ୍ୟ ସଭା ଉପନିର୍ବାଚନ: ଅଶ୍ୱିନୀ, ଅମର ଓ ସସ୍ମିତ୍‌ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ

ଭୁବନେଶ୍ୱର, ୨୯ା୬(ବ୍ୟୁରୋ): ରାଜ୍ୟ ସଭାକୁ ଓଡ଼ିଶାର ୩ ଆସନ ପାଇଁ ସସ୍ମିତ ପାତ୍ର, ଅମର ପଟ୍ଟନାୟକ ଏବଂ ଅଶ୍ୱିନୀ ବୈଷ୍ଣବ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ବିଜେଡି ସସ୍ମିତ ଏବଂ ଅମରଙ୍କୁ ପ୍ରାର୍ଥୀ କରିଥିବା ବେଳେ ଗୋଟିଏ ଆସନରେ ଭାଜପାକୁ ସମର୍ଥନ କରିଥିଲା।…

ମନୋଜ ଜେନା ହତ୍ୟା ମାମଲା: ମୁଖ୍ୟ ଅଭିଯୁକ୍ତ ଭାଲୁ ଗିରଫ

ବ୍ରହ୍ମପୁର ଅଫିସ,୨୯ା୬: ଆସିକା ବିଧାନସଭା ଆସନର କଂଗ୍ରେସ ପ୍ରାର୍ଥୀ ତଥା ମଦ ବ୍ୟବସାୟୀ ମନୋଜ ଜେନାଙ୍କୁ ଗୁଳିକରି ହତ୍ୟା ଘଟଣାରେ ବ୍ରହ୍ମପୁର ପୋଲିସ ଶୁକ୍ରବାର ମୁଖ୍ୟ ଅଭିଯୁକ୍ତଙ୍କୁ ଭୁବନେଶ୍ୱରରୁ ଗିରଫ କରିଛି ା ସେ ହେଲେ ଆସିକାର ଭାଲୁ ଓରଫ ଭଗବାନ…

ରାଜ୍ୟବାସୀଙ୍କ ଆଶା ଅନୁଯାୟୀ ବଜେଟ: ନବୀନ

ଭୁବନେଶ୍ୱର, ୨୯ା୬ (ବ୍ୟୁରୋ): ୨୦୧୯-୨୦ ବଜେଟ୍‌ ଉପସ୍ଥାପନା ପରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ରାଜ୍ୟବାସୀଙ୍କ ଆଶା ଯାହା ଥିଲା, ତାହା ବଜେଟ୍‌ରେ ପ୍ରତିଫଳିତ ହୋଇଛି। ବଜେଟ୍‌ରେ କାଳିଆ ଯୋଜନାକୁ ବଢାଯିବା ସହ ସମସ୍ତ ଯୋଗ୍ୟ ଚାଷୀଙ୍କୁ ଏଥିରେ ସାମିଲ କରାଯାଇଛି। ମହିଳାଙ୍କ ସ୍ବାସ୍ଥ୍ୟ…

୩୦ ମିନିଟରେ ସରିଲା ରଥଯାତ୍ରା ସମୀକ୍ଷା ବୈଠକ: ରଥଯାତ୍ରା ପାଇଁ ୩ଦିନ ନିଃଶୁଳ୍କ ରହିବ ଟୋଲ୍‌ ଗେଟ୍‌

ପୁରୀ ଅଫିସ, ୨୯ା୬: ରଥଯାତ୍ରା ଦେଖିବା ପାଇଁ ପୁରୀକୁ ଲକ୍ଷ ଲକ୍ଷ ଭକ୍ତ ଆସିବେ। ଶ୍ରଦ୍ଧାଳୁମାନଙ୍କ ଶୃଙ୍ଖଳିତ ଦର୍ଶନ, ସୁରକ୍ଷା, ରହଣି ଓ ଯାତାୟାତ ଉପରେ ଗୁରୁତ୍ୱ ଦେଉଛନ୍ତି ସରକାର। ରଥଯାତ୍ରା ସମୟରେ ପୁରୀ-ଭୁବନେଶ୍ୱର ଜାତୀୟ ରାଜପଥର ପିପିଲିଠାରେ ଥିବା ଟୋଲ…

ବାର୍‌କୋଟରୁ କଲରାପତରିଆ ବାଘଛାଲ ଜବତ ଘଟଣା: ର଼୍ୟାକେଟର ଆଉ ୪ଜଣଙ୍କୁ ଗିରଫ କଲା ଏସ୍‌ଟିଏଫ୍‌

ଭୁବନେଶ୍ୱର, ୨୯ା୬(ବ୍ୟୁରୋ): ଦେବଗଡ଼ ଜିଲା ବାର୍‌କୋଟ ଅଞ୍ଚଳରେ କଲରାପତରିଆ ବାଘଛାଲ ଚୋରା ଚାଲାଣ ର଼୍ୟାକେଟରେ ସମ୍ପୃକ୍ତ ଥିବା ଅଭିଯୋଗରେ ଆଉ ୪ଜଣଙ୍କୁ ଗିରଫ କରିଛି କ୍ରାଇମ୍‌ବ୍ରାଞ୍ଚର ସ୍ପେଶାଲ ଟାସ୍କଫୋର୍ସ (ଏସ୍‌ଟିଏଫ୍‌)। ସେମାନେ ହେଲେ କେନ୍ଦୁଝର ଜିଲା ନୟାକୋଟ ଅଞ୍ଚଳର କାଳୀୟ ଚରଣ…

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସମ୍ବର୍ଦ୍ଧିତ କଲା ପାଇକ ସଙ୍ଗଠନ

ଭୁବନେଶ୍ୱର, ୨୯ା୬(ବ୍ୟୁରୋ): ପୂର୍ବ ଭାରତ ସମୃଦ୍ଧ ହେଲେ ଭାରତ ସମୃଦ୍ଧ ହେବ। ହେଲେ ଓଡିଶାର ନେତୃତ୍ୱ ବିନା ପୂର୍ବ ଭାରତ ସମୃଦ୍ଧଶାଳୀ ହୋଇପାରିବ ନାହିଁ। ପୂର୍ବରୁ ଯେମିତି କଳିଙ୍ଗ ଯୁଦ୍ଧ ଓ ପାଇକ ବିଦ୍ରୋହର ନେତୃତ୍ୱ ଓଡ଼ିଶା ନେଇଥିଲା, ଏବେ ସମୃଦ୍ଧ…

ଉଦ୍‌ଘାଟନର ୫ ମାସ ପରେ ଅଲୋଡ଼ା:ଅରିଲ: ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ତାଲା

ବାରଙ୍ଗ,୨୯ା୬(ଡି.ଏନ୍‌.ଏ.): ରାମଦାସପୁର ଅରିଲଠାରେ ଚଳିତବର୍ଷ ପ୍ରଥମକରି ଆରମ୍ଭ ହୋଇଥିବା ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ତାଲା ପଡିଥିବା ଦେଖିବାକୁ ମିଳିଛି। ବିଦ୍ୟାଳୟ ଉଦ୍‌ଘାଟନକୁ ୫ମାସ ବିତିଯାଇଥିଲେ ମଧ୍ୟ ଖୋଲି ପାରିନାହିଁ। ଫଳରେ ପିଲାମାନେ ଏହି ବିଦ୍ୟାଳୟରେ ନାମ ଲେଖାଇ ନିକଟସ୍ଥ ଗୋଡିସାହି ବିଦ୍ୟାଳୟରେ…

ଡ୍ରାଇଭରଙ୍କୁ ମାଡ଼ ମାରିି ଟାଟା ମ୍ୟାଜିକ୍‌ ଲୁଟ୍‌ ଘଟଣା: ୧୪ ମାସ ପରେ ଗାଡ଼ି ଜବତ, ୨ ଗିରଫ

ବାଲିଅନ୍ତା,୨୯ା୬(ଡି.ଏନ୍‌.ଏ.): ୧୪ମାସ ତଳେ ବାଲିଅନ୍ତା ଥାନା ପାହାଳ ଫାଣ୍ଡି ଅଧୀନ ଅନନ୍ତପୁରସ୍ଥିତ ଏକ ମଦ ଦୋକାନ ସମ୍ମୁଖରୁ ଜଣେ ଡ୍ରାଇଭରଙ୍କୁ ଲୁହାରଡରେ ମାଡ଼ମାରି ଟାଟା ମ୍ୟାଜିକ ଲୁଟ ଘଟଣାର ପର୍ଦ୍ଦାଫାଶ କରିଛି ବାଲିଅନ୍ତା ପୋଲିସ। ଘଟଣାରେ ସମ୍ପୃକ୍ତି ଥିବା ଦୁଇଜଣଙ୍କୁ ପୋଲିସ…

ବ୍ୟାଙ୍କରୁ ଚୋରି ଉଦ୍ୟମ: ଜଣେ ଅଟକ: ଗ୍ରୀଲ୍‌ ତାଡ଼ିଲେ, ତାଲା ଭାଙ୍ଗି ପଶିଲେ

କଟକ ଅଫିସ, ୨୯ା୬: ମଙ୍ଗଳାବାଗ ଥାନା ଠାରୁ ମାତ୍ର ୫୦୦ ମିଟର ଦୁର ଗୋପାଳସାହି ଅଞ୍ଚଳରେ ଥିବା ଭାରତୀୟ ଷ୍ଟେଟ୍‌ବ୍ୟାଙ୍କରୁ ଚୋରି ଉଦ୍ୟମ ହୋଇଥିବା ଶୁକ୍ରବାର ଅଭିଯୋଗ ହୋଇଛି। ଗୁରୁବାର ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ବ୍ୟାଙ୍କର ଗ୍ରୀଲ୍‌ ତାଡିଥିଲେ। ଏହାପରେ ସେଠାରେ…

୨ଦିନ ବିଧାନସଭା ଛୁଟି

ଭୁବନେଶ୍ୱର,୨୯।୬(ବ୍ୟୁରୋ): ଶନିବାର ଓ ରବିବାର ଦୁଇଦିନ ବିଧାନସଭା ବନ୍ଦ ରହିବ। ଶୁକ୍ରବାର ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ବିଧାନସଭାରେ ଏହି ଘୋଷଣା କରିଥିଲେ। ପୂର୍ବ ନିର୍ଦ୍ଧାରୀତ କାର୍ଯ୍ୟ ସୂଚୀ ଅନୁଯାୟୀ ଶନିବାର ସରକାରୀ କାର୍ଯ୍ୟଦିବସ ଥିଲା। ତେବେ ବିଧାନସଭା କାର୍ଯ୍ୟ ପରାମର୍ଶ…

ମା’ ମଙ୍ଗଳାଙ୍କ ମନ୍ଦିର ହୁଣ୍ଡି ଖୋଲିଲା: ୯ଲକ୍ଷ ୬୮ହଜାର ୨୪୬ଟଙ୍କା ମିଳିଲା

କାକଟପୁର,୨୯ା୬(ଡି.ଏନ୍‌.ଏ.): କାକଟପୁରସ୍ଥିତ ମା’ ମଙ୍ଗଳାଙ୍କ ମନ୍ଦିରରେ ଥିବା ଦାନହୁଣ୍ଡିକୁ ମନ୍ଦିର ଟ୍ରଷ୍ଟି ତଥା କାକଟପୁର ତହସିଲଦାର ରୋଜିନା ଦାସଙ୍କ ତତ୍ତ୍ୱାବଧାନରେ ମନ୍ଦିର କାର୍ଯ୍ୟାଳୟ ମଧ୍ୟରେ ଶୁକ୍ରବାର ଖୋଲାଯାଇଥିଲା। ହୁଣ୍ଡିରୁ ୯ଲକ୍ଷ ୬୮ହଜାର ୨୪୬ ଟଙ୍କା ବାହାରିଥିଲା। ସମସ୍ତ ଟଙ୍କାକୁ ସ୍ଥାନୀୟ ଏକ…

ଦିବ୍ୟାଙ୍ଗ ଛାତ୍ରଙ୍କ ଭବିଷ୍ୟତ ଅନ୍ଧାର

ଭୁବନେଶ୍ୱର,୨୯ା୬(ବ୍ୟୁରୋ): କାଉନସିଲ ଅଫ୍‌ ହାୟର ସେକେଣ୍ଡାରି ଏଜୁକେଶନ (ସିଏଚ୍‌ଏସ୍‌ଇ) କର୍ତ୍ତୃପକ୍ଷଙ୍କ ଭୁଲ ପାଇଁ ଅନେକ ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ଅନ୍ଧକାରମୟ ହୋଇଯାଇଥିବାର ନଜିର ରହିଛି। ଏବେ ପୁଣି ଜଣେ ଛାତ୍ରଙ୍କ ଭବିଷ୍ୟତ ଅନ୍ଧାର ଆଡ଼କୁ ଠେଲିହୋଇଯିବାକୁ ବସିଛି। ଅଭିଯୋଗ ଜଣାଇବାକୁ ଯାଇ ବାରମ୍ବାର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri