ବ୍ୟାଗ୍‌ ଓଜନ ଯାଞ୍ଚ କଲେ ସ୍ବତନ୍ତ୍ର ସ୍କ୍ବାଡ୍‌

ଭୁବନେଶ୍ୱର,୧୨।୯(ବ୍ୟୁରୋ): ରାଜଧାନୀର ବିଭିନ୍ନ ସ୍କୁଲରେ ବୁଧବାର ସ୍ବତନ୍ତ୍ର ସ୍କ୍ବାଡ୍‌ ପକ୍ଷରୁ ଅଚାନକ ପରିଦର୍ଶନ ହୋଇଥିଲା। ସ୍କୁଲ ବ୍ୟାଗ୍‌ ଓଜନ ତଦାରଖ ପାଇଁ ଖୋର୍ଦ୍ଧା ଜିଲାପାଳଙ୍କ ନେତୃତ୍ୱରେ ଗଠିତ ହୋଇଥିବା ଏହି ସ୍କ୍ବାଡ୍‌ ସ୍କୁଲ ଯାଇ ପିଲାମାନଙ୍କ ବ୍ୟାଗ୍‌ ଯାଞ୍ଚ କରିଥିଲେ। ଜିଲା ଶିକ୍ଷାଧିକାରୀ ବୃନ୍ଦାବନ ଶତପଥୀ ଓ ଡିପିସି ଅମିତା ପଟ୍ଟନାୟକଙ୍କ ତତ୍ତ୍ୱାବଧାନରେ ୨ଟି ସ୍କ୍ବାଡ୍‌ର ୧୦ଜଣ ସଦସ୍ୟ ବୁଧବାର ରାଜଧାନୀର ବିଭିନ୍ନ ସ୍କୁଲ ପରିଦର୍ଶନ କରିଥିଲେ। ଅଧିକାଂଶ ସ୍କୁଲରେ ପିଲାମାନଙ୍କ ବ୍ୟାଗ୍‌ର ଓଜନ ନିର୍ଦ୍ଧାରିତ ଓଜନଠାରୁ ବହୁ ଅଧିକ ଥିବା ଦେଖାଯାଇଥିଲା। ଏଥିସହିତ କୌଣସି ଘରୋଇ ବିଦ୍ୟାଳୟ ଏସ୍‌ସିଇଆର୍‌ଟି/ଏନ୍‌ସିଇଆର୍‌ଟି ପୁସ୍ତକ ବ୍ୟବହାର କରୁନାହାନ୍ତି। ଏ ସମ୍ପର୍କରେ ଓଡ଼ିଶା ଅଭିଭାବକ ମହାସଂଘ ଅଧ୍ୟକ୍ଷ ବାସୁଦେବ ଭଟ୍ଟ କହିଛନ୍ତି ଯେ, ଭୁବନେଶ୍ୱର ବ୍ଲକ୍‌ରେ ୫୦୦ସ୍କୁଲକୁ ୨ଟି ସ୍କ୍ବାଡ୍‌ ଗଠନ କରିବା ଧର୍ମକୁ ଆଖିଠାର ମାରିବା ଭଳି। ଏତେ ସଂଖ୍ୟକ ସ୍କୁଲ ପାଇଁ ଅତି କମ୍‌ରେ ୬ଟି ସ୍କ୍ବାଡ୍‌ ଆବଶ୍ୟକ। ନ ହେଲେ ଆସନ୍ତା ୩୦ତାରିଖ ସୁଦ୍ଧା ସମସ୍ତ ସ୍କୁଲକୁ ପରିଦର୍ଶନ କରି ରିପୋର୍ଟ ଦେଇ ହେବନି ବୋଲି ସେ କହିଛନ୍ତି। ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି କୌଣସି ବିଦ୍ୟାଳୟ ଏନ୍‌ସିଇଆର୍‌ଟିର ପୁସ୍ତକ ବ୍ୟବହାର କରୁନାହାନ୍ତି। ତେଣୁ ଏହା ବିରୋଧରେ ସରକାର ତୁରନ୍ତ ପଦକ୍ଷେପ ନେବା ଉଚିତ ବୋଲି ଅଭିଭାବକ ମହାସଂଘ ପକ୍ଷରୁ ଦାବି କରାଯାଇଛି।
ନିୟମାନୁସାରେ ପ୍ରଥମରୁ ଦ୍ୱିତୀୟ ଶ୍ରେଣୀ ପିଲାଙ୍କ ବ୍ୟାଗ୍‌ ଓଜନ ୧.୫ କେଜି ରହିବ। ସେହିପରି ତୃତୀୟରୁ ପଞ୍ଚମ ଶ୍ରେଣୀ ପିଲାଙ୍କ ୨.୩କେଜି, ଷଷ୍ଠରୁ ସପ୍ତମ ଶ୍ରେଣୀର ୪କେଜି, ଅଷ୍ଟମ ଓ ନବମ ଶ୍ରେଣୀର ୪.୫କେଜି ଓ ଦଶମ ଶ୍ରେଣୀ ପିଲାଙ୍କ ସ୍କୁଲ ବ୍ୟାଗ୍‌ ୫କେଜି ରହିବ। ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କ ସ୍କୁଲ ବ୍ୟାଗ୍‌ର ଓଜନ ହ୍ରାସକୁ କଡ଼ାକଡ଼ି ପାଳନ କରିବାକୁ ପୂର୍ବରୁ ସବୁ ଜିଲାପାଳ, ପ୍ରାଥମିକ ଓ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଚିଠି ଲେଖିଥିଲା। ପିଲାଙ୍କ ସ୍କୁଲ ବ୍ୟାଗ୍‌ର ଧାର୍ଯ୍ୟ ଓଜନ ଏବଂ ନିର୍ଦ୍ଧାରିତ ବହି ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ସିବିଏସ୍‌ଇ ଓ ଆଇସିଏସ୍‌ଇ ବୋର୍ଡ ଦ୍ୱାରା ପରିଚାଳିତ କିଛି ସ୍କୁଲରେ ପିଲାମାନେ ଅତ୍ୟଧିକ ଓଜନର ବ୍ୟାଗ୍‌ ଧରି ସ୍କୁଲ ଯାଉଛନ୍ତି ଏବଂ ଏସ୍‌ସିଇଆର୍‌ଟି/ଏନ୍‌ସିଇଆର୍‌ଟି ପୁସ୍ତକ ପଢ଼ିବାକୁ କୁହାଯାଉଥିଲେ ବି ଏହି ନିୟମ ପାଳନ କରାଯାଉନି। ତେଣୁ ନିୟମକୁ କଡ଼ାକଡ଼ି କରିବାକୁ ଜିଲାସ୍ତରରେ ସ୍ବତନ୍ତ୍ର ସ୍କ୍ବାଡ୍‌ ଗଠନ କରି ଅଚାନକ ଚଢ଼ାଉ ପାଇଁ ବିଭାଗ ନିର୍ଦ୍ଦେଶ ଦେଇଥିଲା। ଏହି ପରିପ୍ରେକ୍ଷୀରେ ମଙ୍ଗଳବାର ଖୋର୍ଦ୍ଧା ଜିଲାପାଳ ସ୍କୁଲ ବ୍ୟାଗ୍‌ ଯାଞ୍ଚ କରିବା ପାଇଁ ୩ ଜିଲାସ୍ତରୀୟ ସ୍କ୍ବାଡ୍‌ ଗଠନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଏହି ୯ ଷ୍ଟେସନରେ ସୁଲଭ ମୂଲ୍ୟରେ ଖାଦ୍ୟ ପ୍ରଦାନ କରିବ ଇଷ୍ଟକୋଷ୍ଟ ରେଲୱେ

ଭୁବନେଶ୍ୱର,୨୪ା୪: କମ୍ ଖର୍ଚ୍ଚରେ ଯାତ୍ରା କରୁଥିବା ଯାତ୍ରୀମାନଙ୍କ ପାଇଁ ଏକ ବଡ଼ ଖବର। ଭାରତୀୟ ରେଳବାଇ ସହିତ ଭାରତୀୟ ରେଳ କ୍ୟାଟରିଂ ଆଣ୍ଡ ଟୁରିଜିମ୍ କର୍ପୋରେସନ୍...

ଦିଗପହଣ୍ଡି ବିଧାନସଭା ପ୍ରାର୍ଥୀ ବଦଳାଇଲା କଂଗ୍ରେସ

ଭୁବନେଶ୍ୱର,୨୪ା୪: ଗଞ୍ଜାମ ଜିଲାର ଦିଗପହଣ୍ଡି ବିଧାନସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ଭାବେ ବୁଧବାର ମଧ୍ୟାହ୍ନ ପ୍ରାୟ ୧୨ଟାରେ ନାମାଙ୍କନ ଦାଖଲ କରିଥିବା ଶ୍ରୀଧର ଦେବଙ୍କ ଟିକେଟ...

ମାଓବାଦୀ କ୍ୟାମ୍ପ୍‌ ଧ୍ୱଂସ: ବିପୁଳ ସାମଗ୍ରୀ ଜବତ

ମାଲକାନଗିରି,୨୪ା୪(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ସୀମାନ୍ତ ଛତିଶଗଡ଼ ନାରାୟଣପୁର ଜିଲା ପୋଲିସ ଫୋର୍ସ, ଡିଆର୍‌ଜି, ବସ୍ତର ଫାଇଟର୍ସ ଓ ସିଏଏଫ୍‌ର ଯବାନମାନେ ବୁଧବାର ମିଳିତ ତଲାସି ବେଳେ...

ଅଶ୍ୱିନୀ ବୈଷ୍ଣବଙ୍କ ବିରୋଧରେ ମାମଲା ଖାରଜ: ଆବେଦନକାରୀ ଗଣିବେ ୫ ଲକ୍ଷ ଜରିମାନା

କଟକ,୨୪ା୪(କାର୍ତ୍ତିକ ସାହୁ): କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବିରୋଧରେ ତଥ୍ୟ ଲୁଚାଇବା ଅଭିଯୋଗ ନେଇ ଦାୟର ମାମଲାକୁ ହାଇକୋର୍ଟ ଖାରଜ କରିଛନ୍ତି। ରାଜନୈତିକ ଉଦ୍ଦେଶ୍ୟ ରଖି ମାମଲା...

ଓଡ଼ିଶା ରାଜନୀତିରେ ରାଜପରିବାର: ଜାଣନ୍ତୁ କେଉଁ ଆସନରୁ ଲଢ଼ୁଛନ୍ତି କେଉଁ ରାଜପରିବାର

ଭୁବନେଶ୍ୱର,୨୨ା୪: ଭାରତ ସ୍ୱାଧୀନ ହେବା ପରେ ଦେଶରେ ରାଜତନ୍ତ୍ର ଶେଷ ହୋଇଥିଲା। ଏହାପରେ ରାଜା ପରିବାର ସଦସ୍ୟମାନେ ଗଣତାନ୍ତ୍ରିକ ପ୍ରକ୍ରିୟାରେ ମଧ୍ୟ ଲୋକଙ୍କ ଦ୍ୱାରା ନିର୍ବାଚିତ...

କାଳବୈଶାଖୀର ତାଣ୍ଡବ, ଭାଙ୍ଗିଲା ବିଜୁ ପଟ୍ଟନାୟକ ଇନ୍‌ଡୋର ଷ୍ଟାଡିୟମ

ପୁରୁଷୋତ୍ତମପୁର,୨୪ା୪(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ବୁଧବାର ଅପରାହ୍ନରେ କାଳବୈଶାଖୀ ତାଣ୍ଡବ ରଚିଛି। ମାତ୍ର ୧୦ ମିନିଟ୍‌ ମଧ୍ୟରେ ସହରକୁ ଛିନ୍‌ଭିନ୍‌ କରିପକାଇଛି। ବିଭିନ୍ନ ସ୍ଥାନରେ...

ବାକିରେ ନେଇ ଖାଇଲେ, ଟଙ୍କା ମାଗିବାରୁ ଦୋକାନରେ ନିଆଁ ଲଗାଇଦେଲେ

ଭୁବନେଶ୍ୱର,୨୪।୪: ବାକିରେ ନେଇ ଖାଇଲେ, ଟଙ୍କା ମାଗିବାରୁ ଦୋକାନରେ ନିଆଁ ଲଗାଇଦେଲେ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ରାଜଧାନୀ ଚନ୍ଦକା ଅଞ୍ଚଳରେ। ଗତକାଲି ରାତିରେ...

ଆସନ୍ତା ୩ ଘଣ୍ଟା ପାଇଁ କାଳବୈଶାଖୀ, ବଜ୍ରପାତ ସୂଚନା

ଭୁବନେଶ୍ୱର,୨୪ା୪: ଦିନ ସାରା ପ୍ରଚଣ୍ଡ ଖରା ଏବଂ ଗୁଳୁଗୁଳିରେ ଲୋକେ ଆଉଟୁପାଉଟୁ ହେଉଥିବା ବେଳେ ଅପରାହ୍ନରେ କାଳବୈଶାଖୀ ବର୍ଷା ସାମାନ୍ୟ ଆଶ୍ୱସ୍ତି ଆଣିଛି। ଅପରାହ୍ନ ସାଢ଼େ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri