‘ମୋ ସରକାର’ ପାଇଁ କମିଶନରେଟ ପୋଲିସର ପ୍ରସ୍ତୁତି: ଏତଲାକାରୀଙ୍କଠାରୁ ରିପୋର୍ଟ ନେଲେ କମିଶନର

ଭୁବନେଶ୍ୱର,୧୨।୯(ବ୍ୟୁରୋ): ରାଜ୍ୟ ସରକାର ଅକ୍ଟୋବର ୨ରୁ ‘ମୋ ସରକାର’ କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ଯାଉଛନ୍ତି। ଏହି କାର୍ଯ୍ୟକ୍ରମରେ ସବୁ ଜିଲାରେ ରହିଥିବା ଥାନା ଓ ମେଡିକାଲକୁ ଆସୁଥିବା ଜନସାଧାରଣଙ୍କ ସହ ଫୋନ ଜରିଆରେ ମୁଖ୍ୟମନ୍ତ୍ରୀ କଥାହୋଇ ସମସ୍ୟା ସମ୍ପର୍କରେ ଅବଗତ ହେବେ। କଟକ-ଭୁବନେଶ୍ୱର କମିଶନରେଟ୍‌ ପୋଲିସ ପକ୍ଷରୁ ଏ ନେଇ ପ୍ରସ୍ତୁତି ଚାଲିଥିବା ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ କହିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ୫-ଟିକୁ କାର୍ଯ୍ୟକାରୀ କରିବାସହ ପୋଲିସ କର୍ମଚାରୀଙ୍କ ଆଚରଣ ଏବଂ ବ୍ୟବହାର ଉପରେ ରିପୋର୍ଟ କାର୍ଡ ପ୍ରସ୍ତୁତ କରାଯାଇଥିବା ସେ କହିଛନ୍ତି। କମିଶନର ଷଡ଼ଙ୍ଗୀ ଏତଲାକାରୀଙ୍କୁ ସିଧାସଳଖ ଫୋନ କରି ଥାନାର ରିପୋର୍ଟ କାର୍ଡ ନେଇଛନ୍ତି। ୮ ପ୍ରସଙ୍ଗରେ ପଚାରି ବୁଝିଛନ୍ତି। ବିଭିନ୍ନ ପ୍ରଶ୍ନର ଉତ୍ତର ଜାଣିବା ସହ ଏ ବାବଦରେ ଥାନାକୁ କେତେ ମାର୍କ ଦେବାକୁ ଚାହାନ୍ତି ତାହା ମଧ୍ୟ ଜାଣିବାକୁ ଚାହିଁଛନ୍ତି। ତେବେ ଏତଲାକରୀଙ୍କ ମାର୍କ ଉପରେ ଥାନା ଓ କର୍ମଚାରୀଙ୍କର ମାନଦଣ୍ଡ ନିର୍ଦ୍ଧାରଣ କରାଯିବ ବୋଲି କମିଶନର ସୂଚନା ଦେଇଛନ୍ତି।
ବୁଧବାର କମିଶନର ଷଡ଼ଙ୍ଗୀ ନିଜ କାର୍ଯ୍ୟାଳୟ କଲ୍‌ ସେଣ୍ଠ୍ଟରରୁ କଟକ ଏବଂ ଭୁବନେଶ୍ୱରର ୩ଜଣ ଏତଲାକରୀଙ୍କୁ କଲ୍‌ କରିଥିଲେ। ତିନିଜଣଙ୍କ ଭିତରୁ ଜଣଙ୍କୁ ଛାଡ଼ି ଅନ୍ୟ ଦୁଇଜଣ ଫୋନ୍‌ ଉଠାଇଥିଲେ। କଟକ ମଧୁପାଟଣା ଅଞ୍ଚଳର ଜଣେ ଏତଲାକାରୀଙ୍କୁ କମିଶନର କହିଥିଲେ, ରାଜ୍ୟ ସରକାରଙ୍କ ‘ମୋ ସରକାର’ କଲ୍‌ ସେଣ୍ଟରରୁ କହୁଛି। ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ ହେବାକୁ ଥିବା ମୋ ସରକାର କାର୍ଯ୍ୟକ୍ରମ ପୂର୍ବରୁ ପୋଲିସ କର୍ମଚାରୀମାନେ ଅଭିଯୋଗକାରୀଙ୍କ ସହ କିଭଳି ବ୍ୟବହାର କରୁଛନ୍ତି ସେ ସମ୍ପର୍କରେ ଆପଣଙ୍କର ମତାମତ ନିଆଯିବ। ଆପଣଙ୍କ ନାମ ଏବଂ ପରିଚୟ ଗୁପ୍ତ ରଖାଯିବ। ଏତଲାକାରୀ ସମ୍ମତି ଜଣାଇବା ପରେ କମିଶନର ପଚାରିଥିଲେ, ଥାନାରେ ଆପଣଙ୍କ ଅଭିଯୋଗକୁ ଗ୍ରହଣ କରାଗଲା ନା ବାରମ୍ବାର ହଇରାଣ କରାଗଲା। ଥାନାର ବ୍ୟବହାର ଭଲ ରହିଥିଲା ନା ଠିକ୍‌ ନ ଥିଲା। ଅଭିଯୋଗ ଗ୍ରହଣର କପି ମେସେଜ ଯୋଗେ ଦିଆଯାଇଛି କି ନାହିଁ, ପୁଲିସ ତୁରନ୍ତ କାଯର୍‌ୟାନୁଷ୍ଠାନ ନେଇଛନ୍ତି ନା ନାହିଁ। ଅଭିଯୋଗ ସଂକ୍ରାନ୍ତରେ ପୋଲିସ କର୍ମଚାରୀଙ୍କ ବ୍ୟବହାର ଓ ଆଚରଣ କିଭଳି ରହିଥିଲା। ପ୍ରତି ପ୍ରଶ୍ନ ପାଇଁ ୫ ମାର୍କ ଥିବାବେଳେ ଅଭିଯୋଗକାରୀ ଥାନାଠାରୁ ପାଇଥିବା ସେବା ଅନୁଯାୟୀ ନିିର୍ଦ୍ଦିଷ୍ଟ ମାର୍କ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୨୦୨୪ରେ ନିର୍ବାଚନ ଲଢ଼ିବିନି: ବର୍ଷାଙ୍କୁ ଟିକେଟ୍‌ ମିଳିବା ପରେ ଏମିତି କହିଲେ ଅମର

ଭୁବନେଶ୍ୱର,୨୩।୪: ୨୦୨୪ ନିର୍ବାଚନ ଲଢ଼ିବେନି କହିଲେ ଅମର ଶତପଥୀ। ବର୍ଷା ପ୍ରିୟଦର୍ଶିନୀଙ୍କୁ ବଡ଼ଚଣା ଟିକେଟ୍‌ ମିଳିବା ପରେ ଅମର ଏଭଳି ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି,...

ମହମ୍ମଦ ମୋକିମଙ୍କୁ ସୁପ୍ରିମକୋର୍ଟରୁ ମିଳିଲା ଜାମିନ୍‌

ଭୁବନେଶ୍ୱର,୨୩।୪: କଂଗ୍ରେସ ବିଧାୟକ ମହମ୍ମଦ ମୋକିମଙ୍କୁ ସୁପ୍ରିମକୋର୍ଟରୁ ମିଳିଲା ଜାମିନ୍‌। ORHDC ଦୁର୍ନୀତି ମାମଲାରେ ମଙ୍ଗଳବାର ସୁପ୍ରିମକୋର୍ଟ ଜାମିନ୍‌ ଦେଇଛନ୍ତି। ମୋକିମଙ୍କ ଆବେଦନକୁ ଗ୍ରହଣ କରି...

କୋହ ସମ୍ଭାଳିପାରିଲେନି ସୀମାରାଣୀ, କହିଲେ ଟଙ୍କା ନେଇ…

ଭୁବନେଶ୍ୱର,୨୩।୪: ହିନ୍ଦୋଳ ବିଧାନସଭା ଆସନ ପାଇଁ ବିଜେଡି ପକ୍ଷରୁ ମହେଶ ସାହୁଙ୍କ ନାମ ଘୋଷଣା କରାଯିବା ପରେ ଟିକେଟ ଆଶାୟୀ ଥିବା ୨ ଥର ବିଧାୟିକା...

ବିଜେଡି ଛାଡିବା ପରେ ଏମିତି କହିଲେ ରାସେଶ୍ୱରୀ

ଭୁବନେଶ୍ୱର,୨୩।୪: ବିଜେଡି ଛାଡିଲେ ସମ୍ବଲପୁରର ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀ। ମଙ୍ଗଳବାର ଦଳର ପ୍ରାଥମିକ ସଦସ୍ୟ ସହ ସମସ୍ତ ପଦରୁ ସେ ଇସ୍ତଫା ଦେଇଛନ୍ତି। ସେ...

ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ ରାସେଶ୍ୱରୀ ପାଣିଗ୍ରାହୀ

ଭୁବନେଶ୍ୱର,୨୩।୪: ସାଧାରଣ ନିର୍ବାଚନକୁ ନେଇ ଘଡ଼ିକେ ଘୋଡ଼ା ଛୁଟୁଛି। ଦଳବଦଳ ଏବେ ସାଧାରଣରେ ପରିଣତ ହୋଇଛି। ମଙ୍ଗଳବାର ସମ୍ବଲପୁରର ପୂର୍ବତନ ବିଧାୟକ ରାସେଶ୍ୱରୀ ପାଣିଗ୍ରାହୀ ବିଜେଡିରୁ...

ଟିକେଟକୁ ନେଇ କଂଗ୍ରେସ ଭବନରେ ଅସନ୍ତୁଷ୍ଟଙ୍କ ହୋହଲ୍ଲା

ଭୁବନେଶ୍ୱର, ୨୩।୪(ସୁନିତ୍‌ ମିଶ୍ର):ସବୁ ରାଜନୈତିକ ଦଳରେ ବର୍ତ୍ତମାନ ଟିକେଟ ବଣ୍ଟାକୁ ନେଇ ଗଣ୍ଡଗୋଳିଆ ପରିସ୍ଥିତି ଲାଗି ରହିଛି। କଂଗ୍ରେସରେ ଟିକେଟ ବଣ୍ଟନ ନେଇ ସୋମବାର ଦଳୀୟ...

ଶିକ୍ଷୟିତ୍ରୀରୁ ରାଜନୀତି: ଏବେ ବିିଧାୟକ ପଦ ପାଇଁ ଲଢିବେ

ଶିକ୍ଷକତାରୁ ଅବସର ଗ୍ରହଣ କରି ରାଜନୀତିରେ ପାଦ ଥାପିଛନ୍ତି ରଞ୍ଜିତା ମାର୍ଣ୍ଡିା ଦୀର୍ଘ ୩୦ବର୍ଷ ହେଲା ସ୍ବାମୀଙ୍କୁ ରାଜନୀତି କ୍ଷେତ୍ରରେ ସେ ସହଯୋଗ କରି ଆସିିଛନ୍ତି।...

ବିଜେଡି ଛାଡିଲେ ଝାରସୁଗୁଡା ଜିଲା ସାଧାରଣ ସମ୍ପାଦକ

ଭୁବନେଶ୍ୱର,୨୩।୪: ଝାରସୁଗୁଡା ଜିଲାରେ ବିଜେଡିକୁ ଲାଗିଲା ଶକ୍ତ ଝଟକା। ଦଳର ଜିଲା ସାଧାରଣ ସମ୍ପାଦକ ବିଶ୍ୱନାଥ ନାୟକ ଦଳରୁ ଇସ୍ତଫା ଦେଇଛନ୍ତି । ସେ ଦଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri