ଘରେ ପଶିଲା ବନ୍ୟାଜଳ: ଖୋର୍ଦ୍ଧାରେ ୩୦ ହଜାର ଲୋକ ଜଳବନ୍ଦୀ

ଖୋର୍ଦ୍ଧା ଅଫିସ,୧୨।୯: ଖୋର୍ଦ୍ଧା ବ୍ଲକ ଓରବରସିଂ ପଞ୍ଚାୟତର ହିରିମୂଳ, ଡିହଖଳା, ଦୁର୍ଗାପୁର, ଓରବରସିଂ, ମଶାଣିଆ, ତେନ୍ତୁଳିମୂଳ, ରାୟପୁର, ବାଲିକୁଦା, ଲେଖନପୁର, କୃଷ୍ଣପୁର ଆଦି ୧୦ ଗଁ। ଓ ନରଣଗଡ ପଞ୍ଚାୟତର ଧବଳପୁର, ମାନପୁର, ଓରିମି ଓ ବଳପୁର ଆଦି ୪ ଗଁ। ରେ ବନ୍ୟା ପରିସ୍ଥିତି ଲାଗି ରହିଛି। ମୋଟରେ ୧୪ ଟି ଗଁ। ର ପ୍ରାୟ ୩୦ ହଜାର ଲୋକ ଜଳବନ୍ଦୀ ଭାବେ ଜୀବନ ବିତାଉଛନ୍ତି। ଗଁ। ଦାଣ୍ଡରେ ଅଢେଇରୁ ୪ ଫୁଟର ବନ୍ୟାଜଳ ଲହଡି ମାରୁଛି। ଘର ଭିତରକୁ ପାଣି ପଶିଲାଣି। ଗଁ। ଚାରିପଟ ଚାଷ ଜମିରେ ୩ରୁ ୮ ଫୁଟର ପାଣି ଜମି ରହିଛି। କିଛି ଗଁ।ରେ ଟ୍ୟୁବ ଯୋଗେ ଲୋକେ ରାସ୍ତା ପାରି ହେଉଛନ୍ତି। ଏଭଳିସ୍ଥଳେ ଘରେ ଚୁଲି ଜଳୁନି। ଘରେ ଶୋଇବାକୁ ଜାଗା ନାହିଁ। ଛାତ୍ରୀଛାତ୍ରଙ୍କ ପାଠପଢ଼ାରେ ଡୋରି ବନ୍ଧା ହୋଇଛି।

ଦଳେ ଚାହୁଁଛନ୍ତି, ଅନ୍ୟମାନେ ଖାଉଛନ୍ତି
ବନ୍ୟା ଅଞ୍ଚଳରେ ରିଲିଫ୍‌ ଯୋଗାଣ ସମୁଦ୍ରକୁ ଶଙ୍ଖେ। ବନ୍ୟାରେ ପ୍ରାୟ ୩୦ ହଜାର ଲୋକ ପ୍ରଭାବିତ ହୋଇଥିବାବେଳେ ରେଡକ୍ରସ ପକ୍ଷରୁ ୫୫୦ ପୁଡିଆ ଦିଆଯାଇଛି। ଏଥିରୁ ନରଣଗଡ ପଞ୍ଚାୟତକୁ ୧୫୦ ଓ ଓରବରସିଂ ପଞ୍ଚାୟତକୁ ୪୦୦ ପୁଡିଆ ଭାଗରେ ପଡିଛି। ଦୁଇ ପଞ୍ଚାୟତର ଲୋକ ପାଣି ଘେରରେ ରହିଥିବାବେଳେ ବୁଧବାର ଅପରାହ୍ନରେ ରୋଷେଇ ଖାଦ୍ୟ ଦିଆଯାଇଛି। ରାତିରେ ପୁଡିଆରେ କାମ ଚଳାଇ ଦିଆଯିବ। ଯେଉଁମାନେ ବାତ୍ୟା ଆଶ୍ରୟସ୍ଥଳରେ ଅଛନ୍ତି ସେମାନେ ପାଉଛନ୍ତି। ଯେଉଁ ବିପନ୍ନ ଘରେ ଅଛନ୍ତି ସେମାନଙ୍କ ପାଇଁ କିଛି ନାହିଁ। ବିପତ୍ତି କାଳରେ ବିପନ୍ନଙ୍କୁ ରିଲିଫ ଯୋଗାଇବାରେ ପ୍ରଶାସନ କାହିଁକି କୁଣ୍ଠିତ ହେଉଛି ତାହା ତଦନ୍ତ ସାପେକ୍ଷ। ଅନ୍ୟପକ୍ଷେ ବାତ୍ୟା ଫନୀରେ ଘର ଭାଙ୍ଗିଲା। ଘର ଭଙ୍ଗା ସହାୟତା ମିଳିଲା ନାହିଁ। ଯେଉଁମାନଙ୍କର ଘର ଭାଙ୍ଗିନି ସେମାନେ ସହାୟତା ପାଇଲେ। ପ୍ରତିବାଦ କରିବାରୁ ସହାୟତା ଦିଆଗଲାନି। ଅଗଷ୍ଟରେ ହୋଇଥିବା ବନ୍ୟାରେ ରନ୍ଧା ଖାଦ୍ୟ ମିଳିଲାନି। ଏବେ ବନ୍ୟାଜଳରେ ଥିଲେ ମଧ୍ୟ ରିଲିଫ ମିଳୁନି। ବନ୍ୟା ଓ ବାତ୍ୟା ବେଳେ ଆମ ଅଞ୍ଚଳରେ ରାଜନୀତି ଚାଲିଛି ବୋଲି କେତେଜଣ ବିପନ୍ନ ନଁ। ଗୋପନ ରଖି ପ୍ରକାଶ କରିଛନ୍ତି।

୫ ସ୍ଥାନରେ ୨ ଡଙ୍ଗା
ବନ୍ୟା ଅଞ୍ଚଳରେ ୫ଟି ଡଙ୍ଗାର ଆବଶ୍ୟକତା ଥିବାବେଳେ ମାତ୍ର ୨ଟି ଡଙ୍ଗା ପଡିଛି। ଧବଳପୁରରେ ଗୋଟିଏ ଡଙ୍ଗାର ଆବଶ୍ୟକତା ଥିବାବେଳେ ମାନପୁର ଓ ଓରମି ପାଇଁ ଅନ୍ୟ ଏକ ଡଙ୍ଗାର ଦରକାର ଅଛି। ତେବେ ଏହି ୩ଟି ଗଁ। ପାଇଁ ଆଦୌ ଡଙ୍ଗାର ବ୍ୟବସ୍ଥା ନାହିଁ। ତେବେ ହିରିମୂଳ ଓ ଡିହଖଳା ଗଁ। ପାଇଁ କେବଳ ୨ ଡଙ୍ଗାର ବ୍ୟବସ୍ଥା କରାଯାଇଛି।

ଉପାସରେ ଗୃହପାଳିତ ପ୍ରାଣୀ
ଧାନ ଜମି, ଗୋଚର ଜମି, ରାସ୍ତାରେ ବନ୍ୟାଜଳ ରହିଛି। ୪ଦିନ ହେଲା ଗୃହ ପାଳିତ ପ୍ରାଣୀମାନେ ଖାଇବାକୁ ପାଉନାହାନ୍ତି। ସେମାନଙ୍କ ପାଇଁ ଗୋଖାଦ୍ୟ ଆବଶ୍ୟକତା ରହିଥିବାବେଳେ ପ୍ରଶାସନ ପୂରା ଭୁଲି ଯାଇଛି। ଗୃହପାଳିତ ପ୍ରାଣୀମାନଙ୍କୁ ବାନ୍ଧି କରି ରଖିଲେ ବିପଦ। ତଥାପି ବିକଳ୍ପ ନ ଥିବାରୁ ବାନ୍ଧି କରି ରଖାଯାଇଛି।

ଓରବରସିଂ ପଞ୍ଚାୟତକୁ ଗଲେନି ବିଡିଓ
ବୁଧବାର ନରଣଗଡ ପଞ୍ଚାୟତର ବିପନ୍ନମାନେ ଜିଲାପାଳଙ୍କୁ ଅଭିଯୋଗ କରିବା ପରେ ଖୋର୍ଦ୍ଧା ବିଡିଓ ଉକ୍ତ ପଞ୍ଚାୟତ ଅଞ୍ଚଳର ପାଣି ଘେରରେ ଥିବା ଗଁ। ଗୁଡିକୁ ଯାଇ ସ୍ଥିତି ଆକଳନ କରିଛନ୍ତି। କିନ୍ତୁ ଓରବରସିଂରେ ପାଦ ନ ପଡିଥିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଡଙ୍ଗାବୁଡ଼ି ୨ ମୃତ, ୭ ନିଖୋଜ

ଝାରସୁଗୁଡ଼ା, (ସଞ୍ଜୟ ମାଲି) / ଭୁବନେଶ୍ୱର,(ଅନିଲ ଦାସ) ୨୦ା୪: ଝାରସୁଗୁଡ଼ା ଜିଲା ଲଖନପୁର ଦେଇ ପ୍ରବାହିତ ମହାନଦୀରେ ଶୁକ୍ରବାର ଅପରାହ୍ନରେ ଏକ ଡଙ୍ଗା ବୁଡ଼ିଯାଇଛି। ଏହି...

ମୁଖ୍ୟମନ୍ତ୍ରୀ ପୁନର୍ବିଚାର କରିବେ ବୋଲି ବିଶ୍ୱାସ: ସମୀର

ଗୋପ, ୧୯ା୪(ଭାରତୀ ଭୂଷଣ ଉପାଧ୍ୟାୟ): ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶଙ୍କୁ ବିଜେଡି ପକ୍ଷରୁ ଟିକେଟ ନ ମିଳିବା ନେଇ ଏବେ ତାଙ୍କ ସମର୍ଥକଙ୍କ ମଧ୍ୟରେ...

ଗେଷ୍ଟ ହାଉସ୍‌ରେ ବ୍ୟବସାୟୀଙ୍କ ସନ୍ଦେହଜନକ ମୃତ୍ୟୁ, ଦୁର୍ଗନ୍ଧ ଆସିବା ପରେ…

ଭୁବନେଶ୍ୱର,୧୯।୪(ସତ୍ୟଜିତ୍‌ ରାଉତ): ଭୁବନେଶ୍ୱର ମୈତ୍ରୀ ବିହାର ଥାନା ଅନ୍ତର୍ଗତ ଗଜପତି ନଗରର ସୈନିକ ସ୍କୁଲ ନିକଟ ଏକ ଗେଷ୍ଟ ହାଉସରେ ଜଣେ ବ୍ୟବସାୟୀଙ୍କ ସନ୍ଦେହଜନକ ମୃତ୍ୟୁ...

‘ଏଥର ରାଜ୍ୟରେ ସରକାର ପରିବର୍ତ୍ତନ କରିବେ ଓଡ଼ିଶା ଲୋକ’

ଭୁବନେଶ୍ୱର, ୧୯।୪(ସୁନିତ୍‌ ମିଶ୍ର): ସମ୍ବଲପୁର ଲୋକ ସଭା ନିର୍ବାଚନମଣ୍ଡଳୀରେ ବିଜେଡିର ଏମ୍‌ପି ପ୍ରାର୍ଥୀ ତଥା ତାଙ୍କ ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ(ବବି) ହାରିବା...

ଓଡିଶା ରାଜନୀତିକୁ ନେଇ ଶାହାଙ୍କ ବଡ଼ ବୟାନ, କହିଲେ ନବୀନଙ୍କ ସହ ବଡ଼ ଫାଇଟ୍‌

ନୂଆଦିଲ୍ଲୀ,୧୯।୪: ଆରମ୍ଭ ହୋଇଯାଇଛି ଲୋକ ସଭା ନିର୍ବାଚନ ୨୦୨୪ l ତେବେ ଓଡିଶାରେ ନିର୍ବାଚନ ପାଇଁ ଅଳ୍ପ ଦିନ ବାକି ଥିବାବେଳେ ଗୃହମନ୍ତ୍ରୀ ଅମିତ ଶାହା...

ଭାଜପାରେ ଯୋଗଦେଲେ ପୂର୍ବତନ ଉପବାଚସ୍ପତି, ଗଞ୍ଜାମ ଅଧ୍ୟକ୍ଷା ପ୍ରତିଭା ପାଢ଼ୀ

ଭୁବନେଶ୍ୱର, ୧୯।୪(ସୁନିତ୍‌ ମିଶ୍ର): ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା ନିଜର ଶତାଧିକ ସମର୍ଥକଙ୍କ ଗହଣରେ ବିଜେଡି ଛାଡ଼ି ଶୁକ୍ରବାର ଭାଜପାରେ ସାମିଲ ହୋଇଛନ୍ତି। ଭାଜପା ରାଜ୍ୟ...

ନିମାପଡ଼ା ଆସନରେ ମାଷ୍ଟରଷ୍ଟ୍ରୋକ୍‌ ଖେଳିପାରେ କଂଗ୍ରେସ

ନିମାପଡ଼ା,୧୯ା୪(ରଞ୍ଜନ ପଟ୍ଟନାୟକ): ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭାଜପା ଏବଂ ବିଜେଡି ପ୍ରାର୍ଥୀ ଘୋଷଣା କରିସାରିଥିବା କଂଗ୍ରେସ ପଡ଼ିଛି ପଛରେ। ୨୦୧୯ ନିର୍ବାଚନରେ ଦିଲ୍ଲୀପ ନାୟକକଂଗ୍ରେସରୁ...

ଆଇଏଏସ୍‌ ପରୀକ୍ଷାରେ କେମିତି ପାଇବେ ସଫଳତା? ଆଇପିଏସ ପ୍ରତୀକ ସିଂ ଦେଲେ ଟିପ୍ସ

ଭୁବନେଶ୍ୱର,୧୯।୪: ସିଭିଲ ସର୍ଭିସ ପରୀକ୍ଷା ପାଇଁ ପ୍ରସ୍ତତ ହେଉଛନ୍ତି କି ? ପାଠପଢାରେ ବ୍ୟସ୍ତ ରହି ନିଦ ହେଉନି କି ? ଯଦି ଏଭଳି କରୁଛନ୍ତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri