୩ ଝିଅଙ୍କୁ ହତ୍ୟା କରି ବାପାଙ୍କ ଆତ୍ମହତ୍ୟା
କେନ୍ଦୁଝର/ ଆନନ୍ଦପୁର,୧୫ା୬( ସ୍ବ.ପ୍ର.) :କେନ୍ଦୁଝର ଜିଲା ଆନନ୍ଦପୁର ଥାନାଠାରୁ ୪୦ କି.ମି. ଦୂର ଉଲିିବସା ଗ୍ରାମର ଏକ ଘରୁ ଶୁକ୍ରବାର ୩ରୁ ୯ ବର୍ଷ ବୟସର ମା’ ଛେଉଣ୍ଡ ୩ ଶିଶୁକନ୍ୟାଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର କରାଯାଇଛି। ଏହି ୩ ଝିଅଙ୍କୁ…
ଗୁରୁଦ୍ୱାରା ପରିସରରୁ ଯୁବକଙ୍କ ମୃତଦେହ ଉଦ୍ଧାର ଘଟଣା:ହତ୍ୟା ମାମଲା ରୁଜୁ, ବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା
ଭୁବନେଶ୍ୱର,୧୫ା୬(ବ୍ୟୁରୋ): ଖାରବେଳନଗର ଥାନା ନିକଟ ଗୁରୁଦ୍ୱାରା ପରିସରରୁ ଗୁରୁବାର ସୁବାସ ନାୟକ ନାମକ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଥିଲା। ମୃତଦେହ ଉଦ୍ଧାର ସମୟରେ ତାଙ୍କ ଗୁପ୍ତାଙ୍ଗରୁ ରକ୍ତ ବାହାରୁଥିଲା, ଯାହାକୁ ନେଇ ସୁବାସଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ…
ଟ୍ୟୁମର ରୋଗରେ ପୀଡ଼ିତ ସୁଶାନ୍ତ: ଚିକିତ୍ସା ପାଇଁ ସରକାରୀ ସହାୟତା ଦାବି
ଟାଙ୍ଗୀ(ଖୋର୍ଦ୍ଧା),୧୫ା୬(ଡି.ଏନ୍.ଏ.): ଟାଙ୍ଗୀ ପଞ୍ଚାୟତ ପଥରବନ୍ଧ ଗ୍ରାମର ଜଣେ ଗରିବ ଯୁବକ ସୁଶାନ୍ତ ପଟ୍ଟନାୟକ(୪୦) ଟ୍ୟୁମର ରୋଗରେ ପୀଡ଼ିତ ହୋଇ କଷ୍ଟ ପାଉଛନ୍ତି। ସେ ଜଣେ ଦିନମଜୁରିଆ ହୋଇଥିବାରୁ ଘୋର ଆର୍ଥତ୍କ ସଙ୍କଟ ଯୋଗୁ ଉପଯୁକ୍ତ ଚିକିତ୍ସା କରିପାରୁନାହାନ୍ତି। ସୁଶାନ୍ତଙ୍କ ୩ ଝିଅ…
ବୋଲଗଡ଼ ରଜ ପଡ଼ିଆରେ ମା’ ରାମଚଣ୍ଡୀ ବିଜେ
ବୋଲଗଡ଼,୧୫ା୬(ଡି.ଏନ୍.ଏ.): ପହିଲି ରଜ ଅବସରରେ ଶୁକ୍ରବାର ବୋଲଗଡ଼ ବ୍ଲକ ଅଞ୍ଚଳର ବିଭିନ୍ନ ସ୍ଥାନରେ ରଜଯାତ୍ରା ମହା ଆଡ଼ମ୍ବରରେ ଅନୁଷ୍ଠିତ ହେଉଛି। ପାରମ୍ପରିକ ରୀତିନୀତି ଅନୁସାରେ ବୋଲଗଡ଼ ଗଡ଼ର ଅଧିଷ୍ଠାତ୍ରୀ ଦେବୀ ମା’ ରାମଚଣ୍ଡୀ ରଜ ଉତ୍ସବ ପାଳନ କରିବା ପାଇଁ ରଜଯାତ୍ରା…
ହଟିଲା ସାମୁଦ୍ରିକ ମାଛଧରା କଟକଣା : ସମୁଦ୍ର ଅଭିମୁଖେ ବାହାରିଲେ ମତ୍ସ୍ୟଜୀବୀ
ପାରାଦୀପ,୧୫ା୬(ସ୍ବ.ପ୍ର.): ଦୀର୍ଘ ୨ ମାସର ନିରବତା ପରେ ରାଜ୍ୟର ଅନ୍ୟତମ ବୃହତ ମତ୍ସ୍ୟଶିଳ୍ପ ପାରାଦୀପ ମାଛଧରା ବନ୍ଦର ଚଳଚଞ୍ଚଳ ହୋଇପଡିଛି। ଶୁକ୍ରବାର ମଧ୍ୟରାତ୍ରୀରୁ ପ୍ରାୟ ୭୦୦ ମାଛଧରା ଟ୍ରଲର ଓ ଯନ୍ତ୍ରଚାଳିତ ଡଙ୍ଗାରେ ମତ୍ସ୍ୟଜୀବୀମାନେ ସମୁଦ୍ର ଅଭିମୁଖେ ଯାଇଛନ୍ତି। ଏଥିସହ ମତ୍ସ୍ୟଶିଳ୍ପ…
ଶୋଭାଯାତ୍ରାରେ ସୀମିତ ଲୋକକଳା ଉତ୍ସବ
ଜଗତ୍ସିଂହପୁର ଅଫିସ,୧୫ା୬: ଲୋକ କଳା ଓ ଲୋକ ସଙ୍ଗୀତକୁ ପୁନର୍ଜୀବିତ କରିବା ପାଇଁ ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି। ଜୁନ ୧୪ରେ ଲୋକକଳା ଉତ୍ସବ ପାଳନ କରିବାକୁ ନିଷ୍ପତ୍ତି ହୋଇଛି। ସେହି ଅନୁଯାୟୀ ଚଳିତବର୍ଷ ପ୍ରଥମ କରି ଜିଲାସ୍ତରୀୟ ଲୋକ କଳା…
ଗ୍ୟାସ୍ ଲିକ୍ ହୋଇ ହୋଟେଲରେ ଅଗ୍ନିକାଣ୍ଡ
ରଣପୁର,୧୫।୬(ସ୍ବ.ପ୍ର.): ନୟାଗଡ ଜିଲା ରଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦର ମୁଖ୍ୟ ରାସ୍ତାରେ ଶୁକ୍ରବାର ସନ୍ଧ୍ୟାରେ ଏକ ହୋଟେଲରେ ଗ୍ୟାସ ଲିକ୍ ହୋଇ ଅଗ୍ନିକାଣ୍ଡ ଘଟିଛି । ଏହି ଅଗ୍ନିକାଣ୍ଡରେ ହୋଟେଲର ୩୦ ହଜାରରୁ ଊର୍ଦ୍ଧ୍ୱ ମୂଲ୍ୟର ସମ୍ପିତ୍ତି ନଷ୍ଟ ହୋଇଛି ।…
ଅନ୍ୟ ଜାତିରେ ବାହା ହୋଇଥିବାରୁ ଝିଅକୁ ନେଇଗଲେ ବାପଘର ଲୋକେ
ନୟାଗଡ଼ ଅଫିସ,୧୫ା୬: ଅନ୍ୟ ଜାତିରେ ବିବାହ କରିଥିବାରୁ ସ୍ବାମୀଙ୍କ ଅନୁପସ୍ଥିତିରେ ସ୍ତ୍ରୀଙ୍କୁ ତାଙ୍କ ବାପଘର ଲୋକେ ଆସି ନେଇଯାଇଛନ୍ତି। ଏ ନେଇ ସ୍ବାମୀ ଜଣକ ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ସୁଫଳ ପାଇନାହାନ୍ତି। ସେହିଭଳି ତାଙ୍କ ସ୍ତ୍ରୀ ୪ ମାସର ଗର୍ଭବତୀ…
କ୍ଷୀର, ଦହି ବିକ୍ରିରେ ଚଳୁଛି ଘର
ଦୀର୍ଘ ୩୦ ବର୍ଷ ହେଲା କ୍ଷୀର, ଦହି ବେପାର କରୁଛନ୍ତି। ଏହା ହିଁ ତାଙ୍କର କୌଳିକ ବୃତ୍ତି। ଚାଟଶାଳୀରୁ ଅଧିକ ପାଠ ପଢ଼ି ନ ଥିବାରୁ ପିଲାବେଳୁ ଏହାକୁ ରୋଜଗାରର ମାଧ୍ୟମ କରିଛନ୍ତି ଢେଙ୍କାନାଳ ଜିଲା ନିମିଧା ବିଶ୍ୱନାଥପୁର ଗ୍ରାମର ସୁରେଶ…
ପାରିବାରିକ କଳହର କରୁଣ ପରିଣତି: ୨ ଭଉଣୀଙ୍କ ଆତ୍ମହତ୍ୟା, ବାପା ଅଟକ
କବିସୂର୍ଯ୍ୟନଗର,୧୪।୬- ଗଞ୍ଜାମ ଜିଲା କବିସୂର୍ଯ୍ୟନଗର ଥାନା ଗୁଡିଆଳି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ପାରିବାରିକ କଳହ ଓ ବାପାଙ୍କ ମାଡଗାଳି ଅସହ୍ୟ ହେବାରୁ ୨ ଭଉଣୀ ମୂଷାମରା ବିଷ ଖାଇ ଆତ୍ମହତ୍ୟା କରିଛନ୍ତି। ସେମାନେ ହେଲେ ଦୀପା ଭୂୟଁା (୧୭)…
ମୁଖ୍ୟମନ୍ତ୍ରୀ ନବିନ ପଟ୍ଟନାୟକଙ୍କୁ ଭେଟିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ନୂଆଦିଲ୍ଲୀ,୧୪।୬: ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବିନ ପଟ୍ଟନାୟକଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁକ୍ରବାର ଓଡ଼ିଶା ଭବନରେ ସାକ୍ଷାତ୍ କରିଛନ୍ତି। ଏହି ଅବସରରେ ଓଡ଼ିଶାରେ ଷ୍ଟିଲ ସେକ୍ଟର, ପେଟ୍ରୋକେମିକାଲ୍ସକୁ ନେଇ ପୁଞ୍ଜି ବିନିଯୋଗ ସମ୍ପର୍କରେ ଆଲୋଚନା ହେବ ବୋଲି ଅନୁମାନ କରାଯାଉଛି।
ସ୍ତ୍ରୀଙ୍କୁ ମାଡ଼ମାରି ଗଛରେ ଟାଙ୍ଗିଦେଲେ ସ୍ବାମୀ: ଡାଳ ଭିଙ୍ଗିଯିବାରୁ ବଞ୍ଚିଗଲେ ସ୍ତ୍ରୀ
ଆନନ୍ଦପୁର,୧୪।୬(ସ୍ବ.ପ୍ର.): ଆନନ୍ଦପୁର ଉପଖଣ୍ଡ ଘସିପୁରା ଥାନା ନଦୁଆଁ ଗ୍ରାମରେ ରଜ ଉତ୍ସବ ଚାଲିଥିବା ବେଳେ ଏକ ଅଘଟଣ ଘଟିଛି। ସ୍ତ୍ରୀଙ୍କୁ ମାଡ଼ମାରି ଗଛରେ ଟାଙ୍ଗି ଦେଇଥିଲେ ସ୍ବାମୀ। ତେବେ ଗଛ ଡାଳ ଭାଙ୍ଗିଯିବାରୁ ସ୍ତ୍ରୀ ବଞ୍ଚିଯାଇଛନ୍ତି। ତାଙ୍କୁ ଗୁରୁତର ଅବସ୍ଥାରେ ଆନନ୍ଦପୁର…
Archives


