ନାଁ ବଦଳାଇ ପୁଣି ଜବରଦଖଲ: ରଙ୍ଗିଲା ହଟିଲା, ତାରିଣୀ ଲାଗିଲା

ଭୁବନେଶ୍ୱର, ୨୬।୯(ବ୍ୟୁରୋ): ପ୍ରବଳ ଉତ୍ତେଜନା ଓ ଆନ୍ଦୋଳନ ପରେ ଉଚ୍ଛେଦ ହୋଇଥିଲା ମାଷ୍ଟରକ୍ୟାଣ୍ଟିନ ବସ୍‌ ଟର୍ମିନାଲ ନିକଟରେ ଜବରଦଖଲରେ ଥିବା ରଙ୍ଗିଲା ଢାବା। ମୁଖ୍ୟ ଶାସନ ସଚିବଙ୍କ ଚିଠି ଓ ସାଧାରଣ ପ୍ରଶାସନ ବିଭାଗର ନିର୍ଦ୍ଦେଶ ଆଧାରରେ ବିଏମ୍‌ସି ପ୍ରଥମେ ଉକ୍ତ ଢାବାକୁ ଥଇଥାନ କରିଥିଲା। ଏହାପରେ ମିଳିତ ଏନ୍‌ଫୋର୍ସମେଣ୍ଟ ଟିମ୍‌ ଜୁଲାଇ ୧୫ରେ ସରକାରୀ ଜମି ପ୍ଲଟ୍‌ ନଂ. ୯୫୫ ଓ ୧୪୮୯ରେ ଥିବା ରଙ୍ଗିଲା ଢାବା ସହ ଏକ ସାଇକେଲ ଷ୍ଟାଣ୍ଡ୍‌କୁ ସେଠାରୁ ହଟାଇଥିଲା। ମାତ୍ର ମାସକ ନ ପୂରୁଣୁ ଉକ୍ତ ସରକାରୀ ପ୍ଲଟ୍‌ରେ ପୁଣି ଜବରଦଖଲ ଗଢ଼ି ଉଠିଥିଲା। ରଙ୍ଗିଲା ବଦଳରେ ତାରିଣୀ ହୋଟେଲର ବୋର୍ଡ ଲଗାଯାଇ ବେପାର ଆରମ୍ଭ ହୋଇଛି। ଅଧରାତି ଯାଏ ଉକ୍ତ ଢ଼ାବା ଖୋଲା ରହି ଅସାମାଜିକଙ୍କ ଆଡ୍ଡା ଜମୁଥିଲେ ମଧ୍ୟ ପୋଲିସ ଓ ପ୍ରଶାସନ କେହିହେଲେ ମୁହଁ ଖୋଲୁନାହାନ୍ତି।
ସୂଚନାଯୋଗ୍ୟ, ଢ଼ାବା ଯୋଗୁ ମୋ ବସ୍‌ ଚଳାଚଳ ପ୍ରଭାବିତ ହେଉଥିବାରୁ କ୍ରୁଟ କର୍ତ୍ତୃପକ୍ଷ ଏନେଇ ବିଡିଏକୁ ଅବଗତ କରାଇଥିଲେ। ଏଥିସହ ବସ୍‌ କର୍ମଚାରୀଙ୍କୁ ଦୁର୍ବ୍ୟବହାର ସହ ଧମକଚମକ ଦେଉଥିବା ଜଣାଇଥିଲେ। ଏପିରକି ଏହାର ପ୍ରତିବାଦରେ ୩୦ରୁ ଊର୍ଦ୍ଧ୍ୱ କର୍ମଚାରୀ କାର୍ଯ୍ୟ ବନ୍ଦ କରି ବସ୍‌ ଟର୍ମିନାଲରେ ଧାରଣା ଦେଇଥିଲେ। ଏହାପରେ ଉକ୍ତ ଢାବାକୁ ଉଚ୍ଛେଦ କରାଯାଇଥିଲା। ଏବେ ସେଠାରେ ପୁଣି ଜବରଦଖଲ ହୋଇଛି। ଏ ସଂକ୍ରାନ୍ତରେ ମିଳିତ ଏନ୍‌ଫୋର୍ସମେଣ୍ଟ ଟିମ୍‌ ଅଧିକାରୀ ପ୍ରମୋଦ ପାତ୍ର କହିଛନ୍ତି, ରଙ୍ଗିଲା ସେଠାରେ ପୁଣିଥରେ ଢାବା ଆରମ୍ଭ କରିବା ନେଇ ମୋ’ବସ୍‌ କର୍ମଚାରୀମାନେ ଅଭିଯୋଗ କରିଛନ୍ତି। ହେଲେ ଢାବା ମାଲିକ ହାଇକୋର୍ଟ କାଗଜପତ୍ର ଦେଖାଉଛନ୍ତି। ତାହାକୁ ଆମେ ବିଏମ୍‌ସିକୁ ହସ୍ତାନ୍ତର କରିଛୁ, କର୍ତ୍ତୃପକ୍ଷ ଯାହା କରିବେ। କିନ୍ତୁ ବିଏମ୍‌ସି ଏନ୍‌ଫୋର୍ସମେଣ୍ଟ ଅଧିକାରୀ ଅବନୀକାନ୍ତ ପଟ୍ଟନାୟକ ଜାଣି ନ ଥିବା କହି ଜୋନାଲ ଡେପୁଟି କମିଶନର ରୂପକ ପଟ୍ଟନାୟକଙ୍କ ସହ ଯୋଗାଯୋଗ କରିବାକୁ କହିଥିଲେ। ପଟ୍ଟନାୟକ କୁହନ୍ତି, ବିଡିଏ କର୍ତ୍ତୃପକ୍ଷ ଏନେଇ ଜଣାଇଛନ୍ତି। କିନ୍ତୁ ଉକ୍ତ ଘଟଣାର ଯାଞ୍ଚ ପ୍ରକ୍ରିୟା ଆରମ୍ଭ ହୋଇନାହିଁ। ମାମଲାଟି ବିଏମ୍‌ସିର ଆଇନ୍‌ ବିଭାଗ ନିକଟରେ ପଡ଼ିରହିଛି। କିନ୍ତୁ ଆଶ୍ଚର୍ଯ୍ୟର କଥା ଆଇନ ବିଭାଗ ଦାୟିତ୍ୱରେ ଥିବା ଡେପୁଟି କମିଶନର ଆଶୋକ ମହାନ୍ତି ଉକ୍ତ କାଗଜପତ୍ର ସଂକ୍ରାନ୍ତରେ କିଛି ଜାଣି ନ ଥିବା କହିଛନ୍ତି। ତେବେ ଅଧିକାରୀଙ୍କ ମଧ୍ୟରେ ତାଳମେଳ ନ ରହିବା ଓ ଘଟଣାକୁ ଲୁଚାଇବାକୁ ଚେଷ୍ଟା କରାଯାଉଥିବାରୁ ନାନା ପ୍ରଶ୍ନକରିଛନ୍ତି ସାମାଜିକ କର୍ମୀ ନାରାୟଣଚନ୍ଦ୍ର ଓଝା। ସେ କୁହନ୍ତି, ସହରରେ ବହୁ ସ୍ଥାନରେ ଉଚ୍ଛେଦ ପରେ ଜମିମାଫିଆମାନେ ଅଧିକାରୀଙ୍କ ଜାଣତରେ ହିଁ ପୁଣି ଜବରଦଖଲ କରୁଛନ୍ତି। ଏହାର ଠିକ୍‌ ତଦନ୍ତ ଆବଶ୍ୟକ। ହେଲେ ବିଭାଗୀୟ ଅଧିକାରୀମାନେ ନିରପେକ୍ଷତା ଭୁଲିଗଲେଣି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨୧ରୁ ତାତିରେ ଲାଗିବ ବ୍ରେକ୍‌, ଏହି ସବୁ ଜିଲାରେ ବର୍ଷିବ

ଭୁବନେଶ୍ୱର,୧୯।୪: ତାତିରୁ ମିଳିବ ଆଶ୍ୱସ୍ତି। ୨୧ ଓ ୨୨ ତାରିଖ ବେଳକୁ ଖରାର ପ୍ରକୋପ ସାମାନ୍ୟ ହ୍ରାସ ପାଇବା ସହ ରାଜ୍ୟରେ କିଛି ସ୍ଥାନରେ ବର୍ଷା...

‘ଓଡ଼ିଶାରେ ଏତିକି ଲୋକ ସଭା ଆସନ ଜିତିବ ଭାଜପା’

ଭୁବନେଶ୍ୱର,୧୯।୪: ବିଧାନସଭା ନିର୍ବାଚନ ପାଇଁ ଭାଜପା ଦ୍ୱିତୀୟ ପର୍ଯ୍ୟାୟ ସୁଦ୍ଧା ୧୩୧ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ତେବେ ଖୁବ୍‌ଶୀଘ୍ର ଭାଜପାର ଅବଶିଷ୍ଟ ବିଧାନସଭା ପ୍ରାର୍ଥୀ...

ବିଜେଡି ଛାଡ଼ି ପାରନ୍ତି ପୂର୍ବତନ ଏମପି ପ୍ରସନ୍ନ ପାଟ୍ଟଶାଣୀ!

ଭୁବନେଶ୍ୱର,୧୯।୪: ଓଡ଼ିଶା ରାଜନୀତିରେ ଏବେ କେବଳ ଦଳ ବଦଳ ଚାଲିଛି। ଦଳରେ ଅନେକ ଦିନରୁ ଥିବା ବରିଷ୍ଠ ନେତାମାନେ ମଧ୍ୟ ଟିକେଟ ନ ମିଳିବାରୁ ଓ...

ଚାଞ୍ଜଲ୍ୟକର ଖୁଲାସା କଲେ ଭାଜପା ପ୍ରଭାରୀ: ବିଜେଡି ଛାଡିବେ..

ଭୁବନେଶ୍ୱର,୧୯।୪: ଖୁବଶୀଘ୍ର ବିଜେଡି ଛାଡିବେ ଅନେକ ବଡ଼ ନେତା। ବିଜେଡି ଛାଡୁଥିବା ନେତାମାନେ ଭାଜପାରେ ଯୋଗ ଦେବେ। ରାଜ୍ୟ ନିର୍ବାଚନ ପ୍ରଭାରୀ ବିଜୟ ପାଲ ସିଂ...

ବିଳମ୍ବିତ ରାତିରେ ଖବରଦାତାଙ୍କୁ ଆକ୍ରମଣ

ଭୁବନେଶ୍ୱର,୧୯।୪(ସତ୍ୟଜିତ ରାଉତ):ବିଳମ୍ବିତ ରାତିରେ ଅସୁରକ୍ଷିତ ହୋଇପଡ଼ିଛି ରାଜଧାନୀ। ଅସାମାଜିକ ଯୁବକମାନେ ପଥଚାରୀଙ୍କୁ ଆକ୍ରମଣ କରିବାକୁ ପଛାଉ ନାହାନ୍ତି। ଗୁରୁବାର ରାତି ପ୍ରାୟ ୧୨ଟା ୫୫ ବେଳେ...

‘କ୍ରୁଜ୍‌’ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ବାଲେଶ୍ୱର, ୧୯।୪(ମାନସ ବିଶ୍ୱାଳ):ବାଲେଶ୍ୱର ଚାନ୍ଦିପୁରସ୍ଥିତ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଙ୍ଗଠନ (ଡିଆରଡିଓ) ପକ୍ଷରୁ ଇଣ୍ଟିଗ୍ରେଟେଡ୍‌ ଟେଷ୍ଟ ରେଞ୍ଜ (ଆଇଟିଆର୍‌)ରୁ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ‘କ୍ରୁଜ୍‌’...

ନବୀନ ନିବାସରେ ବିଜେଡି ପ୍ରାର୍ଥୀଙ୍କ ଭିଡ଼

ଭୁବନେଶ୍ୱର,୧୯ା୪(ଅନିଲ ଦାସ):ପଞ୍ଚମ ପର୍ଯ୍ୟାୟ ବିଧାନସଭା ଟିକେଟ ଘୋଷଣା ପରେ ଗୁରୁବାର ନବୀନ ନିବାସରେ ବିଜେଡି ଲୋକ ସଭା ଓ ବିଧାନସଭା ପ୍ରାର୍ଥୀଙ୍କ ଭିଡ଼ ଦେଖିବାକୁ ମିଳିଛି।...

ରାଜ୍ୟବାସୀଙ୍କ ମତାମତ ଲୋଡ଼ିଲେ ପାଣ୍ଡିଆନ

ଭୁବନେଶ୍ୱର,୧୯ା୪(ଅନିଲ ଦାସ):୫-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ବିଜେଡି ଇସ୍ତାହାର ପାଇଁ ରାଜ୍ୟବାସୀଙ୍କ ମତାମତ ଲୋଡ଼ିଛନ୍ତି। ଗୁରୁବାର ସାମାଜିକ ଗଣମାଧ୍ୟମ ଜରିଆରେ ସେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri