ପ୍ରକାଶ ପାଇଲା ସରକାରୀ ବିଜ୍ଞପ୍ତି: ଅଧିଗ୍ରହଣ ହେବ ୧୫ ଏକର ଜମି

ପୁରୀ ଅଫିସ, ୨୬।୯: ଶ୍ରୀମନ୍ଦିର ସୁରକ୍ଷା ଏବଂ ସନ୍ଦର୍ଯ୍ୟକରଣ ପାଇଁ ମେଘନାଦ ପାଚେରି କଡ଼ରୁ ୭୫ ମିଟର ସୁରକ୍ଷା ଜୋନରେ ପ୍ରଶାସନ ପକ୍ଷରୁ ସର୍ଭେ ଚାଲିଥିଲା। ହେଲେ ସରକାରୀ ବିଜ୍ଞପ୍ତି ପାଇ ନ ଥିବାବେଳେ କେଉଁ ଆଧାରରେ ସର୍ଭେ ଚାଲିଛି ବୋଲି ଲୋକେ ବିରୋଧ କରିଥିଲେ। ଫଳରେ ଏହାକୁ ନେଇ ସର୍ଭେ କାର୍ଯ୍ୟ ଅଧାରୁ ଅଟକି ଯାଇଥିଲା। ତେବେ ମଙ୍ଗଳବାର ସୁରକ୍ଷା ଜୋନରେ ଥିବା ଜମି ଅଧିଗ୍ରହଣ ପାଇଁ ସରକାରୀ ବିଜ୍ଞପ୍ତି ପ୍ରକାଶ ପାଇଛି। ଚିଠି ନଂ. ୨୮୮୯୭ ତା ୨୪ା୯ା୨୦୧୯ରେ ରାଜସ୍ବ ବିଭାଗ ଏହାର ସାମାଜିକ ପ୍ରଭାବ ନିର୍ଦ୍ଧାରଣ (ଏସ୍‌ଆଇଏ) ସର୍ବେକ୍ଷଣ ପାଇଁ ଅଧିସୂଚନା ପ୍ରକାଶ କରିଛି। ଫଳରେ ଗୁରୁବାରଠାରୁ ପୁଣି ସର୍ଭେ କାର୍ଯ୍ୟ ଆରମ୍ଭ ହୋଇ ଏକ ମାସ ମଧ୍ୟରେ ଶେଷ ହେବ ବୋଲି ଜଣାପଡିଛି।
ବିଜ୍ଞପ୍ତି ମୁତାବକ, ଭୂମି ଅର୍ଜନ, ପୁନର୍ବାସ ଓ ଥଇଥାନରେ ଉଚିତ ମୂଲ୍ୟ ଏବଂ ୨୦୧୩ ଜମି ଅଧିଗ୍ରହଣ ଆଇନ ଧାରା ୪ ଅନୁଯାୟୀ ଏହି ସର୍ଭେକ୍ଷଣ କରାଯିବ। ରାସ୍ତା ଓ ଗୃହ ନିର୍ମାଣ ଡିଭିଜନ, ପୁରୀର ନିର୍ବାହୀ ଯନ୍ତ୍ରୀ ପ୍ରକଳ୍ପ ବିକାଶକାରୀ ଭାବେ ବିଜ୍ଞପ୍ତିରେ ଦର୍ଶାଯାଇଥିବା ବେଳେ ଶ୍ରୀଜଗନ୍ନାଥ ମନ୍ଦିର ଚତୁଃପାର୍ଶ୍ୱ ନିରାପତ୍ତା ବଳୟ ଉନ୍ନତିକରଣ ନିମନ୍ତେ ପ୍ରସ୍ତାବିତ ଭୂମି ଅଧିଗ୍ରହଣର ଉଦ୍ଦେଶ୍ୟ ବୋଲି ଉଲ୍ଲେଖ ରହିଛି। ଏଥିପାଇଁ ମୋଟ ୧୫.୧୯୧ ଏକର ଜମି ଅଧିଗ୍ରହଣ କରାଯିବ, ଯେଉଁଥିରେ ୧୨.୫୪୪୫ ଏକର ଘରୋଇ ଏବଂ ୨.୬୪୬୫ ଏକର ସରକାରୀ ଜମି ରହିଛି। ଏଥିମଧ୍ୟରେ ପୁରୀ ତହସିଲ ଅନ୍ତର୍ଗତ ୫ଟି ଗ୍ରାମ ବାସେଳିସାହି, ମର୍ଣ୍ଣିକର୍ଣ୍ଣିକା ସାହି, କାଳିକାଦେବୀ ସାହି, ଦୋଳମଣ୍ଡପ ସାହି ଓ ଚୁଡ଼ଙ୍ଗ ସାହିର ଜମି ଅଧିଗ୍ରହଣ କରାଯିବ। ସାମାଜିକ ପ୍ରଭାବ ନିର୍ଦ୍ଧାରଣ ସର୍ବେକ୍ଷଣ ପରେ ପ୍ରକଳ୍ପ ପ୍ରଭାବିତ ଜମିର ବିସ୍ତୃତ ତାଲିକା ଉପଲବ୍ଧ ହୋଇପାରିବ। ତେବେ ଶ୍ରୀମନ୍ଦିର ସୁରକ୍ଷା ଜୋନରେ ଜମି ଅଧିଗ୍ରହଣ ପ୍ରକ୍ରିୟାକୁ ତ୍ୱରାନ୍ବିତ କରିବା ଲାଗି ୩୦ ଅଫିସରଙ୍କୁ ନେଇ ଏକ ସ୍ବତନ୍ତ୍ର ଟିମ୍‌ ଗଠନ କରଯାଇଛି। ୭୫ ମିଟର ମଧ୍ୟରେ ୩୦୦ ପ୍ଲଟ ରହିଛି। ଏଥିମଧ୍ୟରୁ ୨୩୦ ପ୍ଲଟ ବ୍ୟକ୍ତିଗତ ମାଲିକନାରେ ରହିଛି। ଜମି ଅଧିଗ୍ରହଣ ସୂଚନା ଏବଂ ବିଭିନ୍ନ ସରକାରୀ ସୂଚନା ତଥା ଥଇଥାନ ସମ୍ପର୍କରେ ବିସ୍ଥାପିତଙ୍କୁ ସୂଚନା ଦେବା ଲାଗି ସ୍ବତନ୍ତ୍ର କଣ୍ଟ୍ରୋଲ ରୁମ୍‌ ଖୋଲାଯାଇଛି। ଏହି କଣ୍ଟ୍ରୋଲ ରୁମ୍‌କୁ ଆସି କ୍ଷତିଗ୍ରସ୍ତ ଲୋକେ ସିଧାସଳଖ ପ୍ରଶାସନ ପାଖରେ ତାଙ୍କ ଆପତ୍ତି ଅଭିଯୋଗ ସହ ଜରୁରୀ ସୂଚନା ପାଇପାରିବେ। ଏଥିସହ ପ୍ରଶାସନିକ ଅଧିକାରୀ ମଧ୍ୟ ଘର ଘର ବୁଲି ଆଲୋଚନା କରିବେ। ଏହି ଦାୟିତ୍ୱରେ ୫ ଜଣ ଶିକ୍ଷାନବୀସ ଆଇଏଏସ୍‌ ଅଫିସର, ୫ ଜଣ ରାଜସ୍ବ ଅଧିକାରୀ, ୫ ଓଏଏସ୍‌ ଓ ଅନ୍ୟ ୫ ଜଣ ଶିକ୍ଷାନବୀଶ ଓଏଏସ୍‌ ଅଫିସର ରହିଛନ୍ତି। ଏମାନଙ୍କ ସହ ପୂର୍ତ୍ତ ବିଭାଗର ପ୍ରାୟ ୧୦ ଜଣ ଅଫିସର ଜମି ଅଧିଗ୍ରହଣ ପ୍ରକ୍ରିୟାରେ ସାମିଲ ହେବେ ବୋଲି ଜଣାପଡିଛି। ଏ ସମ୍ପର୍କରେ ଉପଜିଲାପାଳ ଭବତାରଣ ସାହୁ କହିଛନ୍ତି ମଙ୍ଗଳବାର ଜମି ଅଧିଗ୍ରହଣ ପାଇଁ ସାମାଜିକ ପ୍ରଭାବ ନିର୍ଦ୍ଧାରଣ ନିମନ୍ତେ ସରକାରୀ ବିଜ୍ଞପ୍ତି ପ୍ରକାଶ ପାଇଛି। ଗୁରୁବାରଠାରୁ ପୁଣି ସର୍ଭେ କାର୍ଯ୍ୟ ଆରମ୍ଭ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ପୁନର୍ବିଚାର କରିବେ ବୋଲି ବିଶ୍ୱାସ: ସମୀର

ଗୋପ, ୧୯ା୪(ଭାରତୀ ଭୂଷଣ ଉପାଧ୍ୟାୟ): ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶଙ୍କୁ ବିଜେଡି ପକ୍ଷରୁ ଟିକେଟ ନ ମିଳିବା ନେଇ ଏବେ ତାଙ୍କ ସମର୍ଥକଙ୍କ ମଧ୍ୟରେ...

ଗେଷ୍ଟ ହାଉସ୍‌ରେ ବ୍ୟବସାୟୀଙ୍କ ସନ୍ଦେହଜନକ ମୃତ୍ୟୁ, ଦୁର୍ଗନ୍ଧ ଆସିବା ପରେ…

ଭୁବନେଶ୍ୱର,୧୯।୪(ସତ୍ୟଜିତ୍‌ ରାଉତ): ଭୁବନେଶ୍ୱର ମୈତ୍ରୀ ବିହାର ଥାନା ଅନ୍ତର୍ଗତ ଗଜପତି ନଗରର ସୈନିକ ସ୍କୁଲ ନିକଟ ଏକ ଗେଷ୍ଟ ହାଉସରେ ଜଣେ ବ୍ୟବସାୟୀଙ୍କ ସନ୍ଦେହଜନକ ମୃତ୍ୟୁ...

‘ଏଥର ରାଜ୍ୟରେ ସରକାର ପରିବର୍ତ୍ତନ କରିବେ ଓଡ଼ିଶା ଲୋକ’

ଭୁବନେଶ୍ୱର, ୧୯।୪(ସୁନିତ୍‌ ମିଶ୍ର): ସମ୍ବଲପୁର ଲୋକ ସଭା ନିର୍ବାଚନମଣ୍ଡଳୀରେ ବିଜେଡିର ଏମ୍‌ପି ପ୍ରାର୍ଥୀ ତଥା ତାଙ୍କ ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ(ବବି) ହାରିବା...

ଓଡିଶା ରାଜନୀତିକୁ ନେଇ ଶାହାଙ୍କ ବଡ଼ ବୟାନ, କହିଲେ ନବୀନଙ୍କ ସହ ବଡ଼ ଫାଇଟ୍‌

ନୂଆଦିଲ୍ଲୀ,୧୯।୪: ଆରମ୍ଭ ହୋଇଯାଇଛି ଲୋକ ସଭା ନିର୍ବାଚନ ୨୦୨୪ l ତେବେ ଓଡିଶାରେ ନିର୍ବାଚନ ପାଇଁ ଅଳ୍ପ ଦିନ ବାକି ଥିବାବେଳେ ଗୃହମନ୍ତ୍ରୀ ଅମିତ ଶାହା...

ଭାଜପାରେ ଯୋଗଦେଲେ ପୂର୍ବତନ ଉପବାଚସ୍ପତି, ଗଞ୍ଜାମ ଅଧ୍ୟକ୍ଷା ପ୍ରତିଭା ପାଢ଼ୀ

ଭୁବନେଶ୍ୱର, ୧୯।୪(ସୁନିତ୍‌ ମିଶ୍ର): ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା ନିଜର ଶତାଧିକ ସମର୍ଥକଙ୍କ ଗହଣରେ ବିଜେଡି ଛାଡ଼ି ଶୁକ୍ରବାର ଭାଜପାରେ ସାମିଲ ହୋଇଛନ୍ତି। ଭାଜପା ରାଜ୍ୟ...

ନିମାପଡ଼ା ଆସନରେ ମାଷ୍ଟରଷ୍ଟ୍ରୋକ୍‌ ଖେଳିପାରେ କଂଗ୍ରେସ

ନିମାପଡ଼ା,୧୯ା୪(ରଞ୍ଜନ ପଟ୍ଟନାୟକ): ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭାଜପା ଏବଂ ବିଜେଡି ପ୍ରାର୍ଥୀ ଘୋଷଣା କରିସାରିଥିବା କଂଗ୍ରେସ ପଡ଼ିଛି ପଛରେ। ୨୦୧୯ ନିର୍ବାଚନରେ ଦିଲ୍ଲୀପ ନାୟକକଂଗ୍ରେସରୁ...

ଆଇଏଏସ୍‌ ପରୀକ୍ଷାରେ କେମିତି ପାଇବେ ସଫଳତା? ଆଇପିଏସ ପ୍ରତୀକ ସିଂ ଦେଲେ ଟିପ୍ସ

ଭୁବନେଶ୍ୱର,୧୯।୪: ସିଭିଲ ସର୍ଭିସ ପରୀକ୍ଷା ପାଇଁ ପ୍ରସ୍ତତ ହେଉଛନ୍ତି କି ? ପାଠପଢାରେ ବ୍ୟସ୍ତ ରହି ନିଦ ହେଉନି କି ? ଯଦି ଏଭଳି କରୁଛନ୍ତି...

ଏଥର ରୋଚକ ହେବ ରାଜନୀତି,ସବୁଦଳର ଫୋକସରେ ଯୁବପ୍ରାର୍ଥୀ

ଭୁବନେଶ୍ୱର,୧୯।୪: ନିର୍ବାଚନ ଯେତିକି ପାଖେଇ ଆସୁଛି ସେତିକି ରାଜନୀତି ସରଗରମ ହେଉଛି। ତେବେ ଏହି ଭିତରେ ପ୍ରାର୍ଥୀ ଚୟନରେ ଯୁବପ୍ରାର୍ଥୀଙ୍କୁ ଅଗ୍ରାଧିକାର ଦେଉଛନ୍ତି ରାଜନୈତିକ ଦଳ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri