ରେଳପଥ ସମସ୍ୟା, ବିକାଶ ନେଇ ଆଲୋଚନା କଲେ ୯ ଏମ୍‌ପି

ଭୁବନେଶ୍ୱର, ୨୬।୯(ବ୍ୟୁରୋ): ପୂର୍ବତଟ ରେଳପଥ ପକ୍ଷରୁ ବୁଧବାର ଖୋର୍ଦ୍ଧାରୋଡ ମଣ୍ଡଳ ପରିସୀମା ଅନ୍ତର୍ଗତ ଏମ୍‌ପିମାନଙ୍କ ସହ ବୈଠକ ଅନୁଷ୍ଠିତ ହୋଇଯାଇଛି। ଉପସ୍ଥିତ ଏମ୍‌ପିମାନେ ବୈଠକରେ ନିଜ ନିଜ କ୍ଷେତ୍ର ଭିତରେ ଆସୁଥିବା ରେଳପଥର ସମସ୍ୟା, ବିକାଶ ଓ ନୂତନ ପ୍ରକଳ୍ପ ବିଷୟରେ ଆଲୋଚନା ସହ ରେଳପଥକୁ ପ୍ରସ୍ତାବ ଦେଇଛନ୍ତି। ବୈଠକରେ କଟକ ଏମ୍‌ପି ଭର୍ତ୍ତୃହରି ମହତାବ, ବ୍ରହ୍ମପୁର ଏମ୍‌ପି ଚନ୍ଦ୍ରଶେଖର ସାହୁ, ଢେଙ୍କାନାଳ ଏମ୍‌ପି ମହେଶ ସାହୁ, ପୁରୀ ଏମ୍‌ପି ପିନାକୀ ମିଶ୍ର, କେନ୍ଦୁଝର ଏମ୍‌ପି ଚନ୍ଦ୍ରାଣୀ ମୁର୍ମୁ, ଭଦ୍ରକ ଏମ୍‌ପି ମଞ୍ଜୁଲତା ମଣ୍ଡଳ, ଆସ୍କା ଏମ୍‌ପି ପ୍ରମିଳା ବିଶୋଇ, ଯାଜପୁର ଏମ୍‌ପି ଶର୍ମିଷ୍ଠା ସେଠୀ ଏବଂ ଜଗତ୍‌ସିଂହପୁର ଏମ୍‌ପି ଡା. ରାଜଶ୍ରୀ ମଲ୍ଲିକ ଯୋଗଦେଇଥିଲେ। ପୂର୍ବତଟ ରେଳପଥର ମହାପ୍ରବନ୍ଧକ ବିଦ୍ୟା ଭୂଷଣ ଓ ଖୋର୍ଦ୍ଧାରୋଡ ମଣ୍ଡଳ ପ୍ରବନ୍ଧକ ଶଶିକାନ୍ତ ସିଂ ପ୍ରମୁଖ ଯୋଗଦେଇଥିଲେ। ଏମ୍‌ପିମାନେ ଦେଇଥିବା ପ୍ରସ୍ତାବଗୁଡିକ ଜୋନସ୍ତରୀୟ ବୈଠକରେ ବିଶ୍ଲେଷଣ କରାଯିବ। ସେଠାରୁ ଉନ୍ନୀତ ହେଲେ ପ୍ରସ୍ତାବଗୁଡିକୁ ରେଳ ବୋର୍ଡକୁ ସୁପାରିସ କରାଯିବ। ବୈଠକରେ ରେଲଓ୍ବେ ନେଟଓ୍ବର୍କର ଉନ୍ନତୀକରଣ, ଷ୍ଟେଶନଗୁଡିକରେ ଅତିରିକ୍ତ ସୁବିଧା ସହ ନିର୍ଦ୍ଦିଷ୍ଟ ଷ୍ଟେଶନଗୁଡିକରେ ଟ୍ରେନ ରହଣି ବିଷୟରେ ଆଲୋଚନା ହୋଇଛି। ଏହି ଅବସରରେ ପୂର୍ବତଟ ରେଳପଥର କାର୍ଯ୍ୟ ସମୀକ୍ଷା ମଧ୍ୟ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଅଭାବନୀୟ! ପିଲା ଚୋର ସନ୍ଦେହରେ ଫେଲୋଶିପ୍ କରିଥିବା ଯୁବତୀ-ସହଯୋଗୀଙ୍କୁ ଦୁର୍ବ୍ୟବହାର ସହ ଆକ୍ରମଣ,

କଲ୍ୟାଣସିଂହପୁର, ୧୬।୬(ଦୀପକ କୁମାର ପରିଡା ): ରାୟଗଡ଼ାରୁ ଏକ ଅଭାବନୀୟ ଖବର ସାମ୍ନାକୁ ଆସିଛି, ଯେଉଁଠି ପିଲା ଚୋର ସନ୍ଦେହରେ ଫେଲୋଶିପ୍ ଜଣେ ଯୁବତୀ ଓ ତାଙ୍କ…

ବଢିପାରେ ସ୍କୁଲ ଛୁଟି ଅବଧି! ରାଜ୍ୟ ସରକାର ନେବେ ବଡ଼ ନିଷ୍ପତ୍ତି…

ଭୁବନେଶ୍ୱର,୧୬।୬: ମୌସୁମୀରେ ପ୍ରତିବନ୍ଧକ ସାଜୁଛି କି ଏଲ ନି ନୋ?  କେବଳ ରାଜ୍ୟ ନୁହେଁ ସାରା ଦେଶରେ ଏଭଳି ସ୍ଥିତି ।ଏବେ ବି ଦିନରେ ଖରା ଗରମ…

ମମତାଙ୍କ ପରେ ଉଦ୍ଧବଙ୍କ ପାଳି, ଦଳ ଛାଡିବେ ୧୬ ବିଧାୟକ ୭ ଏମପି…

ମୁମ୍ୱାଇ,୧୬।୬: ମହାରାଷ୍ଟ୍ରର ପୂର୍ୱତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କ ନେତୃତ୍ୱାଧୀନ ଶିବସେନା(ୟୁବିଟି) ପୁଣିଥରେ ଭାଙ୍ଗିପାରେ ବୋଲି ଚର୍ଚ୍ଚା ହେଉଛି। ୧୪ରୁ ୧୬ ଜଣ ବିଧାୟକ ଏବଂ ୭ ଜଣ…

E100 ଇଥାନଲ ନା ପେଟ୍ରୋଲ? କେଉଁ ଇନ୍ଧନରେ ଅଧିକ ମାଇଲେଜ୍ ଦେବ ଗାଡ଼ି, ଜାଣନ୍ତୁ…

ନୂଆଦିଲ୍ଲୀ,୧୬।୬: ଇଥାନଲ ଫୁଏଲକୁ ନେଇ ଭାରତରେ ଚର୍ଚ୍ଚା ଲାଗି ରହିଛି । ସରକାରଙ୍କଠୁ ନେଇ ଗାଡି ନିର୍ମାତା କମ୍ପାନୀ ଯାଏ ସମସ୍ତେ ଏହାକୁ ଭବିଷ୍ୟତର ଇନ୍ଧନ ରୁପେ…

ରାତି ପାହିଲେ ଖୋଲିବ ସ୍କୁଲ, କାଳବୈଶାଖୀ ଯୋଗୁ ଉଡିଯାଇଛି ୩ ଶ୍ରେଣୀ ଗୃହ ଛପର; ଚିନ୍ତାରେ ବିଦ୍ୟାର୍ଥୀ

ତୁମୁଡିବନ୍ଧ, ୧୬।୬ (ଦିପକ କୁମାର ପରାସେଠ): କାଳବୈଶାଖୀର ସାଙ୍ଘାତିକ ପ୍ରଭାବ ଯୋଗୁ କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ ମାଲିପଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ (ୟୁପି ସ୍କୁଲ)ର ଶିକ୍ଷାଦାନ…

ତିଖିରି ସରପଞ୍ଚ ଚାମେଲିଙ୍କୁ ମିଳିଲା ଜାମିନ୍‌, କୋର୍ଟ ଦେଲେ ଏଭଳି ନିର୍ଦ୍ଦେଶ

କେନ୍ଦ୍ରାପଡ଼ା/ମହାକାଳପଡା, ୧୬।୬ (ଜଗନ୍ନାଥ ଧଳ/ପ୍ରତାପ ଚନ୍ଦ୍ର ସ୍ୱାଇଁ): କେନ୍ଦ୍ରାପଡ଼ା ଜିଲା ତିଖିରି ପଞ୍ଚାୟତର ସରପଞ୍ଚ ଚାମେଲି ଓଝାଙ୍କୁ କୋର୍ଟରୁ ଆଶ୍ୱସ୍ତି ମିଳିଛି। ପୋଲିସକୁ ଆକ୍ରମଣ କରିବା ଭଳି…

ଟ୍ରେସ୍‌ ମ୍ୟାପ୍‌ ପାଇଁ ଲାଞ୍ଚ ମାଗି ଫସିଗଲେ କୋସାଗୁଡ଼ା RI; ମାଡ଼ି ବସିଲା ଭିଜିଲାନ୍ସ, ଦୁଇ ସ୍ଥାନରେ ଚାଲିଛି…

କୋରାପୁଟ,୧୬।୬(ଅମିତାଭ ବେହେରା): କୋରାପୁଟ ଜିଲାରେ ପୁଣି ଜଣେ ସରକାରୀ କର୍ମଚାରୀ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ବୋରିଗୁମ୍ମା ତହସିଲ ଅଧୀନ କୋସାଗୁଡ଼ା ଆର୍‌ଆଇ(RI) ସର୍କଲର ରେଭିନ୍ୟୁ ଇନ୍ସପେକ୍ଟର (ଆର୍‌ଆଇ)…

ଦ୍ରୁତ ଗତିରେ ଆସୁଥିଲେ, ମୁହାଁମୁହିଁ ପିଟି ହୋଇଗଲେ ଦୁଇ ବାଇକ୍‌; ଚାଲିଗଲା ୨ ଜୀବନ, ୩ ଜଣ…

ବଞ୍ଚୋ, ୧୬।୬(ପ୍ରଦୋଷ ବିଶ୍ୱାଳ): କେନ୍ଦୁଝର ଜିଲା ବଞ୍ଚୋ ଛକ ନିକଟରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି। ଦ୍ରୁତଗତିରେ ଆସୁଥିବା ଦୁଇ ବାଇକ୍‌ ମଧ୍ୟରେ ମୁହାଁମୁହିଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri