ରାଜଧାନୀରେ ଯୋଜନାବଦ୍ଧ ଜବରଦଖଲ: ଗଳାବାଟ ଦେଖାଉଛନ୍ତି ଅଧିକାରୀ

ଭୁବନେଶ୍ୱର, ୨୬।୯(ବ୍ୟୁରୋ): ଦିନ ଆସିବ ଭୁବନେଶ୍ୱରର ସରକାରୀ ଜମି ଆଉ ସରକାରଙ୍କ ହାତରେ ନ ଥିବ। ସରକାରଙ୍କ ନାଁରେ ରେକର୍ଡ ଥିବ, ହେଲେ ଉପଭୋଗ କରୁଥିବେ ଜମି ମାଫିଆ ଓ ପ୍ରଭାବଶାଳୀ ବ୍ୟକ୍ତି। ସହରରେ ବଢ଼ି ଚାଲିଥିବା ଜବରଦଖଲ ଓ ଲୋକଦେଖାଣିଆ ଉଚ୍ଛେଦରୁ ଏଭଳି ଏକ ଆଶଙ୍କା ସହରବାସୀଙ୍କ ମନରେ ସୃଷ୍ଟି ହୋଇଛି। କାରଣ ଏବେ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଓ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ)ର ମିଳିତ ଏନ୍‌ଫୋର୍ସମେଣ୍ଟ ଟିମ୍‌ ଜବରଦଖଲ ଉଚ୍ଛେଦ କରୁଛି। ହେଲେ ଉଚ୍ଛେଦର କେଇଘଣ୍ଟା ନ ଯାଉଣୁ ଉକ୍ତ ସ୍ଥାନକୁ ସର୍ବସମ୍ମୁଖରେ ପୁନଃ ଦଖଲ କରାଯାଇ ବସତି ଓ ବ୍ୟବସାୟ କରାଯାଉଛି। ପୁଣି ଅଭିଯୋଗ ବା ନିର୍ଦ୍ଦେଶ ନ ଆସିବା ପର୍ଯ୍ୟନ୍ତ ଏନ୍‌ଫୋର୍ସମେଣ୍ଟ ଟିମ୍‌ ଦେଖୁଥିଲେ ମଧ୍ୟ ହାତ ମାରୁନି। ଏପଟେ ବର୍ଷବର୍ଷ ଧରି ଏଭଳି ଭେଳିକି ଭିତରେ ଜବରଦଖଲକାରୀମାନେ ଆଇନର ଗଳାବାଟ ଦେଇ ତାହାକୁ ନିଜ ନାମରେ ହେଉ ଅବା ସ୍ଥାୟୀ ଭାବେ ଅକ୍ତିଆର କରି ରଖୁଛନ୍ତି। ତେବେ ସବୁଠାରୁ ସମ୍ବେଦନଶୀଳ ଘଟଣା ହେଲା, ଜବରଦଖଲକାରୀଙ୍କୁ ଖୋଦ୍‌ ବିଭାଗୀୟ ଅଧିକାରୀମାନେ ହିଁ ଗଳାବାଟ ଦେଖାଉଥିବା ଜଣାପଡିଛି। କ’ଣ କଲେ ଆମେ ହାତମାରିପାରିବୁନି ତାହାକୁ ମଧ୍ୟ ଶିଖାଉଛନ୍ତି। ଉଚ୍ଛେଦ ପୂର୍ବରୁ ଏସବୁ ପାଇଁ ଡିଲ୍‌ ମଧ୍ୟ ହେଉଛି। ଟିମ୍‌ ପହଞ୍ଚତ୍ବା ପୂର୍ବରୁ ଜବରଦଖଲକାରୀମାନେ କୋର୍ଟ ଦସ୍ତାବିଜ ଦେଖାଇ ତଡ଼ି ଦେଉଛନ୍ତି। ବହୁ ସ୍ଥାନରେ ଉଚ୍ଛେଦ ଟିମ୍‌କୁ ଘେରାଉ କରୁଛନ୍ତି। ଏଭଳି ଘଟଣାର ଅନେକ ନଜିର ରହିଛି। ଏବେ ପରିସ୍ଥିତି ଏପରି ହୋଇଛି ସହରରେ ଚାଲିଥିବା ଉଚ୍ଛେଦକୁ ଜବରଦଖଲକାରୀମାନେ ଆଉ ଖାତିର କରୁନାହାନ୍ତି। ଅନ୍ୟପକ୍ଷରେ ସେଭଳି ଆଇନ ଅଭିଜ୍ଞତା ଅଧିକାରୀଙ୍କର ନ ଥିବାରୁ ସେମାନେ ପଦକ୍ଷେପ ନେବାକୁ ପଛଘୁଞ୍ଚା ଦେଉଛନ୍ତି। ବିଭାଗୀୟ ଆଇନ ସେଲ୍‌ ସତେ ଯେପରି ନିଷ୍କ୍ରିୟ ହୋଇଯାଇଛି। ଆଗାମୀ ଦିନରେ ଜବରଦଖଲ ହିଁ ସହରର ସୌନ୍ଦର୍ଯ୍ୟକରଣ ହେଉ ବିକାଶଧାରାର ବଡ଼ ବାଧକ ସାଜିବ ବୋଲି ବାରି ହୋଇପଡୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଗ୍ରାମୀଣ ଗୃହ ଯୋଜନାରେ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ରାଇକିଆ ବ୍ଲକ ପୁରସ୍କୃତ

ରାଇକିଆ,୧୬ା୮(ପ୍ରଦୀପ ବେହେରା): ଗ୍ରାମୀଣ ଗୃହ ଯୋଜନା-୨୦୨୫/୨୬ରେ ସମଗ୍ର କନ୍ଧମାଳ ଜିଲାରେ ଉଲ୍ଳେଖନୀୟ ପ୍ରଦର୍ଶନ ପାଇଁ ଜିଲା ପ୍ରଶାସନ ତରଫରୁ ରାଇକିଆ ବ୍ଲକ ପୁରସ୍କୃତ ହୋଇଛି। ଫୁଲବାଣୀଠାରେ ଜିଲାସ୍ତରୀୟ…

ଧାନମଣ୍ଡି ରେଜିଷ୍ଟ୍ରେଶନରେ ସମସ୍ୟା: ଜିଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ ନିଷ୍ପତ୍ତି ଚାଷୀ ସଙ୍ଗଠନ ନେଇ…

ଦିଗପହଣ୍ଡି,୧୬ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିର ଶ୍ରୀ ଦଧିବାମନ ମନ୍ଦିର ପ୍ରାଙ୍ଗଣରେ ଚାଷୀ ସଙ୍ଗଠନ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ବ୍ଲକ କମିଟି ପକ୍ଷରୁ ଆଲୋଚନା…

Video: ଇନଷ୍ଟାଗ୍ରାମରେ ଭିଡିଓ ଶେୟାର କରି ମୋଦି, କହିଲେ…

ନୂଆଦିଲ୍ଲୀ,୧୬।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ବାଧୀନତା ଦିବସ (ଅଗଷ୍ଟ ୧୫) ସକାଳର ଏକ ବିଶେଷ ମୁହୂର୍ତ୍ତ ସେୟାର କରିଛନ୍ତି। ତାଙ୍କ ଇନଷ୍ଟାଗ୍ରାମରେ ପୋଷ୍ଟ ହୋଇଥିବା ଏକ ଭିଡିଓରେ…

ଆମ୍ବୁଲାନ୍ସ ଭିତରେ ସନ୍ତାନ ପ୍ରସବ କଲେ ମହିଳା, ବନ୍ୟାଜଳରେ ଅଟକିବାରୁ…

ଦେବଗଡ଼,୧୬ା୮(ଶଶାଙ୍କ ଶେଖର ଝାଙ୍କର): ପୋଲ ଉପରେ ବନ୍ୟାଜଳ ପ୍ରବାହିତ ହେଉଥିବା ବେଳେ ଆମ୍ବୁଲାନ୍ସ ଯାଇ ନ ପାରିବାରୁ ଜଣେ ଗର୍ଭବତୀ ମହିଳାଙ୍କୁ ହଟହଟା ହେବାକୁ ପଡ଼ିଛି। ଦେବଗଡ଼…

ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ, ତୁରନ୍ତ ଡ୍ୟୁଟିରେ ଯୋଗ ଦେବାକୁ ନିର୍ଦ୍ଦେଶ ଜାରି କରି…

ଭଦ୍ରକ,୧୬ା୮(ସନାତନ ରାଉତ): ଭଦ୍ରକ ଜିଲାର ବିଭିନ୍ନ ବ୍ଲକରେ ଲଗାତର ବର୍ଷା ଓ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଜିଲାପାଳ ସୋମେଶ ଉପାଧ୍ୟାୟ ରବିବାର ଏକ ଜରୁରୀ ନିର୍ଦ୍ଦେଶ…

ଶାହରୁଖ ଖାନ, ଅଜୟ ଦେବଗନ, ଟାଇଗର ଶ୍ରଫଙ୍କ ବଢିଲା ସମସ୍ୟା; ‘କାରଣ ଦର୍ଶାଅ’ ନୋଟିସ ଜାରି କଲା FDA

ନୂଆଦିଲ୍ଲୀ,୧୬।୮: ତିନି ପ୍ରମୁଖ ବଲିଉଡ ତାରକା – ଶାହରୁଖ ଖାନ, ଅଜୟ ଦେବଗନ ଏବଂ ଟାଇଗର ଶ୍ରଫଙ୍କ ପାଇଁ ସମସ୍ୟା ବଢ଼ିବା ପରି ମନେ ହେଉଛି। ‘ବିମଲ…

ହନୁମାନ ପଇସାରୁ ବ୍ୟବସାୟୀଙ୍କୁ ଅପହରଣ: ଆଜି ଅଭିଯୁକ୍ତ-ବ୍ୟବ୍ୟସାୟୀଙ୍କୁ ମୁହାଁମୁହିଁ ଜେରା କରାଯାଇ…

ବଲାଙ୍ଗୀର,୧୬ା୮(ସୁନିଲ କୁମାର ମହାନ୍ତି): ହନୁମାନ ପଇସା’ରୁ ହୋଇଥିଲା ଅପହରଣ। ୨ କୋଟି ୭୦ ଲକ୍ଷ ଟଙ୍କାର କାରବାର ହେଉଥିଲା। ଉଭୟ ଅପହରଣକାରୀ ଓ ଅପହୃତଙ୍କ ନାଁରେ ମାମଲା…

ଖୁବଶୀଘ୍ର ଭାରତ ଗସ୍ତ କରିପାରନ୍ତି ବାଂଲାଦେଶୀ ପ୍ରଧାନମନ୍ତ୍ରୀ; ଦିଲ୍ଲୀ-ଢାକା ସମ୍ପର୍କ ପାଇଁ ଏହି ଗସ୍ତ କାହିଁକି ଗୁରୁତ୍ୱପୂର୍ଣ୍ଣ ଜାଣନ୍ତୁ

ଢାକା/ନୂଆଦିଲ୍ଲୀ,୧୬।୮: ବାଂଲାଦେଶର ପ୍ରଧାନମନ୍ତ୍ରୀ ତାରିକ ରହମାନ ଅଗଷ୍ଟ ୨୦ ରୁ ୨୫ ମଧ୍ୟରେ ଭାରତ ଗସ୍ତ କରିପାରନ୍ତି। ‘ଦି ଡେଲି ଷ୍ଟାର’ ସୂତ୍ର ଉଦ୍ଧୃତ କରି ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri