ପଳାଶୁଣୀ ଦୁର୍ଗାପୂଜା ସମିତି: ନବମୀରେ ଖେଚୁଡ଼ି, ଦଶମୀରେ ଦହିପଖାଳ

ବାଲିଅନ୍ତା,୨୬।୯(ଡି.ଏନ.ଏ.): ଆଉ ଦିନ କେଇଟା ପରେ ଧରାପୃଷ୍ଟକୁ ଓହ୍ଲାଇବେ ମା’ ଜଗତ୍‌ଜନନୀ। ଏଥିପାଇଁ ରାଜ୍ୟ ସାରା ଚଳଚଞ୍ଚଳ ହୋଇଉଠିଛି। ରାଜ୍ୟର କୋଣ ଅନୁକୋଣରେ ସାଜସଜ୍ଜା ପ୍ରସ୍ତୁତି ଖୁବ ଜୋରସୋରରେ ଚାଲିଛି। ରାଜଧାନୀରେ ବହୁ ଦୁର୍ଗାପୂଜା କମିଟି ପ୍ରତିବର୍ଷ ନୂଆ ଶୈଳୀରେ ତୋରଣ କରି ଲୋକଙ୍କୁ ଆକର୍ଷିତ କରିଥାନ୍ତି। ଏଭଳି ଭିନ୍ନ ଶୈଳରେ ପ୍ରସ୍ତୁତ କରୁଥିବା କମିଟି ମଧ୍ୟରୁ ପଳାଶୁଣୀ ଦୁର୍ଗାପୂଜା ସମିତି ଅନ୍ୟତମ। ରାଜଧାନୀର ପ୍ରବେଶ ପଥର ୧୬ନଂ ଜାତୀୟ ରାଜପଥ ପଳାଶୁଣୀ ଛକରେ ଦୀର୍ଘ ୩୪ବର୍ଷ ଧରି ଦୁର୍ଗାପୂଜା ଅନୁଷ୍ଠିତ ହୋଇଆସୁଛି। ଚଳିତବର୍ଷ ଝୁମର ଓ୍ବାଲା ତୋରଣରେ ବିରାଜିତ ହେବେ ମା’ ଦୁର୍ଗା। ତୋରଣରେ ଶଙ୍ଖ ଓ ଶାମୁକାକୁ ନେଇ ବେଶି ଗୁରୁତ୍ୱ ଦିଆଯାଉଥିବାରୁ ଏହାର ଶୋଭା ବଢ଼ାଇବ। ରୀତି ଅନୁଯାୟୀ ଷଷ୍ଠୀ ତିଥିରେ ଖଲ୍ଲିକୋଟର ମା’ ନାରାୟଣୀଙ୍କ ପୀଠରୁ ଆଜ୍ଞାମାଳ ଆଣିବା ପରେ ଏଠାରେ ପୂଜା ଆରମ୍ଭ ହୋଇଥାଏ ବୋଲି ସମିତିର ସହସମ୍ପାଦକ ସିଲୁ ଲେଙ୍କା କହିଛନ୍ତି। ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ନବମୀରେ ଖେଚୁଡ଼ି ଓ ଦଶମୀରେ ଦହି ପଖାଳ ଭକ୍ତମାନଙ୍କୁ ପ୍ରସାଦ ଆକାରରେ ଦିଆଯିବ। ପାରମ୍ପରିକ ରୀତି ଅନୁଯାୟୀ ଏଠାରେ ୫ଦିନ ଧରି ପୂଜା ଅନୁଷ୍ଠିତ ହୋଇଥାଏ। ସାଂସ୍କୃତିକ କାର୍ଯ୍ୟକ୍ରମ ରୂପେ ସପ୍ତମୀରେ ଭଜନ ସମାରୋହ, ଅଷ୍ଟମୀ ଓ ନବମୀରେ ମେଲୋଡ଼ି ପରିବେଷିତ ହେବ। ରଙ୍ଗବେରଙ୍ଗ ଆଲୋକମାଳାରେ ଝଲସିବ ଜାତୀୟ ରାଜପଥ ପାର୍ଶ୍ୱ। ଏଥିସହିତ ୬୦ଫୁଟର ଏଲ୍‌ଇଡି ଲାଇଟ୍‌ ପୂଜା ମଣ୍ଡପ ଚତୁଃପାର୍ଶ୍ୱରେ ରହିବ। ଚଳିତବର୍ଷ ପୂଜାର ବଜେଟ ୧୮ଲକ୍ଷ ଟଙ୍କା ରଖାଯାଇଛି। ଭସାଣିରେ ପାରମ୍ପରିକ ବାଦ୍ୟ ସହ ବାଣ, ଘୋଡ଼ା ଓ ଷଣ୍ଢ ନାଚ ସାମିଲ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଏସ୍‌କେଓ୍ବାଇକୁ ବିରୋଧ କରୁଛନ୍ତି କେନ୍ଦ୍ରମନ୍ତ୍ରୀ: ପାଣ୍ଡିଆନ୍‌

ଭୁବନେଶ୍ୱର/ ଉମରକୋଟ/ଝରିଗାଁ/ ପାପଡ଼ାହାଣ୍ଡି/ନବରଙ୍ଗପୁର/ ତେନ୍ତୁଳିଖୁଣ୍ଟି, ୨୭ା୪ (ଅନିଲ ଦାସ/ସନ୍ତୋଷ ଶତପଥୀ/କିଶୋର ଚନ୍ଦ୍ର ମଣ୍ଡଳ/ସ୍ବପ୍ନଜିତ ପଟ୍ଟନାୟକ/ସଦାଶିବ ପ୍ରହରାଜ/ଚିଦାନନ୍ଦ ସାହୁ): ବିଜେଡିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ ଶୁକ୍ରବାର...

ଗୋଟିଏ ଆସନ ପାଣ୍ଡିଆନ୍‌ଙ୍କ ପାଇଁ ଛାଡ଼ିବେ ମୁଖ୍ୟମନ୍ତ୍ରୀ: ଭାଜପା

ଭୁବନେଶ୍ୱର, ୨୭।୪(ସୁନିତ୍‌ ମିଶ୍ର): କାର୍ତ୍ତିକ ପାଣ୍ଡିଆନ୍‌ଙ୍କ ନାଁ ବିଜେଡିର ଷ୍ଟାର ପ୍ରଚାରକ ତାଲିକାରେ ଅଛି। ଏଥିରୁ ପ୍ରମାଣିତ ହେଲା ଯେ, ସେ ହେଉଛନ୍ତି ବିଜେଡିର ୨...

ଛିଡୁନି ଭାଜପା ପ୍ରାର୍ଥୀଙ୍କ ନାମ, ମହିଳା କାର୍ଡ ଖେଳିବା ଚର୍ଚ୍ଚା

କଟକ,୨୭ା୪(ଶିଳ୍ପା ପ୍ରିୟଦର୍ଶିନୀ): ନିର୍ବାଚନକୁ ମାତ୍ର କମ୍‌ ସମୟ ଥିବାବେଳେ ଆସନ୍ତା ସୋମବାରଠାରୁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହେବ। ହେଲେ ଏପର୍ଯନ୍ତ ବାରବାଟୀ-କଟକ ଭାଜପାର...

ଟୁକୁନୀଙ୍କ ପାଇଁ ପଦ୍ମପୁର ଜିଲା ଘୋଷଣା ଅଟକିଥିବା ଚର୍ଚ୍ଚା

ବଲାଙ୍ଗୀର, ୨୭ା୪(ବୀରେନ୍ଦ୍ର କୁମାର ଝାଙ୍କର): ଟିଟିଲାଗଡ଼ ସହରରେ ବରିଷ୍ଠ ନାଗରିକ ସମୂହଙ୍କ ପକ୍ଷରୁ ଆୟୋଜିତ ଏକ ନିର୍ବାଚନୀ ସଭାରେ ମନ୍ତ୍ରୀ ତଥା ଟିଟିଲାଗଡ଼ ବିଧାୟିକା ପ୍ରାର୍ଥୀ...

ସମ୍ବଲପୁରୀ ଲୁଙ୍ଗି ଉପାଖ୍ୟାନ

ସମ୍ବଲପୁର,୨୭।୪ (ଭବାନୀ ଶଙ୍କର ଭୋଇ): ସମ୍ବଲପୁରରେ ମୁଖ୍ୟମନ୍ତ୍ରୀଙ୍କ ଲୁଙ୍ଗିପିନ୍ଧାକୁ ନେଇ ବିଜେଡି ଏବଂ ଭାଜପା ମଧ୍ୟରେ ଜୋରଦାର ବାକ୍‌ଯୁଦ୍ଧ ଆରମ୍ଭ ହୋଇଯାଇଛି। ଶୁକ୍ରବାର ଏନେଇ ଉଭୟ...

ରବି-ତାରା ମୁହାଁମୁହିଁ

ଜୟପୁର, ୨୭ା୪(ପବନ ପାଣିଗ୍ରାହୀ): ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେଡି ନେତା ରବିନାରାୟଣ ନନ୍ଦ ଶୁକ୍ରବାର ଜୟପୁର ସାଜୁସାହିସ୍ଥିତ ବିଜେଡି କାର୍ଯ୍ୟାଳୟରେ ଖବରଦାତା ସମ୍ମିଳନୀ କରି...

ମୁକାବିଲା ମୁଡ୍‌ରେ ସୂର୍ଯ୍ୟବଂଶୀ-ସଞ୍ଜୟ

ଧାମନଗର,୨୭୪(ଦେବେନ୍ଦ୍ର ଆନ୍ଦିଆ): ଭଦ୍ରକ ଲୋକ ସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଧାମନଗର ବିଧାନସଭା କ୍ଷେତ୍ରରେ ଭାଜପା, ବିଜେଡି ଓ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଘୋଷଣା ସରିଛି। ଭାଜପା...

ବାଇକ୍‌କୁ ଧକ୍କା ଦେଲା ଟ୍ରକ୍‌: ଚାଲିଗଲା ୩ ଜୀବନ

ଅନୁଗୋଳ,୨୭ା୪ (ଅମିତ କୁମାର ସାମଲ): ଅନୁଗୋଳ ସଦର ଥାନା ଅଧୀନ ପଞ୍ଚମହଳା ନିକଟରେ ଶନିବାର ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଟ୍ରକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri