ପଳାଶୁଣୀ ଦୁର୍ଗାପୂଜା ସମିତି: ନବମୀରେ ଖେଚୁଡ଼ି, ଦଶମୀରେ ଦହିପଖାଳ

ବାଲିଅନ୍ତା,୨୬।୯(ଡି.ଏନ.ଏ.): ଆଉ ଦିନ କେଇଟା ପରେ ଧରାପୃଷ୍ଟକୁ ଓହ୍ଲାଇବେ ମା’ ଜଗତ୍‌ଜନନୀ। ଏଥିପାଇଁ ରାଜ୍ୟ ସାରା ଚଳଚଞ୍ଚଳ ହୋଇଉଠିଛି। ରାଜ୍ୟର କୋଣ ଅନୁକୋଣରେ ସାଜସଜ୍ଜା ପ୍ରସ୍ତୁତି ଖୁବ ଜୋରସୋରରେ ଚାଲିଛି। ରାଜଧାନୀରେ ବହୁ ଦୁର୍ଗାପୂଜା କମିଟି ପ୍ରତିବର୍ଷ ନୂଆ ଶୈଳୀରେ ତୋରଣ କରି ଲୋକଙ୍କୁ ଆକର୍ଷିତ କରିଥାନ୍ତି। ଏଭଳି ଭିନ୍ନ ଶୈଳରେ ପ୍ରସ୍ତୁତ କରୁଥିବା କମିଟି ମଧ୍ୟରୁ ପଳାଶୁଣୀ ଦୁର୍ଗାପୂଜା ସମିତି ଅନ୍ୟତମ। ରାଜଧାନୀର ପ୍ରବେଶ ପଥର ୧୬ନଂ ଜାତୀୟ ରାଜପଥ ପଳାଶୁଣୀ ଛକରେ ଦୀର୍ଘ ୩୪ବର୍ଷ ଧରି ଦୁର୍ଗାପୂଜା ଅନୁଷ୍ଠିତ ହୋଇଆସୁଛି। ଚଳିତବର୍ଷ ଝୁମର ଓ୍ବାଲା ତୋରଣରେ ବିରାଜିତ ହେବେ ମା’ ଦୁର୍ଗା। ତୋରଣରେ ଶଙ୍ଖ ଓ ଶାମୁକାକୁ ନେଇ ବେଶି ଗୁରୁତ୍ୱ ଦିଆଯାଉଥିବାରୁ ଏହାର ଶୋଭା ବଢ଼ାଇବ। ରୀତି ଅନୁଯାୟୀ ଷଷ୍ଠୀ ତିଥିରେ ଖଲ୍ଲିକୋଟର ମା’ ନାରାୟଣୀଙ୍କ ପୀଠରୁ ଆଜ୍ଞାମାଳ ଆଣିବା ପରେ ଏଠାରେ ପୂଜା ଆରମ୍ଭ ହୋଇଥାଏ ବୋଲି ସମିତିର ସହସମ୍ପାଦକ ସିଲୁ ଲେଙ୍କା କହିଛନ୍ତି। ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ନବମୀରେ ଖେଚୁଡ଼ି ଓ ଦଶମୀରେ ଦହି ପଖାଳ ଭକ୍ତମାନଙ୍କୁ ପ୍ରସାଦ ଆକାରରେ ଦିଆଯିବ। ପାରମ୍ପରିକ ରୀତି ଅନୁଯାୟୀ ଏଠାରେ ୫ଦିନ ଧରି ପୂଜା ଅନୁଷ୍ଠିତ ହୋଇଥାଏ। ସାଂସ୍କୃତିକ କାର୍ଯ୍ୟକ୍ରମ ରୂପେ ସପ୍ତମୀରେ ଭଜନ ସମାରୋହ, ଅଷ୍ଟମୀ ଓ ନବମୀରେ ମେଲୋଡ଼ି ପରିବେଷିତ ହେବ। ରଙ୍ଗବେରଙ୍ଗ ଆଲୋକମାଳାରେ ଝଲସିବ ଜାତୀୟ ରାଜପଥ ପାର୍ଶ୍ୱ। ଏଥିସହିତ ୬୦ଫୁଟର ଏଲ୍‌ଇଡି ଲାଇଟ୍‌ ପୂଜା ମଣ୍ଡପ ଚତୁଃପାର୍ଶ୍ୱରେ ରହିବ। ଚଳିତବର୍ଷ ପୂଜାର ବଜେଟ ୧୮ଲକ୍ଷ ଟଙ୍କା ରଖାଯାଇଛି। ଭସାଣିରେ ପାରମ୍ପରିକ ବାଦ୍ୟ ସହ ବାଣ, ଘୋଡ଼ା ଓ ଷଣ୍ଢ ନାଚ ସାମିଲ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମହିଳାଙ୍କ ପାଇଁ ସରକାରଙ୍କ ବଡ଼ ଘୋଷଣା, ରକ୍ଷାବନ୍ଧନରେ ୩ ଦିନ ମାଗଣା ବସ୍ ସେବା

ଲକ୍ଷ୍ନୌ,୧୬।୮: ରକ୍ଷାବନ୍ଧନ ଅବସରରେ ଉତ୍ତରପ୍ରଦେଶର ମହିଳାମାନଙ୍କ ପାଇଁ ବଡ଼ ଖୁସି ଖବର ସାମ୍ନାକୁ ଆସିଛି । ଉତ୍ତର ପ୍ରଦେଶ ରାଜ୍ୟ ସଡ଼କ ପରିବହନ ନିଗମ (UPSRTC) ମହିଳାଙ୍କୁ…

ବନ୍ୟାପାଣିରେ ବୁଡ଼ିଲା ଶିବମନ୍ଦିର, ଫସିଲେ ପୂଜକ ଦମ୍ପତି, ୮ ଘଣ୍ଟା ପରେ…

କୁଚିଣ୍ଡା,୧୬ା୮(ବିରଞ୍ଚି ଦର୍କା): ସମ୍ବଲପୁର ଜିଲା କୁଚିଣ୍ଡା ବ୍ଲକରେ ପ୍ରବାହିତ ଖର୍ଲା ନଦୀରେ ବନ୍ୟା ଆସିଛି। ବନ୍ୟାପାଣି ମାଡ଼ି ଆସିବାରୁ ଚକଦରହ ଶିବମନ୍ଦିରଟି ପାଣିରେ ଅଧା ବୁଡ଼ି ଯାଇଥିଲା।…

ଶ୍ମଶାନକୁ ରାସ୍ତା ନାହିଁ, କେନାଲ ପାର୍‌ ହୋଇ ଶବଦାହ କଲେ ଗ୍ରାମବାସୀ

ଗଞ୍ଜାମ,୧୬ା୮(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମ୍ମା ପଞ୍ଚାୟତର ଗଡ଼ହୁମ୍ମା ଗ୍ରାମ ନିକଟରେ ରହିଛି ବାଉଁସିଆ ପଡ଼ା ଗ୍ରାମ। ଶବଦାହ ପାଇଁ ଗ୍ରାମବାସୀ ନାହିଁ ନ ଥିବା…

ଗ୍ରାମୀଣ ଗୃହ ଯୋଜନାରେ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ରାଇକିଆ ବ୍ଲକ ପୁରସ୍କୃତ

ରାଇକିଆ,୧୬ା୮(ପ୍ରଦୀପ ବେହେରା): ଗ୍ରାମୀଣ ଗୃହ ଯୋଜନା-୨୦୨୫/୨୬ରେ ସମଗ୍ର କନ୍ଧମାଳ ଜିଲାରେ ଉଲ୍ଳେଖନୀୟ ପ୍ରଦର୍ଶନ ପାଇଁ ଜିଲା ପ୍ରଶାସନ ତରଫରୁ ରାଇକିଆ ବ୍ଲକ ପୁରସ୍କୃତ ହୋଇଛି। ଫୁଲବାଣୀଠାରେ ଜିଲାସ୍ତରୀୟ…

ଧାନମଣ୍ଡି ରେଜିଷ୍ଟ୍ରେଶନରେ ସମସ୍ୟା: ଜିଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ ନିଷ୍ପତ୍ତି ଚାଷୀ ସଙ୍ଗଠନ ନେଇ…

ଦିଗପହଣ୍ଡି,୧୬ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିର ଶ୍ରୀ ଦଧିବାମନ ମନ୍ଦିର ପ୍ରାଙ୍ଗଣରେ ଚାଷୀ ସଙ୍ଗଠନ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ବ୍ଲକ କମିଟି ପକ୍ଷରୁ ଆଲୋଚନା…

Video: ଇନଷ୍ଟାଗ୍ରାମରେ ଭିଡିଓ ଶେୟାର କରି ମୋଦି, କହିଲେ…

ନୂଆଦିଲ୍ଲୀ,୧୬।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ବାଧୀନତା ଦିବସ (ଅଗଷ୍ଟ ୧୫) ସକାଳର ଏକ ବିଶେଷ ମୁହୂର୍ତ୍ତ ସେୟାର କରିଛନ୍ତି। ତାଙ୍କ ଇନଷ୍ଟାଗ୍ରାମରେ ପୋଷ୍ଟ ହୋଇଥିବା ଏକ ଭିଡିଓରେ…

ଆମ୍ବୁଲାନ୍ସ ଭିତରେ ସନ୍ତାନ ପ୍ରସବ କଲେ ମହିଳା, ବନ୍ୟାଜଳରେ ଅଟକିବାରୁ…

ଦେବଗଡ଼,୧୬ା୮(ଶଶାଙ୍କ ଶେଖର ଝାଙ୍କର): ପୋଲ ଉପରେ ବନ୍ୟାଜଳ ପ୍ରବାହିତ ହେଉଥିବା ବେଳେ ଆମ୍ବୁଲାନ୍ସ ଯାଇ ନ ପାରିବାରୁ ଜଣେ ଗର୍ଭବତୀ ମହିଳାଙ୍କୁ ହଟହଟା ହେବାକୁ ପଡ଼ିଛି। ଦେବଗଡ଼…

ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ, ତୁରନ୍ତ ଡ୍ୟୁଟିରେ ଯୋଗ ଦେବାକୁ ନିର୍ଦ୍ଦେଶ ଜାରି କରି…

ଭଦ୍ରକ,୧୬ା୮(ସନାତନ ରାଉତ): ଭଦ୍ରକ ଜିଲାର ବିଭିନ୍ନ ବ୍ଲକରେ ଲଗାତର ବର୍ଷା ଓ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଜିଲାପାଳ ସୋମେଶ ଉପାଧ୍ୟାୟ ରବିବାର ଏକ ଜରୁରୀ ନିର୍ଦ୍ଦେଶ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri