ରଙ୍ଗମାଟିଆ ଦୀପକ ହତ୍ୟାକାଣ୍ଡ: ୩୬ ଘଣ୍ଟା ପରେ ପୋଲିସ ହାତ ଖାଲି
ଭୁବନେଶ୍ୱର,୧୨।୯(ବ୍ୟୁରୋ): ମଞ୍ଚେଶ୍ୱର ଥାନା ରଙ୍ଗମାଟିଆ ଅଞ୍ଚଳରେ ଦୀପକ ବେହେରା ଓରଫ ଲଣ୍ଡାଙ୍କୁ ମଙ୍ଗଳବାର ରାତିରେ ଦୁର୍ବୃତ୍ତମାନେ ଗୋଡ଼ାଇ ଗୋଡ଼ାଇ ଅତି ବୀଭତ୍ସ ଭାବେ ହତ୍ୟା କରିଥିଲେ। ପୁଅକୁ ଉଦ୍ଧାର କରିବାକୁ ଆସିଥିବା ବାପାଙ୍କୁ ଦୁର୍ବୃତ୍ତମାନେ କାବୁ କରି ତାଙ୍କ ଆଖି ଆଗରେ…
ଗଙ୍ଗାଧର ମେହେର ପ୍ରତିଷ୍ଠାନର ନୂଅଁ।ଖାଇ ଭେଟ୍ଘାଟ
ଭୁବନେଶ୍ୱର,୧୨।୯(ବ୍ୟୁରୋ): ଗଙ୍ଗାଧର ମେହେର ପ୍ରତିଷ୍ଠାନ ଓ ଇନ୍ଟାକର ମିଳିତ ଆନୁକୂଲ୍ୟରେ ବୁଧବାର ସ୍ଥାନୀୟ ବୁଦ୍ଧମନ୍ଦିରଠାରେ ନୂଅଁାଖାଇ ଭେଟ୍ଘାଟ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଇନ୍ଟାକର ଅଧ୍ୟକ୍ଷ ଅମିୟ ଭୂଷଣ ତ୍ରିପାଠୀ, ସମ୍ମାନିତ ଅତିଥି ଭାବେ ସଂସ୍କୃତି ବିଶ୍ୱବିଦ୍ୟାଳୟ କୁଳପତି ନରେନ୍ଦ୍ର…
ବ୍ୟାଗ୍ ଓଜନ ଯାଞ୍ଚ କଲେ ସ୍ବତନ୍ତ୍ର ସ୍କ୍ବାଡ୍
ଭୁବନେଶ୍ୱର,୧୨।୯(ବ୍ୟୁରୋ): ରାଜଧାନୀର ବିଭିନ୍ନ ସ୍କୁଲରେ ବୁଧବାର ସ୍ବତନ୍ତ୍ର ସ୍କ୍ବାଡ୍ ପକ୍ଷରୁ ଅଚାନକ ପରିଦର୍ଶନ ହୋଇଥିଲା। ସ୍କୁଲ ବ୍ୟାଗ୍ ଓଜନ ତଦାରଖ ପାଇଁ ଖୋର୍ଦ୍ଧା ଜିଲାପାଳଙ୍କ ନେତୃତ୍ୱରେ ଗଠିତ ହୋଇଥିବା ଏହି ସ୍କ୍ବାଡ୍ ସ୍କୁଲ ଯାଇ ପିଲାମାନଙ୍କ ବ୍ୟାଗ୍ ଯାଞ୍ଚ କରିଥିଲେ। ଜିଲା…
‘ମୋ ସରକାର’ ପାଇଁ କମିଶନରେଟ ପୋଲିସର ପ୍ରସ୍ତୁତି: ଏତଲାକାରୀଙ୍କଠାରୁ ରିପୋର୍ଟ ନେଲେ କମିଶନର
ଭୁବନେଶ୍ୱର,୧୨।୯(ବ୍ୟୁରୋ): ରାଜ୍ୟ ସରକାର ଅକ୍ଟୋବର ୨ରୁ ‘ମୋ ସରକାର’ କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ଯାଉଛନ୍ତି। ଏହି କାର୍ଯ୍ୟକ୍ରମରେ ସବୁ ଜିଲାରେ ରହିଥିବା ଥାନା ଓ ମେଡିକାଲକୁ ଆସୁଥିବା ଜନସାଧାରଣଙ୍କ ସହ ଫୋନ ଜରିଆରେ ମୁଖ୍ୟମନ୍ତ୍ରୀ କଥାହୋଇ ସମସ୍ୟା ସମ୍ପର୍କରେ ଅବଗତ ହେବେ।…
ପ୍ରଫେସର ସୁନୀଲ ଷଡ଼ଙ୍ଗୀ ପାଇବେ ବିଶ୍ୱେଶ୍ୱରାୟା ସମ୍ମାନ
କଟକ ଅଫିସ, ୧୨।୯: ଏନ୍ଆଇଟି ରାଉରକେଲାର ପ୍ରାକ୍ତନ ନିର୍ଦ୍ଦେଶକ ତଥା ଖାତନାମା ଇଞ୍ଜିନିୟର ପ୍ରଫେସର ସୁନୀଲ କୁମାର ଷଡଙ୍ଗୀ ଚଳିତବର୍ଷର ଜାତୀୟସ୍ତରୀୟ ମର୍ଯ୍ୟାଦାଜନକ ବିଶ୍ୱେଶ୍ୱରାୟା ସମ୍ମାନ ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି। ସେ ଆଇଆଇଟି ଖଡ଼ଗପୁରରୁ ମେକାନିକାଲ ଇଞ୍ଜିନିୟରିଂରେ ଅନର୍ସ ସହିତ…
କୋମାରେ ପ୍ରି-ପେଡ୍, ପିଙ୍କ୍ ଅଟୋ ସେବା
ଭୁବନେଶ୍ୱର, ୧୨।୯(ବ୍ୟୁରୋ): ନୂଆ ମୋଟର ଯାନ ଆଇନ ଆସିବା ପରେ ଏବେ ଲୋକଙ୍କ ପ୍ରଥମ ପସନ୍ଦ ପାଲିଟିଛି ପବ୍ଲିକ୍ ଟ୍ରାନ୍ସପୋର୍ଟ ବା ସାଧାରଣ ପରିବହନ ବ୍ୟବସ୍ଥା। ନିଜ ଗାଡ଼ି ଧରି ଯିବା ଅପେକ୍ଷା ଲୋକେ ବସ୍ କିମ୍ବା ଅଟୋ ଭଳି ପବ୍ଲିକ୍…
ଗାନ୍ଧୀ ଜୟନ୍ତୀରୁ ପ୍ଲାଷ୍ଟିକ ମୁକ୍ତ ହେବ ରେଳପଥ
ଭୁବନେଶ୍ୱର,୧୨।୯(ବ୍ୟୁରୋ): ପୂର୍ବତଟ ରେଳପଥକୁ ଏକକ ବ୍ୟବହୃତ ପ୍ଲାଷ୍ଟିକ ମୁକ୍ତ କରିବାକୁ ବୁଧବାର ମହାପ୍ରବନ୍ଧକ ବିଦ୍ୟା ଭୂଷଣ ରେଳସଦନରେ ସମସ୍ତ କର୍ମଚାରୀମାନଙ୍କୁ ଶପଥ ଗ୍ରହଣ କରାଇଛନ୍ତି। ପୂର୍ବରୁ ରେଳ ମନ୍ତ୍ରାଳୟ ପକ୍ଷରୁ ଟ୍ରେନ, ଷ୍ଟେଶନ ଓ କାର୍ଯ୍ୟାଳୟ ପରିସରରେ ଏକକ ବ୍ୟବହୃତ ପ୍ଲାଷ୍ଟିକ…
ଗୁରୁଙ୍କ ଗୁରୁ ଥିଲେ କେଳୁଚରଣ
ଭୁବନେଶ୍ୱର ୧୨।୯(ବ୍ୟୁରୋ): ଗୁରୁ କେଳୁଚରଣ ମହାପାତ୍ର କେବଳ ଓଡ଼ିଶାର ନୁହେଁ, ଭାରତର ସାଂସ୍କୃତିକ ପରିମଣ୍ଡଳର ଜଣେ ପ୍ରଭାବବନ୍ତ ବ୍ୟକ୍ତିତ୍ୱ ଥିଲେ। ସେ ଗୁରୁ ନଥିଲେ, ସେ ଥିଲେ ଗୁରୁମାନଙ୍କ ଗୁରୁ। ଗୁରୁଜୀ ନିଜର ଯେତିକି ଶିଷ୍ୟ ସୃଷ୍ଟି କରିଯାଇଛନ୍ତି ଆଜି ସେମାନେ…
ଧର୍ମଶାଳା ତହସିଲର ଚଢାଉ: ୫ କଳାପଥର , ୧ ବାଲିଖାଦାନରେ ୧୪୪ ଧାରା ଜାରି
ଧର୍ମଶାଳା/ଜେନାପୁର/ଚଢେଇଧରା,୧୨।୯(ଡି.ଏନ୍.ଏ.): ଯାଜପୁର ଜିଲା ଧର୍ମଶାଳା ତହସିଲ ପକ୍ଷରୁ ତହସିଲ ଅଧୀନସ୍ତ ୫ କଳାପଥର ଓ ଗୋଟିଏ ବାଲି ଖାଦାନ ଉପରେ ବୁଧବାର ୧୪୪ ଧାରା ଜାରି କରାଯାଇଛି। ଏଥିସହ ଖାଦାନକୁ ସଂଯୋଗ କରୁଥିବା ରାସ୍ତାକୁ ଜେସିବି ସାହାଯ୍ୟରେ ତାଡାଯାଇ ବିଚ୍ଛିନ୍ନ କରାଯାଇଛି।…
ଟକ୍ ବାଇକ୍ ମୁହାଁମୁହିଁ, ଜଣେ ମୃତ
କାଳିଆପାଣି,୧୨ା୯(ଡି.ଏନ୍.ଏ.): କାଳିଆପାଣି ଥାନା ଅନ୍ତର୍ଗତ କଂସ ଛକଠାରେ ବୁଧବାର ସଡ଼କ ଦୁର୍ଘଟଣାରେ ଜଣେ ବାଇକ୍ ଚାଳକଙ୍କ ମୃତ୍ୟୁ ହୋଇଛି। ମୃତକ ଜଣଙ୍କ କଂସ ପଞ୍ଚାୟତର ଦୁର୍ଯ୍ୟୋଧନ ମୁର୍ମୁ (୩୪)। କାଳିଆପାଣି ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ ଗାଡି ଦୁଇଟିକୁ ଜବତ କରିଛି। ଏଥିସହ…
ବୈଠକରେ ସୀମିତ ସଡ଼କ ସୁରକ୍ଷା: ରାଜପଥ କଡ଼ ପାଲଟିଛି ପାର୍କିଂସ୍ଥଳୀ
ନୟାଗଡ଼ ଅଫିସ,୧୨।୯: ନୟାଗଡ଼ ସହରରେ ସଡ଼କ ସୁରକ୍ଷା ଯୋଜନା ପ୍ରହସନ ପାଲଟିଛି। ସହର ମଧ୍ୟ ଦେଇ ଜାତୀୟ ରାଜପଥ-୫୭ ଓ ରାଜ୍ୟ ରାଜପଥ-୨୧ ଯାଇଥିବା ବେଳେ ଏହି ରାସ୍ତାକଡ଼ ବର୍ତ୍ତମାନ ଅଘୋଷିତ ପାର୍କିଂ ସ୍ଥଳୀ ପାଲଟିଛି। ସେହିପରି ଉଠା ଦୋକାନୀଙ୍କ କବ୍ଜାରେ…
ଗଛରେ ପିଟିହେଲା ଯାତ୍ରୀବାହୀ ବସ୍, ୧୦ ଗୁରୁତର
ଗଣିଆ,୧୨ା୯(ଡି.ଏନ.ଏ.): ନୟାଗଡ଼ରୁ କୁମ୍ଭାରପଡା ଯାଉଥିବା ଏକ ଯାତ୍ରୀବାହୀ ବସ୍ ବୁଧବାର କିଶୋରପ୍ରସାଦ ପଞ୍ଚାୟତ ଗୋପାଳପ୍ରସାଦ ନିକଟରେ ଏକ ଆମ୍ବଗଛରେ ପିଟିହୋଇ ଦୁର୍ଘଟଣାଗ୍ରସ୍ତ ହୋଇଛି। ଫଳରେ ଗାଡିରେ ଥିବା ୧୦ଜଣ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି। ଗଣିଆ ପୋଲିସ ଓ ଅଗ୍ନିଶମ ବିଭାଗ…
Archives


