ରାଜ୍ୟ

୩୫ କୁଇଣ୍ଟାଲ ଗଞ୍ଜେଇ ଜବତ, ୪ ଗିରଫ

ସୋରଡା,୧୨ା୯(ଡି.ଏନ୍‌.ଏ.)- ଗଞ୍ଜାମ ଜିଲା ବଡଗଡ଼ ପୋଲିସ ଗୁରୁବାର ଏକ ବଡଧରଣର ଗଞ୍ଜେଇ ଚୋରାଚାଲାଣ ଉଦ୍ୟମ ପଣ୍ଡ କରିଛି। ଯାଞ୍ଚବେଳେ ୪୦୭ ଟ୍ରକ୍‌, ପିକ୍‌ଅପ୍‌, ବୋଲେରୋ ଓ ଏକ କାରରୁ ପାଖାପାଖି ୩୫ କୁଇଣ୍ଟାଲ ଗଞ୍ଜେଇ ଜବତ କରିବା ସହ ୪ଜଣଙ୍କୁ ଗିରଫ…

ଗାନ୍ଧୀ ଜୟନ୍ତୀ: ସ୍କୁଲଗୁଡ଼ିକରେ କରାଯିବ ଅହିଂସା ସମ୍ପର୍କିତ ପ୍ରତିଯୋଗିତା

ଭୁବନେଶ୍ୱର,୧୨।୯(ବ୍ୟୁରୋ): ଆସନ୍ତା ଅକ୍ଟୋବର ୨ ତାରିଖରେ ଗାନ୍ଧିଜୀଙ୍କ ୧୫୦ତମ ଜନ୍ମବାର୍ଷିକୀ ପାଳନ କରାଯିବ। ରାଜ୍ୟ ସରକାର ଏଥିପାଇଁ ବିଦ୍ୟାଳୟସ୍ତରରେ ପିଲାଙ୍କୁ ଜାତିର ପିତାଙ୍କ ସମ୍ପର୍କରେ ଶିକ୍ଷା ଦେବାକୁ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରିଛନ୍ତି। ଏହି କ୍ରମରେ ସ୍କୁଲରେ ଅହିଂସା ସମ୍ପର୍କିତ ପ୍ରତିଯୋଗିତା…

ଝାରସୁଗୁଡ଼ା ଡାକ୍ତରଖାନାରେ ମୃତବ୍ୟକ୍ତିଙ୍କୁ ସାଲାଇନ୍‌, ଇଞ୍ଜେକ୍‌ଶନ ଲଗାଇବା ଘଟଣା: ତଦନ୍ତ ନିର୍ଦ୍ଦେଶ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ଭୁବନେଶ୍ୱର,୧୨।୯(ବ୍ୟୁରୋ): ଝାରସୁଗୁଡ଼ା ଜିଲା ମୁଖ୍ୟ ଡାକ୍ତରଖାନାରେ ରୋଗୀଙ୍କ ମୃତ୍ୟୁ ହେବା ପରେ ଜଣେ ନର୍ସ ମୃତଦେହରେ ସାଲାଇନ୍‌ ଲଗାଇବା ସହ ଇଞ୍ଜେକ୍‌ଶନ ଦେବାର ଭିଡିଓ ଭାଇରାଲ ହୋଇଥିଲା। ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ଗୁରୁବାର ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।…

ସ୍କୁଲରେ ଛାତ୍ରଙ୍କୁ ତାଲା ପକାଇବା ଘଟଣା: ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଡିଇଓଙ୍କୁ ନିର୍ଦ୍ଦେଶ

ଭୁବନେଶ୍ୱର/ବାଲେଶ୍ୱର ଅଫିସ,୧୨।୯ (ବ୍ୟୁରୋ): ବାଲେଶ୍ୱର ସହର ମଠସାହି ମହାବୀର ନୋଡାଲ ସ୍କୁଲରେ ପ୍ରଥମ ଶ୍ରେଣୀ ଛାତ୍ରଙ୍କୁ ତାଲା ପକାଇ ପଳାଇବା ଘଟଣାରେ ସ୍କୁଲ ଓ ଗଣଶିକ୍ଷା ବିଭାଗ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଡିଇଓଙ୍କୁ ନିର୍ଦ୍ଦେଶ…

ବନ୍ୟାସ୍ଥିତି ନିୟନ୍ତ୍ରଣାଧୀନ: ମନ୍ତ୍ରୀ

ଭୁବନେଶ୍ୱର,୧୨।୯(ବ୍ୟୁରୋ): ରାଜ୍ୟରେ ଲଗାଣ ବର୍ଷା କାରଣରୁ ବିଭିନ୍ନ ନଦୀରେ ଜଳସ୍ତର ବୃଦ୍ଧି ପାଇଛି। ତେବେ ବନ୍ୟାସ୍ଥିତି ନିୟନ୍ତ୍ରଣରେ ଥିବା ଗୁରୁବାର ବିପର୍ଯ୍ୟୟ ଓ ପରିଚାଳନା ମନ୍ତ୍ରୀ ସୁଦାମ ମାରାଣ୍ଡି କହିଛନ୍ତି। ସେ କହିଛନ୍ତି, କୋରାପୁଟ, ମାଲକାନଗିରି, ବଲାଙ୍ଗୀର, ବୌଦ୍ଧ ଓ ଫୁଲବାଣୀରେ…

ଜଳସମ୍ପଦ ମନ୍ତ୍ରୀଙ୍କ ଗସ୍ତ: ମଙ୍ଗଳା ଦର୍ଶନ ସହ ନଦୀ ବନ୍ଧବାଡ଼ ବୁଲି ଦେଖିଲେ

କାକଟପୁର,୧୨।୯(ଡି.ଏନ୍‌.ଏ.): ରାଜ୍ୟ ଜଳ ସମ୍ପଦ ବିଭାଗ ତଥା ସୂଚନା ଓ ଲୋକସମ୍ପର୍କ ବିଭାଗ ମନ୍ତ୍ରୀ ରଘୁନନ୍ଦନ ଦାସ ଗୁରୁବାର କାକଟପୁର ଏବଂ ଅସ୍ତରଙ୍ଗ ବ୍ଲକ ଅଞ୍ଚଳ ପରିଦର୍ଶନ କରିଛନ୍ତି। ମନ୍ତ୍ରୀଙ୍କୁ ସ୍ଥାନୀୟ ବିଧାୟକ ତଥା କ୍ରୀଡ଼ା, ଯୁବ-ବ୍ୟାପାର, ଆଇଟି ବିଭାଗ ମନ୍ତ୍ରୀ…

ଦିଲ୍ଲୀରୁ ଫେରିବା ପରେ ନିରଞ୍ଜନଙ୍କୁ ରାଜ୍ୟରେ ପୂରାଇ ଦିଆଯିବ ନାହିଁ: ଇତୀଶ

ଭୁବନେଶ୍ୱର,୧୨।୭(ବ୍ୟୁରୋ): ରାଜ୍ୟ କଂଗ୍ରେସରେ ଦଳୀୟ କନ୍ଦଳ ଥମିବାର ନାଁ ନେଉନାହିଁ। ଗତ ସାଧାରଣ ନିର୍ବାଚନରେ ଦଳ ଶୋଚନୀୟ ପରାସ୍ତ ହୋଇ ବିରୋଧୀ ଦଳ ଆଖ୍ୟା ପାଇବାରୁ ବଞ୍ଚିତ ହୋଇଛି। ଏଭଳିସ୍ଥଳେ ଦଳର ନେତାମାନେ ପରସ୍ପରକୁ ଟାର୍ଗେଟ କରିବା ସହ ଜଣେ ଅନ୍ୟକୁ…

ଶୌଚାଳୟ ଯାଇଥିବା ବେଳେ ତାଲା ପକାଇ କର୍ତ୍ତୃପକ୍ଷ ଛୁ’, ଘଣ୍ଟାଏ ପରେ ଛାତ୍ର ଉଦ୍ଧାର

ବାଲେଶ୍ୱର ଅଫିସ,୧୨।୯: ବାଲେଶ୍ୱର ସହରର ମଠସାହି ମହାବୀର ନୋଡାଲ ସ୍କୁଲରେ ବୁଧବାର ଏକ ଅଭାବନୀୟ ଘଟଣା ଘଟିଛି। ସ୍କୁଲ ଶୌଚାଳୟରେ ଜଣେ ପ୍ରଥମ ଶ୍ରେଣୀ ଛାତ୍ର ଥିବା ବେଳେ ସ୍କୁଲ କର୍ତ୍ତୃପକ୍ଷ ତାଲା ପକାଇ ପଳାଇଥିଲେ। ପ୍ରାୟ ୧ ଘଣ୍ଟା ବନ୍ଦ…

ଲଗାଣ ବର୍ଷାରେ ଭାଙ୍ଗିଲା ଘର, ପଡ଼ୋଶୀଙ୍କ ବାରଣ୍ଡାରେ ଆଶ୍ରୟ ନେଲେ ବୃଦ୍ଧ ଦମ୍ପତି

କୋଟଗଡ଼, ୧୨। ୯(ଡି.ଏନ୍‌.ଏ.): ସରକାରଙ୍କ ତରଫରୁ ବାସହୀନଙ୍କୁ ଗୃହ ଯୋଗାଇ ଦେବା ଉଦ୍ଦେଶ୍ୟରେ ବିଭିନ୍ନ ଯୋଜନା କାର୍ଯ୍ୟକାରୀ ହେଉଛି। ହେଲେ କନ୍ଧମାଳ ଜିଲା କୋଟଗଡ ବ୍ଳକ ଯୁଡ଼ାବାଲି ପଞ୍ଚାୟତ ଗୁମପଦର ଗ୍ରାମର ପାଇନା ମଲିକ(୬୦)ଙ୍କ ପାଇଁ ସେସବୁ ସାତସପନ ପାଲଟିଛି। ସ୍ତ୍ରୀଙ୍କ…

ଅର୍ଜୁନପୁର ଛକରେ ଦୁର୍ଘଟଣା: ପୋଲିସ ଭ୍ୟାନ୍‌ ଧକ୍କାରେ ୨ ମୃତ

ସୋନପୁର,୧୨।୯(ନି.ପ୍ର.): ଖୋର୍ଦ୍ଧା-ବଲାଙ୍ଗୀର ୫୭ନଂ ଜାତୀୟ ରାଜପଥର ସୋନପୁର ଥାନା ଅର୍ଜୁନପୁର ଛକରେ ଗୁରୁବାର ଏକ ଦୁର୍ଘଟଣା ଘଟିଛି। ପୋଲିସ ଭ୍ୟାନ୍‌ ଏକ ବାଇକ୍‌କୁ ମୁହାଁମୁହିଁ ଧକ୍କା ଦେବାରୁ ଘଟଣାସ୍ଥଳରେ ୨ଜଣଙ୍କ ମୃତ୍ୟୁ ଘଟିଛି। ବାଇକ୍‌ଟି ବଲାଙ୍ଗୀରରୁ ସୋନପୁର ଅଭିମୁଖେ ଆସୁଥିବା ବେଳେ…

ହାଇକୋର୍ଟରୁ ମିଳିଲା ଆଶ୍ୱସ୍ତି: ଆପୋଲୋ ହସ୍ପିଟାଲକୁ ୪ ସପ୍ତାହ ମହଲତ

ଭୁବନେଶ୍ୱର,୧୨।୯(ବ୍ୟୁରୋ): ସ୍ଥାନୀୟ ଆପୋଲୋ ହସ୍ପିଟାଲକୁ ହାଇକୋର୍ଟ ପକ୍ଷରୁ ସାମୟିକ ଆଶ୍ୱସ୍ତି ମିଳିଛି। ଏହାର ଲାଇସେନ୍ସ ରଦ୍ଦ ନିମନ୍ତେ ଏନ୍‌ଏଚ୍‌ଆର୍‌ସିଙ୍କ ନିର୍ଦ୍ଦେଶ ଉପରେ ହାଇକୋର୍ଟ ରହିତାଦେଶ ଦେଇଛନ୍ତି। ଏପରିକି ୪ ସପ୍ତାହ ପର୍ଯ୍ୟନ୍ତ ଏହାକୁ କାର୍ଯ୍ୟକାରୀ ନ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।…

ନୂଆଖାଇ ପାଳନ ବେଳେ ବଚସା: ବନ୍ଧୁଙ୍କୁ ହତ୍ୟା କଲେ ଦୁଇ ସାଙ୍ଗ

କୋଟଗଡ଼,୧୨।୯(ଡି.ଏନ୍‌.ଏ.): କନ୍ଧମାଳ ଜିଲା ତୁମୁଡ଼ିବନ୍ଧ ଥାନା ବେନାରବାହାଲ ଗ୍ରାମରେ ବୁଧବାର ନୂଆଖାଇ ପର୍ବ ପାଳନ ବେଳେ କୌଣସି କାରଣକୁ ନେଇ ତିନି ବନ୍ଧୁଙ୍କ ମଧ୍ୟରେ ବଚସା ହୋଇଥିଲା। ଏହାକୁ କେନ୍ଦ୍ରକରି ଗୁରୁବାର ସକାଳେ ଜଣଙ୍କୁ ହତ୍ୟା କରାଯାଇଥିବା ସୂଚନା ମିଳିଛି। ମୃତକ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri