‘ଓଡ଼ିଶା ସାଂସ୍କୃତିକ କେନ୍ଦ୍ର ଓ ପାଠାଗାର’ ପ୍ରତିଷ୍ଠା ଲାଗି ତତ୍ପରତା: ଦିଲ୍ଲୀରେ ଜମି ମାଗିଲେ ନବୀନ

ଭୁବନେଶ୍ୱର,୯ା୧୨(ବ୍ୟୁରୋ):ନୂଆଦିଲ୍ଲୀରେ ‘ଓଡ଼ିଶା ସାଂସ୍କୃତିକ କେନ୍ଦ୍ର ଓ ପାଠାଗାର’ ପ୍ରତିଷ୍ଠା ଲାଗି ସହଯୋଗ ଲୋଡ଼ି କେନ୍ଦ୍ର ସହରାଞ୍ଚଳ ବିକାଶ ମନ୍ତ୍ରୀ ହରଦୀପ ସିଂ ପୁରୀଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଦୀର୍ଘଦିନ ହେଲା ରାଜ୍ୟ ସରକାରଙ୍କ ଦ୍ୱାରା ଏହା ପ୍ରତିଷ୍ଠା ହେବାକୁ ଉଦ୍ୟମ ଚାଲିଥିବାବେଳେ ଏନେଇ ଜମି ଯୋଗାଇଦେବାକୁ କେନ୍ଦ୍ରମନ୍ତ୍ରୀଙ୍କୁ ଚିଠିରେ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ। ଓଡ଼ିଶା ସରକାର ନିଜସ୍ବ ଉଦ୍ୟମରେ ଜମି ଅଧିଗ୍ରହଣ ପାଇଁ ଚେଷ୍ଟା କରୁଥିବାବେଳେ କେନ୍ଦ୍ର ହସ୍ତକ୍ଷେପ ଦ୍ୱାରା ଏହା ଶୀଘ୍ର ସମ୍ଭବ ହୋଇପାରିବ। ସାଂସ୍କୃତିକ କେନ୍ଦ୍ର ପ୍ରତିଷ୍ଠା ଦ୍ୱାରା ଦିଲ୍ଲୀରେ ରହୁଥିବା ଓଡ଼ିଆମାନେ ବିଶେଷଭାବେ ଉପକୃତ ହେବେ ବୋଲି ମୁଖ୍ୟମନ୍ତ୍ରୀ ଚିଠିରେ ଉଲ୍ଲେଖ କରିଛନ୍ତି।
ମୁଖ୍ୟମନ୍ତ୍ରୀ କହିଛନ୍ତି, ଉତ୍କୃଷ୍ଟ ଐତିହ୍ୟ ଓ କଳାର ରାଜ୍ୟ ଓଡ଼ିଶା ଏକାଧିକ ଆଦିମ ଜନଜାତିଙ୍କ ବାସସ୍ଥଳୀ ହୋଇଥିବାବେଳେ କୃଷପ୍ରାଧାନ ରାଜ୍ୟ ଭାବେ ଏହାର ପରିଚୟ ରହିଛି। ଦକ୍ଷିଣ-ପଶ୍ଚିମ ଓଡ଼ିଶା ହେଉ ବା ଉତ୍ତର-ଉପକୂଳ ଓଡ଼ିଶା ସବୁଠାରେ ସ୍ବତନ୍ତ୍ର କଳା, ସଂସ୍କୃତି, ଐତିହ୍ୟ ଓ ଜନଜୀବନ ଦେଖିବାକୁ ମିଳେ। ଏହି ବିବିଧ ସାଂସ୍କୃତିକ ପରିଭାଷାକୁ ଜାତୀୟ ମଞ୍ଚରେ ପହଞ୍ଚାଇବା ଓ ପ୍ରଚାର ପ୍ରସାର କରାଇବାର ଆବଶ୍ୟକତା ରହିଛି। ଓଡ଼ିଶୀ ନୃତ୍ୟକୁ ବିଶ୍ୱ ଦରବାରରେ ସ୍ବତନ୍ତ୍ର ପରିଚୟ ମିଳିଥିବାବେଳେ ଓଡ଼ିଆ ଭାଷା ଦେଶର ୬ଷ୍ଠ ଶାସ୍ତ୍ରୀୟ ଭାଷା ଭାବେ ମାନ୍ୟତା ପାଇଛି। ସେହିଭଳି ଓଡ଼ିଶାର ପାରମ୍ପରିକ ଖାଦ୍ୟ, ଚାଲିଚଳଣି, ହସ୍ତତନ୍ତ ଓ ହସ୍ତଶିଳ୍ପ, ବୟନକଳା, ଜନଜାତି ଚିତ୍ରକଳା ଆଦି ନିଜର ସ୍ବତନ୍ତ୍ରତା ପାଇଁ ଦେଶ ଓ ଦେଶ ବାହାରେ ଲୋକପ୍ରିୟତା ଅର୍ଜନ କରିଛି। ହେଲେ ନିଜ କଳା, ସଂସ୍କୃତି, ନୃତ୍ୟ, ସଙ୍ଗୀତକୁ ଜାତୀୟ ରାଜଧାନୀରେ ଉପସ୍ଥାପନ କରିବା ପାଇଁ ଓଡ଼ିଶାର ଲୋକଙ୍କ ନିକଟରେ ନିଜସ୍ବ ସ୍ଥାୟୀ କୋଠା କିମ୍ବା ସାଂସ୍କୃତିକ କେନ୍ଦ୍ର ନାହିଁ। ଦିଲ୍ଲୀରେ ସଂଖ୍ୟାଧିକ ଓଡ଼ିଆ ରହୁଥିବାବେଳେ ସେମାନେ ଓଡ଼ିଶାର ବିଭିନ୍ନ କଳାକୁ ସଂରକ୍ଷଣ ଓ ପ୍ରଚାର ପ୍ରସାର ପାଇଁ ଉଦ୍ୟମ କରୁଛନ୍ତି। ଏହି କେନ୍ଦ୍ର ପ୍ରତିଷ୍ଠା ଦ୍ୱାରା ଦିଲ୍ଲୀକୁ ଆସୁଥିବା ବିଦେଶୀ ଓ ଦେଶୀୟ ପର୍ଯ୍ୟଟକ ଓଡ଼ିଶାର ସାଂସ୍କୃତିକ ପ୍ରାଚୁର୍ଯ୍ୟ ସଂସ୍ପର୍ଶରେ ଆସିବା ସହ ଓଡ଼ିଶା ଭ୍ରମଣରେ ଆସିବାକୁ ଆଗ୍ରହୀ ହେବେ। ଫଳରେ ପର୍ଯ୍ୟଟନ ଦୃଷ୍ଟିକୋଣରୁ ମଧ୍ୟ ଏହି କେନ୍ଦ୍ର ବିଶେଷ ଗୁରୁତ୍ୱ ବହନ କରିବ। ତାମିଲନାଡ଼ୁ, କର୍ନାଟକ, ଆନ୍ଧ୍ରପ୍ରଦେଶ ଭଳି ରାଜ୍ୟ ନିଜ ନିଜର ଭବନ ଓ ନିବାସ ବ୍ୟତୀତ ସାଂସ୍କୃତିକ ଓ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ ଆୟୋଜନ ପାଇଁ ସ୍ବତନ୍ତ୍ର ସ୍ଥାନ ଅଧିଗ୍ରହଣ କରିଛନ୍ତି। ତେଣୁ ଏହାକୁ ଦୃଷ୍ଟିରେ ରଖି ଓଡ଼ିଶାକୁ ମଧ୍ୟ କେନ୍ଦ୍ର ସରକାର ଏକ ଉଚିତ ସ୍ଥାନ ଯୋଗାଇଦେବାକୁ ମୁଖ୍ୟମନ୍ତ୍ରୀ ଏହି ପତ୍ରରେ ଉଲ୍ଲେଖ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଉପକୂଳରେ ଘୂର୍ଣ୍ଣିବଳୟ, ଦୁଇଟି ଟ୍ରଫ୍‌: ଆସନ୍ତା ୫ ଦିନ ଯାଏ ଏସବୁ ଜିଲାରେ ପ୍ରବଳ ବର୍ଷା, ଓ୍ବାର୍ନିଂ ଜାରି କଲା…

ଭୁବନେଶ୍ୱର, ୨୧ା୭ (ବନ୍ଦନା ସେଠୀ)- ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଏହା ସଂଲଗ୍ନ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏଥିସହ ଦୁଇଟି ଟ୍ରଫ୍‌…

ଦକ୍ଷିଣମୋଡ଼ ହେଲା ଦର୍ପଦଳନ, ଅଧାରେ ଅଟକିଲା ତାଳଧ୍ୱଜ: ନନ୍ଦିଘୋଷ… 

ପୁରୀ,୨୧ା୭(ଅଜିତ୍‌ କୁମାର ମହାନ୍ତି): ମହାପ୍ରଭୁ ଶ୍ରୀଜଗନ୍ନାଥ ବଡ଼ଭାଇ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରାଙ୍କୁ ସାଙ୍ଗରେ ଧରି ରଥାରୂଢ଼ ହୋଇ ଆସି ଶ୍ରୀଗୁଣ୍ଡିଚା ମନ୍ଦିରରେ ଅବସ୍ଥାନ କରିଛନ୍ତି। ରଥଯାତ୍ରାର…

ଛାତ୍ରଙ୍କ ଉପରେ ଲାଠିଚାର୍ଜକୁ ନେଇ କ୍ଷୁବ୍ଧ ଅରିଜିତ, କହିଲେ– ‘ନିଜକୁ ଭଗବାନ ଭାବୁଛନ୍ତି କି?’

ନୂଆଦିଲ୍ଲୀ,୨୧।୭: ଦିଲ୍ଲୀରେ ୨୦ ଜୁଲାଇରେ କକରୋଚ୍ ଜନତା ପାର୍ଟି (CJP)ର ଆହ୍ୱାନରେ ଆୟୋଜିତ ସଂସଦ ମାର୍ଚ୍ଚ ସମୟରେ ଛାତ୍ର ଓ ପୋଲିସ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଥିଲା।…

ଜୀବିତ ଥାଇ ବି ସରକାରୀ ରେକର୍ଡରେ ମୃତ! ଆଧାର ନିଷ୍କ୍ରିୟ; ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ…

ମୋହନା,୨୧।୭(ମନ୍ମଥ ମିଶ୍ର): ଜୀବିତ ଥାଇ ବି ସରକାରୀ ରେକର୍ଡରେ ମୃତ! ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଗଜପତି ଜିଲା ଆର୍. ଉଦୟଗିରି ବ୍ଲକ ରଣାଲଇ ଗ୍ରାମରେ ଦେଖିବାକୁ…

ରାଜ୍ୟ ରାଜନୀତିରେ ଚହଳ: ଧର୍ମେନ୍ଦ୍ରଙ୍କ ଇସ୍ତଫା ଦାବି କଲେ ନବୀନ

ନୂଆଦିଲ୍ଲୀ/ ଭୁବନେଶ୍ୱର:୨୧।୭: ଓଡ଼ିଶା ତଥା ଜାତୀୟ ରାଜନୀତିରେ ଏକ ବଡ଼ ଧରଣର ହଟଚମଟ ସୃଷ୍ଟି ହୋଇଛି। ପୂର୍ବତନ ମୁଖ୍ୟମନ୍ତ୍ରୀ, ଓଡ଼ିଶା ବିଧାନସଭାର ବିରୋଧୀ ଦଳ ନେତା ନବୀନ…

ପୁଣି ଆନ୍ଦୋଳନ ଡାକରା ଦେଲା CJP! ଆଜି ରାତି ୮ଟାରେ ଦିଲ୍ଲୀରେ ହେବ…

ନୂଆଦିଲ୍ଲୀ,୨୧।୭: ନିଟ୍ (NEET) ପେପର ଲିକ୍, କୃଷକଙ୍କ ଆନ୍ଦୋଳନ ଏବଂ ପୋଲିସର ବଳପ୍ରୟୋଗ ବିରୋଧରେ ଦିଲ୍ଲୀରେ ରାଜନୈତିକ ସରଗରମ ବୃଦ୍ଧି ପାଇବାରେ ଲାଗିଛି। ଏହି କ୍ରମରେ କକରୋଚ…

ଜୀରାନଦୀ ଜଳ ହେବ ସ୍ବଚ୍ଛ: ୧୭୮.୫୦ କୋଟି ଟଙ୍କାର ଏସଟିପି ପ୍ରକଳ୍ପ ପାଇଁ ମିଳିଲା ରାଜ୍ୟ ସରକାରଙ୍କ ମଞ୍ଜୁରୀ

ବରଗଡ଼,୨୧।୭(ପ୍ରେମାନନ୍ଦ ଖମାରୀ)- ବରଗଡ଼ ସହର ମଧ୍ୟ ଦେଇ ପ୍ରବାହିତ ଜୀରାନଦୀକୁ ପ୍ରଦୂଷଣମୁକ୍ତ କରିବା ଏବଂ ସହରର ବ୍ୟବହୃତ ଜଳ ପରିଚାଳନା ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ରାଜ୍ୟ…

ମୋଦିଙ୍କ ଘର ଆଗରେ ଶୋଇଗଲେ ରାହୁଲ; ଉଠାଇ ନେଲା ପୋଲିସ, ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୨୧।୭: ନିଟ୍ (NEET) ପେପର ଲିକ୍ ଏବଂ ଛାତ୍ରଛାତ୍ରୀଙ୍କ ଉପରେ ଦିଲ୍ଲୀ ପୋଲିସର ବଳପ୍ରୟୋଗ ବିରୋଧରେ ମଙ୍ଗଳବାର ଦିନ ପ୍ରଧାନମନ୍ତ୍ରୀଙ୍କ ବାସଭବନ ଆଗରେ କଂଗ୍ରେସ ପକ୍ଷରୁ ଧାରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri