‘ଓଡ଼ିଶା ସାଂସ୍କୃତିକ କେନ୍ଦ୍ର ଓ ପାଠାଗାର’ ପ୍ରତିଷ୍ଠା ଲାଗି ତତ୍ପରତା: ଦିଲ୍ଲୀରେ ଜମି ମାଗିଲେ ନବୀନ

ଭୁବନେଶ୍ୱର,୯ା୧୨(ବ୍ୟୁରୋ):ନୂଆଦିଲ୍ଲୀରେ ‘ଓଡ଼ିଶା ସାଂସ୍କୃତିକ କେନ୍ଦ୍ର ଓ ପାଠାଗାର’ ପ୍ରତିଷ୍ଠା ଲାଗି ସହଯୋଗ ଲୋଡ଼ି କେନ୍ଦ୍ର ସହରାଞ୍ଚଳ ବିକାଶ ମନ୍ତ୍ରୀ ହରଦୀପ ସିଂ ପୁରୀଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଦୀର୍ଘଦିନ ହେଲା ରାଜ୍ୟ ସରକାରଙ୍କ ଦ୍ୱାରା ଏହା ପ୍ରତିଷ୍ଠା ହେବାକୁ ଉଦ୍ୟମ ଚାଲିଥିବାବେଳେ ଏନେଇ ଜମି ଯୋଗାଇଦେବାକୁ କେନ୍ଦ୍ରମନ୍ତ୍ରୀଙ୍କୁ ଚିଠିରେ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ। ଓଡ଼ିଶା ସରକାର ନିଜସ୍ବ ଉଦ୍ୟମରେ ଜମି ଅଧିଗ୍ରହଣ ପାଇଁ ଚେଷ୍ଟା କରୁଥିବାବେଳେ କେନ୍ଦ୍ର ହସ୍ତକ୍ଷେପ ଦ୍ୱାରା ଏହା ଶୀଘ୍ର ସମ୍ଭବ ହୋଇପାରିବ। ସାଂସ୍କୃତିକ କେନ୍ଦ୍ର ପ୍ରତିଷ୍ଠା ଦ୍ୱାରା ଦିଲ୍ଲୀରେ ରହୁଥିବା ଓଡ଼ିଆମାନେ ବିଶେଷଭାବେ ଉପକୃତ ହେବେ ବୋଲି ମୁଖ୍ୟମନ୍ତ୍ରୀ ଚିଠିରେ ଉଲ୍ଲେଖ କରିଛନ୍ତି।
ମୁଖ୍ୟମନ୍ତ୍ରୀ କହିଛନ୍ତି, ଉତ୍କୃଷ୍ଟ ଐତିହ୍ୟ ଓ କଳାର ରାଜ୍ୟ ଓଡ଼ିଶା ଏକାଧିକ ଆଦିମ ଜନଜାତିଙ୍କ ବାସସ୍ଥଳୀ ହୋଇଥିବାବେଳେ କୃଷପ୍ରାଧାନ ରାଜ୍ୟ ଭାବେ ଏହାର ପରିଚୟ ରହିଛି। ଦକ୍ଷିଣ-ପଶ୍ଚିମ ଓଡ଼ିଶା ହେଉ ବା ଉତ୍ତର-ଉପକୂଳ ଓଡ଼ିଶା ସବୁଠାରେ ସ୍ବତନ୍ତ୍ର କଳା, ସଂସ୍କୃତି, ଐତିହ୍ୟ ଓ ଜନଜୀବନ ଦେଖିବାକୁ ମିଳେ। ଏହି ବିବିଧ ସାଂସ୍କୃତିକ ପରିଭାଷାକୁ ଜାତୀୟ ମଞ୍ଚରେ ପହଞ୍ଚାଇବା ଓ ପ୍ରଚାର ପ୍ରସାର କରାଇବାର ଆବଶ୍ୟକତା ରହିଛି। ଓଡ଼ିଶୀ ନୃତ୍ୟକୁ ବିଶ୍ୱ ଦରବାରରେ ସ୍ବତନ୍ତ୍ର ପରିଚୟ ମିଳିଥିବାବେଳେ ଓଡ଼ିଆ ଭାଷା ଦେଶର ୬ଷ୍ଠ ଶାସ୍ତ୍ରୀୟ ଭାଷା ଭାବେ ମାନ୍ୟତା ପାଇଛି। ସେହିଭଳି ଓଡ଼ିଶାର ପାରମ୍ପରିକ ଖାଦ୍ୟ, ଚାଲିଚଳଣି, ହସ୍ତତନ୍ତ ଓ ହସ୍ତଶିଳ୍ପ, ବୟନକଳା, ଜନଜାତି ଚିତ୍ରକଳା ଆଦି ନିଜର ସ୍ବତନ୍ତ୍ରତା ପାଇଁ ଦେଶ ଓ ଦେଶ ବାହାରେ ଲୋକପ୍ରିୟତା ଅର୍ଜନ କରିଛି। ହେଲେ ନିଜ କଳା, ସଂସ୍କୃତି, ନୃତ୍ୟ, ସଙ୍ଗୀତକୁ ଜାତୀୟ ରାଜଧାନୀରେ ଉପସ୍ଥାପନ କରିବା ପାଇଁ ଓଡ଼ିଶାର ଲୋକଙ୍କ ନିକଟରେ ନିଜସ୍ବ ସ୍ଥାୟୀ କୋଠା କିମ୍ବା ସାଂସ୍କୃତିକ କେନ୍ଦ୍ର ନାହିଁ। ଦିଲ୍ଲୀରେ ସଂଖ୍ୟାଧିକ ଓଡ଼ିଆ ରହୁଥିବାବେଳେ ସେମାନେ ଓଡ଼ିଶାର ବିଭିନ୍ନ କଳାକୁ ସଂରକ୍ଷଣ ଓ ପ୍ରଚାର ପ୍ରସାର ପାଇଁ ଉଦ୍ୟମ କରୁଛନ୍ତି। ଏହି କେନ୍ଦ୍ର ପ୍ରତିଷ୍ଠା ଦ୍ୱାରା ଦିଲ୍ଲୀକୁ ଆସୁଥିବା ବିଦେଶୀ ଓ ଦେଶୀୟ ପର୍ଯ୍ୟଟକ ଓଡ଼ିଶାର ସାଂସ୍କୃତିକ ପ୍ରାଚୁର୍ଯ୍ୟ ସଂସ୍ପର୍ଶରେ ଆସିବା ସହ ଓଡ଼ିଶା ଭ୍ରମଣରେ ଆସିବାକୁ ଆଗ୍ରହୀ ହେବେ। ଫଳରେ ପର୍ଯ୍ୟଟନ ଦୃଷ୍ଟିକୋଣରୁ ମଧ୍ୟ ଏହି କେନ୍ଦ୍ର ବିଶେଷ ଗୁରୁତ୍ୱ ବହନ କରିବ। ତାମିଲନାଡ଼ୁ, କର୍ନାଟକ, ଆନ୍ଧ୍ରପ୍ରଦେଶ ଭଳି ରାଜ୍ୟ ନିଜ ନିଜର ଭବନ ଓ ନିବାସ ବ୍ୟତୀତ ସାଂସ୍କୃତିକ ଓ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ ଆୟୋଜନ ପାଇଁ ସ୍ବତନ୍ତ୍ର ସ୍ଥାନ ଅଧିଗ୍ରହଣ କରିଛନ୍ତି। ତେଣୁ ଏହାକୁ ଦୃଷ୍ଟିରେ ରଖି ଓଡ଼ିଶାକୁ ମଧ୍ୟ କେନ୍ଦ୍ର ସରକାର ଏକ ଉଚିତ ସ୍ଥାନ ଯୋଗାଇଦେବାକୁ ମୁଖ୍ୟମନ୍ତ୍ରୀ ଏହି ପତ୍ରରେ ଉଲ୍ଲେଖ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ଓଡ଼ିଶାରେ ଭାଜପା ସରକାରକୁ ଆସିଲେ ଲୋକେ ରୋଜଗାର ପାଇଁ ବାହାର ରାଜ୍ୟକୁ ଯିବେ ନାହିଁ: ଅମିତ ଶାହା

ସୋନପୁର,୨୫।୪: କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଗଢିବାକୁ ଲୋକ ମାନଙ୍କୁ ଆହ୍ୱାନ ଦେଇଛନ୍ତି। ନବୀନ ସରକାରକୁ ଓପାଡ଼ି ଏଠାରେ ଭାଜପା...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ଅଂଶୁଘାତ ରୋଗୀଙ୍କ ଚିକିତ୍ସା ପାଇଁ ଏମ୍ସରେ ସ୍ବତନ୍ତ୍ର ୟୁନିଟ୍‌

ଭୁବନେଶ୍ୱର,୨୫ା୪(ଅସମାପିକା ସାହୁ): ରାଜ୍ୟରେ ପ୍ରଚଣ୍ଡ ରୌଦ୍ରତାପ ଯୋଗୁ ଦିନକୁ ଦିନ ବୃଦ୍ଧି ଘଟୁଥିବା ଅଂଶୁଘାତ ରୋଗୀଙ୍କ ଚିକିତ୍ସା ନିମନ୍ତେ ଏମ୍ସ ଭୁବନେଶ୍ୱରରେ ଏକ ସ୍ବତନ୍ତ୍ର ହିଟ୍‌...

କାହିଁକି ଅମିତ ଶାହା ପଚାରିଲେ ‘୨୦ ଲୋକସଭା ସିଟ୍‌ ଜିତିବା କି ନାହିଁ’ ?

ସୋନପୁର,୨୫।୪: ଓଡ଼ିଶାରୁ ସର୍ବାଧିକ ଲୋକ ସଭା ଆସନ ବିଜୟ ଲକ୍ଷ୍ୟରେ କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ସୋନପୁରରୁ ପ୍ରଚାର ଆରମ୍ଭ କରିଛନ୍ତି। ଜୟ ଜଗନ୍ନାଥ, ଜୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri